• KAA

    KAA

    କିଶୋର ବୟସରୁ ଉପନ୍ୟାସ ପାଠପ୍ରତି ଯିଏ ସର୍ବପ୍ରଥମେ ପାଠକକୁ ଆକର୍ଷିତ କରନ୍ତି, ସେ ହେଉଛନ୍ତି ଆଧୁନିକ ଓଡ଼ିଆ ଉପନ୍ୟାସ ଜଗତରେ ଜଣେ ଯୁଗାନ୍ତକାରୀ ସ୍ରଷ୍ଟା ଭାବରେ ସୁପ୍ରତିଷ୍ଠିତ ଔପନ୍ୟାସିକ କାହ୍ନୁଚରଣ। ଫକୀରମୋହନ ସେନାପତିଙ୍କ ପରମ୍ପରାର ଜଣେ ବିଶ୍ବସ୍ତ ପ୍ରତିନିଧି ତଥା ଓଡ଼ିଆ ଜନଜୀବନର ସଫଳ ରୂପକାର ଭାବରେ କାହ୍ନୁଚରଣ ହେଉଛନ୍ତି ଅଗଣିତ ପାଠକ ହୃଦୟରେ ଅଭିଷିକ୍ତ ସ୍ବୟଂପ୍ରଭ ସମ୍ରାଟ। ‘ବଜ୍ରବାହୁ’, ‘ବାଲିରାଜା’, ‘ହା-ଅନ୍ନ’, ‘ଶାସ୍ତି’, ‘ଝଞ୍ଜା’, ‘କା’, ‘ସତ୍ୟାବତୀ’ ପ୍ରଭୃତି ଅର୍ଦ୍ଧଶତାଧିକ କାଳଜୟୀ ଉପନ୍ୟାସର ସ୍ରଷ୍ଟା ଭାବରେ ସେ ରଖିଦେଇଯାଇଛନ୍ତି ଓଡ଼ିଆ ସାହିତ୍ୟରେ ତାଙ୍କର ଅମଳିନ ସ୍ବାକ୍ଷର। ମାତ୍ର ବର୍ତ୍ତମାନ ବହିବଜାରରେ ଦେଖିବାକୁ ମିଳୁ ନାହିଁ ତାଙ୍କର କୌଣସି ଉପନ୍ୟାସ। ଯାହା ବି ମିଳୁଛି, ତା’ର ଅଙ୍ଗହାନି ଦେଖି ଆମେ ମର୍ମାହତ। ତେଣୁ ତାଙ୍କର କୃତି ସମୂହର ପୁନଃ ପ୍ରକାଶନ ଲାଗି ଆମର ପ୍ରକାଶନ ସଂସ୍ଥା ପ୍ରତିଶ୍ରୁତିବଦ୍ଧ। ସେହି ପ୍ରତିବଦ୍ଧତାର ଫଳସ୍ବରୂପ କ୍ରମାନ୍ବୟରେ ପ୍ରକାଶ କରୁଛୁ ତାଙ୍କର ସମସ୍ତ ଉପନ୍ୟାସ। ଆଶା କରୁଛୁ, ସେହି କ୍ରମରେ କାହ୍ନୁଚରଣପ୍ରେମୀ ପାଠକମାନଙ୍କୁ ତାଙ୍କ ଉପନ୍ୟାସର ନବଜନ୍ମ ନିଶ୍ଚିତ ଭାବରେ ଆନନ୍ଦ ପ୍ରଦାନ କରିବ।

    300.00
    Add to cart
  • Kaalnet

    Kaalnet

    KaalNet: Echoes Beyond the Code is a techno-mystic novel that merges technology, memory, myth, and consciousness. It is not just another cyber story, but an Indian narrative that dares to look beyond the visible codes of life. With future volumes already envisioned, KaalNet marks only the beginning of her journey across genres.

