-
Matira Manisha
₹150.00Eminent novelist Kalindi Charan Panigrahi’s magnum opus Matira Manisha reflects human relationships using a wide range of themes, including Gandhian and Marxist ideologies, postwar social conditions, agrarian culture, rustic life, and traditional family values. This is considered a classic novel in Odia language.
-
-
Mote Chinha
₹250.00ସତୀପ୍ରଥା ପରି ଏକ ଘୃଣ୍ୟ ପ୍ରଥା ବିଷୟରେ କିଏ ବା ଅବଗତ ନୁହଁନ୍ତି! ସମାଜରୁ ଏହି କୁପ୍ରଥା ଉଚ୍ଛେଦ କରିବାରେ ମୁଖ୍ୟ ପୁରୋଧା ସାଜିଥିବା ରାଜା ରାମମୋହନଙ୍କ ଭାଉଜଙ୍କ ସତୀ ହେବା ଘଟଣାର ବର୍ଣ୍ଣନା ମୋତେ ବିସ୍ମିତ କରିଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଅଲୋକାମଞ୍ଜରୀଙ୍କୁ ସତୀ ହେବା ପାଇଁ ଚିତାରେ ବସାଇଦିଆ ଯାଇଥିଲା। ଚିତାରେ ଅଗ୍ନିସଂଯୋଗ ପରେ ଲୋକମାନେ ସେଠାରୁ ଚାଲି ଆସିଥିଲେ। ଅଲୋକାମଞ୍ଜରୀ ନିଜକୁ ନିଆଁ ମୁହଁରୁ ବଞ୍ଚାଇ ଅଧାଜଳା ଅର୍ଦ୍ଧଉଲଗ୍ନ ଅବସ୍ଥାରେ ଏକ ବୁଦା ମୂଳରେ ଆତ୍ମଗୋପନ କରିଥିଲେ। କିନ୍ତୁ ସକାଳେ ତାଙ୍କୁ ଜୀବିତ ଥିବା ଦେଖିପାରି ଲୋକମାନେ ପୁଣି ଥରେ ନେଇ ତାଙ୍କୁ ଚିତାରେ ଜାଳି ଦେଇଥିଲେ। ଏପରି ଘଟଣା ମାନବତା ପ୍ରତି ଏକ ଶକ୍ତ ପ୍ରହାର ଅଟେ। ଏହି ଲୋମହର୍ଷଣ ଘଟଣାରେ ବ୍ୟଥିତ ରାମମୋହନ ସତୀପ୍ରଥା ଉଚ୍ଛେଦ ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ଲେଖକ ଇତିହାସର ଏହି ବାସ୍ତବ ଚରିତ୍ର ସହ ଉପନ୍ୟାସର ମୁଖ୍ୟ ଚରିତ୍ର ସାବିତ୍ରୀ କୁଅଁରକୁ ତୁଳନା କରିଛନ୍ତି। ସେ କିନ୍ତୁ ଅଲୋକାମଞ୍ଜରୀଙ୍କ ପରି ସମାଜ ଓ ଅନ୍ଧବିଶ୍ୱାସ ଆଗରେ ହାରି ନ ଯାଇ ବଞ୍ଚିବା ପାଇଁ ସଂଘର୍ଷ କରିଛି। କିନ୍ତୁ ତାକୁ ତା ନିଜ ବାପାମାଆ ମଧ୍ୟ ଗ୍ରହଣ କରିବାକୁ ରାଜି ହୁଅନ୍ତିନି। ଏପରି ଅନେକ ଘଟଣା ଓ ଚରିତ୍ରର ନିଖୁଣ ବର୍ଣ୍ଣନା ଉପନ୍ୟାସକୁ ସୁଖପାଠ୍ୟ କରି ଗଢ଼ିତୋଳିଛି।
କିଛି ଘଟଣାବଳୀ ଓ ପ୍ରଥାକୁ ଲେଖକ ଯେପରି ବୈଜ୍ଞାନିକ ତର୍କ ମାଧ୍ୟମରେ ଉପସ୍ଥାପିତ କରିଛନ୍ତି ତାହା ଖୁବ୍ ଗୁରୁତ୍ୱପୂର୍ଣ୍ଣ। କହିବାକୁ ଗଲେ, ଏହି ତଥ୍ୟ ଗୁଡିକ ହିଁ ମୋତେ ବହିଟିକୁ ଅନୁବାଦ କରିବା ପାଇଁ ପ୍ରେରିତ କରିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ଆମର ଦୈବୀପୀଠଗୁଡ଼ିକ ବିଷୟରେ ସବିଶେଷ ଜାଣିବା ତାହା ପୁଣି ଏକ ବୈଜ୍ଞାନିକ ତର୍କ ଦେଇ… ନିଶ୍ଚିତ ରୂପେ ପାଠକକୁ ଏକ ନୂତନ ଅନୁଭୂତି ଦିଏ।
-
Mu bi Karna
