-
Atulya Nobel 2023
₹200.00ଆମର ନିତିଦିନିଆ ଡିଜିଟାଲ ଜୀବନଶୈଳୀ ସ୍ମାର୍ଟ ଫୋନ୍], ଟିଭି, ଇଣ୍ଟରନେଟ୍]ରେ ବାନ୍ଧି ହୋଇପାରିଛି। ଏହା ପଛରେ ରହିଥିବା ବୈଜ୍ଞାନିକ ପଦ୍ଧତିକୁ ପରିବର୍ଦ୍ଧିତ କରିଥିବା ବ୍ୟକ୍ତିମାନଙ୍କୁ କ୍ୱାଣ୍ଟମ୍ ଡଟ୍], କୋଭିଡ୍ ଟିକା, କ୍ଷୀପ୍ର ଇଲେକ୍]ଟ୍ରୋନ୍ ଗତି ଆଲୋକ ସ୍ପନ୍ଦନ ଦ୍ୱାରା ଠାବ କରିବାର କୌଶଳ ନିମିତ୍ତ ୨୦୨୩ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ସାହିତ୍ୟରେ ସୁଖଦ ଶାନ୍ତି ଓ ବ୍ୟଙ୍ଗାତ୍ମକ ଅଭିବ୍ୟକ୍ତି ବିରାଟ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ। ମୌଳବାଦୀଙ୍କ ବିରୋଧରେ ପ୍ରତିବାଦର ସ୍ୱର ଶାଣିତ କରିଥିବା ବ୍ୟକ୍ତିଙ୍କୁ ନୋବେଲ ଶାନ୍ତି ବୈଶ୍ୱିକ ବାର୍ତ୍ତା ବହନ କରୁଛି ଏବଂ ଅର୍ଥନୀତିରେ ନାରୀମାନଙ୍କର ନ୍ୟାଯ୍ୟ ଦାବିରେ ସାମିଲ ହେବାର ସ୍ୱୀକୃତି ପାଇଁ ପୁରସ୍କାର ପ୍ରଦାନ କରାଯାଇଛି। ପୁରୁଷ ଓ ନାରୀ କାନ୍ଧକୁ କାନ୍ଧ ମିଳାଇ ଏହି ଯାତ୍ରାକୁ ସାଫଲ୍ୟମଣ୍ଡିତ କରିଛନ୍ତି।
-
Autobiography of Queen Ratnaprava Devi
₹300.00This book is the autobiography of Queen Ratnaprava Devi of Dhenkanal, India. Book contains her seventy years of sweet and bitter memories in Dhenkanal. Book was published originally in Odia in 1997.
-
Babbit
₹500.00Babbitt (1922), by Sinclair Lewis, is a satirical novel about American culture and society that critiques the vacuity of middle class life and the social pressure toward conformity. The controversy provoked by Babbitt was influential in the decision to award the Nobel Prize in Literature to Lewis in 1930.
The word “Babbitt” entered the English language as a “person and especially a business or professional man who conforms unthinkingly to prevailing middle-class standards”.
After the social instability and sharp economic depression that followed World War I, many Americans in the 1920s saw business and city growth as foundations for stability. The civic boosters and self-made men of the middle-class represented particularly American depictions of success, at a time when the promotion of the American identity was crucial in the face of rising fears of Communism. At the same time, growing Midwestern cities, usually associated with mass production and the emergence of a consumer society, were also seen as emblems of American progress. George F. Babbitt, the novel’s main character, was described by the 1930 Nobel Prize committee as “the ideal of an American popular hero of the middle-class. The relativity of business morals as well as private rules of conduct is for him an accepted article of faith, and without hesitation he considers it God’s purpose that man should work, increase his income, and enjoy modern improvements.”
