-
Bibhor Bedana
₹200.00କବିତା ହେଉଛି ଶବ୍ଦମନ୍ତ୍ରର ଭାବଭାସ୍କର୍ଯ୍ୟ। ଏହା କଦାଚିତ ସଂରକ୍ଷଣ ସମ୍ପ୍ରସାରଣ ଅଥବା ସାମାନ୍ୟ କଥନ ଆବଶ୍ୟକ କରେନାହିଁ। ମଣିଷ ଦେଖିନଥିବା ଘନ ଅରଣ୍ୟ, ବର୍ଷାର ତାନ ଶୁଣିନଥିବା ଧୂସର ପାହାଡ଼, ଶୁଖିଲା ପଦ୍ମ ପୋଖରୀ ଓ ସେପରି ଅନେକ ଦୃଶ୍ୟ ଅଦୃଶ୍ୟ ଭାବନା ଭିତରେ ଏହା ଅଙ୍କୁରିତ ହୋଇପାରେ। କେବେ କେବେ ଅନ୍ଧାର ଭିତରେ ଜଳୁଥିବା ଆଲୋକର ପାଗଳପଣ ପ୍ରତ୍ୟେକ କବିକୁ ଆଚ୍ଛନ୍ନ କରି ରଖେ, କେବେ ପୁଣି କବି ଜାଣିଦିଏ – ସୁଖ ସମ୍ଭୋଗ ପରିପୂର୍ଣ୍ଣ ପୁରୁଷାର୍ଥ କେବେ ତା’ର ନଥିଲା ହିଁ’ ଲୋଡ଼ା !
କବିତା ତାହା
ଯାହା କେବେ ନଥିଲା
ଏବେ ଏବେ ପ୍ରକଟ ହୋଇଛି, ଏଇନେ!
କବି ପରି, କବିତା ମଧ୍ୟ ଗଢ଼ା ହୁଏନାହିଁ। ଏହା ପ୍ରସ୍ଫୁଟିତ ହୁଏ। ପଦ୍ୟକୁ ପ୍ରସିଦ୍ଧ-ପ୍ରଚାର ମାଧ୍ୟମରେ ଯେତେ ସାଦର କଲେ ମଧ୍ୟ ତାହା କଦାପି କବିତା ହୋଇଯାଏ ନାହିଁ। ଥରେ ପ୍ରସ୍ଫୁଟିତ ହୋଇଗଲେ, କବିତା କେବେ ହେଁ ଶବ୍ଦ ଓ ସଂକେତରେ ସୀମିତ ହୋଇ ରହେ ନାହିଁ, ନୀଳନଭରେ ନୀଳମେଘ ଭିତରେ ଏହା ନୀଳପଦ୍ମ ପରି ନିରନ୍ତର ଝଲସୁ ଥାଏ। କିଏ ତାକୁ ଦେଖି ପାରୁଛି ବା ଦେଖି ପାରୁନାହିଁ ତହିଁରେ ତା’ର କିଛି ଆନନ୍ଦ ଉତ୍ସାହ ବା ଅବସୋସ ନାହିଁ। କବି ମଧ୍ୟ ଠିକ ସେହିପରି।
-
Bibidha
₹300.00ଅବସର ବେଉରିଆ ରାଜନୀତି ବିଜ୍ଞାନରେ ଏମ୍].ଏ. ଏବଂ କିଛିଦିନ ଅଧ୍ୟାପନା ପରେ ଜଣେ ବ୍ୟାଙ୍କ ଅଫିସରଭାବେ କାର୍ଯ୍ୟ କରି ବିଦେଶ ସେବାରେ ଯୋଗଦାନ କରିଥିଲେ । କୂଟନୀତିଜ୍ଞ ହିସାବରେ ଭାରତର ବହୁ ଗୁରୁତ୍ୱପୂର୍ଣ୍ଣ ଦୂତାବାସରେ ଦକ୍ଷତାର ସହିତ କାର୍ଯ୍ୟ କରିଥିଲେ ଯଥା ଜାପାନ, ମିଆଁମାର, ରୁଷିଆ, ଆମେରିକା, ଶ୍ରୀଲଙ୍କା, ୟୁନାଇଟେଡ୍ ଆରବ ଏମିରେଟ୍]ସ (ୟୁଏଇ) ଏବଂ ମାଡାଗାସ୍]କର । ଏଥି ସହିତ ସେ ବହୁ ଦ୍ୱିପାକ୍ଷିକ ଏବଂ ବହୁରାଷ୍ଟ୍ରୀୟ ସମ୍ମିଳନୀରେ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରିଥିଲେ । ଛାତ୍ର ଜୀବନରୁ ହିଁ ତାଙ୍କର ସାହିତ୍ୟ ପ୍ରତି ରୁଚି ଥିଲା ଓ ତାଙ୍କର କ୍ଷୁଦ୍ରଗଳ୍ପ ବହୁ ଜନପ୍ରିୟ ପତ୍ରିକାରେ ପ୍ରକାଶ ପାଇଥିଲା । ରବିବାସରୀୟ ସାହିତ୍ୟ ସଂସଦ ଓ ଯୁବ ଲେଖକ ସମ୍ମିଳନୀ ଗଠନ ଓ ପରିଚାଳନାରେ ତାଙ୍କର ବିଶେଷ ଭୂମିକା ରହିଥିଲା । ଅବସର ଗ୍ରହଣ ପରେ ସେ ବର୍ତ୍ତମାନ ଭୁବନେଶ୍ୱର ନିବାସୀ ଓ ନିୟମିତ ଭାବେ ଇଂରାଜୀ ଓ ଓଡ଼ିଆ ସମ୍ବାଦପତ୍ରରେ ସ୍ତମ୍ଭକାର ହିସାବରେ ସୁପରିଚିତ । ବର୍ତ୍ତମାନ ସୁଦ୍ଧା ତାଙ୍କର ୫ଟି ପୁସ୍ତକ ପ୍ରକାଶିତ । ସେ ବହୁ ସାମାଜିକ ଓ ସାଂସ୍କୃତି ସଂଗଠନ ସହିତ ସଂପୃକ୍ତ ।
-
Bichitra Mana
₹190.00ଏ ମନ ବଡ ବିଚିତ୍ର । କେତେବେଳେ ଶକ୍ତ ତ କେତେବେଳେ ଶିଥିଳ; କେତେବେଳେ କଠୋର ତ କେତେବେଳେ କରୁଣାମୟ; କେତେବେଳେ ଚଞ୍ଚଳ ତ କେତେବେଳେ ଥିର । ସେ ମନକୁ ଆୟତ କରିଦେଲେ ସବୁକିଛି ଜୀବନରେ ସମ୍ଭବ ହୋଇଯାଏ । ଆୟତ ନ କରିପାରିଲେ, ମଣିଷ ନିଜ ମନର ଭାବନା ପାଇଁ ଅନେକ ଦୁଃଖ ପାଏ । ଆଲୋକର ଗତିଠାରୁ ମଧ୍ୟ ମନର ଗତି ଅଧିକ ବେଗରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରେ । ଓଡିଆରେ ସେଇ କଥା ବୁଝାଯାଇଛି “ଏଇମନ ବୃନ୍ଦାବନ, ଏଇ ମନ କାଶୀ; ଏଇ ମନ ବଦ୍ରିନାଥ, ପୁରୀ, ବାରାଣସୀ ।”
ଏଇ ମନରେ ନବରସର ଭାବ କ୍ଷରଣ ହୁଏ; ସ୍ନେହ, କରୁଣା, ଖୁସି, ଦୁଃଖ, କ୍ରୋଧ, ସାହସ, ଭୟ, ବିଭତ୍ସତା, ବିସ୍ମୟ, ଓ ଶାନ୍ତି । ମନର ସ୍ଥିତି ମୁହଁରେ ଫୁଟିଯାଏ ବୋଲି ଅନେକଙ୍କର ବିଶ୍ୱାସ । ହେଲେ ବି ଅଧୁନା ଅନେକ ବ୍ୟକ୍ତି ଅଭିନୟ କଳାରେ ଧୁରନ୍ଧର । ଉପରେ ହସ ଫୁଟାଇ ଜଣେ ମନ ଭିତରେ ଦୁଃଖିତ ଥାଇପାରେ ଓ ମୁହଁ ଉପରେ ଶୋକ ଦେଖାଇ, ଆଖିରୁ ଲୁହ ଝରାଇ ମନ ଭିତରେ କିଏ ବି ଖୁସି ହୋଇପାରେ । ସେସବୁ ବୁଝିବା କଷ୍ଟ ହୋଇଯାଏ । ମନ ଭିତରେ ରାଗ ରଖି ଅନେକ ମୁହଁ ଉପରେ ବଡ ହସ ଫୁଟାଇ ସ୍ନେହର ଅଭିନୟ କରିପାରନ୍ତି । ସେମିତି ଭିତରେ ଈର୍ଷା ରଖି ଉପରେ ତେଲ ମାଲସ କରି ଅନ୍ୟର ପେଟରୁ କଥା ବାହାର କରିବାରେ ବି ଅନେକଙ୍କର ଦକ୍ଷତା ରହିଛି ।
ସେମିତି ବୟସ୍କ ମସ୍ତିସ୍କ ଉପରେ ମଧ୍ୟ ଆଜିକାଲି ଅନେକ ତଥ୍ୟ ବାହାରୁଛି । ଡିମେନ୍]ସିଆ ଓ ଆଝାମର୍]ସ୍] ଭଳି ରୋଗ ବୟସ୍କ ମଣିଷକୁ ବାସ୍ତବତାଠାରୁ ଦୂରକୁ ନେଇଯାଇ ଅନେକ ସମସ୍ୟା ସୃଷ୍ଟି କରୁଛି । ଆଜିକାଲି ଯନ୍ତ୍ରଯୁଗରେ ସବୁରକମର ପ୍ରଚାର ଚାଲିଛି । ଏଇ ପ୍ରଚାରର ପ୍ରଭାବରେ ମଣିଷର ମନ ବି ପ୍ରଭାବିତ ହେଉଛି ।
ମନର ଏମିତି ଅନେକ କାହାଣୀ । ସେଇ ପ୍ରୟାସରେ ଏ ଗଳ୍ପ ପୁସ୍ତକ “ବିଚିତ୍ର ମନ” ର ସୃଷ୍ଟି । ଆଶା, ଏ ସମସ୍ତ କାହାଣୀ ପାଠକ ପାଠିକାଙ୍କ ମନକୁ ଛୁଇଁବାକୁ ସକ୍ଷମ ହେବ ।
-
Bichitrabarna
₹200.00Bichitrabarna is the Central Sahitya Akademi award-winning short story collection by eminent author Rabi Patnaik.
-
Bidesha O Anyanya Galpa
₹400.00Bidesha O Anyanya Galpa is a collection of twenty-five short-stories. Evocatively narrated, they sparkle with compassion and humanity. Set in the largely unexplored terrain of rural Odisha this collection seeks to unlock the mysteries of human nature. Each story in this collection has a distinct and unique flavour. The broad vision of the writer, which blends tradition with modernity, enables him to explore the conflicts and complexities of a society undergoing rapid transformation. Poignantly rendered events and the emotions they arouse in the reader illuminate the essential connectedness underlying our lived reality. Almost all the protagonists of these stories, men and women, seem intimately familiar. Most of the situations and backdrops against which the stories unfold are contemporary. Close observation of characters and their interrelationships provide insights into their motives and often makes thereafter deeply nostalgic about the lost world of childhood. Despite the author’s insistence that the stories are works of fiction, the vividness with which the characters and incidents are rendered makes one feel as if he has stepped into a vibrantly real world. In this collection, the readers hear the voice of a major Indian writer of short fiction.
-
Bihwala Belabhumi O Anyanya Kabita
₹200.00“Bihwala Belabhumi O Anyanya Kabita” is a compilation of fifty poems of Odisha Sahitya Academy and Central Sahitya Academy winning poet Gopalakrushna Rath by his wife and author Dr. Kiranbala Rath. Poet Gopalakrushna Rath’s poems portray different aspects of life with deep philosophy in subtle words.
