• Byabaharika Vaidika Ganita (Vedik Mathematics) - Vol 2

    Byabaharika Vaidika Ganita (Vedik Mathematics) – Vol 2

    ମାଧ୍ୟମିକ ପରିଷଦରୁ ଅବସର ଗ୍ରହଣ ପରେ ପାରମ୍ପରିକ ଗଣିତ ଶିକ୍ଷାକୁ ଏକ ନୂତନ ଭାବରେ ରୂପାନ୍ତରିତ କରିବା ତାଙ୍କ କୃତିର ଅନ୍ୟତମ ବିଭାବ । ଏତଦ୍ ବ୍ୟତୀତ ଶିକ୍ଷଣ ଗଣିତଶିକ୍ଷା କ୍ଷେତ୍ରରେ ବିଭିନ୍ନ କୌତୁହଳପ୍ରଦ କୌଶଳ(ଞକ୍ସସମଳଗ୍ଦ)ର ଅବତାରଣା କରି ଡଃ ମିଶ୍ର ବିଦ୍ୟାର୍ଥୀମାନଙ୍କ ପାଇଁ ଗଣିତଶିକ୍ଷାକୁ ସରଳୀକୃତ ଅବସ୍ଥାକୁ ଆଣିବାକୁ ସତତ ଚେଷ୍ଟିତ । ଶିକ୍ଷା, ବିଶେଷ କରି ଗଣିତ ଶିକ୍ଷା ଏକ ଅନ୍ତଃହୀନ ପ୍ରକ୍ରିୟା । ସେସବୁକୁ ଦୃଷ୍ଟିରେ ରଖି ତାଙ୍କର ‘ବୈଦିକ ଗଣିତ’ ଶିକ୍ଷା କ୍ଷେତ୍ରରେ ଏକ ନୂତନ ପ୍ରତିଶ୍ରୁତି ଏକ ନୂତନ ଦିଗନ୍ତ । ବିଦ୍ୟାର୍ଥୀ ତଥା ଗଣିତ ପ୍ରତି ରୁଚି ରଖିଥିବା ପ୍ରତ୍ୟେକଟି ବ୍ୟକ୍ତି ଏଥିରୁ ନିଶ୍ଚିତ ଭାବରେ ଉପକୃତ ହୋଇପାରିବେ ।

    300.00
    Add to cart
  • Chalanti Thakura

    Chalanti Thakura

    Chalanti Thakura (The Sentient God) is a short story collection of the eminent Odia writer Santanu Kumar Acharya. The book has eleven stories. The book received Sahitya Akademi (India’s academy of letters) award for the year 1993.

    180.00
    Add to cart
  • Chandana Banare Eka

    Chandana Banare Eka

    “Chandana Banare Eka” is the fourth poetry collection of the poet Bhanuji Rao. Collection has fifty poems in it. This collection was awarded Odisha Sahitya Akademi award for poetry in 1994.

    160.00
    Add to cart
  • Chapala Chantu

    Chapala Chantu

    Chittaranjan Pattanaik is a retired State Bank of India Officer who engaged in writing and translation work after his retirement. He has already translated two books from Odia to English i.e. “The New Horizen” and “Guruji Dr. Chandra Bhanu Satpathy- A Unique Personality” and one book from Hindi to Odia i.e. ‘Labanga’.

