• Sunya Pharda

    Sunya Pharda

    ସାହିତ୍ୟପ୍ରାଣ ମଣିଷ ହୁଏତ ସମ୍ପୂର୍ଣ୍ଣ ଖାଲି ହେବାର ବେଶ୍ କିଛି ସମୟ ପୂର୍ବରୁ ବୁଝିପାରେ ଅଦୃଷ୍ଟ ନିୟନ୍ତାଙ୍କର ଏଇ ବିଚିତ୍ର ଖେଳ। ତେଣୁ ଧୈର୍ଯ୍ୟ ରଖିବା ଜାଣେ। ନିଜକୁ ଖାଲି କରି ପୂର୍ଣ୍ଣ କରିବାରେ କେତେ ଯେ ସୁଖ ଜାଣେ ବୋଲି ସେ ଗଳ୍ପଟିଏ ଲେଖିବାର କ୍ରମକୁ ଭୋଗେ, ଜୀବନକୁ ଭୋଗେ।

    ଏଇଭଳି ମୋତେ ଦୁଃଖରେ ଭିଜାଇଥିବା ଓ ସୁଖରେ ପରିପୂର୍ଣ୍ଣ କରିଥିବା ଏଇ ଗଳ୍ପଗୁଡ଼ିକରେ ହିଁ ମୁଁ ଢାଳିଦେଇଛି ମୋର ସେଇ ସବୁ ପରିପୂର୍ଣ୍ଣ ମୁହୂର୍ତ୍ତସବୁକୁ। ବୟସର ପରିପକ୍ୱତା କେତେବେଳେ ମୋ କଲମମୁନରେ ବାଢ଼ିଦେଇଛି ଅବିକଳ ସମାଜର ପ୍ରତିଛବିଟିଏ ତ କେତେବେଳେ ପିଲାଳିଆମି ଓ ସହଜପଣ ଆକ୍ରାନ୍ତ କରିଛି ମୋତେ। ମୁଁ ମୋ ଭିତରର ଲୁଚିରହିଥିବା ଚପଳ କିଶୋରୀ ବୟସକୁ ଫେରିଛି। ଏ ଗଳ୍ପସବୁ ସମୟ ସହିତ ମୁଁ ଭୋଗିଥିବା, ଦେଖିଥିବା ଚିତ୍ର ଓ ଚରିତ୍ରମାନଙ୍କର ପ୍ରତିଛବି ହିଁ କେବଳ, ଯାହାଙ୍କୁ ମୁଁ ଦେଖିଛି ମୋ ସୂକ୍ଷ୍ମ ଦୃଷ୍ଟିକୋଣରେ। ତଉଲିଛି ମୋର ସୂକ୍ଷ୍ମ ଚେତନାଶକ୍ତିରେ ଓ ଆଙ୍କିଛି ମୋର କଳ୍ପନା ପ୍ରବଣତାରେ। ସେମାନେ ମୋ କଲମ ମୁନରୁ ଉତୁରି ଆସି ମୋତେ ଶୂନ୍ୟ କରିଛନ୍ତି ତ ପର ମୁହୂର୍ତ୍ତରେ ନିଜ ଭଲପାଇବା ଦେଇ ପରିପୂର୍ଣ୍ଣ ମଧ୍ୟ କରିଛନ୍ତି। ମୁଁ କୃତଜ୍ଞ ସେମାନଙ୍କ ନିକଟରେ।

    ଯଦି ଏ ଗଳ୍ପଗୁଡ଼ିକ ପଢ଼ି ଆଜିକାର ହାଇ ସ୍ପିଡ୍ ଜୀବନଦୌଡ଼ରେ ଥକିପଡୁଥିବା ମଣିଷ, ଜୀବନରେ ଥରଟିଏ ହାରିବା ଦୁଃଖରେ ଭାଙ୍ଗିପଡ଼ି ସରିଯାଉଥିବା ମଣିଷ, ଏକ୍ଲାପଣରେ ଭାଙ୍ଗିପଡୁଥିବା ମଣିଷ – ଜୀବନକୁ ପ୍ରାଣଭରି ଭଲପାଇବା ଶିଖେ, ଶୂନ୍ୟତାକୁ ପ୍ରାଣଭରି ଉପଭୋଗ କରିବାକୁ ଶିଖେ, ହାରିବା ଓ ହାରିଯାଇ ଶିଖିବା ସତ୍ୟତାକୁ ବୁଝିପାରେ, ତେବେ ମୋ ଲେଖନୀକୁ ମୁଁ ଈଶ୍ୱରଙ୍କ ଆଶୀର୍ବାଦ ବୋଲି ଭାବିବି।

