-
Bhashija Mora Kagaja Danga
₹300.00Bhasi Ja Mora Kagaj Danga depicts stories of childhood. The stories are memoirs of dreams and beliefs of young minds with simplicity and innocence, while growing up in rural Odisha in the seventies. Life of adolescents in a rural village of Odisha with their joy and sorrows, adventures and aspirations, beliefs and disbeliefs are explored in these stories. When there was no electricity, no communication facilities, no modern equipment in the village, life was beautiful in its own way. Author’s marvellous storytelling style made these stories more enchanting and engrossing, thrilling and captivating.
-
Bhata Khoju Khoju
₹200.00କବି ବାସୁଦେବ ସୁନାନୀଂକ ନବମ କବିତା ପୁସ୍ତକ ହେଉଛି “ଭାତ ଖୋଜୁଖୋଜୁ” । ବାସୁଦେବ କଳ୍ପନାରେ ବିଶ୍ବାସ ନ କରି ବାସ୍ତବତା ଉପରେ ନିଜର ବିଚାର ଓ ଚିନ୍ତନକୁ କେନ୍ଦ୍ରୀଭୁତ କରି ଥା’ନ୍ତି । ତାଂକ କବିତା ସବୁବେଳେ ସୂକ୍ଷ୍ମ ଜବକାଚ ଭଳି, ଯେଉଁ ଜବକାଚ ମାଧ୍ଯମରେ ଜଣେ ପାଠକ, ସ୍ପଷ୍ଟ ଭାବରେ ଦେଖି ପାରିଥାଏ ସାଂପ୍ରତିକ ସମାଜର ଅସଂଗତି ଓ ଅବ୍ଯବସ୍ଥା । କବିତା ସବୁକୁ ପଢିଲେ ପାଠକ ଅନେକ କଥା, ଘଟଣା, ସ୍ଥିତି ସହ ଭେଟହେବ ଯେମିତି ଚାଷୀର ସମସ୍ଯା ଓ ତତ୍ ଜନିତ ପ୍ରତିବାଦ, ନାରୀ ନିର୍ଯ୍ଯାତନା, ଧର୍ଷଣ, ଜାତିବାଦ, ବ୍ରାହ୍ମଣବାଦ, ବର୍ତମାନର ରାଜନୀତି ଓ ଗଣତନ୍ତ୍ରର ଅବସ୍ଥା, କରୋନା କାଳର ହା…ହା…କାର, ବିକାଶର ପରିଭାଷା,ସାମ୍ରାଜ୍ଯବାଦ ବିପକ୍ଷରେ ସ୍ବର ସହ ଭୋକର କଲବଲ, ଏମିତି ଅନେକ ଛବିକୁ କବିତାରେ ତିତ୍ରାୟିତ କରିଛନ୍ତି । ଏ କବିତାମାନ ସୁଖପାଠ୍ଯ କେବଳ ନୁହେଁ ବରଂ ଇତିହାସ, ସାଂପ୍ରତିକ ସାମାଜିକ ଅବସ୍ଥା, ଅର୍ଥନୀତି ତଥା ଧାର୍ମିକ ସ୍ଥିତି, ଇତ୍ଯାଦିକୁ ବୁଝିବା ପାଇଁ ବୌଦ୍ଧିକ ଇଂଦନ ଯୋଗାଉ ଥିବା ଏକ ନିଆରା ଦସ୍ତାବିଜ।