-
Bijabapana
₹225.00ମୋର ପ୍ରଥମ କବିତା ସଂକଳନ ବୀଜବପନର ଦ୍ୱିତୀୟ ସଂସ୍କରଣ ତେର ବର୍ଷ ପରେ ବାହାରିବା ବେଳକୁ ଅଦ୍ଭୂତ ଏକ ଭାବାବେଶ ଭିତରେ ମୁଁ ଆଚ୍ଛନ୍ନ ହେଇ ରହିଛି । କବିତା ସ୍ୱୟମ୍ଭୂ, ନିଜେ ନିଜକୁ ମାନୁଷୀ ଆଧାରରେ ଜାତ କରେ ବୋଲି ମୁଁ ବିଶ୍ୱାସ କରି ଆସିଛି । ପ୍ରକୃତି ଯେମିତି ସମସ୍ତଂକର କିଂତୁ କାହା କାହାର ପ୍ରାଣର ଉଦ୍ୱୋଧନ କରେ ସେମିତି କବିଆତ୍ମା ପାଠକ ପ୍ରାଣ ମଧ୍ୟରେ ପ୍ରବେଶ କରି ସଂଚାରିତ ହୁଏ । ବିଶ୍ୱାତ୍ମା ଯେ ସକଳ ପ୍ରାଣରେ ନିବାସ କରଂତି ଭଲ କବିତାର ଆଦର ତାକୁ ଆହୁରି ଥରେ ପ୍ରମାଣିତ କରେ ।ବୀଜବପନ କବିର ନିରୀହ ଉଦାସୀନ ସମୟର ବର୍ଣ୍ଣମାଳା । ଚାରିପାଶର ସବୁକିଛିକୁ ବିସ୍ମିତ ଆଖିରେ ଦେଖୁଥିବା କବିର ବାଲ୍ୟକାଳ । କବିତାର ଅସୀମ ସମ୍ଭାବନା ଓ ସଦର୍ଥକତାକୁ ଦେଖି ପାଠକ ସହ ଭାଗ କରିନେବାର ସମୟ । ସଂଚାରିଣୀ ଦୀପଶିଖାର ଆଲୋକ ପରି ଉଦବୁଦ୍ଧ କବି ଓ ପାଠକ ହାତକୁ ଓ ହୃଦୟକୁ ସଂଚରିଯାଇଛି ମୋର ଅଜ୍ଞାତରେ । ଏଇ ତେରବର୍ଷ ଭିତରେ କେତେ ଯେ ପାଠକ ତାଂକ ଅନୁଭୂତି ଭାଗ କରି ନେଇ ଅକାଳ ଦୀପାବଳି ଭଳି ମୋର ସମୟକୁ ଆଲୋକିତ କରିଛଂତି । ନହେଲେ ଓଡ଼ିଶାଠାରୁ ଦୂରରେ ଥାଇ କବିତାର ଗୋପନ ବଳୟ ଭିତରେ ଆତ୍ମଗୋପନ କରିଥିବା ମତେ କେମିତି ଖୋଜିନେଇଛଂତି ଦୀକ୍ଷିତ ସାହିତ୍ୟ ପାଠକମାନେ । ଓଡ଼ିଆ କବିତାର ସଂକଟ, ପାଠକ ଓ ସତ୍ ଗ୍ରାହକତାର ଅଭାବ ଭଳି ଆଲୋଚନା ଶୁଣୁଥିବା ବେଳେ ବୀଜବପନର ବିପୁଳ ପାଠକୀୟତା ମତେ ଓଡ଼ିଆ କବିତାର ଭବିଷ୍ୟତ ସମ୍ପର୍କରେ ଆଶାବାଦୀ କରାଏ ।
ଏ କବିତା ସବୁ ଘଟଣା ଚକ୍ରରେ ମୋ ହାତରେ ଲିଖିତ ହୋଇଛି ସିନା ଏ ପ୍ରଶଂସା ସବୁ ମୋ ମାତୃଭାଷାର ମଧୁର ଧ୍ୱନି ଓ ଆତ୍ମାର ସମୃଦ୍ଧି ପାଇଁ । ମୁଁ ପ୍ରତିନିଧି ଭାବରେ ଏହା ଖାଲି ଗ୍ରହଣ କରୁଛି । ଏଇ କବିତାମାନଂକ ପଛରେ ହଜାର ହଜାର ବର୍ଷର ମୋର ଭୂମିର କବିଂକ ସାଧନା ରହିଛି, ମୋ ପୂର୍ବପୁରୁଷଂକ ଉଦାରଚେତା ସର୍ବଗ୍ରାହୀ ଆଚରଣ ଓ ଉଚ୍ଚାରଣ ଅଂକିତ ହୋଇଛି । ଖାଲି ସେମାନଂକ ବାର୍ତ୍ତାବହ ହୋଇ ଆସିବା ଯେମିତି ମୋର ନିୟତି ।
-
