-
Truti Keunthi
₹300.00ତାଙ୍କର ସମସ୍ତ ଲେଖା ଜୀବନାନୁଭୂତିର ଗୋଟିଏଗୋଟିଏ ଅଂଶବିଶେଷ । କାର୍ଯ୍ୟାନୁଭୂତି, ଶିକ୍ଷାନୁଭୂତିରେ ପରିବେଷ୍ଟିତ ଶବ୍ଦ ପଂକ୍ତିଗୁଡିକ ଗମ୍ଭୀରତା, ସଂକଳ୍ପ ଓ ଅଭିମର୍ଶତାରେ ଭରପୁର । ସେଥିରେ ସମାଲୋଚନା ନଥାଏ, ଅନ୍ୱେଷଣ ଥାଏ । ସିଦ୍ଧାନ୍ତର ସ୍ପଷ୍ଟ ପଥ ଦେଖାଯାଏ । ଏଇ ଯେମିତି ‘ତୃଟି କେଉଁଠି?’ ଲେଖାଟିରେ ପ୍ରଫେସର ଉନ୍ମୋଚନ କରିଛନ୍ତି, ଅଭିଜ୍ଞତାର ଏକ ଧାରା । ‘ତିନିଦିନିଆ ଶିବିର କାଳରେ ଛାତ୍ରମାନଙ୍କର କର୍ତ୍ତବ୍ୟପରାୟଣତା, ନିଷ୍ଠା ଓ ଆତ୍ମତୃପ୍ତିକୁ ପରଖିଛନ୍ତି । ବର୍ଷକୁ ଥରେ କ୍ୟାମ୍ପ ପାଇଁ ସରକାର ପଇସା ଦେଉଛି, ଆମେ କିନ୍ତୁ ନିଜେ ରୋଜଗାର କରି ଆଉ ଦୁଇତିନିଟା ଶିବିର କରିବୁ, ଟ୍ୟୁସନ୍ କରି । ପିଲାଙ୍କ ଏହି ପ୍ରସ୍ତାବ ଭିତରେ ସେ ଆତ୍ମହରା ହୋଇଯାଇଛନ୍ତି । କି ସଫଳ ପରୀକ୍ଷଣ ସତରେ! କାରଣ ଦିନେ ସେଇ ପିଲାଙ୍କର ବଦନାମ ଥିଲା ଯେ ଜାତୀୟ ସେବା ଯୋଜନାର ଖରାଦିନିଆ ଶିବିରରେ ଦୈନିକ କାହିଁକି ମାଛମାଂସ ଦିଆଗଲାନି ବୋଲି କ୍ୟାମ୍ପ ଶେଷଦିନ କୂଅରେ ଦରି, ପେଟ୍ରୋମାକ୍ସ ପକାଇଥିଲେ । ସ୍ତମ୍ଭକାର କାହାକୁ ନିନ୍ଦା କରିନାହାନ୍ତି, ସମାଲୋଚନା କରି ନାହାନ୍ତି, କେବଳ ପ୍ରଶ୍ନ ମାଧ୍ୟମରେ ସଂଗଠକଙ୍କ ଭିତରେ ଥିବା ତୃଟି ଅନ୍ୱେଷଣ କରିଛନ୍ତି ।
-
Tuli O Tulana
₹200.00ସାହିତ୍ୟ କ୍ଷୁଦ୍ର, ସଂକୁଚିତ ବା ସଂକୀର୍ଣ୍ଣ ହେଲେ ଜାତିର ପ୍ରଶ୍ନଉଠେ, ସୀମାର ପ୍ରଶ୍ନଉଠେ, ଭାଷାର ପ୍ରଶ୍ନଉଠେ- ମାତ୍ର ସାହିତ୍ୟ ବୃହତ୍ତର, ପ୍ରସାରିତ ବା ପ୍ରଶସ୍ତ ହେଲେ ସଭ୍ୟତାର ପ୍ରଶ୍ନଉଠେ (ମଣିଷ ସଭ୍ୟତାର ପ୍ରଶ୍ନ), ସୀମାହୀନତାର ପ୍ରଶ୍ନଉଠେ, ଭାଷାହୀନତାର ପ୍ରଶ୍ନଉଠେ, (ହୃଦୟର ଭାଷା ବା ମଣିଷର ଭାଷା କଥା ଉଠେ) ଓ ଆମେ ସମୀମରୁ ଅସୀମ ଆଡ଼କୁ, ସୀମାରୁ ସୀମାହୀନତା ଆଡ଼କୁ, କ୍ଷୁଦ୍ରରୁ ବୃହତ୍ତର ଆଡ଼କୁ, ଦୀପ୍ତିରୁ ଦ୍ୟୁତି ଆଡ଼କୁ, ଅନ୍ଧାରରୁ ଆଲୋକ ଆଡ଼କୁ, ସଂକୀର୍ଣ୍ଣତାରୁ ବିସ୍ତୃତି ଆଡ଼କୁ, ସର୍ବୋପରି ଅସମ୍ଭବରୁ ସମ୍ଭବ ଆଡ଼କୁ ଗତିକରୁ। ଏହା ‘ସାହିତ୍ୟ’ରୁ ‘ତୁଳନାତ୍ମକ ସାହିତ୍ୟ’ ଆଡ଼କୁ ଯିବା ଯାହା, ସେଇକଥା ମାତ୍ର।
-
Two Plays: Soul of Kansa and Kokua
₹250.00The Soul of Kansa is of two Acts. Act I highlights the Indian myth, as prescribed in the Mahabharat, of the conflict of vice and virtue. The protagonist, Kansa, stands for evil. This protagonist was of the Dwapar Yuga (Three thousand years earlier was in this Indian peninsula). A tyrannical ruler Kansa oppressed the ordinary people greatly. Kansa is not with us physically; his soul is very much alive in the society. The character Andhak represents the soul of Kansa.