“ଭାତ ଖୋଜୁଖୋଜୁ”ର କବିତା ସବୁ ପଢିଲେ ଏକ ନିଶ୍ଚିତ ଧାରଣା ସୃଷ୍ଟି ହୁଏଯେ କବି ଜଣେ ସମାଜର ବୌଦ୍ଧିକ ପ୍ରତିନିଧି ଅଟେ । ଆଶା, ଏ କବିତା ବହି ପାଠକୀୟ ପ୍ରେମଲାଭ କରିବ ।
-
Bhima Bhuyan
₹180.00ଭୀମା ଭୂୟାଁ ଉପନ୍ୟାସ ଓଡ଼ିଆ ଉପନ୍ୟାସ ସାହିତ୍ୟର ଏକ କ୍ରାନ୍ତିକାରୀ ସୃଷ୍ଟି । ଭୂୟାଁ ସର୍ଦ୍ଦାରର ପୁଅ ଭୀମା ଓ ରାଜା ହରିଚନ୍ଦନଙ୍କ କନ୍ୟା ଜେମାର ପ୍ରଣୟ ଆକର୍ଷଣର ଚିତ୍ରକୁ ସଫଳତାର ସହ ଉପସ୍ଥାପିତ କରିଛନ୍ତି ଔପନ୍ୟାସିକ । ଏହାବ୍ୟତୀତ ଭୂୟାଁ ଜାତିର ଜୀବନଯାତ୍ରା, ବିବାହ ବିଧି, ପର୍ବପର୍ବାଣି, ଆତିଥେୟତା ଏବଂ ଦେବବିଶ୍ୱାସ ଚିତ୍ରରେ ଗତିମୁଖର ଏହି ଉପନ୍ୟାସ ।
-
Bhinna Srota
₹150.00ଏଇ ଗଳ୍ପ ସଂକଳନ – ଭିନ୍ନ ସ୍ରୋତ ରେ ସେ ଏକ ଭିନ୍ନ ଦୃଷ୍ଟିଭଙ୍ଗୀର ଅବତାରଣା କରିଛନ୍ତି। ସବୁ ଗଳ୍ପ ସାମାଜିକ କଥାବସ୍ତୁ ଉପରେ ଆଧାରିତ। ଅଧିକାଂଶ ଚରିତ୍ର ସାମାଜିକ ପୃଷ୍ଠଭୂମିରୁ ଆନୀତ। ଏକ ସାଧାରଣ/ସ୍ଵାଭାବିକ/ଚିରାଚରିତ ଜୀବନଶୈଳୀ ଭିତରେ ସେମାନଙ୍କ ଅସାଧାରଣ ବ୍ୟକ୍ତିଚରିତ୍ର ହିଁ ତାଙ୍କ ଗଳ୍ପର ଅନ୍ୟତମ ଦିଗ। ବିଭିନ୍ନ ସଂଘର୍ଷମୟ ପରିସ୍ଥିତିରେ ଥିବା ଏଇ ଚରିତ୍ର ମାନଙ୍କ ଭିତରେ ପ୍ରତିଫଳିତ ଏକ ଗଭୀର ମାନବିକ ଆବେଦନ ହିଁ ତାଙ୍କ ରଚନାର ସ୍ଵାତନ୍ତ୍ର୍ୟ।
-
Bhinna Swara: Samakala Odia Kabita
₹330.00ଏ ପର୍ଯ୍ୟାୟର ନାରୀ ବିମର୍ଶନବାଦ ପ୍ରତି ବିଶ୍ୱସ୍ତ କବୀମାନଙ୍କ ଭିତରେ ପାଠକର ପ୍ରତ୍ୟୟ ଓ ପ୍ରତୀତିକୁ ମୁକ୍ତସମ୍ବେଗର କବିଦେବାକୁ ବାଧ୍ୟ ଓ ଆଗ୍ରହାନ୍ୱିତ କରିପାରିଥିବା କବୀ ଗାୟତ୍ରୀବାଳା ପଣ୍ଡା, ଚିରଶ୍ରୀ ଇନ୍ଦ୍ରସିଂହ, ପ୍ରଜ୍ଞାଶ୍ରୀ ରଥ, ପ୍ରତୀକ୍ଷା ଜେନା, ଶର୍ମିଷ୍ଠା ସାହୁ ଓ ସୁଜାତା ସାହାଣୀଙ୍କ କବିତାମାନେ ସୂଚେଇ ଦିଅନ୍ତି ଜୀବନଯାପନର ବିଧିପ୍ରବିଧି ଅନୁବିଧି ଓ ପାରିପାଶ୍ୱର୍ିକ ବାଧ୍ୟବାଧକତା ଓ ଉପଲବ୍ଧିର ଚତୁପାଶ୍ୱର୍ କେବଳ ଆଦର୍ଶାୟିତ ସମାଜକଳ୍ପା ଗଠନବ୍ୟବସ୍ଥାର ମାନାଦର୍ଶରେ ବନ୍ଧା ନୁହେଁ; ପୁରୁଷାଂଶୀ ଅନୁରୂପତା ସହିତ ମୁକ୍ତ -ଇନ୍ଦ୍ରିୟ- ସଂଚାଳନବିଧିକ ଓ ଈପ୍ସିତ ମର୍ଯ୍ୟାଦାର ହେବା ସଂଗତିସମ୍ପନ୍ନ-ଏପରି ଏକ ଅନ୍ତର୍ଶକ୍ତିସମ୍ପନ୍ନ ବିନିର୍ମାଣୀଚିନ୍ତନର ଅସୀମ ସୌକର୍ଯ୍ୟଭରା ନାରୀତ୍ୱକୁ ଆଧାର କରିଛି । ରାମକୃଷ୍ଣ, ଅଜୟ, କେ. ଶ୍ୟାମବାବୁ ଦୋରା, କେଦାର, ନବୀନ ବିଶ୍ୱବନ୍ଧୁ, ହେମନ୍ତ ଦଳପତି, ନିଖିଳେଶ, ପବିତ୍ରମୋହନ, ଅଖିଳ ପ୍ରମୁଖଙ୍କ କବିତା ସକଳପ୍ରକାର ମଣିଷଗଢ଼ା, ମଣିଷକରା ଅପାର୍ଥକ ଧାରଣା, ପ୍ରତ୍ୟୟ, ଆଚାର, ଭେଦଗୁଡ଼ିକ ସତ୍ତ୍ୱେ ମଣିଷର ସଚଳ ଜୀବନବଂଚିବାର ଅଧିକାରକୁ ସର୍ବୋତ୍ତମ ସୌନ୍ଦର୍ଯ୍ୟ ଭାବରେ କଳାତ୍ମକ ଦୃଷ୍ଟାନ୍ତୀକରଣ କରିଦେଇପାରିଛି । ନୃସିଂହ ତ୍ରିପାଠୀ, ରୋହିଣୀକାନ୍ତ, ପ୍ରଦୀପ କୁମାର ପଣ୍ଡା, ସୂର୍ଯ୍ୟ ମିଶ୍ର ଓ ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ କବିତାଗୁଡ଼ିକ ସହିତ ପାଠକ ଭାବାନୁକୂଳ ଓ ଅନ୍ୱେଷାପ୍ରବଣ ପଠନେତ୍ସାକୁ ଯୋଡ଼ିଦେବା ମାତ୍ରେ ଅନୁଭବ କରିବେ- ଏକ ଅଣପାରମ୍ପରିକ ଭଙ୍ଗୀରେ କବିତା ଜୀବନକୁ ଚିହ୍ନିବା ଓ ବିତେଇବାର ମଧୁରତାକୁ ପରିବେଷଣ କରିଦେଉଛି । ସବୁଠୁ ବିଚିତ୍ର- ଏ ସଂକଳନର ଅଧିକାଂଶ ସିଂହଭାଗୀ କବିତାର ଆରମ୍ଭ ନାଟକୀୟ ସଂଘଟନାରୁ ଏବଂ ପରିସମାପ୍ତି ସକାରାତ୍ମକ ଆବେଦନରେ ହୋଇପାରିଛି; ଯାହାଭିତରେ ଭାରତୀୟ ଭାବବାଦୀ ମାନସିକତାର ଅସ୍ମିତାକୁ ଚିହ୍ନି ବୁଝି ଘେନି ହୁଏ । ସଂକ୍ଷେପରେ କବିତାଗୁଡ଼ିକ ଭିନ୍ନରୁଚିର ଓ ପାଠକର ପଠନୋତ୍ତର ଅବସ୍ଥାକୁ ଅନୁକଳ୍ପନୀୟ କରିଦେବାରେ ଅବିଫଳ ନୁହଁନ୍ତି ।
-
Bhitaraku Rasta
₹160.00This book is a collection of Odia short stories, the saga of tales spun around our life and times. The stories explore the possibilities of varied themes ranging from tender narrations to sorrow, the vagaries of nature to love and loss. They create a distinct mood and are successful in portraying a way of life that is distinctly Odia though having universal appeal. All stories of this collection have previously been published in reputed Odia magazines and appreciated by the readers.