Although many other popular novelists writing at the time of Babbitt’s publication depict the “Roaring Twenties” as an era of social change and disillusionment with material culture, modern scholars argue that Lewis was not himself a member of the “lost generation” of younger writers like Ernest Hemingway or F. Scott Fitzgerald. Instead, he was influenced by the Progressive Era; and changes in the American identity that accompanied the country’s rapid urbanization, technological growth, industrialization, and the closing of the frontier. Although the Progressive Era had built a protective barrier around the upstanding American businessman, one literary scholar wrote that “Lewis was fortunate enough to come on the scene just as the emperor’s clothes were disappearing.” Lewis has been compared to many authors, writing before and after the publication of Babbitt, who made similar criticisms of the middle class. Although it was published in 1899, long before Babbitt, Thorstein Veblen’s The Theory of the Leisure Class, which critiqued consumer culture and social competition at the turn of the 20th century, is an oft-cited point of comparison. Written decades later, in 1950, David Riesman’s The Lonely Crowd has also been compared to Lewis’s writings. (wikipedia.org)
-
Badalibara Bela
₹200.00ବଦଳିବାର ବେଳ ଗୋଟିଏ ଅସ୍ପୃହା; ଯେଉଁଥିରେ ବ୍ୟକ୍ତି-ମଣିଷଟି ସାମାଜିକ ମଣିଷରେ ରୂପାନ୍ତରିତ ହେବାର ଅନିନ୍ଦ୍ୟ ଅଭିଳାଷ ତା’ ଭିତରେ ରହିଥାଏ । ରାଜନୀତିକ ଇଚ୍ଛାଶକ୍ତି ଓ ନିଷ୍ଠାପର ଶାସନତନ୍ତ୍ର ହେଉଛି ଏକମାତ୍ର ଆୟୁଧ, ଯାହା ମାଧ୍ୟମରେ ସମାଜର ପରିବର୍ତ୍ତନ ସମ୍ଭବପର ହୋଇଥାଏ । ମାତ୍ର ଏହି ଦୁଇଟି ବ୍ୟବସ୍ଥାର ଅପାରଗତା ଓ ନିଷ୍କ୍ରିୟତା କେବଳ ଦେଶର ପ୍ରଗତିରେ ପ୍ରତିବନ୍ଧକ ସାଜେ ନାହିଁ, ପରନ୍ତୁ ଜୀବନ ବଞ୍ôଚବାର ସୁଖଦ ମୂହୂର୍ତ୍ତଗୁଡ଼ିକୁ ଧୂଳିଧୂସରିତ କରିଥାଏ ବୋଲି କବି ନାୟକ ଅନୁଭବ କରିଛନ୍ତି । ଗଣତନ୍ତ୍ର ରୂପାନ୍ତରିତ ହୋଇଛି ଥାଳତନ୍ତ୍ରରେ ଏବଂ ଶାସନ ବ୍ୟବସ୍ଥାରେ ଅନାଡ଼ି ଅପରାଧୀଙ୍କ ଭିଡ଼ ସମାଜକୁ ତ୍ରସ୍ତ କରିଛି । ରାଜନୈତିକ ପ୍ରକ୍ରିୟା ଓ ଏଥିରେ ଅଂଶୀଭୂତ କିଛି ମଣିଷଙ୍କ ଅର୍ଥଲିପ୍]ସୁ ମନୋଭାବ ଓ କ୍ଷମତାର ପ୍ରଲୋଭନ ଜନଗଣଙ୍କୁ ଗୋଟିଏ ଅନିଶ୍ଚିତ ଜୀବନ ମଧ୍ୟକୁ ମୁହାଁଇ ଦେଇଛି । ଫଳତଃ, ମନ୍ଦାମଣିଷ ଭିତରେ ସୃଷ୍ଟି ହୋଇପାରୁନାହିଁ ପ୍ରତିବାଦର ସ୍ୱର ଓ ସମାଜ ପରିବର୍ତ୍ତନ ନିମନ୍ତେ ଆନ୍ତରିକ ଆକାଙ୍]କ୍ଷା । ବିକାଶ ନିମନ୍ତେ ଉଦ୍ଦିଷ୍ଟ ଅର୍ଥକୁ ଆତ୍ମସାତ୍ ନିରନ୍ତର କରିଚାଲିଛନ୍ତି ଜନନାୟକଙ୍କଠାରୁ ଦାପ୍ତରିକ ଜନତା ପର୍ଯ୍ୟନ୍ତ । ତେଣୁ କବି କୁହନ୍ତି-
“କର୍କଟ ରୋଗର କୋଷ ପରି
ବଟି ତେଣୁ ଅଣାୟତ୍ତ, ଯାହା
ବିନାଶ କରି ଚାଲିଛି ଆମ ନୈତିକତା ଓ
ବିକାଶର ପଥ ।”
-
Badhi
₹170.00ନରାଜ ଡେଇଁଲେ ମହାନଦୀ ଯେମିତି ଖିଆଲୀ, ତା’ର ନେଟ୍]ୱାର୍କ ବି ସେମିତି ବିଚିତ୍ର । କେନ୍ଦ୍ରାପଡ଼ା ଜିଲ୍ଲାର ଦାନପୁର ପାଖରୁ ମହାନଦୀର ଏକ ପ୍ରଶାଖା ଲୁଣାନଈରୁ କରାଣ୍ଡିଆ ବାହାରି କଳପଡ଼ା ପାଖରେ ପୁଣି ମିଶିଯାଇଛି । ମଝିରେ ତେରଖଣ୍ଡ ଧୋଇୟା ଗାଁର ସବୁଜ ମାନଚିତ୍ର । ତାଆରି ଭିତରୁ ସବା ତଳମୁଣ୍ଡ ଗାଁରେ ହେତୁ ପାଇଲା ଦିନୁ ମୁଁ ପ୍ରତିବର୍ଷ ଦେଖିଛି ବନ୍ୟାର ଭୀମକାନ୍ତ ରୂପ ।
ହଁ; ଭୀମକାନ୍ତ ହିଁ । ଅଜସ୍ର ଫେଣ ଚବକେଇ, ଭଉଁରୀ କାଟି ବନ୍ୟା ଯେତେବେଳେ ଆସେ, ଆସେ ସ୍ପର୍ଦ୍ଧିତ ଆବେଗରେ । ମୋତେ ଲାଗେ, ଜଙ୍ଗଲର ରାଜାଧିରାଜ ପାରିଧିରେ ବିଜେ କରୁଛି । ମୁଁ ମୁଗ୍ଧ ଦୃଷ୍ଟିରେ ତାକୁ ଚାହିଁ ରୁହେ । ପୁଣି ଅଜସ୍ର ଜଞ୍ଜାଳ ପଛରେ ପକେଇ ବନ୍ୟା ଯେତେବେଳେ ଛାଡ଼ି ଯାଏ ନଈର ଝାଉଁଳା ମୁହଁ ଦିଶେ ମଲାଜହ୍ନ ପରି ପାଂଶୁଳ ।
ଗତବର୍ଷର ମହାପ୍ଳାବନ ଛତିଶଗଡ଼ରେ ବସି ଟି.ଭି.ରେ ଦେଖିଲା ବେଳେ, ମୋତେ ଲାଗୁଥିଲା, ମୁଁ ଠିଆ ହୋଇଛି କରାଣ୍ଡିଆ ନଈ ଅତଡ଼ା ଦାଢ଼ରେ । ମୋ’ ଆଗରେ କରାଣ୍ଡିଆର ଅତଳସ୍ପର୍ଶୀ ନୀଳ ଡଅଁର । ପୀତାମ୍ବର ବାବୁ ଏଥର ଉପନ୍ୟାସ ପାଇଁ ଅନୁରୋଧ କଲାବେଳେ ସେହି ଡଅଁର ବୋଧେ ମୋତେ ବାଧ୍ୟ କରି ଟାଣି ନେଇଛି ‘ବଢ଼ି’ ଆଡ଼େ । ନହେଲେ ପ୍ରକୃତ ଯୋଜନା ଥିଲା ଅନ୍ୟ ଉପନ୍ୟାସ ପାଇଁ । ଆଉଥରେ ବି ଲେଖିଥିଲି, ବାଘେଇ ଘାଟ କଥା, ବାଲିଘାଇ ଗାଁ କଥା । ବହୁ କୌତୂହଳୀ ପାଠକ ସେତେବେଳେ ପଚାରିଥିଲେ, ବାଘେଇ କେଉଁଠି, କେଉଁଠି ବାଲିଘାଇ?