    220.00
    Add to cart
  • Kalabati

    Kalabati

    ‘କଳାବତୀ’ ଆମର ଆଧୁନିକ କଥା ସାହିତ୍ୟର ଏକ ପ୍ରାଥମିକ ସୃଷ୍ଟି, ଏବଂ ଆଖ୍ୟାନ ବସ୍ତୁ, ବର୍ଣ୍ଣନା ବୈଚିତ୍ର]୍ୟ, ମର୍ମବାଣୀ ଆଦି ଦୃଷ୍ଟିରୁ ଏକ ଉଚ୍ଚକୋଟୀର ଉଲ୍ଲେଖଯୋଗ୍ୟ କୃତି ମଧ୍ୟ। ବର୍ତ୍ତମାନ ପାଠକସମାଜ ପାଇଁ ଏହି ପୁରୁଣା ବହିଟିର ଯଥେଷ୍ଟ ଗୁରୁତ୍ୱ ଓ ତାତ୍ପର୍ଯ୍ୟ ରହିଛି।

    – କୃଷ୍ଣଚରଣ ବେହେରା

    150.00
    Add to cart
  • Kanda Mo Priya Janmabhumi

    Kanda Mo Priya Janmabhumi

    ୟୁରୋପୀୟ ସାମ୍ରାଜ୍ୟବାଦ ଓ ଖ୍ରୀଷ୍ଟିଆନ ଧର୍ମାନ୍ତରୀକରଣ ପୃଷ୍ଠପଟରେ ଲିଖିତ ଏଇ ଉପନ୍ୟାସରେ କ୍ରମବର୍ଦ୍ଧିଷ୍ଣୁ ବର୍ଣ୍ଣ ବୈଷମ୍ୟବାଦ ଓ ଜାତିଭେଦ ବିରୋଧରେ ଆଫ୍ରିକାର କୃଷ୍ଣକାୟ ଅଧିବାସୀଙ୍କର ବିଦ୍ରୋହର ସ୍ୱର ପ୍ରତିଫଳିତ ହେଇଛି । ଅର୍ଥନୈତିକ, ସାମାଜିକ, ଜାତିଗତ ବିଷମତା ଭିତରେ ସେଠି କେମିତି ଚାରିଆଡ଼େ ଭୟର ବାତାବରଣ ଘେରି ରହିଛି ତାର ଅବତାରଣା କରାଯାଇଛି । ଏପରିକି ନବଜାତକ ଶିଶୁ ବି ଉତ୍ତରାଧିକାର ସୂତ୍ରରେ ଭୟ ନେଇ ଜନ୍ମ ହୁଏ – ପ୍ରିୟ ମଣିଷକୁ ହରାଇବାର ଭୟ, ବିଶ୍ୱାସ ହରାଇବାର ଭୟ, ଅପରାଧର ଭୟ, ବିଖଣ୍ଡିତ ପରିବାରର ଭୟ ଇତ୍ୟାଦି… ଏଇ ପରିପ୍ରେକ୍ଷୀରେ ସହର ବନାମ ଗାଁ, ପାରମ୍ପରିକ ଦେଶୀୟ ଜୀବନ ବନାମ ତଥାକଥିତ ସଭ୍ୟ ସହରୀକରଣ, ମୂଲ୍ୟବୋଧ ଭିତ୍ତିକ ବାପା ବନାମ ପୁଅର ଜୀବନଦୃଷ୍ଟି ଆଦିର ଏକ ସଂଘର୍ଷମୟ ବିରୋଧାଭାସକୁ ଜଟିଳ ରୂପକ ଓ ଅଳଙ୍କାର ମାଧ୍ୟମରେ ଚିତ୍ରଣ କରି ଆଲାନ୍] ପେଟନ୍] ଆଫ୍ରିକୀୟ ସମାଜର କ୍ରମବର୍ଦ୍ଧିଷ୍ଣୁ ଅବକ୍ଷୟକୁ ଦର୍ଶାଇଛନ୍ତି ।