-
Bhoka
₹250.00କବିତ୍ୱ ଏକ ଦୁର୍ଲଭ ଶକ୍ତି । ଏହା ଯେତେବେଳେ ଅବତରଣ କରେ ସାଧାରଣ ମଣିଷ ଅସାଧାରଣ ପାଲଟିଯାଏ । ଏହି ଶକ୍ତି ବଳରେ ସମଗ୍ର ଜୀବଜଗତରେ କଳାପ୍ରାଣତା, କଳ୍ପନା ପ୍ରବଣତା ଚିରଜାଗ୍ରତ ରହିଛି । ସଂସ୍କୃତି ତଥା ସଭ୍ୟତାର କ୍ରମ ଉତ୍ତରିତ ପଥ ଆହୁରି ଉଜ୍ୱଳ ଦିଶୁଛି ।
ବ୍ୟାସ, ବାଲ୍ମିକୀ, ହୋମର, ଚସରଙ୍କଠାରୁ ଆଜିଯାଏ ଅସଂଖ୍ୟ କବି ଜନ୍ମ ନେଇଛନ୍ତି । ସେହି ଅକ୍ଷର ବ୍ରହ୍ମଙ୍କ ଆଶୀର୍ବାଦରୁ ମହାକାଳ ବକ୍ଷରେ ସେମାନଙ୍କ କୃତିତ୍ୱ ଭାସ୍ୱର ରହିଛି । ଦିନେ ବେଦକୁ ଶୁଣି ଶୁଣି ମନେ ରଖିବାକୁ ହେଉଥିଲା ବୋଲି ବେଦର ଅନ୍ୟନାମ ‘ଶ୍ରୁତି’ । ପୁଣି ଲିପି ଆବିଷ୍କାର ହେଲା । ମୁଦ୍ରାଯନ୍ତ୍ର ଆସିଲା । ସାହିତ୍ୟ ସୃଷ୍ଟିକୁ ଦୀର୍ଘସ୍ଥାୟୀ କରିବା ଓ ଅତୀତକୁ ବର୍ତ୍ତମାନ ସହିତ ଯୋଡିବାର ପ୍ରକ୍ରିୟା ଆରମ୍ଭ ହେଲା । ପୁଣି ଆସିଲାଣି ଡିଜିଟାଲ ଯୁଗ । ଆଉ କାଗଜ କଲମ ଲୋଡା ପଡିବନି । ଏଭଳି ଦୃତ ପରିବର୍ତ୍ତିତ ସମୟରେ ବିଶିଷ୍ଟ ନୃତତ୍ତ୍ୱବିତ୍ ଗବେଷକ ଡକ୍ଟର ରମେଶ ପ୍ରସାଦ ମହାନ୍ତିଙ୍କର ପ୍ରଥମ କବିତା ସଂକଳନ ପ୍ରକାଶିତ ହେଉଛି । ଏହା ଓଡିଆ କାବ୍ୟଜଗତ ପାଇଁ ଆଶା ଓ ଆଶ୍ୱାସନାର କଥା ।
ଏହି ସଂକଳନର ଶୀର୍ଷକ ‘ଭୋକ’, ଯେଉଁଥିରେ ୫୨ ଟି କବିତା ସଂକଳିତ ହୋଇଛି । ଭୋକ ଅଛି ବୋଲି ତ ସଂସାର ଚାଲିଛି । ଏହି ଭୋକ ସଭ୍ୟତାକୁ କର୍ମପ୍ରବଣ କରି ରଖିଛି । ଦେହ, ମନ, ଆତ୍ମା ଏପରିକି କଳାପ୍ରାଣତାର ଭୋକ ରହିଛି । ଏହି ସଂକଳନର କବିତା ଗୁଡିକରେ ତାହା ସ୍ପଷ୍ଟ ।
ବ୍ୟକ୍ତିଗତ ଜୀବନ ଠାରୁ ଗୋଷ୍ଠୀ ଜୀବନ, ଗ୍ରାମ୍ୟ ଜୀବନ ତଥା ପାରିବାରିକ ଜୀବନର ଗୁରୁତ୍ୱ ଏ କବିତା ଗୁଡିକରେ ଅଧିକ । କବି ଯାହା ଚାହିଁଛନ୍ତି ସ୍ପଷ୍ଟ କରିଛନ୍ତି । ଏପରିକି ରାଜନୀତିକୁ କଟାକ୍ଷ କରିବାକୁ ସେ ଭୁଲି ନାହାନ୍ତି । ସବୁ ଭିତରେ ମଣିଷପଣିଆର ସୁବାସ ତାଙ୍କୁ ସହାନୁଭୂତିସିକ୍ତ କରିଛି । ଅନୁଭୂତି ନଥିଲେ ସହାନୁଭୂତି ଗଭୀର ହୁଏ ନାହିଁ, ଏହା ପରୀକ୍ଷିତ ସତ୍ୟ – ସେହି ସହାନୁଭୂତି ଏ କବିତା ସଂକଳନର ମଞ୍ଜରେ ଅବସ୍ଥିତ । ଅନେକତ୍ର ସରଳ ସୁକୁମାର ଗ୍ରାମ୍ୟ ଭାଷାର ଭାବମୟ ପ୍ରୟୋଗ ମଧ୍ୟ ଆକର୍ଷଣୀୟ ।
-
Bibahabedi Kete Dura O Anyanya Galpa
₹330.00କାହାଣୀ ଭିତରେ କାଳ ଥାଏ, ଚିତ୍ର ଥାଏ, ଚରିତ୍ର ଥାଏ, ଘଟଣା ଦୁର୍ଘଟଣା ଥାଏ । କାହାଣୀକାରର ସୂକ୍ଷ୍ମ ଅନୁଭୂତି ଛତ୍ରେ ଛତ୍ରେ ଲିପିବଦ୍ଧ ହୋଇଥାଏ । ଏଥିରେ ମଧ୍ୟ ଥାଏ ସୃଜନଶୀଳତା ଓ କଳ୍ପନାପ୍ରବଣତା । ଏହାର ଶିଳ୍ପକଳା, କଥନ ଭଙ୍ଗୀ, ପ୍ରାରମ୍ଭର ଉତ୍]କଣ୍ଠା ତଥା ପରିସମାପ୍ତିର ବହୁବଣ୍ଣା ତୃପ୍ତି/ଅତୃପ୍ତି ପାଠକକୁ ବିମୋହିତ କରେ । ମୁଁ ଗପ ଲେଖିଛି । ଅନେକ ପାଠକୀୟ ଶ୍ରଦ୍ଧା ଓ ପ୍ରଶଂସା ଅର୍ଜନ କରିଛି । ଓଡିଆ ସାହିତ୍ୟର ଆଧୁନିକ ଯୁଗସ୍ରଷ୍ଟା ଫକୀରମୋହନ ସେନାପତିଙ୍କଠାରୁ ଅନେକ ସଫଳ ସ୍ରଷ୍ଟା ତାଙ୍କର କାଳଜୟୀ ସୃଷ୍ଟି ସମ୍ଭାର ଧରି ତଳକୁ ତଳ ଧାଡି ବାନ୍ଧି ରହିଛନ୍ତି । ସେମାନଙ୍କର ନାମ ଉଲ୍ଲେଖ କରିବା ସମ୍ଭବ ନୁହେଁ । ତେବେ ସେମାନଙ୍କ ତଳ ଧାଡିରେ ମୁଁ ସାମିଲ ହେବାକୁ ଚେଷ୍ଟା କରିଛି । କୁହାଯାଏ ସେମାନଙ୍କ ସମୟରେ ବିଭିନ୍ନ ପରୀକ୍ଷାମୂଳକ ଗଳ୍ପ ଲେଖାଯାଇଛି, ବିଭିନ୍ନ ବାଦ(ସଗ୍ଦଜ୍ଞ)ର ଅନୁପ୍ରବେଶ ଘଟିଛି । ମୋ ଗଳ୍ପଗୁଡିକ ସେହି ଭିତରେ କେଉଁଠି ଅଛି ମୁଁ କହି ପାରିବି ନାହିଁ । ଏହା ସମୀକ୍ଷକଙ୍କ କାମ । ତେବେ ମୋ ଗଳ୍ପଗୁଡିକରେ କଣ ଥାଏ ବୋଲି ଖୋଜିଲେ ସବୁ କିଛି ଉପାଦାନ ତ ମିଳିବ, ମିଳିବ ବି କଳ୍ପନାପ୍ରବଣତା ଓ ସତ୍ୟତା । ଗଳ୍ପରେ କଳ୍ପନା ପ୍ରବଣତାର ମାତ୍ରା ଅଧ୍ୟଧିକ ହେଲେ ତାହା ଆଉ ଗଳ୍ପ ହୋଇ ରହେ ନାହିଁ, ପୁଣି ସତ୍ୟତାର ପରିମାଣ ଅତ୍ୟଧିକ ହେଲେ ତାହା ବି ଗଳ୍ପ ହୋଇ ନ ପାରି ସମ୍ବାଦକୁ ଚାଲିଆସେ । ଗଳ୍ପ ହେଉଛି ସତମିଛ, ଛାଇଖରାର ଏକ ଦସ୍ତାବିଜ । ତେବେ ମୁଁ ଦୃଢ଼ ଭାବେ କହିବି ଯେ ମୋ ଗଳ୍ପ ସମୂହ ମୋ ଚିହ୍ନା ପୃଥିବୀର, ଆତ୍ମୀୟତାର । ମୋ ଗଳ୍ପର ଚିତ୍ର ଚରିତ୍ରମାନ ମୋ ଆଗରେ ଜୀବନ୍ତ ଭାବେ ଠିଆ ଉଠନ୍ତି । ଏହା ଭିତରେ ଇଚ୍ଛା ହେଲା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ମୋର ଗଳ୍ପସମୂହକୁ ସଂକଳିତ କରିବାକୁ । ସଂଗ୍ରହ କରିବାକୁ ଚେଷ୍ଟା କଲି । ସଂପୂର୍ଣ୍ଣ ରୂପେ ସଫଳ ହୋଇ ପାରିଲି ନାହିଁ । କିଛି ଗପ ଫକୀରମୋହନଙ୍କ ‘ଲଛମନିଆ’ପରି ଆତ୍ମ ଗୋପନ କଲେ ।
-
Bibasini
₹300.00Ramshankar Ray’s Bibasini (1891), believed to be the second full length novel in Odia, the first being Umesh Chandra Sarkar’s Padmamali (1888), is a novel with an intricately woven plot structure written in style that is at once descriptive, informative, and lyrical. Viewed mostly as a work of fiction delicately poised between a historical romance and a socio-political narrative, Bibasini relates to the period of Maratha hegemony over Odisha spanning from 1751 till the British occupation of the province in 1803. It holds out a panoramic view of Odisha reeling under the tyranny of the Maratha ruler Shambhuji Ganesh Rao during 1769 to 1771, and of the native resistance offered in terms of sporadic but organised assaults launched on the oppressors and collaborators by the Bhuyan dacoits acting at the instances and with the support of the king of Kujanga, Paradip.