Bilambita Antardaha
₹180.00ବିଗତ ଦିନମାନଙ୍କରେ ମୋର ବହୁମୂଲ୍ୟ ସମୟକୁ ଯଥାକାର୍ଯ୍ୟରେ ସଦୁପଯୋଗ କରିପାରିନଥିବାର ବେଦନାରୁ ସୃଷ୍ଟ ଛଟପଟ ମନ ଭିତରୁ ଉତୁରି ପଡୁଥିବା ଭାବାବେଗକୁ ଲପିବଧ କରିବା ଅର୍ଥାତ୍ ଏହା ମାଧ୍ୟମରେ ନୂତନ ପିଢ଼ିକୁ ଦିଗ୍]ଦର୍ଶନ ଦେବାର ଲକ୍ଷ୍ୟନେଇ ଏହି ସଂକଳନ ତଥା ‘ବିଳମ୍ବିତ ଅନ୍ତର୍ଦାହ’ର ଜନ୍ମ । ଏଥିରେ ସର୍ବମୋଟ ୩୭ ଗୋଟି କବିତା ସ୍ଥାନିତ ଏବଂ ଏହା ଆରମ୍ଭ ହୋଇଛି କବିତା’ବିଳମ୍ବିତ ଅନ୍ତର୍ଦାହ-୧’ ଏବଂ ସମାପ୍ତ ହୋଇଛି କବିତା ‘ବିଳମ୍ବିତ ଅନ୍ତର୍ଦାହ-୨’ ସହିତ । ଅନ୍ୟ କବିାତ ଗୁଡିକ ମଧ୍ୟ ସେହି ଅନ୍ତର୍ଦାହରୁ ହିଁ ସୃଷ୍ଟି କିନ୍ତୁ ସେଗୁଡିକ ଭିନ୍ନ ଭିନ୍ନ ନାମ ଏବଂ ରୂପରେ ଆବିର୍ଭୁତ ।
ଏହି ଗ୍ରନ୍ଥରେ ସ୍ଥାନିତ ‘ଓଶାମୃତ’ କବିତାଟି ବିଶିଷ୍ଟ ଦାର୍ଶନିକ ଓଶୋ ତଥା ଆଚାର୍ଯ୍ୟ ରଜନୀଶଙ୍କ ଏକ ଜୀବନ ଦର୍ଶନକୁ ନେଇ ରଚନା କରାଯାଇଥିବା ବେଳେ ‘ଜୀବନ’ କବିତାଟି ଅଜଣା ଏକ ଲେଖକଙ୍କ ଏକ ହିନ୍ଦୀ କବିାତର ଭାବାନୁବାଦ ଏବଂ ସେହିପରି ‘ଯଥାର୍ଥାନୁଭବ’ କବିତାଟି ଜଣେ ଇଂରାଜୀ କବି ତଥା ଜୟ ଲଭ୍]ଲେଟ୍ କ୍ରଫୋର୍ଡଙ୍କ ଦ୍ୱାରା ରଚିତ ‘ଦ ୱାର୍ଲ୍ଡ ଇଜ୍ ମାଇନ୍]’ କବିତାର ଭାବାନୁବାଦ ଅଟେ ।
-
Binapani Mohanty Nirbachita Galpa
₹330.00● ବୀଣାପାଣିଙ୍କ ଗଳ୍ପଗୁଡ଼ିକ ଅଧିକାଂଶରେ ସମସ୍ୟାଧର୍ମୀ; ମାତ୍ର ତାହା ଚିରକାଳ ମନୁଷ୍ୟ ଆତ୍ମାକୁ ପ୍ରକଟନ କରିଛି। ତାଙ୍କ ଗଳ୍ପଗୁଡ଼ିକ ପ୍ରଭାବ ଓ ଆବେଦନ ଦୃଷ୍ଟିରୁ ଅଧିକ ଚେଖଭୀୟ। ଜୀବନପ୍ରବୃତ୍ତି ଭିତରେ ତାଙ୍କ ଗଳ୍ପର ଚରିତ୍ର ସବୁ ଅଧିକ ଜୀବନ୍ତ। ଜୀବନପ୍ରବୃତ୍ତି ହେଉଛି ପ୍ରାଣସ୍ପନ୍ଦନର ମୂଳାଧାର, ଯାହାକୁ ଗାଳ୍ପିକା(ବୀଣାପାଣି ମହାନ୍ତି) ଆନ୍ତରିକତାର ସହିତ ଗଳ୍ପାୟିତ କରିଛନ୍ତି। – ଆଦିକନ୍ଦ ସାହୁ, ବୀଣାପାଣି ମହାନ୍ତି ଗଳ୍ପସମଗ୍ର, ପ୍ରଥମ ଭାଗ ● ବୀଣାପାଣିଙ୍କ ବିପୁଳ ସାରସ୍ୱତ ସୃଷ୍ଟି ମଧ୍ୟରେ ରହିଛି ନିବିଡ଼ ବିଶ୍ୱାସବୋଧ ଓ ଆଶାବାଦୀ। ସମସାମୟିକ ସମାଜ ଜୀବନରୁ ସେ କଥାବସ୍ତୁ ସଂଗ୍ରହ କରିଛନ୍ତି ଓ ସେସବୁକୁ ନେଇ ତାଙ୍କ ସାହିତ୍ୟର ଭିତ୍ତିଭୂମି ନିର୍ମାଣ କରିଛନ୍ତି। ବିଶେଷତଃ ନାରୀ ଚରିତ୍ରର ବୈଚିତ୍ର୍ୟ ଓ ବୈଶିଷ୍ଟ୍ୟ ପ୍ରଦର୍ଶନରେ ତାଙ୍କ(ବୀଣାପାଣିଙ୍କ) କଥାସାହିତ୍ୟ ସୌନ୍ଦର୍ଯ୍ୟପୂର୍ଣ୍ଣ ହୋଇଛି। – ବିଜୟାନନ୍ଦ ସିଂହ, କଥାଶିଳ୍ପୀ ବୀଣାପାଣି: ଉତ୍କଳ ସାହିତ୍ୟ ସମାଜ, ୨୦୧୫