The second play, Kokua, revolves around Dhamaguda, a tribal village. Kokua is an imaginary, frightful, and mysterious character of the Mahabharata, one of the great epics of India. The Mahabharata of India has many regional versions in different languages. The Kokua anecdote is well described in Sarala Das’s Odia Mahabharata. Kokua comes down, when the degree of doubt, disbelief, terror, murder, and anarchy overpowers the world. Because of the industrial growth and development, the tribes lose their land, rivers, brooks, forests, and simple lifestyles. Their mind gets polluted. The tribes are deprived of their natural rights. The issues of these locals are very beautifully reproduced. Shyamananda is the owner of the Ashram wherein Atanu was a disciple and later becomes the Police Inspector. At the same time, Ajay Marandi was also a disciple and later becomes a Naxal leader or Area Commander. Shyamananda’s erstwhile belief was that he would guide rightly the students of this village to follow the path of non-violence. His dream is shattered in due course of time. Shibu (Also known as Sadashiba Rao) is a character supporting the Maoist movement. -
Two Plyas: Salabega and Columbus
₹250.00Columbus’s adventurous and romantic sea voyage and indomitable zeal to explore the ‘New Land’ or country is concatenated as a fresh chapter to the geographical history of the world. Though Columbus discovered America, it was named after the deceitful tartuffe Amerigo Vespucci. Along with the sufferings of the sea expedition and the apprehensions of life, he has subsequently experienced and overcome the frequent conspiracies plotted against him by his crew members on the ship and the royal court. Columbus marches ahead steadily with his strong mental prowess. He comes across failures time and again. But he has yet to deviate from his path to reach the goal. His only ambition is to discover the ‘New Land’. Struggling for a long time in the Atlantic Ocean, he continues his expedition despite the hiccoughs and huddles on his way. To him, life aims to carry on adventurous journeys on sea irresistibly and uncontrollably. The life of Columbus is flamboyant. More dramatic is his struggling life and exhilarative journey on the sea. The combating spirit, intense desire and apprehensions he encountered help him live life with unbeatable strength and are a humble endeavour made through this play Columbus.