    ବର୍ଣ୍ଣବୈଷମ୍ୟବାଦର କୁପରିଣାମ ଉପରେ ଏକ ସାମାଜିକ ବିବରଣୀ ଭାବରେ ବିବେଚିତ ଏଇ ଉପନ୍ୟାସଟିକୁ ଓଡ଼ିଆ ପାଠକଙ୍କ ପାଖରେ ପହଞ୍ଚାଇବାକୁ ଏହା ଏକ ବୌଦ୍ଧିକ ପ୍ରୟାସ ମାତ୍ର ।

    380.00
    Add to cart
  • Kasatandi

    Kasatandi

    ଶ୍ରୀଯୁକ୍ତ ଅକ୍ଷୟ ସାମଲ ଓଡ଼ିଆ ସାହିତ୍ୟର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ବାସ୍ତବତା ଓ କଳ୍ପନାର ସମ୍ମିଶ୍ରଣରେ ତାଙ୍କର ସୃଷ୍ଟି ବ୍ୟକ୍ତିଗତ ଜୀବନରୁ ଆରମ୍ଭ ହୋଇ କ୍ରମେ ଉତ୍ତରିତ ହୋଇଥାଏ ଏକ ନିର୍ଦ୍ଧିଷ୍ଟ ନୈର୍ବକ୍ତିକତାକୁ। ତାଙ୍କ ଅନୁଭବର ବୈଭବ ସଫଳ କାବ୍ୟ କବିତାର ରୂପ ନେଇ ସୃଷ୍ଟି କରିଛି ଚିରନ୍ତନ ଧାରା। ନବଗୁଞ୍ଜରରେ ତାଙ୍କ ନବୀନ ଚିନ୍ତାଧାରାର ପରିପ୍ରକାଶ କରିବା ସହିତ ଅବ୍ୟକ୍ତ ଅନୁରାଗରେ ସେ ଆଙ୍କିଛନ୍ତି ସାହିତ୍ୟର ଅନନ୍ୟ ଅନୁରାଗ। ଅପହଞ୍ଚ ସୀମା,ଅନ୍ତର୍ଦାହର ସ୍ବରର ସଫଳତା ପରେ ଅକ୍ଷୟଙ୍କ ଅକ୍ଷୟ କୀର୍ତ୍ତି ଭାବେ କାଶତଣ୍ଡୀ ସାରସ୍ଵତ ଆକାଶରେ ନୂତନ ସୂର୍ଯ୍ୟ ଭାବେ ଉଦୟ ହୋଇଛି।ଆଶା ଏହା ପାଠକୀୟ ଆଦୃତିର ପ୍ରଚଣ୍ଡ କିରଣ ପ୍ରକାଶ କରିବ।

    1,800.00
    Add to cart
  • Kete Rangara Jibana

    Kete Rangara Jibana

    Kete Rangara Jibana (Shades of Life) is an unconventional love story portraying the lives of two women-Rajashri and Kaveri. Set on a realistic backdrop of human desires, love and self-interest, the novel raises some questions about the mystery behind Kaveri not getting married, the possibility of Rajashri ever becoming a mother, issues related to the illicit relationship of Debashis with one of them. The psychic inequilibrium of the two female characters is presented brilliantly who are in utter desperation in their search for social identity. The novel too depicts how an accident can change the course of life and how an invincible lady confronts the battle of life singlehandedly to earn identity for herself. The unexpected ending is a fitting denouement to a novel and memorable road trip. Thus the story of this novel filled with surprises and unusual occurrence of events provides a good read.