₹200.00‘ମୁଁ ବି କର୍ଣ୍ଣ’ ଉପନ୍ୟାସରେ ଚିତ୍ରିତ ହୋଇଛି ଏକ ପାଳିତ ପୁତ୍ରର ଜୀବନ କାହାଣୀ ଯାହାର ସାମଞ୍ଜସ୍ୟ ରହିଛି ମହାଭାରତର କର୍ଣ୍ଣଙ୍କ ଜୀବନ କାହାଣୀ ସହିତ ।ସଦ୍ୟ ଜନ୍ମିତ ଶିଶୁପୁତ୍ରଟିକୁ ନଦୀର ଜଳରେ ଭାସୁଥିବା ବୋଝ ଭିତରୁ ଅତି ଆଗ୍ରହରେ ତୋଳିଆଣି ନିମିଷକ ମଧ୍ୟରେ ଭୁଲିଯାଆନ୍ତି ଚିତ୍ରା ଓ ବିଭୂତି ନିଜର ସଦ୍ୟ ମୃତ ପୁତ୍ରକୁ ଯାହାକୁ ସେମାନେ ନଦୀ ନିକଟରେ ପୋତିବାକୁ ଆସିଥିଲେ ରାତ୍ରିର ଅନ୍ଧାରରେ । ସମସ୍ତଙ୍କ ଆଗରେ ‘ଆଲୋକ’ ସେମାନଙ୍କର ଜନ୍ମିତ ପୁତ୍ର ।ସମୟକ୍ରମେ ଚିତ୍ରା ଓ ବିଭୂତିଙ୍କର ପାଞ୍ଚ ପୁଅ ହୋଇଛନ୍ତି କୁନ୍ତୀଙ୍କର ପାଞ୍ଚପୁତ୍ର ହେଲାପରି । ଆଲୋକ ମଧ୍ୟ ଭଲ ପଢ଼ି ଏକ ଅଫିସର ହୋଇଛି । କିନ୍ତୁ ସେ ଜାଣିନି ନିଜର ପ୍ରକୃତ ଜୀବନ ବୃତ୍ତାନ୍ତ । ଆଲୋକ ପଛରେ ଯେ ଅନ୍ଧାରଟିଏ ଲୁଚି ରହିଛି ତାହା ସମସ୍ତଙ୍କୁ ଆଗୋଚର ।ସମୟ ସ୍ରୋତରେ ଆଲୋକର ପ୍ରକୃତ ଜନ୍ମଦାତ୍ରୀ ମେନକା ଦେବୀ ସନ୍ଧାନ ପାଆନ୍ତି ନିଜ ଜନ୍ମିତ ପୁତ୍ରର ଓ ତା ପାଖକୁ ଆସି ପ୍ରକୃତ ମାତାର ପରିଚୟ ଦିଅନ୍ତି । କିନ୍ତୁ ଆଲୋକ ତାଙ୍କୁ ନିଜର ମା’ ବୋଲି ଗ୍ରହଣ କରେନି । ଚିତ୍ରା ଓ ବିଭୂତି ତାର ମାତା ଓ ପିତା । ନିରାଶ ହୁଅନ୍ତି ମେନକା ଦେବୀ ।ମେନକା ଦେବୀଙ୍କର ଆଉ କିଏ ନାହାନ୍ତି । ସେ ଏକ ଅନାଥାଶ୍ରମର ମାଲିକାଣୀ । ଅଳ୍ପଦିନ ପରେ ତାଙ୍କର ମୃତ୍ୟୁ ହୁଏ କ୍ୟାନ୍]ସରରେ ଓ ରାତ୍ରିରେ ହୋଇଯାଏ ତାଙ୍କର ଶବଦାହ ଶ୍ମଶାନରେ । ଆଲୋକ ଖବର ପାଇ ଶ୍ମଶାନରେ ପହଞ୍ଚିଲା ବେଳକୁ ସବୁ ଶେଷ । ସେ ହାତରେ ମୁଠାଏ ପାଉଁଶ ଧରି ଭସେଇ ଦେଲେ ମହାନଦୀ ଜଳରେ । ଶବଦାହକର ପ୍ରଶ୍ନ – ବାବୁ, ମେନକା ଦେବୀ ଆପଣଙ୍କର କିଏ ?ଆଲୋକ କୋହମିଶ୍ରିତ କଣ୍ଠରେ କହିଲେ – ହଁ, ମୁଁ ବି ଏକ କର୍ଣ୍ଣ ।
-
My Lost Village
₹250.00Srimayi visits her village with her daughter, Khusi, taking a break from her hectic and tedious city life. Nature’s healing power soothed her soul while she strolled with her niece Rupa on Naib’s homestead. The majestic and untouched beauty of the surroundings gets gradually polluted and decayed with the influx of city lifestyle. Foreign liquor shops are open in the village. The village youth spoil their life. Some known persons are still alive, while some are not. The innocence of village life is smothered by cut-throat competition and rat race, as observed in city life. People have been self-centred because of political interference and modernization. Loneliness pervades everywhere. Love and affection get blighted. Hypocrisy knocks on the doors of innocent lives.