କଟକ ତଳହଟୀ ସବୁ ଘାଟ ତ ମୋତେ ଦିଶନ୍ତି ବାଘେଇ ଘାଟ ପରି । ସବୁ ଗାଁ ଲାଗନ୍ତି ବାଲିଘାଇ….ବାଲିଘାଇ….ମୁଁ ଏବେ କରିବି କଅଣ! ଇଏ ସେଇ ଧୋଇୟା ଗାଁର ଗପ ।
-
Badhu Nirupama
₹459.00Badhu Nirupama – Odia Novel by Bibhuti Pattnaik | Classic Literary Fiction | Odia Sahitya Book Highlights: Authored by Bibhuti Pattnaik, a leading name in Odia literary circles A timeless piece of Odia fiction exploring family and social dynamics Written in lucid, literary Odia suitable for all readers Published by Odisha Book Store, known for quality Odia publications Why This Book: Essential reading for lovers of Odia literature Suitable for students of Odia Sahitya and civil service aspirants A valuable addition to any regional literature collection
-
Baibhaba Manobigyana (Positive Psychology)
₹500.00ବୈଭବ ମନୋବିଜ୍ଞାନର ପରିକଳ୍ପନା କେବଳ ଏକ ସାରସ୍ୱତ ଅଭୀପ୍]ସା ନୁହେଁ, ଏହା ଏକ ସଚେତନଶୀଳ ଦାୟିତ୍ୱବୋଧର ପରିପ୍ରକାଶ । ଆମର ସମସ୍ତ ଆର୍ଥିକ ପ୍ରଗତି ସତ୍ତ୍ୱେ ବ୍ୟକ୍ତିଗତ ଜୀବନ ଯେପରି ବିଷାଦଗ୍ରସ୍ତ ହୋଇଉଠୁଛି ଏବଂ ସମଷ୍ଟିଗତ ଜୀବନ ଯେପରି ବେଦନାକ୍ଳିଷ୍ଟ ହୋଇଉଠୁଛି, ସେ ପରିପ୍ରେକ୍ଷୀରେ ବିଷବୟଳରୁ ମୁକ୍ତ ହେବାର ଇଚ୍ଛା ଏକ ସ୍ୱାଭାବିକ ପ୍ରକ୍ରିୟା । ସୌଭାଗ୍ୟବଶତଃ ମନୋବିଜ୍ଞାନ ଓ ସମାଜବିଜ୍ଞାନର ଅଧ୍ୟୟନ ଓ ଗବେଷଣା ରାଜ୍ୟରେ ମଧ୍ୟ ଏ ପ୍ରକାର ମାନସିକତା ପ୍ରତିଧ୍ୱନିତ ।
ପୁସ୍ତକଟି ଅନୁସନ୍ଧିତ୍ସୁ ସମସ୍ତ ପାଠକପାଠିକା ପାଇଁ ଉଦ୍ଦିଷ୍ଟ । ତଥାପି ପ୍ରଚଳିତ ପାଠ୍ୟକ୍ରମକୁ ପୁରୋଭାଗରେ ରଖି କେତେକ ସ୍ୱତନ୍ତ୍ର ସତର୍କତା ଅବଲମ୍ବନ କରାଯାଇଛି । ଭାବ ଓ ଭାଷା ମଧ୍ୟରେ ସମନ୍ୱୟ ରକ୍ଷା କରିଯିବାର ପ୍ରଯତ୍ନ ହୋଇଛି । ଓଡ଼ିଆ ଭାଷା ଆଧୁନିକ ଭାବଧାରାର ବାହକ ହୋଇପାରେ, ଲେଖକ ଏପରି ବିଶ୍ୱାସର ଏକାନ୍ତ ଅନୁଗତ । ସୁତରାଂ ସାରସ୍ୱତ ସୌନ୍ଦର୍ଯ୍ୟ ପ୍ରତି ସମ୍ମାନ ରକ୍ଷା କରାଯାଇ ପୁସ୍ତକଟି ରଚନା କରାଯାଇଛି । ପ୍ରତ୍ୟେକ ଛାତ୍ରଛାତ୍ରୀ ଏବଂ ଶ୍ରଦ୍ଧାଶୀଳ ପାଠକପାଠିକା ଉପକୃତ ହେଲେ ପରବର୍ତ୍ତୀ ଯୋଜନା ଅଧିକ ତ୍ୱରାନ୍ୱିତ ହେବ ।