    190.00
    Add to cart
  • Kshyamaya Dharitri

    Kshyamaya Dharitri

    ଆମ ସମୟର ଏକ ସୃଜନ ପ୍ରବାହ ଶାନ୍ତିପ୍ରିୟା ମିଶ୍ର । ଭାବ ଭାବନାରେ ଅହରହ ବୁଡ଼ିରହି ସେ ଖୋଜୁ ଥାଆନ୍ତି ଶବ୍ଦ । ଶବ୍ଦମାନେ ଭାବମୟ ହୁଅନ୍ତି, ଉଦ୍]ବେଳନ ସୃଷ୍ଟି କରନ୍ତି ଓ ଲେଖିକାଙ୍କୁ ଉଦ୍]ଭ୍ରାନ୍ତ କରନ୍ତି । ନାରୀ କେବଳ କ୍ଷମାର ସାଗର ନୁହେଁ; ସେ ମହାଦ୍ରୁମ ଗଛଟିଏ । ଆପଣାରମାନଙ୍କୁ ବଞ୍ôଚବାର ଆଶା ଦେଇ ନିରନ୍ତର ସଂଘର୍ଷ କରି କରି ସ୍ୱର୍ଗକୁ ଚାଲିଯାଏ । ଗୃହସ୍ଥ ଆଶ୍ରମକୁ ତପୋବନ ମନେ କରି ସେ ଲେଖି ଚାଲିଛନ୍ତି କବିତା, ଗଳ୍ପ, ପ୍ରବନ୍ଧ, ରମ୍ୟ ରଚନା ଏବଂ ଜୀବନ ଅପରାହ୍ନର ସୃଷ୍ଟି ‘କ୍ଷମୟା ଧରିତ୍ରୀ’ ବହୁ ଅନୁଭୂତିର ସମାବେଶଟିଏ । ଆଶା ଓ ବିଶ୍ୱାସ ପୁସ୍ତକଟି ପାଠକୀୟ ଆଦୃତି ଲାଭ କରିବ । ତାଙ୍କର ପ୍ରକାଶିତ ଅନ୍ୟତମ ପୁସ୍ତକ ହେଲା- ‘ଭକ୍ତି ପିୟୁଷ’ ପ୍ରଥମ ଓ ଦ୍ୱିତୀୟ ଖଣ୍ଡ ।

    220.00
    Add to cart
  • Kuntinka Uwill

    Kuntinka Uwill

    ଉମାକାନ୍ତ ବାବୁ ଖୁବ୍ ବିଳମ୍ବରେ – ପ୍ରାୟ ୧୯୮୬ ମସିହାରେ ସାହିତ୍ୟରେ ମନୋନିବେଶ କଲେ । ଅନେକ କ୍ଷୁଦ୍ରଗଳ୍ପ, ନିବନ୍ଧ, ରମ୍ୟ ରଚନାର ସ୍ରଷ୍ଟା ଉମାକାନ୍ତ ବାବୁ ଜଣେ ସ୍ତମ୍ଭକାର ଭାବେ ବିଭିନ୍ନ ବିଷୟର ଅନୁଶୀଳନ କରି ନାନାଦି ପ୍ରାସଙ୍ଗିକ ଅଥଚ ସର୍ବସାଧାରଣରେ ଅବିଦିତ ତଥ୍ୟ ପରିବେଷଣ କରି ଏକ ବୃହତ୍ ପାଠକ ଗୋଷ୍ଠୀର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ତାଙ୍କର କ୍ଷୁଦ୍ର ଗଳ୍ପଗୁଡ଼ିକ ଅନବଦ୍ୟ । ସେଥିରେ ସେ କଥକ ପରି ଚରିତ୍ରମାନଙ୍କୁ ଟିକିଏ ଦୂରରୁ (କିନ୍ତୁ ଏତେ ଦୂରୁ ନୁହେଁ ଯେ ସେମାନେ ଇତର ଲୋକ ବା ଅନାତ୍ମୀୟ ପରି ଦିଶିବେ) ଦେଖି ସେମାନଙ୍କର ନିତିଦିନିଆ ଜୀବନ ଓ ତା’ର ଅନ୍ତରାଳରେ ଥିବା ଜୀବନର ଚିତ୍ର ଉପସ୍ଥାପନ କରନ୍ତି । ଶୈଳୀ କଥକର ଶୈଳୀ ପରି – କାହାଣୀଟିକୁ ବିନା ବାକ୍ୟାଡମ୍ବରରେ ଓ ସଂକ୍ଷେପରେ କହିବା ସେ ଶୈଳୀର ଲକ୍ଷ୍ୟ । ଉମାକାନ୍ତ ବାବୁ ତିନିଟି ଖୁବ୍ ଅସାଧାରଣ ଓ ସାର୍ଥକ ଉପନ୍ୟାସର ରଚୟିତା ମଧ୍ୟ ।ଓଡ଼ିଆ ବ୍ୟତୀତ ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ ଓ ବଙ୍ଗଳା ଭାଷାରେ ସେ ବିଶେଷ ବ୍ୟୁତ୍ପତ୍ତି ଲାଭ କରିଥିଲେ । ଉର୍ଦ୍ଦୁର ମହାନ୍ କବି ମୀର୍ଜା ଗାଲିବ୍]ଙ୍କର କବିତାର ସେ ଓଡ଼ିଆ ରୂପାନ୍ତର କରିଛନ୍ତି ଏବଂ ଗାଲିବ୍ ତଥା ଅନ୍ୟାନ୍ୟ ସମକାଳୀନ ଉର୍ଦ୍ଦୁ କବିଙ୍କର ଅନନ୍ୟ କବି ପ୍ରତିଭାର ପ୍ରବକ୍ତା ଭାବେ ସେ ୧୯୯୯ ମସିହାରେ ଗାଲିବ୍]ଙ୍କର ଦ୍ୱିତୀୟ ଶତବାର୍ଷିକ ଜୟନ୍ତୀକୁ ଭାରତ ସରକାରଙ୍କ ଦ୍ୱାରା ବିଶେଷ ଭାବେ ନିମନ୍ତ୍ରିତ ହୋଇଥିଲେ ।