    300.00
    Add to cart
  • Chetanara Chitralipi

    Chetanara Chitralipi

    ସାହିତ୍ୟିକଚେତନା ଉଭୟ ମୌଳିକ ଲେଖକ ଓ ସମାଲୋଚକଙ୍କ ପାଇଁ ଅତ୍ୟାବଶ୍ୟକ । ଖାଲି ଏତିକି ନୁହେଁ, ଏହି ସାହିତ୍ୟିକ ଚେତନା ଏକ ‘ପାଠ’ ଓ ‘ପାଠକ’ ପାଇଁ ଅନୁରୂପ ଭାବରେ ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତି, ସମାଜ ଓ ସଂସ୍କୃତିର ଆଧାର ହେଉଛି ଏହି ସାହିତ୍ୟଚେତନା ବା ସାହିତ୍ୟିକ ଚେତନା । ଜଣେ ଦାର୍ଶନିକଠାରୁ ଆରମ୍ଭକରି ବୈଜ୍ଞାନିକ, ଗାର୍ହ୍ୟସ୍ଥ, ପାରିପାରିକ, ସାଂସାରିକ ମଣିଷଟିଏ ମଧ୍ୟ ଏହାର ଆବଶ୍ୟକତା ଅନୁଭବ କରିଥାଏ । ଏହି ଚେତନା ସାଧାରଣତଃ ପାଞ୍ଚଗୋଟି ବିନ୍ଦୁରେ ସମାହିତ । ଯଥା –

    (୧) ପାଠକୀୟ ଚେତନା ଏହା ପାଠକ/ଦର୍ଶକର ବ୍ୟକ୍ତିଗତ ଦୃଷ୍ଟିକୋଣ, ଆବେଗ, ଅନୁଚିନ୍ତାବିଶେଷ ଅଟେ- ଯାହା ପାଠ/ଲେଖାଟିକୁ ପଢ଼ିଲାବେଳେ କାର୍ଯ୍ୟକାରୀ ହୁଏ ଓ ପ୍ରଭାବଶାଳୀ ହୋଇଥାଏ ।

    (୨) ଲେଖକୀୟ ଚେତନା ଏହା ଲେଖକଠାରେ ଦେଖାଯାଏ । ଲେଖକର ଉଦ୍ଦେଶ୍ୟ, ଅନୁଭୂତି, ପ୍ରତ୍ୟୟ ପ୍ରଭୃତି ମୂଲ୍ୟବୋଧଭିତ୍ତିକ ହୋଇ ଟେକ୍ସଟ୍ ବା ପାଠ ମାଧ୍ୟମରେ ପ୍ରତିଫଳିତ ହୋଇଥାଏ ।

    (୩) ପାଠ୍ୟ ଚେତନା ଏହା ସେହି ସାହିତ୍ୟକୃତିର ଆଭ୍ୟନ୍ତରୀଣ ଗତିତତ୍ତ୍ୱ (ୟଚ୍ଚଦ୍ଭବଜ୍ଞସମଗ୍ଦ), ବୈଚିତ୍ର]୍ୟ, ସଂରଚନା, ବିରଚନା, ଭାଷା-ଶୈଳୀ ମଧ୍ୟରେ ଅନ୍ତର୍ନିହିତ ।

    (୪) ସାଂସ୍କୃତିକ ଚେତନା ସାମାଜିକ, ଐତିହାସିକ ଓ ସାଂସ୍କୃତିକ ପ୍ରସଙ୍ଗସବୁ ସାହିତ୍ୟକୃତିକୁ ପ୍ରଭାବିତ କରିଥାଏ । ଏହା ଏକ ଗୁରୁତ୍ୱପୂର୍ଣ୍ଣ କାରକ ହୋଇ ରହିଥାଏ । ପରୋକ୍ଷରେ ଏ ଚେତନା ଲେଖା ଓ ଲେଖକକୁ ପ୍ରଭାବିତ କରିଥାଏ ।

    (୫) ସମାଲୋଚକୀୟ ଚେତନା ସାହିତ୍ୟକୃତିରେ ବ୍ୟବହୃତ ସାହିତ୍ୟିକ ଉପାଦାନାବଳୀ, ଥିମ୍], ବିଷୟବସ୍ତୁ, ପ୍ରତୀକ, ରୂପକ, ରୂପକଳ୍ପ, ରୂପକଥାଦିର ବିଶ୍ଳେଷଣାତ୍ମକ ଓ ମୂଲ୍ୟାୟନମୂଳକ ସଚେତନତା ହିଁ ସମାଲୋଚକୀୟ ଚେତନା ।