In Odisha’s religious world, the non-Hindu poet Salabega has a strange personality. By birth, Salabega is a Muslim, but he is one of the supreme devotees of Lord Jagannath. All his hymns or devotional songs are dedicated to Lord Jagannath. He has not been confined to Islam religion. Though he was a devotee of Jagannath, he couldn’t be a Hindu throughout his life. He is prohibited from entering Jagannath Temple, Puri. Being trapped on the horns of the dilemma, he suffers a lot and plans for a new religion. Later, he named it the ‘Religion of Humanity’ and the natural outcome of that time. The play declares that, having been released from narrow parochialism and blind beliefs of caste and religion, Salabega has come forward irresistibly to propagate and establish his religion worldwide. To him, this ‘Religion of Humanity’ is true and eternal. He has consistently followed the path of righteousness. Wandering between two main religions, the mental strife or agonies he has undergone are the stuff for me in creating characters like Salabega. With a poetic sensibility and soul, this play has been scripted and published for the larger audience of the world.
-
Ujuda Aadhara
₹275.00Things Fall Apart ସବୁଠୁ ଲୋକପ୍ରିୟ ହେବା ସହ ଆର୍ନ୍ତଜାତିକ ପାଠକୀୟ ସ୍ୱୀକୃତି ଲାଭ କରିଛି । ଏହି ପୁସ୍ତକଟି ଷାଠିଏରୁ ଊର୍ଦ୍ଧ୍ୱ ଭାଷାରେ ଅନୂଦିତ ହୋଇସାରିଛି । ଏଥିରେ ଏକ ଅନନ୍ୟ କାହାଣୀ ଓ ବର୍ଣ୍ଣନା ଶୈଳୀ ମାଧ୍ୟମରେ ସେ ୟୁରୋପୀୟ ଉପନିବେଶବାଦକୁ ଆଫ୍ରିକୀୟ ଦୃଷ୍ଟିଭଙ୍ଗୀରେ ଉପସ୍ଥାପନା କରିଛନ୍ତି । ଆଫ୍ରିକାର ନାଇଜେରିଆରେ ଇଂରେଜ ଉପନିବେଶବାଦର ସ୍ଥାପନ ହେଲା ପରେ ଇଂରାଜୀ ଶିକ୍ଷା, ସଭ୍ୟତା ଏବଂ ଖ୍ରାଷ୍ଟଧର୍ମର ପ୍ରଚାର ଓ ପ୍ରସାର ହେଲା । ଏଇ ଧକ୍]କାରେ ନାଇଜେରିଆର ପାରମ୍ପରିକ ସମାଜ ଓ ସଂସ୍କୃତି ଭୁଷୁଡି ପଡ଼ିଲା । ଫଳରେ ନାଇଜେରିଆରେ ଏଯାବତ୍ ଚଳି ଆସୁଥିବା ପୁରୁଣା ଭାବଧାରା ଓ ମୂଲ୍ୟବୋଧର କ୍ରମଶଃ ବିଘଟନ ହେବାକୁ ଲାଗିଲା । ସାଂସ୍କୃତିକ ଆଧାର ଉଜୁଡ଼ି ଗଲା । ଇଂରେଜ ଶାସନ ଓ ଖ୍ରାଷ୍ଟ ଧର୍ମର ଚାପରେ ସାଧାରଣ ଦେଶୀୟ ଜନଜୀବନ ନିଜସ୍ୱ ସଂଗଠନ ହରାଇଲା । ଏମିତି ଏକ ବିକଳ ଓ ବିକଟ ପରିସ୍ଥିତିର ସାମ୍ନା କରୁକରୁ ଉପନ୍ୟାସର ନାୟକ ଓକୋଙ୍କୋ ଶେଷରେ ଆତ୍ମହତ୍ୟା କଲା । କାରଣ ତା ପାଇଁ ସାମାଜିକ ଓ ସାଂସ୍କୃତିକ ରହିତ ଜୀବନ – ଆଉ ଜୀବନ ହେଇ ରହିଲା ନାହିଁ । ଏପରି ଏକ ମର୍ମସ୍ପର୍ଶୀ ସଂଘର୍ଷକୁ ନେଇ Things Fall Apart ର କାହାଣୀ ଉପଜିବ୍ୟ ।