    200.00
    Add to cart
  • Labanga

    Labanga

    ଲବଙ୍ଗର ମୂଳ ହିନ୍ଦି ଲେଖକ ସ୍ୱର୍ଗତ କୁଶବାହା କାନ୍ତ ଏହାକୁ ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଲେଖିଥିଲେ । ସେଥିରେ ସେ ସେତେବେଳର ଅର୍ଥାତ୍] ଦେଶ ସ୍ୱାଧୀନ ହେବାର ଠିକ୍] ପୂର୍ବର ଏବଂ ପରବର୍ତ୍ତୀ କାଳର ସାମାଜିକ ତଥା ଅର୍ଥନୈତିକ ଅବସ୍ଥାର ସୁନ୍ଦର ଭାବରେ ଚିତ୍ରଣ କରିଥିଲେ । ମୋତେ ବହୁତ ଭଲ ଲାଗିଥିଲା, ତେଣୁ ତାକୁ ଓଡ଼ିଆ ଭାଷାରେ ଅନୁବାଦ କରିବାକୁ ମନସ୍ଥ କରିଥିଲି ।

    ଏହି ମୂଳ ପୁସ୍ତକଟି ଲେଖା ହେଲାବେଳେ ସେତେବେଳର ଟଙ୍କା ପଇସା ଆମର ଏବେକାର ଚଳୁଥିବା ଟଙ୍କା ପଇସା ଠାରୁ ଅଲଗା ଥିଲା । ସେତେବେଳେ ଏକ ଟଙ୍କା ଷୋଳ ଅଣା ଏବଂ ଏକ ଅଣା ଚାରି ପଇସା ଥିଲା । ପୁଣି ଏକ ପଇସାର ଅଧାକୁ ଅଧୁଲି କୁହାଯାଉଥିଲା ଏବଂ ପଇସାର ଏକ ତୃତୀୟାଂଶକୁ ପାହୁଲି କୁହାଯାଉଥିଲା । ସେତେବେଳର ବଜାର ଦରଦାମକୁ ନେଇ ଏତିକି କୁହାଯାଇପାରେ ଯେ, ସେତେବେଳେ ସୁନା ଏକଭରି (୧୧.୬୬ ଗ୍ରାମ)ର ମୂଲ୍ୟ ୯୯ ଟଙ୍କା ଥିଲା । ସେହି ପରିପ୍ରେକ୍ଷୀରେ ପାଠକମାନେ ଏହି ବହିଟିକୁ ପଢ଼ିବାକୁ ଅନୁରୋଧ ।