-
Binapani Mohantynka Srusti O Drusti
₹340.00ବୀଣାପାଣି ମହାନ୍ତିଙ୍କ ମତରେ ସାହିତ୍ୟ ଅନ୍ତଃକରଣରୁ ସୃଷ୍ଟି । ୧୯୫୫ ମସିହାରେ ‘ତନ୍ଦ୍ରାହତ’ କବିତାରୁ ତାଙ୍କ ସାହିତ୍ୟଯାତ୍ରାର ଆରମ୍ଭ । ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱ ତାଙ୍କ ସାରସ୍ୱତ ଜୀବନ ଭାରତୀୟ ପାଠକ ତଥା ଅସଂଖ୍ୟ ନାରୀମାନଙ୍କପାଇଁ ଅଦମ୍ୟ ପ୍ରେରଣାର ଉତ୍ସ ପାଲଟିଛି । ଓଡ଼ିଶାରେ ଓଡ଼ିଆ ଲେଖିକା ସୃଷ୍ଟି କରିବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଷାଠିଏ ଦଶକରୁ ଊର୍ଦ୍ଧ୍ୱ ତାଙ୍କ ସାହିତ୍ୟିକ ଯାତ୍ରା ଏତେ ସହଜ ନ ଥିଲା । ରକ୍ଷଣଶୀଳ ସମାଜର ରୁଢ଼ିବାଦୀ – ତିର୍ଯ୍ୟକ୍ ଦୃଷ୍ଟିପ୍ରତି ଭୟଭୀତ ନ ହୋଇ ସେ ସ୍ୱଚ୍ଛନ୍ଦ ଭାବରେ ସମାଜର ଅନ୍ତର୍ନିହିତ ବିକୃତି, ଅସଂଗତି ତଥା ବାସ୍ତବତାକୁ ନିଜ ଗଳ୍ପସାହିତ୍ୟରେ ଚିତ୍ରିତ କରିଛନ୍ତି । ନିଜର ଶକ୍ତିଶାଳୀ ଲେଖନୀ ଚାଳନାଦ୍ୱାରା ତାଙ୍କର ମୌନ ବିଦ୍ରୋହ ରକ୍ଷଣଶୀଳ ସମାଜ ପାଇଁ ଥିଲା ନମ୍ର ସାରସ୍ୱତ ପ୍ରତିବାଦ । ବିଶିଷ୍ଟ ସାହିତ୍ୟିକ ଅନନ୍ତ ପଟ୍ଟନାୟକ, ଗୌରଚନ୍ଦ୍ର ପଟ୍ଟନାୟକ, ବ୍ରହ୍ମୋତ୍ରୀ ମହାନ୍ତିଙ୍କ ପ୍ରଗତିବାଦୀ ଅନୁଚିନ୍ତା ତାଙ୍କ ସାହିତ୍ୟର ନାରୀବାଦୀ ବିଚାରକୁ ଶକ୍ତି ଯୋଗାଇଥିଲା । ନାରୀର ସମସ୍ୟା, ସଂଗ୍ରାମ, ଯନ୍ତ୍ରଣାର ସେ ପ୍ରତିନିଧିତ୍ୱ କରିଛନ୍ତି । ଜୀବନାନୁଭୂତି ସହିତ ବ୍ୟକ୍ତିକ ଅଭିଜ୍ଞତା ହିଁ ତାଙ୍କ ଲେଖନୀର ସାମର୍ଥ୍ୟ । ଓଡ଼ିଆ ଅସ୍ମିତାର ସେ ଥିଲେ ସଚେତନ ଧାତ୍ରୀ । ସେଥିପାଇଁ ସାମାଜିକ, ସାଂସ୍କୃତିକ ପରିବର୍ତ୍ତନର ସ୍ୱର ତାଙ୍କ ସୃଷ୍ଟି ମଧ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ପରିଲକ୍ଷିତ ହୁଏ ।