-
Baliraja
କିଶୋର ବୟସରୁ ଉପନ୍ୟାସ ପାଠପ୍ରତି ଯିଏ ସର୍ବପ୍ରଥମେ ପାଠକକୁ ଆକର୍ଷିତ କରନ୍ତି, ସେ ହେଉଛନ୍ତି ଆଧୁନିକ ଓଡ଼ିଆ ଉପନ୍ୟାସ ଜଗତରେ ଜଣେ ଯୁଗାନ୍ତକାରୀ ସ୍ରଷ୍ଟା ଭାବରେ ସୁପ୍ରତିଷ୍ଠିତ ଔପନ୍ୟାସିକ କାହ୍ନୁଚରଣ। ଫକୀରମୋହନ ସେନାପତିଙ୍କ ପରମ୍ପରାର ଜଣେ ବିଶ୍ବସ୍ତ ପ୍ରତିନିଧି ତଥା ଓଡ଼ିଆ ଜନଜୀବନର ସଫଳ ରୂପକାର ଭାବରେ କାହ୍ନୁଚରଣ ହେଉଛନ୍ତି ଅଗଣିତ ପାଠକ ହୃଦୟରେ ଅଭିଷିକ୍ତ ସ୍ବୟଂପ୍ରଭ ସମ୍ରାଟ। ‘ବଜ୍ରବାହୁ’, ‘ବାଲିରାଜା’, ‘ହା-ଅନ୍ନ’, ‘ଶାସ୍ତି’, ‘ଝଞ୍ଜା’, ‘କା’, ‘ସତ୍ୟାବତୀ’ ପ୍ରଭୃତି ଅର୍ଦ୍ଧଶତାଧିକ କାଳଜୟୀ ଉପନ୍ୟାସର ସ୍ରଷ୍ଟା ଭାବରେ ସେ ରଖିଦେଇଯାଇଛନ୍ତି ଓଡ଼ିଆ ସାହିତ୍ୟରେ ତାଙ୍କର ଅମଳିନ ସ୍ବାକ୍ଷର। ମାତ୍ର ବର୍ତ୍ତମାନ ବହିବଜାରରେ ଦେଖିବାକୁ ମିଳୁ ନାହିଁ ତାଙ୍କର କୌଣସି ଉପନ୍ୟାସ। ଯାହା ବି ମିଳୁଛି, ତା’ର ଅଙ୍ଗହାନି ଦେଖି ଆମେ ମର୍ମାହତ। ତେଣୁ ତାଙ୍କର କୃତି ସମୂହର ପୁନଃ ପ୍ରକାଶନ ଲାଗି ଆମର ପ୍ରକାଶନ ସଂସ୍ଥା ପ୍ରତିଶ୍ରୁତିବଦ୍ଧ। ସେହି ପ୍ରତିବଦ୍ଧତାର ଫଳସ୍ବରୂପ କ୍ରମାନ୍ବୟରେ ପ୍ରକାଶ କରୁଛୁ ତାଙ୍କର ସମସ୍ତ ଉପନ୍ୟାସ। ଆଶା କରୁଛୁ, ସେହି କ୍ରମରେ କାହ୍ନୁଚରଣପ୍ରେମୀ ପାଠକମାନଙ୍କୁ ତାଙ୍କ ଉପନ୍ୟାସର ନବଜନ୍ମ ନିଶ୍ଚିତ ଭାବରେ ଆନନ୍ଦ ପ୍ରଦାନ କରିବ।
-
Banachari
₹370.00Aranyak, written in 1939, is a famous Bengali novel by Bibhutibhushan Bandyopadhyay based on his long and arduous years in northern Bihar. There he came into contact with a part of the world that, even now, remains unknown to most of us. ‘Aranyak’ literally means ‘Of the Forest’. This novel explores the simple and heart-warming story of a man who gets a job as an estate manager in Bihar and slowly falls in love with the beautiful and tranquil forest around