    — ଚିତ୍ତରଞ୍ଜନ ପଟ୍ଟନାୟକ

    350.00
    Add to cart
  • Mahagatha Karmasutrara

    Mahagatha Karmasutrara

    ମନୁଷ୍ୟର, ବିଧାତାର ଆସନରେ ବସିବାର ଦୁର୍ଦ୍ଦମନୀୟ ଇଛା ଯଦି କୋଉଠି ଦାରୁଣ ଧକ୍କା ଖାଇ ଆସିଛି ସେ ହେଲା ଭବିତବ୍ୟ। ଦୃଶ୍ୟ ଓ ଅଦୃଶ୍ୟ ଏ ଦୁଇ ଇଲାକାରେ ତା’ର ଦୁଇଟି ପାଦ ରଖି ଜୀବନ ରାସ୍ତାରେ ବାଧ୍ୟ ହୋଇ ଚାଲିବା ବେଳେ ପର ମୁହୂର୍ତ୍ତରେ, ଅଦୃଶ୍ୟ ଇଲାକାରେ ପଡ଼ୁଥିବା ନିଜର ହିଁ ପାଦଟିର ଗତିବିଧି ଜାଣିବା ତା’ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ରହିଆସିଛି। ଭାଗ୍ୟ, ଭବିଷ୍ୟତ, ପ୍ରାରବ୍ଧ…କେତେ ନାଁ ଦେଇ ସେ ଏଇ ଇଲାକାରୁ କାଣିଚାଏ ଦେଖିବା ପାଇଁ କେତେ କେତେ ଲୋକଙ୍କ ନିଷ୍ଫଳ ଶରଣାଗତ ସେ ହୋଇଛି, କିନ୍ତୁ ଭବିଷ୍ୟତ ତ ଦୂରର କଥା, ପର ମୁହୂର୍ତ୍ତରେ କ’ଣ ଅଛି ମଧ୍ୟ ଜାଣିପାରୁ ନାହିଁ।

    ଭାରତୀୟ ଦର୍ଶନରେ କର୍ମବାଦ, ଏଇ ବିଫଳତାର ଏକ ସଫଳ ଅଭିବ୍ୟକ୍ତି । କ୍ଷୁଦ୍ର ମଞ୍ଜିଟିଏ ବିଶାଳ ବଟବୃକ୍ଷ କୁ ଜନ୍ମ ଦେବା ପରି ନିଜର କୃତକର୍ମ ହିଁ ନିଜ ଭାଗ୍ୟ ର ଗତିପଥକୁ ନିର୍ଣ୍ଣୟ କରେ, କର୍ମବାଦର ଏହି ସର୍ବ ସ୍ୱୀକୃତ ତତ୍ତ୍ୱ ହିଁ ଏହି ‘ମହାଗାଥା କର୍ମସୂତ୍ର ର’ ଅନ୍ତଃପ୍ଳାବିନୀ ଫଲ୍ ଗୁ । ଆଉ ବିଗିଡ଼ା କର୍ମ ଭୟଙ୍କର ହେଲେ ଆଗାମୀ ପୁରୁଷ ପୁରୁଷ ଧରି ଯେ ତା’ର ମନ୍ଦଫଳ ଭୋଗ କରନ୍ତି, ଏହି ଉପନ୍ୟାସ ଟି ତାହାର ଏକ ଅନୁଗତ ଆଲେଖ୍ୟ।