Nobody can forget the village life, people, and the arresting beauty of the countryside. The village always occupies a happy seat in one’s heart. Emotions and passions are attached to every object of Nature. Nowadays, the electricity replaces the kerosene lamps and lanterns. The electrical gadgets are used best. Srimayi recollects her grandmother’s stories, the flowers of ridge gourd, and cucumber creepers on the people’s hedges in the early dusk. On one side, she misses the villagers’ erstwhile love and affection; on the other, she thinks about how the village youth get infatuated with love, barring all kinds of social parameters. The novelist pines for what is missing in the present village life. Now, the age has changed, and the village has been modernized. The natural flow of life is shrouded with artificiality. Artificial fertilizers and insecticides poison the taste of crops, cereals and vegetables. Many animals and birds are not seen in the village. Youth need to show more interest in ploughing or cultivating the farmland. Healthy relationships between communities get fissured and punctured. Minor issues are taken up to the police station and court. Nobody pays any heed to the older people’s decisions. The simplicity of the village life is lost. At the novel’s end, the novelist doubts whether the villagers can protect their culture or whether it will be assimilated into the city culture. Hence, the title of the book “My Lost Village” is appropriately justified.
The novel seems autobiographical. The novelist’s childhood life in Langeleswar village of Balasore district is the setting for this work of art. It happens in everybody’s life. This pastoral setting of the novel can appeal to readers with human sensibility.
-
Nachiketa
₹400.00Nachiketa, the caption of the novel, follows the ideal, protagonist of Kathopnishad. Nachiketa was a truth seeker youth who exposed the deceit of his father, Vajasrava, a famous sage of the Vedic age. The father being publicly insulted reacted and cursed the boy to die instantly. The boy died instantly. But when his soul met Yama, the Lord of death, he refused to admit him in his realm. He asked him to return to life. But the boy refused to come back before acquiring the true knowledge about Life and death. He was blessed with the knowledge he sought and returned back to life as a learned person.
The present novel Nachiketa follows the same ideal of the Kathopanishad. Here, Nachiketa is used as a symbol to represent three aspirant scholars of an Indian University, named Ravenshaw College, situated in the city of Cuttack, Odisha, India.
It is in the aftermath of the Indian Independence when the British bequeathed the powers to the Democratically elected Government of India, on 15 August 1947. The Government of India formed its Govt in Delhi and the provincial Govts started functioning in their own provincial Headquarters, as per constitutional provision.
In the province of Odisha, the provincial Government took oath of the office and started functioning with their Legislative Assembly housed in the premises of the State’s premiere education institution, Ravenshaw College, Cuttack. Now, all of a sudden, the character of that historic educational institution of learning turned into shambles and instead of the wise heads, the Academicians and Deans, the college campus buzzed with Ministers, Members of the Legislative Assembly and politicians of all varieties, Congress, Communists, and Socialists etc.
During that period, three bright scholars, Bibhuprasad, Natabar, and Manmohan were doing their pre doctoral research in the department of Chemistry of that college. Until then they looked at their alma mater, Ravenshaw College at par with Cambridge and Oxford Universities of London and dreamed of Nobel Prizes in their chosen
areas of research and studies. But alas! One fine morning they discovered their beloved university turning into the citadel of active politics!