him. The dichotomy of urban and rural life comes alive, reflecting the great love that human beings and nature can share, one that Bandyopadhyay experienced in his heart. Written by one of the greatest Bengali authors, this haunting novel is rooted in guilt and sadness but also tremendous beauty. Odia author and translator Laxminarayan Mohanty has translated this novel as “Banachari” in Odia. Novel has received the Sahitya Akademi Translation Award in 1990.
-
Banchibara Dina
₹280.00This is a collection of twenty-two short stories chosen carefully by the author keeping in view the global audience. The stories are – Bhitara Malata, Lalita Akhyana, Basu, Ahalya, Abaddha, Janharati, Na Dekhithiba Bata, Bibarta, Dhulighara, Sancara Patha, Janha Ratira Gapa sarinahin, Swapna O Soudagara, Tribhujara Chaturtha Bahu, Sakalara Manachitra, Sakhyatakara, Bhagnansha, Tanaya, Ranganatha, Bahubrihi, Adima, Akasha Setu, Banchibara Dina.
-
Banyajantu
₹300.00ସୃଷ୍ଟି ଓ ଜନ୍ମମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ପାଇଁ ବୈଜ୍ଞାନିକମାନଙ୍କର ଗବେଷଣା, ଋଷିମୁନିମାନଙ୍କର ସାଧନା, ବିଭିନ୍ନ ଧର୍ମ ସଂପ୍ରଦାୟର ଏ ସଂପର୍କୀୟ ଗୂଢ଼ ରହସ୍ୟ ଜାଣିବାର କାମନା ଓ ଧର୍ମଗ୍ରନ୍ଥ ବା ପୁରାଣମାନଙ୍କରେ ବର୍ଣ୍ଣିତ ସୂଚନା ମାଧ୍ୟମରେ ଏ ସମସ୍ତଙ୍କର ପ୍ରଚେଷ୍ଟା ଆବହମାନକାଳରୁ ଅବ୍ୟାହତ ରହିଛି । ମନୁଷ୍ୟ ଓ ଗୃହପାଳିତ ପ୍ରାଣୀମାନଙ୍କ କ୍ଷେତ୍ରରେ ଉନ୍ମୋଚିତ ଓ ସ୍ୱାସ୍ଥ୍ୟଗତ ତଥ୍ୟସମୂହ, ସେମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟରକ୍ଷା ଓ ଦୀର୍ଘ ଜୀବନଯାପନ କରିବାର ପଥ କିୟତ୍ ଅଂଶରେ ପ୍ରଦର୍ଶନ କରିପାରିଛି । ତଥାପି ମଧ୍ୟ ସମୟ ସମୟରେ ପଥଭ୍ରଷ୍ଟ ହେବାପରି ପ୍ରତୀୟମାନ ହେଉଛି । ମାତ୍ର ବନ୍ୟଜନ୍ତୁମାନଙ୍କର ଜୀବନଚର୍ଯ୍ୟା ଅଦ୍ୟାବଧି ରହସ୍ୟାବୃତ୍ତ ।