ଅଧ୍ୟାପିକା ରେବତୀ ମୁଦୁଲି ବୀଣାପାଣି ମହାନ୍ତିଙ୍କ ସାରସ୍ୱତ ସାଧନାର ବିବିଧ ବୈଚିତ୍ର]୍ୟବିମଣ୍ଡିତ ରୂପକୁ ଖୁବ୍ କଳାତ୍ମକ ଶୈଳୀରେ ମୂଲ୍ୟାୟନ କରିଛନ୍ତି । ବୀଣାପାଣି ମହାନ୍ତିଙ୍କ ସୃଷ୍ଟିସମଗ୍ରର ଆଲୋଚନା ମଧ୍ୟଦେଇ ତାଙ୍କ ବ୍ୟକ୍ତିତ୍ୱର ଅନେକ ମହନୀୟ ଦିଗକୁ ଆକଳନ କରିବାରେ ସେ ସଫଳ ହୋଇଛନ୍ତି । ଷାଠିଏତ୍ତୋର ଓଡ଼ିଆ ସାହିତ୍ୟର କଥାବସ୍ତୁ ଓ ଶୈଳୀଗତ ରୂପକୁ ସ୍ୱତନ୍ତ୍ର କରି ଗଢ଼ି ତୋଳିବାରେ ମହାନ୍ ଲେଖିକା ବୀଣାପାଣି ମହାନ୍ତିଙ୍କ ଅବଦାନ ସଂପର୍କରେ ଡକ୍ଟର ରେବତୀ ମୁଦୁଲିଙ୍କ ଅଧ୍ୟୟନ, ଅନୁଶୀଳନ ଓ ମୂଲ୍ୟାୟନ ବେଶ୍ ଅଭିନନ୍ଦନୀୟ ।
-
Birds of Odisha: A Pictorial Encyclopedia
₹2,900.00This book covers 316 species and distinct sub-species of birds in their natural habitat found in the most diverse avifaunal regions of India, the State of Odisha. It contains pictorial presentation of close-up of more than 1000 stunning images in 722 pages, all of which have been photographed by the father -daughter duo, bringing each bird to life on the pages; and highlights its key features. The book will be of immense utility to growing numbers of bird lovers, bird watchers, photographers, students of natural science, forestry and wildlife as well as professionals, conservationists and those enforcing Wildlife law. This will be a prized addition to various libraries in the state and a must for each Forest Division and Range. Even a common man will find this book endlessly inspiring, interesting, a knowledge base and can acquire deep insight on various bird found in Odisha, their habitat and lifestyle.