    380.00
    Add to cart
  • Chetanara Chitranadi

    Chetanara Chitranadi

    ଆଜି ବି ପଛକୁ ଫେରି ଚାହିଁଲେ ମନେପଡ଼େ ସେଇସବୁ ଦିନ। କିଛି କବିତାର। କିଛି ସମାଲୋଚନାର। ୧୯୭୮ରୁ ‘ଇସ୍ତାହାର’ ସହ ଥିଲି ସମ୍ପୃକ୍ତ। ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ନିର୍ଦ୍ଦେଶରେ କିଛି ପ୍ରବଂଧ ଲେଖା। ପରେ ‘ମୂଲ୍ୟାୟନ’ର ସଂପାଦକ ପ୍ରଫୁଲ୍ଲ ଜଗଦେବଙ୍କ ଅନୁରୋଧରେ ମଧ୍ୟ। ସେଦିନ କବିତାରେ ଅଧିକ ନିମଗ୍ନ ଥିଲି ସତ ତଥାପି ବେଳେବେଳେ ଆବଶ୍ୟକତା ହେତୁ କିଛି କିଛି ସମାଲୋଚନା ଲେଖିଥିଲି। ସେଇସବୁ ସାହିତ୍ୟ ଆଲୋଚନା ବିଦ୍]ଗଧ ପାଠକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା।

    ୧୯୭୮ରୁ ୧୯୮୫ ମଧ୍ୟରେ ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇଥିଲା। ନା ନା ଜଞ୍ଜାଳ ଓ ମୋର ଅଳସୁଆମି ପାଇଁ ସମାଲୋଚନା ଗ୍ରନ୍ଥଟିଏ ପ୍ରକାଶ କରିବା ସମ୍ଭବପର ହୋଇ ପାରିନଥିଲା। ଅନେକ କତିପୟ ବଂଧୁଙ୍କର ବାରମ୍ବାର ଅନୁରୋଧ ହେତୁ ବହୁ ବିଳମ୍ବରେ ଏହା ପ୍ରକାଶିତ ହେଉଛି। ବିସ୍ମୃତିର ଗର୍ଭରୁ ଲେଖାସବୁକୁ ଖୋଜି ଲୋଡ଼ି ସଂଗ୍ରହ କରିବାକୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି। ଆଶା କରୁଛି ଏହି ସର୍ଜନଶୀଳ ଅନୁଶୀଳନକୁ ପାଠକମାନେ ଶ୍ରଦ୍ଧାର ସହ ଗ୍ରହଣ କରିବେ।