    ଅପରିମିତ ଭଲପାଇବା ଓ ଶ୍ରଦ୍ଧାର ସହ ମୁଁ ମୋର ଏଇ ତୃତୀୟ ଗଳ୍ପ ସଂକଳନ ‘ଶୂନ୍ୟଫର୍ଦ୍ଦ’କୁ ସମର୍ପିଲି ସେଇ ପ୍ରିୟ ପାଠକପାଠିକାଙ୍କ ହାତରେ…।

    – ପୁଷ୍ପାରାଣୀ ପଟେଲ

    250.00
    Add to cart
  • Surendra Mohantynka Khyudragalpa: Bhababastu O Shilpakala

    Surendra Mohantynka Khyudragalpa: Bhababastu O Shilpakala

    ଓଡ଼ିଆ ସାହିତ୍ୟରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କର ସ୍ଥାନ ସ୍ବତନ୍ତ୍ର। ତାଙ୍କର ବିଷୟବସ୍ତୁ ନିର୍ବାଚନ, ଚରିତ୍ର ଚିତ୍ରଣ ଏବଂ ଶବ୍ଦ ଚୟନ ସମସାମୟିକ ସାହିତ୍ୟିକମାନଙ୍କ ଠାରୁ ଭିନ୍ନ। ଶ୍ରୀଜଗନ୍ନାଥଙ୍କୁ ନେଇ ସେ ଲେଖିଥିବା ‘ନୀଳଶୈଳ’, ‘ନୀଳାଦ୍ରି ବିଜୟ’, ‘କୃଷ୍ଣାବେଣୀରେ ସନ୍ଧ୍ୟା’, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ନେଇ ଲେଖିଥିବା ‘କୁଳବୃଦ୍ଧ’ ଓ ‘ଶତାବ୍ଦୀର ସୂର୍ଯ୍ୟ’ ଏବଂ ଗୌତମ ବୁଦ୍ଧଙ୍କ ଦର୍ଶନର ଭିନ୍ନ ଭିନ୍ନ ଦିଗକୁ ନେଇ ରଚନା କରିଥିବା ଅଜସ୍ର ଗଳ୍ପ-ଉପନ୍ୟାସ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ସେ ଏଭଳି ଜଣେ ବିଖ୍ୟାତ ଲେଖକ, ଯାହାଙ୍କ ଗଳ୍ପର ବାକ୍ୟଗୁଡ଼ିକ ପାଠକକୁ ରୋମା]ଞ୍ଚିତ କରେ। ସାହିତ୍ୟର ବିଭିନ୍ନ ବିଭାଗରେ ପ୍ରସିଦ୍ଧି ଅର୍ଜନ କରିଥିଲେ ମଧ୍ୟ କ୍ଷୁଦ୍ରଗଳ୍ପ ହିଁ ତାଙ୍କୁ ଗଭୀର ଆତ୍ମସନ୍ତୋଷ ଦେଇଥିବା ସୁରେନ୍ଦ୍ର ଏକାଧିକବାର କହିଛନ୍ତି। ଡକ୍ଟର ଗୌରହରି ଦାସଙ୍କ ଲିଖିତ ଏହି ବହିଟି ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ ସାହିତ୍ୟକୁ ବୁଝିବା ଦିଗରେ ଏକ ଅତ୍ୟନ୍ତ ଉପାଦେୟ ଗ୍ରନ୍ଥ। ସୁରେନ୍ଦ୍ର ମହାନ୍ତିଙ୍କ ରଚିତ ମହାନଗରୀର ରାତ୍ରିକୃଷ୍ଣଚୂଡ଼ାରୁଟି ଓ ଚନ୍ଦ୍ରମରାଳର ମୃତ୍ୟୁଦୁଇ ସୀମାନ୍ତମହାନିର୍ବାଣମଧୁମତ୍ତାର ରାତ୍ରିପିତା ଓ ପୁତ୍ରସାରୀପୁତ୍ତଯଦୁବଂଶ ଓ ରାଜଧାନୀ ପରି ଅସଂଖ୍ୟ ଗଳ୍ପର ଅନାସକ୍ତ ଆଲୋଚନା ତାଙ୍କର ସ୍ଥାପତ୍ୟ ଓ ଭାବସଂପଦ ସମ୍ବନ୍ଧରେ ପାଠକକୁ ଅବହିତ କରାଏ। ଏ ବହିର ଲେଖକ ଗୌରହରି ଦାସ ନିଜେ ଜଣେ ଯଶସ୍ବୀ କଥାଶିଳ୍ପୀ ଏବଂ ଏକଦା ସୁରେନ୍ଦ୍ର ମହାନ୍ତିଙ୍କର ଅନ୍ତରଙ୍ଗ ସହଯୋଗୀ ଥିଲେ। ତାଙ୍କର ନିଜସ୍ବ ଦୃଷ୍ଟିଭଙ୍ଗୀ ଏବଂ ସୁରେନ୍ଦ୍ର ସାହିତ୍ୟ ସଂପର୍କରେ ପର୍ଯ୍ୟାପ୍ତ ଧାରଣା ବହିଟିକୁ ସଂଗ୍ରହଣୀୟ କରିଛି।