A complete and single source of information on Birds of Odisha; and the book is first of its kind in the state, which will be a milestone to spread public awareness on avian fauna of the state. All the photographs have been carefully selected to show the spectacular features of the species. The text provides vital and new information of each species. This book can also be useful as a pictorial field guide for accurate identification for birdwatchers and students. A hugely engaging and indispensable read for all.
-
Bishadajoga
₹200.00“ମୃତ୍ୟୁ ପରେ ମତେ କେହି ଦୟା କରିବ
ନାହିିଁ ଅନୁଗ୍ରହ କରି । ଶୋକସଂତପ୍ତ
ପରିବାରକୁ ମୋର ସଂବେଦନଶୀଳ
ଶୋକ ଓ ସାଂତ୍ୱନାର ବାର୍ତ୍ତା ପଠାଇବନି,
ସମ୍ବାଦପତ୍ରରେ ଅକ୍ଷରଟିଏ ଛପାଇବନି,
ସ୍ମୃତି ସଭାର ଆୟୋଜନ କରିବ ନାହିଁ,
ମୋ ଶ୍ରାଦ୍ଧବାର୍ଷିକୀ କି ଜୟନ୍ତୀ ପାଳିବ
ନାହିଁ, ମୋର ଅପ୍ରକାଶିତ ପାଂଡୁଲିପି ସବୁକୁ ମୋ
ଚିତା ଭସ୍ମରେ ବିସର୍ଜନ ଦେବ, କାହା
ପାଖେ ଭୁଲରେ ହେଲେ ବି କହିବ ନାହିଁ
ବିଷାଦଯୋଗର ଜଣେ କବି ଭଳି କବିଟିଏ ଥିଲା ।”
ମୋର ଏଇ ଅଂତିମ ଅନୁରୋଧଟି ରଖିପାରିଲେ ଆତ୍ମା ମୋର ପରମ ଶାନ୍ତି ଲାଭ କରିବ ପରଲୋକରେ । ପରଲୋକଗତ ମଣିଷ ପାଇଁ ଦୟା, ଅନୁକଂପା ଦେଖାଇବା ଚରମ ମୂର୍ଖତା । ନିରବରେ ତାକୁ ତା ବାଟ ଛାଡ଼ି ଦେବାର କଥା ।
ନିରବତା ହିଁ ଏ ଜୀବନ ପାଇଁ ମୋର ସର୍ବଶ୍ରେଷ୍ଠ ଉପହାର । ଯଶ, ସମ୍ମାନ, ଭୋଗ, ଏ୍ୟୌଶ୍ୱର୍ଯ୍ୟ, ଉପଢ଼ୌକନ, ଅଳଂକାର ପ୍ରତି ମୋର ଲୋଭ ନାହିଁ, ମୋର କୌଣସି ଉଚ୍ଚାଶା ନାହିଁ, ମୋହ ଦୁର୍ବଳତା ନାହିଁ । ଉତ୍ତର ପୁରୁଷମାନେ ମୋର ଅଜବ ଆଦର୍ଶରେ ଅନୁପ୍ରାଣିତ ନ ହୁଅନ୍ତୁ । ନିଜ ପାଇଁ ଯେଉଁ ଅଂଧାରିଆ ରାସ୍ତାଟି ମୁଁ ବାଛିନେଇଛି, ଭୁଲରେହେଲେ ବି ବୁଡ଼ି ଯାଉଥିବା ଆଦିମ ସୂର୍ଯ୍ୟ ସେମାନଙ୍କର ଆଦର୍ଶ ନହେଉ । ନିଜର ଦୃଢ଼ ଆତ୍ମପ୍ରତ୍ୟୟ ଓ ବିଶ୍ୱାସକୁ ନେଇ ବଞ୍ଚନ୍ତୁ ସେମାନେ । ସେମାନେ ନୂଆ ଭାଷାରେ ନୂଆ ଶତାବ୍ଦୀର ଇତିହାସ ଲେଖନ୍ତୁ ।
—— ଫନୀ ମହାଂତି, ୧୩ ଡିସେମ୍ବର, ୨୦୨୪, ଭୁବନେଶ୍ୱର