The plot that seemingly centres round a tragic love story is actually a complex one, knitting many strands of random episodes into an attractive and coherent tale of unmerited suffering, of crime and vengeance, of sin and retribution. The novel is thronged with characters from different socio-cultural backgrounds, portraying multiple contours of Odisha, the social, cultural, economic and religious ones being the most pronounced amongst them. The novel chronicles the agrarian crisis in Odisha during the Maratha rule and the debacle of the famine that threatened to bring the peasantry of Odisha down to a state of collapse. It narrates the hardship and the misery of the common man especially those who earned their living through farming, had to pass through under the repressive measures of a tyrannous governance and the selfishness and all-devouring avarice of the moneyed local landowners or zamindars.
It is also a gripping tale of a band of burglars, motivated by a romanticised ideal of plundering the rich to sustain the poor, assuming the role of the vindicators of socio-economic equality. They declare themselves as the god’s chosen moral agents for delivering violent justice to the wrongdoers. At the same time the novel camouflages a satire on the hollow morals of a socio-cultural system that compels a Hindu widow to practice religious austerity and denies her the right of living the life of a normal woman.
The novel also details the spread of a new religious cult, Vaishnavism, in Odisha that advocated the worship of Lord Hari( Vishnu) and pleaded against a discriminatory caste system that deprived the people of the lesser caste and poor economic status of their legitimate rights. The preachings of the Vaishnava monks Hanuman Dasa and Giridhari Dasa, appears to reflect a semblance of the mystique.