    270.00
    Add to cart
  • Surya O Andhakara

    Surya O Andhakara

    Radha Mohan Gadanayak will always be remembered for his ballads & poetic creations. His poetry conveys vivid pictures of rural life in Odisha. He received the Sahitya Akademi award for this poem anthology, Surya O Andhakar in 1975.

    150.00
    Add to cart
  • Surya Uinle Rati

    Surya Uinle Rati

    କବିତା କ’ଣ ହୁଏତ ଜାଣିନଥିଲି ଏସବୁ ଲେଖିଲାବେଳେ । କାରଣ ଏଗୁଡ଼ିକର ରଚନା ବେଳକୁ ମୋ\’ର ବୟସ ତେର କି ଚଉଦରୁ ପନ୍ଦର-ଷୋହଳ ହେବ । ଏଣୁ ସୁଧୀ ପାଠକମାନେ ଏଗୁଡ଼ିକୁ ଲେଖକର ଭାବନାର ଶବ୍ଦରୂପ ବୋଲି ଭାବିନେବେ ବୋଲି ଅନୁରୋଧ । ମୋର ବି ଏଇୟା ଧାରଣା ଯେ, କବିତା ଆବେଗ ଆଉ ଭାବନାର ବ୍ୟାପର ମାତ୍ର । ଶବ୍ଦମାନେ ତା’ର ସିନ୍ଦୁକ । ଶବ୍ଦ କେତେ ପ୍ରଗଳ୍]ଭ ହେବ ସେ କଥାର ବିଚାରଶକ୍ତି ମୋର ନାହିଁ । ଥିଲେ ହୁଏତ ଆଉ କିଛି ହୋଇଥାଆନ୍ତା । ତେବେ ମନକୁ ଯାହା ଆସିଛି ଲେଖିଛି । ଏହା ଉତ୍ତରରେ ଉତ୍ତରଦେବା ଦାୟିତ୍ୱ ଆପଣମାନଙ୍କର । ଆଶା ଓ ବିଶ୍ୱାସ ଯେ, ଓଡ଼ିଆ ସାରସ୍ୱତ ଜଗତରେ ଏହି ସବୁ କବିତା ଅଦ୍ୱିତୀୟ ହୋଇ ନପାରିଲେ ସୁଦ୍ଧା ଅଥବା ସାରସ୍ୱତ ଜଗତକୁ ସମୃଦ୍ଧ କରିନପାରିଲେ ସୁଦ୍ଧା ନିଶ୍ଚିତରୂପେ ସୁଧୀ ଓ ସାଧୁଜନଙ୍କୁ ଆନନ୍ଦ ବଣ୍ଟନ କରିବ ।