Politicization of education is the poison that killed the whole spirit of knowledge and wisdom for which India was once famous as a country of sages, since the Vedic times, over thousands of years. But the politicians, that inherited the powers from the British for the Governance of India, allowed the rot to spread and India was pushed to the third world category of nations for that single mistake of the politicians who inherited powers from the British in 1947.
The novel is a saga of the desperation of the youths of India, particularly, after the country became independent.
-
Nadan Premam
₹160.00‘ନାଦନ ପ୍ରେମମ୍]’ ଲଘୁ ଉପନ୍ୟାସକୁ ମୁଁ ୧୯୪୦ ମସିହାରେ ଲେଖିଥିଲି। ସିନେମାକୁ ଧ୍ୟାନରେ ରଖି ମୁଁ ଉପନ୍ୟାସ ରଚନା କରେନାହିଁ। କିନ୍ତୁ ମୋର ଏହି ପ୍ରଥମ ଉପନ୍ୟାସ ଏହାର ବ୍ୟତିକ୍ରମ। ୧୯୩୯-୪୦ର ପାଖାପାଖି ବୁମ୍ବାଇରେ ଏକ ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ସିନେମା ନିର୍ମାଣ ସମ୍ଭବ ଥିଲା। ମୁଁ ଏହି ଉପନ୍ୟାସ ଏହି ଉଦ୍ଦେଶ୍ୟରେ ରଚନା କରିଥିଲି ଯେ ୟାକୁ ଚଳଚିତ୍ର ଭାବେ ରୂପାୟନ କରିବାକୁ ହେଲେ ବୁମ୍ବାଇର କେତେ ଜଣ ସ୍ୱଚ୍ଛଳ ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। କିନ୍ତୁ ମୋର ସେଇ ଆଶା ପୂରଣ ହେଲାନାହିଁ, ନା ପ୍ରୋତ୍ସାହନ କୋଉଠୁ ପ୍ରାପ୍ତ ହେଲା। ଯଦିଓ ଏହି ପ୍ରୟାସ ଫଳପ୍ରଦ ହେଲାନି, ତଥାପି ଉପନ୍ୟାସ ଭାବେ ଏହି କୃତି ବହୁତ ଲୋକପ୍ରିୟ ହେଲା। ଏହାର କେତେଗୁଡ଼ିଏ ସଂସ୍କରଣ ମଧ୍ୟ ପ୍ରକାଶ ପାଇଲା।
ଉପନ୍ୟାସ କ୍ଷେତ୍ରରେ ଏହା ମୋର ପ୍ରଥମ ପ୍ରୟାସ ଥିଲା। ଗ୍ରାମୀଣ ଜୀବନର ବିଷୟବସ୍ତୁ, ରୋମାଣ୍ଟିକ୍ କଳ୍ପନା ଏବଂ ସାମାଜିକ ଚଳନିର ଆକଳନ ଏହି ଉପନ୍ୟାସରେ ପ୍ରତିଫଳିତ ହୋଇଛି। ଉପନ୍ୟାସ ରଚନା କୌଶଳର ରାସ୍ତାରେ ଅନଭିଜ୍ଞ ହୋଇ ମୁଁ ଏହା ପ୍ରୟାସ କରିଥିଲି, କିନ୍ତୁ ଜଣାନାହିଁ କାହିଁକି ଏହି ଉପନ୍ୟାସଟି ଏତେ ଲୋକପ୍ରିୟ ହୋଇଗଲା।
ଲୋକଭାରତୀ ପ୍ରକାଶନ (ଏହ୍ଲାବାଦ) ଯେବେ ମୋତେ କହିଲେ ମୋର ଗୋଟିଏ ଉପନ୍ୟାସର ହିନ୍ଦୀ ଅନୁବାଦ ପ୍ରକାଶ କରିବେ ମୁଁ ‘ନାଦନ ପ୍ରେମମ୍]’କୁ ହିଁ ବାଛିଲି। ନିଜର ପ୍ରଥମ ସନ୍ତାନକୁ ଅଧିକ ଭଲପାଇବା ସ୍ୱାଭାବିକ କଥା। ଏହି ଉପନ୍ୟାସର ହିନ୍ଦୀ ଅନୁବାଦ ଅତ୍ୟନ୍ତ ଅଳ୍ପ ସମୟ ମଧ୍ୟରେ ଡ.ଆର.ସୁରେନ୍ଦ୍ରନ (ଆରସୁ) କରିଛନ୍ତି। ତାଙ୍କୁ ମୁଁ କୃତଜ୍ଞତା ଜଣାଉଛି।
ଏସ୍]. କେ. ପୋଟ୍ଟେକ୍କାଟ୍ଟ
-
Neeladri Vijay: The Gorious Homecoming
₹500.00Neeladri Vijaya unfolds against the twilight of Chilika Lake, where the exiled Ramachandra Dev, once a mighty ruler, disguises himself as a humble oarsman while Lord Jagannath lies hidden in peril. Amidst drought and betrayal, loyal companions Lakshmi Paramaguru and Vishnu Paschim Kabat risk everything to rally allies and thwart a fraudulent Navakalevara. Secret journeys through forests and waterways, conspiracies in Murshidabad’s opulent court, and battles at Pipili weave a tale of devotion and defiance. At its heart lies Ramachandra’s agonizing choice between sacred duty and forbidden love for Razia. With shifting alliances and looming treachery, this epic novel dramatizes faith, sacrifice, and identity in an era of uncertainty, culminating in the deities’ triumphant restoration to Puri’s Ratna Simhasana.