-
Bibekananda Jena Kabita Samagra
₹250.00In his short span of life, Bibekananda Jena published two poetry collections, Pabanara Ghara was published in December 1971 by Lark Books and later Debi Smruti Kimbadanti by Friends Publishers. Both the collections were out of print for a long time. In this version of Binekananda Jena Samagra Kabita, both of his collections are combined and published so that the new generation readers can get an opportunity read this powerful poet.
-
Bibhakta Manisha O Footpath ra Galpa
₹275.00BIBHAKTA MANISHA O FOOTPATH RA GALPA is a collection of 25 powerful short stories of Lingaraj Mahapatra. Most of these short stories have been published from time to time in several Odia literary journals and have earned the appreciation of the readers for unusual and often offbeat narratives. The stories explore the divergence between the inner aspirations, dreams, conflicts, apprehensions and turbulence and the reality of the external world and the inexorable events, which shape the life of a person. Each man is split and divided between the two worlds, and the turmoil between them. While dreams and vision shape man’s inner turmoil, the stark events and reality ultimately shape his life and destiny.
The stories showcase the perpetual conflict between the two domains, the inner and the outer world forcing the man to search for his identity, compromising, grieving and getting torn between dreams and reality. The stories are divided man’s journey in life’s winding footpath.
-
Bibhor Bedana
₹200.00କବିତା ହେଉଛି ଶବ୍ଦମନ୍ତ୍ରର ଭାବଭାସ୍କର୍ଯ୍ୟ। ଏହା କଦାଚିତ ସଂରକ୍ଷଣ ସମ୍ପ୍ରସାରଣ ଅଥବା ସାମାନ୍ୟ କଥନ ଆବଶ୍ୟକ କରେନାହିଁ। ମଣିଷ ଦେଖିନଥିବା ଘନ ଅରଣ୍ୟ, ବର୍ଷାର ତାନ ଶୁଣିନଥିବା ଧୂସର ପାହାଡ଼, ଶୁଖିଲା ପଦ୍ମ ପୋଖରୀ ଓ ସେପରି ଅନେକ ଦୃଶ୍ୟ ଅଦୃଶ୍ୟ ଭାବନା ଭିତରେ ଏହା ଅଙ୍କୁରିତ ହୋଇପାରେ। କେବେ କେବେ ଅନ୍ଧାର ଭିତରେ ଜଳୁଥିବା ଆଲୋକର ପାଗଳପଣ ପ୍ରତ୍ୟେକ କବିକୁ ଆଚ୍ଛନ୍ନ କରି ରଖେ, କେବେ ପୁଣି କବି ଜାଣିଦିଏ – ସୁଖ ସମ୍ଭୋଗ ପରିପୂର୍ଣ୍ଣ ପୁରୁଷାର୍ଥ କେବେ ତା’ର ନଥିଲା ହିଁ’ ଲୋଡ଼ା !
କବିତା ତାହା
ଯାହା କେବେ ନଥିଲା
ଏବେ ଏବେ ପ୍ରକଟ ହୋଇଛି, ଏଇନେ!
କବି ପରି, କବିତା ମଧ୍ୟ ଗଢ଼ା ହୁଏନାହିଁ। ଏହା ପ୍ରସ୍ଫୁଟିତ ହୁଏ। ପଦ୍ୟକୁ ପ୍ରସିଦ୍ଧ-ପ୍ରଚାର ମାଧ୍ୟମରେ ଯେତେ ସାଦର କଲେ ମଧ୍ୟ ତାହା କଦାପି କବିତା ହୋଇଯାଏ ନାହିଁ। ଥରେ ପ୍ରସ୍ଫୁଟିତ ହୋଇଗଲେ, କବିତା କେବେ ହେଁ ଶବ୍ଦ ଓ ସଂକେତରେ ସୀମିତ ହୋଇ ରହେ ନାହିଁ, ନୀଳନଭରେ ନୀଳମେଘ ଭିତରେ ଏହା ନୀଳପଦ୍ମ ପରି ନିରନ୍ତର ଝଲସୁ ଥାଏ। କିଏ ତାକୁ ଦେଖି ପାରୁଛି ବା ଦେଖି ପାରୁନାହିଁ ତହିଁରେ ତା’ର କିଛି ଆନନ୍ଦ ଉତ୍ସାହ ବା ଅବସୋସ ନାହିଁ। କବି ମଧ୍ୟ ଠିକ ସେହିପରି।