    – ନିରଂଜନ

    250.00
    Add to cart
  • Chhaira Chhabi

    Chhaira Chhabi

    ହଁ, ଛାଇ ବି ସାଥି ହୋଇପାରେ କବିତା ଲେଖୁଥିବା ଜଣେ ନାରୀର। ଏକାଏକା ବସି ମନ କଥା କହି ହୁଏ ତାକୁ। ଚା’ ପିଇଲାବେଳେ ସାମ୍ନା ଚୌକିରେ ତାକୁ ବସେଇ ହୁଏ। ଏକାଠି ଶୁଣିହୁଏ ପୁରୁଣା ହିନ୍ଦୀ ସିନେମାର ବିରହ ଗୀତ। ବାଣ୍ଟିହୁଏ ମନ ତଳ ଗୋପନ କଥା। ରୁଣୁଝୁଣୁ ଖୁସିର ମୁହୂର୍ତ୍ତ। ଛାଇର ଛବିରେ ଦିଶେ ମୁହଁଟିଏ, ସେ ମୁହଁଟି କ’ଣ ମୋର? ଅନେକ ସମୟରେ ଯେଉଁ କଥା କହି ହୁଏନାହିଁ ତାକୁ ଲେଖି ଦେଇହୁଏ। ଫୁଲଦାନୀରେ ନିତି ସଜଫୁଲ ରଖିବା, ସେଦିନର ଆବଶ୍ୟକତାକୁ ଚାହିଁ ପୋଷାକ ବାଛିବା, ଗତାନୁଗତିକ କିଛି ଘରକାମ କି ବାହାରକୁ ଯିବାର ଆବଶ୍ୟକତା ପରି ହୁଏତ କବିତା ଲେଖିବା ବି ଏଡ଼େଇ ହେଉ ନଥିବା ଏକ ତୀବ୍ର ଓ ମଧୁର ପ୍ରଲୋଭନ। ଏମିତି ଘଟଣା ଆଉ ଦୁର୍ଘଟଣା ଭିତରେ ଦିନ ବିତେ। କେବେ ସୁନେଲୀ ସୂର୍ଯ୍ୟୋଦୟ ତ ଆଉ କେବେ ମଥା ଉପରେ ଯୁଦ୍ଧର କଳାବାଦଲ। ଏ ଭିତରେ ମୁଁ ରୋଷେଇ ଘରେ ନିୟମିତ ବ୍ୟବଧାନରେ ତିଆରେ ନୂଆ ରେସିପି, ଗୁଡ଼ ପାଗକରି ଆମ୍ବ କି କୋଳି ଆଚାର, ଝିଅ ପସନ୍ଦର କୁଲଡ୍ ବ୍ରୁ କଫି, ନେଟ୍]ଫ୍ଲିକ୍ସରୁ ଦେଖେ ନିଷିଧ ପ୍ରେମର ରୋମାଞ୍ଚ, ମନ ପସନ୍ଦର ବହି ପଢ଼େ ଗଜଲ ଶୁଣେ, ଅନ୍]ଲାଇନ୍]ରୁ ଶାଢ଼ି କିଣେ, ଭଳିକି ଭଳି ପରଫ୍ୟୁମ୍], ଲିପ୍]ଷ୍ଟିକ୍ ଓ ହ୍ୟାଣ୍ଡବ୍ୟାଗ୍]ର ଭିଡ଼ ବଢ଼ାଏ, ଅଫିସ୍ ଯାଏ, ସଭାରେ ବକ୍ତାଙ୍କୁ ଶୁଣେ ପୁଣି କବିତା ଲେଖେ ଯେତେବେଳେ କବିତା ମୋତେ ଖୋଜେ। ଆଉ ଏସବୁ ଭିତରେ କେଉଁ ପାଠକ କି ଶୁଭେଚ୍ଛୁ ଚାହୁଁଥିବା ୨୦ କି ୨୫ ବର୍ଷ ତଳର କବିତାକୁ ଖୋଜିବସେ ତ ଅନେକ କବିତା ମିଳେନାହିଁ। ଆଉ ଯେବେ ସେଇ ପୁରୁଣା କବିତାରୁ କିଛି ମିଳିଯାଏ ତ ମୋତେ ଛାଇଟିଏ ଦିଶେ ଅନ୍ତରାଳରୁ। ସେ ମୋ ହାତ ଧରି ନେଇଯାଏ ବିତିଥିବା ସେଇ ଦିନମାନଙ୍କ ପାଖକୁ। ଯେଉଁଠୁ ହୁଏତ ଆରମ୍ଭ ହେଉଥିଲା ଖୋଲା ଆଖିରେ ସ୍ୱପ୍ନ ଦେଖିବା, ସମାନ୍ତରାଳ ଭାବରେ ଗୋଟେ ଜୀବନକୁ ଭେଟିବା ନିଜର ଶବ୍ଦପୁଞ୍ଜରେ। ସେସବୁ ଶବ୍ଦମାନେ, କବିତାମାନେ ହୁଏତ ପୁଣିଥରେ ଏକାଠି ହେବାର ସମୟ ଆସିଛି। କିଛି ପୁରୁଣା, କିଛି ଆପାତତଃ ନୂଆ କବିତା ମାନଙ୍କୁ ଏକାଠି କରିବାକୁ ଚେଷ୍ଟା କରିଛି। ଆଶା କରୁଛି ମୋର ଶୁଭେଚ୍ଛୁ ଓ ପାଠକମାନେ ପୂର୍ବ ସଂକଳନଗୁଡ଼ିକ ପରି ଆଦର ଦେବେ। ଛାଇ ଆଢ଼ୁଆଳରୁ ଶୁଭଶ୍ରୀର ଛବି ଖୋଜିବେ