-
Neutopia
₹250.00ସ୍ୱପ୍ନର ସେ କାଳ୍ପନିକ ରାଜ୍ୟ ‘ନିଉଟୋପିଆ’ । ଯାହା ଇତିହାସ, କଳ୍ପନା ଓ ବାସ୍ତବତାର ଏକାଧିକ ସଂସ୍କରଣ ହେଇ ପୁନର୍ଲିଖିତ ହେଇ ଚାଲିଥିବ ।
ଶଶାନ ଦିରୀ (ଶ୍ମଶାନ ପଥର)ର ପ୍ରତୀକ କାନ୍ଧରେ ପକେଇ ମାଇଲ ମାଇଲ ବାଟ ଚାଲୁଥିବା ସେଇ ଅବୋଧ ଆଦିପୁରୁଷର ବିଶ୍ୱାସ ଓ ତା’ର କାଳକାଳର ପରଂପରା କିପରି ବହିଯାଇଛି କାହାଣୀ ପରେ କାହାଣୀ ହେଇ, ଘନ ଘୋର ଜଙ୍ଗଲରେ ।
ଇତିହାସରେ ସେ କଥା ନାହିଁ । ଯେଉଁକଥା ଓ କାହାଣୀ ପାହାଡ଼, ଜଙ୍ଗଲ ଓ ପରଂପରାର ଲୋକକଥାଗୁଡ଼ିକରେ, ପୁରୁଷ ପୁରୁଷର ଅପାସୋରା ଲୋକଗୀତି ସବୁରେ ଲୁଚି ରହିଛନ୍ତି ସେସବୁ ଇତିହାସରେ କାହିଁ?
‘ନିଉଟୋପିଆର’ ପୁନର୍ଲିଖନ ଅସମ୍ଭବ । ଯେପରି ଅସମ୍ଭବ ଇତିହାସର ପ୍ରତିଷ୍ଠିତ ତଥ୍ୟକୁ କାହାଣୀଗୁଡ଼ିକର ଶାଣୁଆ ତୀରରେ ଚିରି ଦେଇପାରିବା ।
କେତେଶହ ବର୍ଷ ତଳେ ଶଶାନଦିରୀ ପଥରକୁ ପିଠିରେ ବୋହି ନିଜର ମାଲିକାନୀ ହକ୍ ପ୍ରମାଣିତ କରିବାପାଇଁ ଯେଉଁମାନେ ଜଙ୍ଗଲ, ପାହାଡ଼ ଘେରା ନିଜର ଜମି ଉପରୁ ଉଠିଯାଇଥିଲେ କମିଶନରଙ୍କୁ ଭେଟିବାପାଇଁ; ସେମାନେ ରାସ୍ତାସାରା କେବଳ ଗପ କହିଚାଲିଥିଲେ । ସେଇସବୁ ଗପ ଆଜିବି କେଉଁଠିନା କେଉଁଠି ପାହାଡ଼ କି ଜଙ୍ଗଲ କି ନଈ, ନାଳ ଓ ପଥର, ଫୁଲ ଓ ଫଳ, ସାପ ଓ କେର୍]କେଟା ଚଢ଼େଇମାନଙ୍କ ମୁହଁରେ କଥିତ ହେଉଛନ୍ତି ।
ଇତିହାସରେ ‘ନିଉଟୋପିଆ’ର ବର୍ଣ୍ଣନା ନାହିଁ । ଲୋକକଥାରେ ଅଛି । ଆଜି ଇତିହାସ ଖୋଜିଲାବେଳେ ମୁଁ ସେହି ମରିହଜିଯାଇଥିବା ଆଦିପୁରୁଷମାନଙ୍କୁ ମନେ ପକଉଛି ।
ମନେ ପକଉଛି, ଅତୁଲ ସରଦାର ଓ ତାଙ୍କ ପତ୍ନୀଙ୍କୁ, ଯେଉଁ ଦି’ଜଣ ଏଇ ଉପନ୍ୟାସର ପିଞ୍ଜର ଗଢ଼ିଛନ୍ତି । ମନେପକଉଛି, ସେହି ବୋଙ୍ଗାମାନଙ୍କୁ; ଯେଉଁମାନେ ମୋତେ ପ୍ରେରିତ କରିଛନ୍ତି ।
ଜୋହାର..