‘ଉଜୁଡ଼ା ଆଧାର’ ଏଇ ସମ୍ବେଦନଶୀଳ ଉପନ୍ୟାସର ଓଡ଼ିଆ ରୂପାନ୍ତର । ଭାରତୀୟ / ଓଡ଼ିଆ ଭାବେ ଆମେ ମଧ୍ୟ ଉପରୋକ୍ତ ପରିସ୍ଥିତିର ସାମ୍ନା କରିଆସୁଛୁ । ଏଇ ପରିପ୍ରେକ୍ଷୀରେ ଏଇ ଅନୁବାଦଟି ଓଡ଼ିଆ ପାଠକଙ୍କୁ ଆମର ଭାଙ୍ଗି ଯାଉଥିବା ଆଧାର ସମ୍ପର୍କରେ ସଚେତନ କରିବ ବୋଲି ବିଶ୍ୱାସ ।
-
Unabinsha Shatabdi O Fakir Mohan
₹200.00ଗଦ୍ୟ ସାହିତ୍ୟ-ସମ୍ରାଟ ଫକୀରମୋହନ ସେନାପତି (୧୮୪୩-୧୯୧୮)। ତାଙ୍କ ବାଲ୍ୟଜୀବନ ସଂଘର୍ଷପୂର୍ଣ୍ଣ। କେବେ ଅଝାଲ ସିଲେଇ, ଜାହାଜାତି କାରବାର ତ ଗୁମାସ୍ତାଙ୍କର ମେଟ୍]। ପରେ ସ୍କୁଲ ମାଷ୍ଟ୍ରେ। ଶେଷରେ ଦେବାନ, ଆଡ଼ମିନିଷ୍ଟ୍ରେଟ୍]ର। ଓଡ଼ିଆ ଜନଜୀବନ ସହ ସେ ଓତପ୍ରୋତ ଭାବେ ସଂଶ୍ଳିଷ୍ଟ। ଜୀବନକୁ ଦେଖିଲେ ଖୁବ୍ ନିକଟରୁ। ଜନତାର ହା-ହୁତାଶା, ବ୍ୟଥା-ବେଦନା, ସାମାଜିକ ଦୁଃସ୍ଥିତି ଆଦି ନାନା ଘଟଣା; ମ୍ରିୟମାଣ ଫକୀରମୋହନ। ଦ୍ରଷ୍ଟା ଫକୀରମୋହନ ହେଲେ ସ୍ରଷ୍ଟା ଫକୀର ମୋହନ। ତଟସ୍ଥ ଭାବେ ଆଙ୍କି ଚାଲିଲେ ଜନତାଙ୍କ ସୁଖ, ଦୁଃଖ, ହାନି, ଲାଭ, ସଂଗ୍ରାମ ସଂଘାତ କଥା। ସାହିତ୍ୟର ବିଭିନ୍ନ ବିଭାରେ ଲେଖନୀ ଚାଳନା କଲେ। କାବ୍ୟ, କବିତା, ସ୍କୁଲ ପାଠପଢ଼ା ବହି ଲେଖିଲେ। ମନ ମାନିଲାନି। ଗଦ୍ୟକୁ ଆପଣେଇ ନେଲେ। ଲେଖିଲେ ଚାରୋଟି ଉପନ୍ୟାସ – (୧) ଛ’ମାଣ ଆଠଗୁଣ୍ଠ, (୨) ମାମୁ, (୩) ଲଛମା, (୪) ପ୍ରାୟଶ୍ଚିତ। ତାଙ୍କ ଲେଖନୀରୁ ଜନ୍ମନେଲା କୋଡ଼ିଏଟି କ୍ଷୁଦ୍ରଗଳ୍ପ। କେହି କେହି ସମାଲୋଚକ ଭିନ୍ନ ମତ ପୋଷଣ କରନ୍ତି। ‘ଲଛମନିଆ’ ତାଙ୍କର ପ୍ରଥମ କ୍ଷୁଦ୍ର ଗଳ୍ପ ବୋଲି କହନ୍ତି; ମାତ୍ର ଏହା ପଛରେ କୌଣସି ବଳିଷ୍ଠ ଯୁକ୍ତି ନ ଥିଲା ପରି ମନେହୁଏ।
କଥାସମ୍ରାଟ ଫକୀରମୋହନଙ୍କ ଗଳ୍ପ ସମଗ୍ର ଉପରେ ଆଧାରିତ ତାଙ୍କ ପ୍ରବନ୍ଧ ସଂକଳନ ‘ଊନବିଂଶ ଶତାବ୍ଦୀ ଓ ଫକୀରମୋହନ’ ଏକ ସ୍ୱତନ୍ତ୍ର ସ୍ୱାଦର ଶିଳ୍ପଚାତୁର୍ଯ୍ୟ। ପୁସ୍ତକଟି ସମାଲୋଚନା ସାହିତ୍ୟର ଏକ ଭିନ୍ନ ଦିଗନ୍ତକୁ ଉନ୍ମୋଚନ କରିବ – ଏହା ନିଃସନ୍ଦେହ।
‘ଊନବିଂଶ ଶତାବ୍ଦୀ ଓ ଫକୀରମୋହନ’ ଏକ ସ୍ୱତନ୍ତ୍ର ସ୍ୱାଦର ସମାଲୋଚନା ପୁସ୍ତକ; ଗୁଣଗ୍ରାହୀ ପାଠକଙ୍କୁ ଆକର୍ଷଣ କରିବ ନିଶ୍ଚୟ।
-
Understanding Happiness: A Self-motivational approach to Self-management
₹250.00“Each chapter of this book explores a vital aspect of personal growth. From the profound power of a positive mindset that unlocks hidden possibilities, to the quiet strength of optimism that reorients our gaze toward hope, the insights within these pages are both timely and timeless…As you turn these pages, prepare to be inspired, challenged, and ultimately transformed.”