    200.00
    Add to cart
  • Chhamana Athaguntha

    Chhamana Athaguntha

    ‘ଛ ମାଣ ଆଠଗୁଣ୍ଠ’ ଭୂମି କୈନ୍ଦ୍ରିକ ଉପନ୍ୟାସ । ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଓଡ଼ିଆ ଜନଜୀବନର ମୂଳଭିତ୍ତି ଥିଲା ଭୂସମ୍ପଦ ଓ ଗୋ ସମ୍ପଦ । ଏତଦ୍]ବ୍ୟତୀତ ଗୁଡ଼ାଏ କୁସଂସ୍କାର ଓ ଅନ୍ଧବିଶ୍ୱାସ ଏଭଳି ପ୍ରଭାବ ବିସ୍ତାର କରିଥିଲା ଯେ ସେହି ସମୟର ସମାଜରେ ପୁରୋହିତମାନଙ୍କର କଥାକୁ ବିନା ପ୍ରଶ୍ନରେ ଗ୍ରହଣ କରାଯାଉଥିଲା । ଅଶିକ୍ଷା, ସ୍ୱାର୍ଥପରତା, ଆତ୍ମଗର୍ବ ସହିତ ମିଶି ଯାଇଥିଲା ଅନ୍ୟକୁ ନିମ୍ନ ସ୍ତରର ବୋଲି ପ୍ରତିପାଦନ କରିବାର ମାନସିକତା । ଫକୀରମୋହନ ସ୍ତ୍ରୀଶିକ୍ଷାର ପକ୍ଷପାତୀ ଥିଲେ । କନ୍ୟା ଧନ ବିପକ୍ଷରେ ଲେଖନୀ ଚାଳନା କରିଥିଲେ । ଶିକ୍ଷା କିଭଳି ମଣିଷକୁ ଉଦାର କରିଦିଏ ତାହା ତାଙ୍କର ଅନେକ ରଚନାରେ ପ୍ରତିପାଦିତ । ତେବେ ‘ଛାମାଣ ଆଠଗୁଣ୍ଠ’ରେ ଭୂମି ଓ ଧେନୁ ସମ୍ପଦ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଛ ମାଣ ଆଠଗୁଣ୍ଠ ତାଙ୍କର ପ୍ରଥମ ଉପନ୍ୟାସ ।

    ‘ଛ ମାଣ ଆଠଗୁଣ୍ଠ’ ୧୮୯୭ରୁ ୧୮୯୯ ପର୍ଯ୍ୟନ୍ତ ଦୁଇବର୍ଷ କାଳ ଧାରାବାହିକ ଭାବରେ ଉତ୍କଳ ସାହିତ୍ୟରେ ‘ଧୂର୍ଜଟୀ’ ଛଦ୍ମ ନାମରେ ପ୍ରକାଶିତ ହେଉଥିଲା । ୧୯୦୨ରେ ଏହା ପୁସ୍ତକ ଆକାରରେ ପ୍ରକାଶିତ ହେଲା । ପୁସ୍ତକରେ ଲେଖକ ଭାବରେ ଫକୀର ମୋହନ ସେନାପତିଙ୍କ ନାମ ଉଲ୍ଲେଖ ଥିଲା । ଧାରାବାହିକ ଭାବେ ପ୍ରକାଶିତ ହେଉଥିବା ସମୟରେ ଏହା ଖୁବ୍ ଲୋକପ୍ରିୟ ହୋଇଥିଲା ।