    260.00
    Add to cart
  • Suryasta Purbaru Sandhya

    Suryasta Purbaru Sandhya

    ସୂର୍ଯ୍ୟାସ୍ତ ପୂର୍ବରୁ ସଂଧ୍ୟା’ରେ ୨୦୨୧ ମସିହାରେ ପ୍ରକାଶିତ ମୋର ଯେଉଁ ୫ଟି ଗଳ୍ପ ଏବଂ ଗୋଟିଏ ଛୋଟ ଉପନ୍ୟାସ ବା ଦୀର୍ଘ ଗଳ୍ପ ସ୍ଥାନିତ ହୋଇଛି, ତାହା ମୋ ପୂର୍ବପ୍ରକାଶିତ ସମାଜବାସ୍ତବତାବାଦୀ, ସମାଜବାଦୀ ବାସ୍ତବତାଧର୍ମୀ ଏବଂ ନୂତନ ଭାବନାର ଗଳ୍ପଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏ ପୁସ୍ତକର ପ୍ରଥମ ଗଳ୍ପ ‘ଉଡ଼ାଜାହାଜ’ରେ କେହି କେହି ମ୍ୟାଜିକ୍ ରିଅଲିଜିମ୍ ବା ଯାଦୁ ବାସ୍ତବତାର ବାସ୍ନା ବାରିଥିଲାବେଳେ ଆଉ କେହି କେହି ‘ଧୂଳିଆ ବାବା’ ଏବଂ ‘ଅବକାରୀ ମନ୍ତ୍ରୀ’ ଗଳ୍ପକୁ ଉପନ୍ୟାସର ସଂକ୍ଷିପ୍ତ ସଂସ୍କରଣ ବୋଲି ଦାବି କରନ୍ତି । ‘ଉଡ଼ାଜାହାଜ’ ଗଳ୍ପରେ ଯାଦୁବାସ୍ତବତାର ନିବିଡ଼ ସ୍ପର୍ଶ ଥାଇପାରେ କିନ୍ତୁ ଏହା ମାରକ୍ୱେଜ୍]ଙ୍କ ମ୍ୟାଜିକ୍ ରିଅଲିଜିମ୍ ନୁହେଁ, ଯଦିଓ କଳ୍ପନାଶକ୍ତିର କୁହୁକ ଏ ଗଳ୍ପକୁ ସାମାଜିକ ବାସ୍ତବତାର ସୀମାନ୍ତ ପାର କରିଦେଇଛି ।

    ନବେ ଦଶକରେ ‘ଝଙ୍କାର’ରେ ପ୍ରକାଶିତ ସାମାଜିକ ବାସ୍ତବତାବାଦୀ ଗଳ୍ପ ସହିତ ୨୦୨୧ ମସିହାରେ ଲିଖିତ ମୋର ପାଞ୍ଚଟି ଭିନ୍ନଭାଷୀ ଏବଂ ଭିନ୍ନ ଭାବନାର ଗୁରୁତ୍ୱପୂର୍ଣ୍ଣ ଗଳ୍ପକୁ ‘ବ୍ଲାକ୍ ଈଗଲ୍ ବୁକ୍ସ’ ପ୍ରକାଶ କରୁଥିବାରୁ ପାଠକମାନଙ୍କ ଲାଗି ଏହା ଅଧିକ ଆକର୍ଷଣୀୟ ଓ ସଂଗ୍ରହଣୀୟ ହେବ ବୋଲି ଆଶା କରୁଛି ।