Prof (Dr). Sangeeta Rath
Eminent Psychologist
“Dr. Debilal Mishra’s ‘Understanding Happiness’ is a beacon of hope in today’s fast-paced world, illuminating the path to a fulfilling life. By delving into the psychological underpinnings of happiness, this book empowers readers with a profound understanding of what truly matters. As emotional turmoil and professional pressures mount, ‘Understanding Happiness’ offers a timely intervention, inspiring readers to pause, reflect, and rediscover their purpose.”
Dr Chittaranjan Nayak
Professor of Economics
“Since happiness is a much sought-after phenomenon in recent times, Dr. Debilal Mishra’s ‘Understanding Happiness’ appears to be rewarding as well as worthwhile. With an empirically emphatic undertone the book occasions a quintessence of positive motivation towards life. In a perennial world of emotional complexities leading to professional challenges, the work assures some hope to reflect, restart and move forward.”
Nilambar Rath
Founder Editor & CEO, OdishaLIVE Media Network; Formerly, Editor, ETV &
News18 (Odia), Network 18 Group; Communication expert, trainer & educator.
-
Unfolded
₹225.00I chose the title of this book as, “Unfolded,” because from a reader’s point of view it’s a series of events from life that are slowly unfolding over a period of time. I went through a temporary depressive arc early into entering university and therefore lacked the motivation to write, eventually falling into a rut. This feeling changed this year, as I encountered new people in my life where we shared new experiences. Because of this, I was able to come out of my shell once again and really begin to live life the way it was meant to be lived, as opposed to constantly living in a bubble of worry. But