    550.00
    Add to cart
  • Malajanha

    Malajanha

    The plot of Malajanha centers around a young girl Sati who is forced into marriage with an ugly old man living with a concubine. The marriage eventually ends in tragic separation and Sati finds shelter with Nathanana, her childhood friend. The relationship between Sati and Nathanana is one of strong emotional bond though neither has ever spoken out to the other about the intensity of love. Sati, unable to bear the scandal concerning her and Nathanana, finally commits suicide by jumping into the river. This poignant love story is narrated in the context of life in rural Orissa infested by superstations, narrow caste prejudices and acute poverty. Women were like slaves with no mind and choice of their own and child marriages were widely prevalent. The agony and suffering of Sati may be seen as essentially related to the social evils that afflicted contemporary rural Orissa. ( excerpts from “Rise of the Oriya Novel: 1897-1930” by Jitendra Narayan Patnaik published in Orissa Review – November 2007 issue)

    150.00
    Add to cart
  • Mamu

    Mamu

    ବ୍ୟାସକବି ଫକୀରମୋହନଙ୍କ କଥା-ପ୍ରତିଭାର ମହନୀୟ ଅବଦାନ ହେଉଛି ମାମୁ ଉପନ୍ୟାସ । ଏହା ତାଙ୍କର ତୃତୀୟ ଉପନ୍ୟାସ ଭାବରେ ପରିପକ୍ୱ ପ୍ରତିଭାର ଏକ ଶ୍ରେଷ୍ଠ ନିଦର୍ଶନ । ଯେତେବେଳେ ଫକୀରମୋହନ ବାଲେଶ୍ୱରଠାରେ ବିତାଉଥିଲେ ନିଃସଙ୍ଗ ଜୀବନ ସେହି ସମୟରେ ସୃଷ୍ଟି ହୋଇଛି ମାମୁ । ୧୯୧୩ ମସିହାରେ ଯଦିଓ ଏହା ପ୍ରକାଶିତ, ତା’ର ଯଥେଷ୍ଟ ପୂର୍ବରୁ ଫକୀରମୋହନଙ୍କ ସ୍ରଷ୍ଟା ପ୍ରାଣରୁ ଏହାର ଆବିର୍ଭାବ ବୋଲି ମନେହୋଇଥାଏ । ‘ଛ’ମାଣ ଆଠଗୁଣ୍ଠ’ ଯଦିଓ ଯୋଜନାବଦ୍ଧ ଭାବରେ ରଚିତ ହୋଇ ନଥିଲା; ତଥାପି ତା’ର ସମ୍ବେଦନଶୀଳ ପ୍ରଭାବ ଠାରୁ ମାମୁ ଉପନ୍ୟାସ ଶ୍ରେଷ୍ଠ ବିବେଚିତ ହୋଇ ନପାରେ । ତେବେ ଯିଏ ଲେଖିଛନ୍ତି ଛ’ମାଣ ଆଠଗୁଣ୍ଠ, ତାଙ୍କରି ଦ୍ୱାରା ହିଁ ସୃଷ୍ଟି ଲାଭ କରିଥିବା ମାମୁ ଯେ, ତାଙ୍କ ଆତ୍ମିକ ସତ୍ତାଠାରୁ ଭିନ୍ନ ହୋଇ ନ ପାରେ ଏହା ଯେକୌଣସି ପାଠକ ସ୍ୱୀକାର କରିବେ ନିଶ୍ଚୟ । ଏହି ଉପନ୍ୟାସରେ ଫକୀରମୋହନଙ୍କ ଭାଷାର ପରିଶୁଦ୍ଧତା, କଥାବସ୍ତୁ ଉପସ୍ଥାପନରେ ତାଙ୍କର ପରିକଳ୍ପନା ଓ ପରିଯୋଜନା ବାସ୍ତବିକ ଏକାନ୍ତ ସୁବିନ୍ୟସ୍ତ ।

    290.00
    Add to cart