    200.00
    Add to cart
  • Chhanda Geetamruta: Shreemad Bhagabat Geeta Padyanubada

    Chhanda Geetamruta: Shreemad Bhagabat Geeta Padyanubada

    ସାତଶହ ଶ୍ଳୋକବିଶିଷ୍ଟ ଏହି ଗ୍ରନ୍ଥ ମାନବ ସମାଜର ସାତଶହ ଜନ୍ମର କାହିଁକି ଜନ୍ମ ଜନ୍ମାନ୍ତରର ଭ୍ରମ ଦୂର କରାଇ ସତ୍ ମାଗର୍ରେ ପ୍ରେରିତ କରିବା ଦିଗେର ସେର୍ବାତ୍କୃଷ୍ଟ ସାବ୍ୟସ୍ତ ହୋଇଥିବାରୁ, ଏହି ପଦ୍ୟାନୁବାଦ ମଧ୍ୟ ପାଠକର ନିଶ୍ଚିତ ଯତ୍]କିଞ୍ଚିତ୍ ମଙ୍ଗଳ ବିଧାନ କରିବ।

    240.00
    Add to cart
  • Chhayasoudhara Abashesha

    Chhayasoudhara Abashesha

    About the book: Chhayasoudhara Abasesha (The Remnants of a Shadow house), a novel by Sahitya Akademi award winning author Gourahari Das is an excellent departure from the conventional fictions written on brothels and red-light areas. Keen and critical observation of characters, graphic portrayal of their metempsychosis and the interpretative analysis of the issues in question are some of the special features that set the novel apart from the traditional ones. For Minu, the protagonist, motherhood without shedding any blood is not possible. She who had once reared numerous colourful dreams was disgraced as a blood-thirsty witch and later a damned wretch. Still, she had the unbound zest for life which she wanted to share with all, particularly with the unfortunates. Minu, the prostitute rebelled against the flesh traders and saved the girls dragged forcefully to this heinous profession at the cost of her life. The presentation of a stirring and thought-provoking theme having immense socio-ethical relevance enriched with pathos-ridden mellifluous language and nostalgia beyond any doubt, gives the novel a unique and prestigious place among the must-read Indian novels.