nevertheless, once I re-entered the proper headspace to write, I was unable to stop myself. I came to the conclusion that I would be reflecting back on several different eras and circumstances in my life, from the perspective of someone who has grown up in the past couple of years. In this book I write about experiences filled with love, hatred, revenge, peace, fear, and hope, so I can look back at them from a place of serenity and appreciate how far I have come from them. –Sumedha Jena
The crux of her writings has been to explore varied phases of experiences she comes across ‘within’ and ‘even without’ herself on shifting from a confined family life to the ethos of a friendly yet meaningful social scenario wherein she achieves an identity of her own. There is a happy acceptance of reality as she sums up:
“carrying a part of every soul who has touched my life woven into the fabric of my being” (poem 40). I congratulate her for such an endeavor and wish her a prosperous career as a poet. — Dr Satya Shankar Mishra, Former Professor of English and Former Director, I.A.S. Coaching Centre, Govt.of Odisha, India
-
United Kingdom ra kabimanankara kabita
₹325.00ଇଂରେଜୀ ଭାଷାର ଇତିହାସରେ, ପୁରୁଣା ଇଂରେଜୀ ସାହିତ୍ୟ (ପ୍ରାୟ ୪୫୦-୧୦୬୬), ମଧ୍ୟ ଇଂରେଜୀ ସାହିତ୍ୟ (୧୦୬୬-୧୫୦୦) ଏବଂ ଇଂରେଜୀ ପୁନର୍ଜାଗରଣ (୧୫୦୦-୧୬୬୦) ତାପରେ ରହିଛି ପୁନର୍ସ୍ଥାପନା ଯୁଗ (୧୬୬୦-୧୭୦୦), ଅଷ୍ଟାଦଶ ଶତାବ୍ଦୀ, ସ୍ୱଚ୍ଛଳତାବାଦ (୧୭୯୮-୧୮୩୭), ଭିକ୍ଟୋରିୟାନ ସାହିତ୍ୟ (୧୮୩୭-୧୯୦୧), ବିଂଶ ଶତାବ୍ଦୀ ଏବଂ ଏକବିଂଶ ଶତାବ୍ଦୀ।
ଏଥିରେ ୬୧ଜଣ କବିଙ୍କର ୧୪୬ଟି ଅନୂଦିତ କବିତା ସନ୍ନିବିଷ୍ଟ ହୋଇଛି। ପ୍ରତ୍ୟେକ କବିଙ୍କର ପରିଚିତ କବିତା ସନ୍ନିବିଷ୍ଟ ହୋଇଛି। ପ୍ରତ୍ୟେକ କବିଙ୍କର ପରିଚିତି ମଧ୍ୟ ଦିଆଯାଇଛି।
-
Urbashira Chithi
₹140.00Urbashira Chithi is Bibhudutta Mishra’s first poetry collection which was published in 1961. Written in a lyrical style and full of emotions, each poem in this collection touches reader’s heart. This is one of the few highly romantic poetry collections of Odia poetry.