-
Nija Nija Panipath
₹225.00The novel “NIJa Nija Panipath” by Odia novelist and storyteller Jagadish Mohanty is based on theme of colliery life, coal management, trade union, minister and mafias. The protagonist of this novel Hari Shankar has sent his life as a trade union secretary in coal mines and for that reason paid a lot by neglecting his personal life. He has joined coal India as worker at the age of 18 and joined trade union. At the age of 50 he could realize that trade union has lost its loyalty ethics due to the interference of local minister .so he has decided to build a new union by the support of management, but he could not get success because of the protest of Dhruba Khatua, the existing union leader. Then he has kept hunger strike along with few peoples. After two three days all the peoples who have supported him left him alone and compromised with management alone and compromised with management. Pradyumna another character of the novel has suffered identity crisis. Being a Brahmin boy, he has accepted an identity of Samaru khadia, a tribal folk. Officially he was declared as the son of Baithu khadia. This he has to accept as he goes for a job purchased from mafia. Coal India has a policy to provide job to the people whose land have been acquired. Many tribal peoples were not interested for jobs but they preferred to instant money in lieu of such jobs. Local Mafia targeted those tribals and resold the jobs. And here Pradyumna is a victim of the system.
-
Olatapur
₹180.00ଏଠାକୁ ଆସୁଥିବା ସବୁ ମଣିଷର ହାତ ପାପୁଲିରେ ଦୁଇ ସମାନ୍ତରାଳ ରେଖା ସମୟର ପେଟ ଚିରି ଯେପରି ଆଗକୁ ବଢ଼ିଥାଏ । ସେଇ ସମାନ୍ତରାଳ ରେଖାର ଗୋଟିଏ ଗାର ସ୍ୱପ୍ନ ହେଲେ ଆରଟି ସ୍ୱପ୍ନଭଙ୍ଗ। ଦୁହିଁଙ୍କୁ ଏକାଠି ମିଶାଇ ଜିଇଁବା ଶିଖାଏ ଓଲଟପୁର।
-
Om Shri Shri Prajapataye Namah
₹180.00କଥାକାର ଜ୍ଞାନରଞ୍ଜନ ନାୟକଙ୍କ ଗଳ୍ପ ତଥା ଉପନ୍ୟାସରେ ଓଡ଼ିଶାର ଗ୍ରାମ୍ୟଜୀବନୀ ଏବଂ ଗ୍ରାମ୍ୟ ସଂସ୍କୃତି ଯେପରି ପରିବେଶିତ ହୋଇଥାଏ, ତାହା ତାଙ୍କୁ ସ୍ୱତଃ ଚଳିତ ସମୟର ଏକ ଭିନ୍ନ ଏବଂ ଜଣେ ବଳିଷ୍ଠ ଲେଖକର ପରିଚୟ ଦେଇଥାଏ । ‘ଓଁ ଶ୍ରୀ ଶ୍ରୀ ପ୍ରଜାପତୟେ ନମଃ’ ଗ୍ରାମ୍ୟ ଚଳଣି ଏବଂ ସଂସ୍କୃତି ଉପରେ ଆଧାରିତ ସେମିତି ଏକ ପ୍ରତିନିଧି ସ୍ଥାନୀୟ ଉପନ୍ୟାସ ।