ଏହି ପୁସ୍ତକଟିରେ ବନ୍ୟଜନ୍ତୁମାନଙ୍କ ସଂପର୍କରେ ଯେଉଁସବୁ ତଥ୍ୟ ଉପସ୍ଥାପିତ ହୋଇଛି, ବାସ୍ତବରେ ସେଗୁଡ଼ିକ ଅଦ୍ଭୁତ, ଆଶ୍ଚର୍ଯ୍ୟଜନକ, ଚିତ୍ତାକର୍ଷକ, ଆକର୍ଷଣୀୟ, ଚମକପ୍ରଦ ଓ ଆମୋଦଦାୟୀ । ପୁସ୍ତକଟିରେ ଉପସ୍ଥାପନ କରାଯାଇଥିବା ଜଙ୍ଗଲ ଜନ୍ତୁମାନଙ୍କର, ପ୍ରତ୍ୟେକଙ୍କର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି । ପଶୁରାଜ ସିଂହର ସୌନ୍ଦର୍ଯ୍ୟ, ଅନ୍ତର୍ନିହିତ ଶକ୍ତି, ସାମାଜିକ ଚଳନିରେ ଅନ୍ତର୍ଜନନ ପ୍ରତି ବିଦ୍ୱେଷ, ସର୍ବଶକ୍ତିସମ୍ପନ୍ନା ମାଆ ଦୁର୍ଗାଙ୍କର ବାହନ ଓ ମନ୍ଦିରମାନଙ୍କର ରକ୍ଷକ ଭାବରେ ଆମ୍ଭମାନଙ୍କର ଆଦରଣୀୟ ଓ ବନ୍ଦନୀୟ ମଧ୍ୟ । ନେଉଳଟିଏ କେତେ କ୍ଷୁଦ୍ର ଜୀବ । ଗୋଖର ଓ ନାଗପରି ଭୟଙ୍କର ବିଷଧର ସର୍ପମାନଙ୍କୁ ଆକ୍ରମଣ କରି ଅନାୟାସରେ ମାରି ଦେଇ ପାରୁଛି । ଏହା ଏକ ଆଶ୍ଚର୍ଯ୍ୟଜନକ ବିଷୟ ନିଶ୍ଚୟ ।
ବାଘ, ଭାଲୁ, ଓଧ, ଶାଳିଆପତନୀ, ଗଧିଆ, ଶୃଗାଳ ଓ ବାଦୁଡ଼ି ବନ୍ୟଜନ୍ତୁମାନଙ୍କର ଜୀବନର ରହସ୍ୟ ଏ ପୁସ୍ତକରେ ଉନ୍ମୋଚିତ । ଅନେକ ଅନେକ ଅଜ୍ଞାତ, ଅଦ୍ଭୁତ ଓ ଆଶ୍ଚର୍ଯ୍ୟ କଥା ବର୍ଣ୍ଣିତ ବଣ୍ୟଜନ୍ତୁମାନଙ୍କର ଜୀବନଚର୍ଯ୍ୟାରୁ ଜାଣିହେବ, ବଣ୍ୟଜନ୍ତୁ ପୁସ୍ତକ ମାଧ୍ୟମରେ ।
-
Basanta Barnamala
₹400.00This collection is the selected poems of the powerful Odia poet Basanta Kumar Muduli who left this earth in 1986 Raja Sankranti at the age of thirty-one only. He has left enormous poetry for his readers. This new compilation has all his excellent poems. There are two preface articles by eminent thinker and essayist Chittaranjan Das (Chitta bhai) and poet Kamalakanta Lenka. A brilliant introduction by eminent storytellers Rajanikanta Mohanty and Pabitra Panigrahi representing Kabi Basanta Muduli Smruti Sansada. This collection would be loved by Basanta Muduli readers.