-
Ushara Bhumi Ebam Anyanya Kabita (TS Eliot)
₹300.00ଓଡ଼ିଆ ହେଉଛି ପ୍ରଥମ ଭାରତୀୟ ଭାଷା ଯେଉଁଥିରେ ପ୍ରଥମେ ଏହା ଅନୁବାଦ କରାଯାଇଥିଲା। ଇଣ୍ଟରନେଟ୍]ରୁ ଦେଖିକରି ଏହା ସ୍ପଷ୍ଟ ହୁଏ ଯେ ୧୯୫୬ ମସିହାରେ, ପ୍ରଶଂସିତ କବି ଓ ଔପନ୍ୟାସିକ ଜ୍ଞାନୀନ୍ଦ୍ର ବର୍ମା ଟି.ଏସ୍].ଏଲିୟଟଙ୍କର ମହାନ ରଚନା ‘ଦି ୱେଷ୍ଟ ଲ୍ୟାଣ୍ଡ’ ସହିତ ଅନ୍ୟ କିଛି କବିତାର ଅନୁବାଦ ସଂଲଗ୍ନ କରି ‘ପୋଡ଼ା ଭୂଇଁ ଓ ଅନ୍ୟାନ୍ୟ କବିତା’ ଶୀର୍ଷକରେ ଅନୁବାଦ କରିଥିଲେ, ଯାହା ପ୍ରଫୁଲ୍ଲଚନ୍ଦ୍ର ଦାସଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା। ଦାସ ଅନୁବାଦ ସମ୍ପର୍କରେ ଏଲିୟଟଙ୍କ ସହିତ ପତ୍ରାଳାପ କରିଥିଲେ ଏବଂ ତାଙ୍କ ସମ୍ମତିରେ ସିଏ ଜ୍ଞାନୀନ୍ଦ୍ର ବର୍ମାଙ୍କୁ ଏଲିୟଟଙ୍କର ପ୍ରମୁଖ କବିତାଗୁଡ଼ିକୁ ଅନୁବାଦ କରିବାକୁ ପ୍ରେରଣା ଦେଇଥିଲେ। ସମସ୍ତ ସମ୍ଭାବନାରେ, ସିଏ ଅନ୍ୟ ଭାରତୀୟ ଭାଷାରେ ଏହାର ଅନୁବାଦ ପାଇଁ କପିରାଇଟ୍ ଅନୁମତି ମଧ୍ୟ ପାଇଥିଲେ। କିନ୍ତୁ ଏହି ପୁସ୍ତକଟି ଏବେ ଉପଲବ୍ଧ ନ ଥିବାରୁ କେତୋଟି କବିତା ଆଉ କେଉଁ କେଉଁ କବିତା ଜ୍ଞାନୀନ୍ଦ୍ର ବର୍ମାଙ୍କ ଦ୍ୱାରା ଅନୂଦିତ ହୋଇ ପ୍ରକାଶ ପାଇଥିଲା, ତାହା ଜଣା ପଡ଼େନି।
୧୯୫୬ ମସିହାରେ ଏହା ଜ୍ଞାନୀନ୍ଦ୍ର ବର୍ମାଙ୍କ ଦ୍ୱାରା ଓଡ଼ିଆରେ ଅନୂଦିତ ହୋଇଥିଲା, ତେବେ ଏହା ପ୍ରକାଶ ପାଇଥିଲା ୧୯୫୭ ମସିହାରେ, ଅର୍ଥାତ୍ ଏହାକୁ ନୋବେଲ୍ ପୁରସ୍କାର ପ୍ରାପ୍ତ ହେବାର ୯ବର୍ଷ ପରେ। ପୁଣି ୨୦୧୯ ମସିହାରେ ଓଡ଼ିଆରେ ଦ୍ୱିତୀୟ ଅନୁବାଦ ପ୍ରକାଶ ପାଇଲା ‘ତ୍ୟକ୍ତ ଉପତ୍ୟକା ଏବଂ ଅନ୍ୟାନ୍ୟ କବିତା’ ନାମରେ ଦତ୍ତାତ୍ରୟ ଦାଶଙ୍କ ଦ୍ୱାରା ଅନୂଦିତ ହୋଇ। ଏଥିରେ ଅନ୍ୟାନ୍ୟ କବିତା ବିଭାଗରେ ମାତ୍ର ୨ଟି କବିତା ରହିଛି।
ମୋ ଦ୍ୱାରା ଓଡ଼ିଆରେ ଅନୁବାଦ କରାଯାଇଥିବା ଏହି ବହିଟିର ନାମ ‘ଦି ୱେଷ୍ଟ ଲ୍ୟାଣ୍ଡ’ର ୫ଟି କବିତାର ଅନୁବାଦ ସହିତ ଅନ୍ୟାନ୍ୟ କବିତା ବିଭାଗରେ ୩୨ଟି ଅନୂଦିତ କବିତା ସ୍ଥାନ ପାଇଛି।
ମୋର ଏହି ଅନୁବାଦଟି ଯଦି ଓଡ଼ିଶାର ସୁଧୀ ପାଠକପାଠିକାମାନଙ୍କର ପସନ୍ଦ ହେବ, ତେବେ ମୋର ଶ୍ରମ ସାର୍ଥକ ହୋଇଛି ବୋଲି ମନେ କରିବି। –ଅନୁବାଦ
-
Utkal Kahani
₹195.00‘ଉତ୍କଳ କାହାଣୀ’ରେ ଓଡ଼ିଶାର ପ୍ରାଚୀନ ଇତିହାସ, କିମ୍ବଦନ୍ତୀ, ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକମୁଖରେ ପ୍ରଚଳିତ ଢଗ, ଢମାଳି, ପ୍ରବଚନ, ଆପ୍ତବଚନ, ପ୍ରବାଦ, ଉପଦେଶ, ଡାକବଚନ, ପହଳି ଆଦିର ସୁସମନ୍ୱୟ ହୋଇଛି । ଲୋକସାହିତ୍ୟର ସଂରକ୍ଷଣକୁ ଗୁରୁତ୍ୱ ଦେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସଂଗୃହୀତ ଲୋକକାହାଣୀ ପୁସ୍ତକ ‘ଉତ୍କଳ କାହାଣୀ’ (୧ମ /୨ୟ) ଓଡ଼ିଆ ଜାତି ପାଇଁ ମହାନ୍ ସାଧକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଏକ ଅନବଦ୍ୟ କୃତି ।