    200.00
    Add to cart
  • Chhota Chhota Jibana

    Chhota Chhota Jibana

    ମୋ ପେସାରେ, ମୁଁ ଅନେକ ବଡ଼ବଡ଼ ଘଟଣା ଦେଖିଛି ଓ ସେସବୁ ଘଟଣା ସହ ଦିନଦିନ ରହିଛି । ପ୍ରଥମେ ଗପ ଲେଖିଲା ବେଳେ ବଡ଼ କାନଭାସ୍ ନେଇ କାମ କରି ସଫଳ ହୋଇଛି ସତ, ହେଲେ ପରେ ମୋର ମନେହୋଇଛି, ଅନେକ ଛୋଟ ଛୋଟ ଅନୁଭବକୁ ମୁଁ ନଜରଅନ୍ଦାଜ କରିଦେଇଛି । ଉପନ୍ୟାସ ଲେଖିଲା ବେଳେ ସେ ସବୁ ପ୍ରାୟ ଧ୍ୟାନ ଦେଇପାରୁଛି, ହେଲେ ଗପରେ ତାହା ସବୁବେଳେ ସମ୍ଭବ ହେଉନି ।ତେବେ ଖବରକାଗଜ ପାଇଁ ସୀମିତ ସ୍ଥାନରେ ଛୋଟ ଛୋଟ ଗପ ଲେଖିଲା ବେଳେ ଜୀବନର ଅନେକ ଗୁରୁତ୍ୱହୀନ ଅନୁଭବକୁ ନେଇ କାହାଣୀ ସୃଷ୍ଟି କରିଛି ଓ ସଫଳ ହୋଇଛି ।ଜୀବନରେ ଅନେକ ଛୋଟ ଘଟଣା ବହୁ ବଡ଼ବଡ଼ ଲୋକଙ୍କର ପଥ ବଦଳାଇ ଦେଇଛି । ଜଣେ ଯୁବ ମୁସଲମାନ ଶିକାରୀକୁ ନେଇ, ଦାର୍ଶନିକ ଓସୋଙ୍କର ଗୋଟିଏ ଛୋଟିଆ କାହାଣୀ ମୋର ମନେପଡୁଛି । ଲୋକଟିର ନାଁ ୱାଜିଦ୍ । ଦୈନିକ ସେ ବଣକୁ ଶିକାର କରିବାକୁ ଯାଏ । ଥରେ ଏକ ଚୁଲୁବୁଲି ହରିଣକୁ ତୀର ମାରିବାକୁ ଉଦ୍ୟମ କରୁଥିବା ବେଳେ ହିଁ ତା’ ଭିତରେ ଏକ ବିରାଟ ପରିବର୍ତ୍ତନ ହେଲା । ଜୀବନ ଯେ କେତେ ସୁନ୍ଦର ତାହା ସେ ହଠାତ୍ ଅନୁଭବ କଲା ଓ ଏଇମାତ୍ର କ୍ଷୀପ୍ର ଗତିରେ ଧାଇଁ ଯାଇ ହରିଣଟିକୁ ବିଦ୍ଧ କରିବାକୁ ଥିବା ତୀରଟିକୁ ସେ ଆଉ ଛାଡି ପାରିଲା ନାହିଁ । ତା ଅଙ୍ଗୁଳିର ଜାବ ଢିଲା ପଡ଼ିଗଲା ।ତା’ପରେ ୱାଜିଦ୍ ଜୀବନର ଗୁଢ ତତ୍ତ୍ୱ ଖୋଜିବାକୁ ଲାଗିଲା ଓ ତାହା ସେ ପାଇଲା କି ନାହିଁ ମୁଁ ଜାଣିନି । କିନ୍ତୁ ତା’ ଜୀବନରେ ଘଟିଥିବା ଏହି ଛୋଟିଆ ଘଟଣାଟି, ଆମ ପରି ମଣିଷମାନଙ୍କ ପାଇଁ ଏକ ସୁନ୍ଦର ଉଦାହରଣ ଛାଡ଼ିଗଲା ।ଏ ବହିରେ ସନ୍ନିବେଶିତ ସବୁ ଗପରେ ଅନେକ ଚଟୁଳପଣ ଓ ଜୀବନ ଦର୍ଶନ ରହିଛି । କିଛି କିଛି ଜାଗାରେ କବିତା ପରି ଆବଷ୍ଟ୍ରାକ୍ଟ ତ କିଛି ଜାଗାରେ ସାମାଜିକ ଓ ତୀକ୍ଷ୍]ଣ ରାଜନୈତିକ କଟାକ୍ଷ । ମତେ ଏ ସବୁରେ ଖେଳିବାକୁ ଭଲ ଲାଗେ । ଏ ସବୁ ଗପରେ ସଫଳ ଓ ବିଫଳ ହେବା ଏକ ପ୍ରକ୍ରିୟା ବୋଲି ମୁଁ ବିଚାର କରିଛି । ତେଣୁ ଯେତେବେଳେ ଯାହା ମନକୁ ଆସିଛି ମୋର ବିଚାରବୋଧରେ ଲେଖିଛି ।

    170.00
    Add to cart
  • Chhota Gaanra Bada Manisha

    Chhota Gaanra Bada Manisha

    “Chota Gaanra Bada Manisha” is a biography by a devoted and dedicated student for his teacher who not only influenced and inspired him but he brought change to the lives of many people of a small village by sheer dedication and devotion to his profession throughout.

     

    He proved many times why teaching is a noble profession and why Indians placed teachers next to God in their culture. A teacher makes the dream of a student come true with grace. His adroit advice and meticulous supervision makes the student reach the heights of success. The blessings and guidance gives the students a launchpad to race against time to be in the top of the world.

     

    He is the torch bearer for the citizens of any country and on the go he himself creates history for the nation and story of his own which we hear from many as legends.

     

    This biography is about a loving and revered teacher Jitendra Kumar Kar, the retired Headmaster of Madhuban High School through the eye of one of his students. It is about his struggle, his students, his school, contemporary education system in Odisha and transforming himself from a common man to a living legend.

    400.00
    Add to cart