    – ବିଭୂତି ପଟ୍ଟନାୟକ

    250.00
    Add to cart
  • Swadhinata Parabarti Odia Prabandha O Prabandhika Manoj Das

    Swadhinata Parabarti Odia Prabandha O Prabandhika Manoj Das

    ମନୋଜ ଦାସ ଏକ ସାରସ୍ୱତ ବିସ୍ମୟ। ଚେତନା ରୂପାନ୍ତରର ଏକ ସୃଜନୀ ଶିଳ୍ପୀ। କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ ସବୁ ବର୍ଗର ପାଠକ ପାଇଁ ମନୋଜଙ୍କ ଲିଖନୀରୁ ଝରିଛି ଅମୃତ। ଓଡ଼ିଆ ସାହିତ୍ୟରେ ନିଜ ସାଧନାର ବଳିଷ୍ଠ ସ୍ୱାକ୍ଷର ପାଇଁ ସମଗ୍ର ବିଶ୍ୱରେ ପରିଚିତ ଏଇ ଓଡ଼ିଆ ଶିଳ୍ପୀ। ଆଜୀବନ ନୈତିକ ଆଦର୍ଶ, ଭାରତୀୟ ସଂସ୍କୃତି ଓ ବୈଦିକ ବିଚାର ଉପରେ ପ୍ରତିଷ୍ଠିତ ମନୋଜୀୟ ସୃଜନୀ ସମ୍ଭାର ଯେତିକି ଉଦାତ୍ତ ଓ ଗମ୍ଭୀର, ସେତିକି ମାନବୀୟ ସଂବେଦନ ଓ ଚେତନାର ରୂପାନ୍ତରରେ ଶାଣିତ ଓ ପ୍ରଖର।

    ମନୋଜ ଦାସଙ୍କ ଗଳ୍ପ ଦିଗନ୍ତ ପରି ତାଙ୍କ ପ୍ରବନ୍ଧ ମାନସ ବି ଦିଗନ୍ତ ବିସ୍ତାରୀ। ସୌଭାଗ୍ୟର କଥା ମନୋଜଙ୍କ ପ୍ରବନ୍ଧକୁ ନେଇ ଏକ ପୂର୍ଣ୍ଣାଙ୍ଗ ଗବେଷଣା ଗ୍ରନ୍ଥ ପ୍ରକାଶ ପାଇବାକୁ ଯାଉଛି। ଧରଣୀଧର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପନା କରୁଥିବା ଡକ୍ଟର ଅଜୟ କୁମାର ସାହୁଙ୍କ ଏହା ବିଦ୍ୟାବାରିଧି ପାଇଁ ନିବନ୍ଧ ଗ୍ରନ୍ଥ ଯାହା ଏବେ ପୁସ୍ତକ ରୂପେ ପ୍ରକାଶ ପାଇବାକୁ ଯାଉଛି। ଡକ୍ଟର ସାହୁ ମନୋଜ ଦାସଙ୍କ ସମଗ୍ର ଗଦ୍ୟସୃଷ୍ଟି ଉପରେ ଗବେଷଣା କରି ମନୋଜୀୟ ଚେତନାର ବହୁବିଧ ଉପଲବ୍ଧିକୁ ପାଠକ ପାଇଁ ଅନାବରଣ କରିଛନ୍ତି।

    ଇତିହାସ, କିମ୍ବଦନ୍ତୀ, ପୁରାଣ, ବେଦ, ଉପନିଷଦ, ସଂସ୍କୃତି, ଆଧ୍ୟାତ୍ମିକତା ସବୁ ବିଶ୍ଳେଷଣ କରିଛନ୍ତି ଡକ୍ଟର ସାହୁ। କଳାତ୍ମକ ଦୃଷ୍ଟିରୁ ମନୋଜ ଦାସ ଗଳ୍ପ ଉପନ୍ୟାସରେ ଯେମିତି ଅତୁଳନୀୟ ପ୍ରବନ୍ଧରେ ବି ସେମିତି ଅବିସ୍ମରଣୀୟ। ଏପରି ସତ୍ୟକୁ ନିଜ ଆଲୋଚନା ଜରିଆରେ ଉନ୍ମୋଚିତ କରିବାରେ ସମର୍ଥ ଡଃ ସାହୁ।

    ଓଡ଼ିଆ ସାହିତ୍ୟରେ ଅସଂଖ୍ୟ ଛାତ୍ରଛାତ୍ରୀ ଅନୁସନ୍ଧିତ୍ସୁ ଗବେଷକମାନଙ୍କ ପାଇଁ “ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ଓ ପ୍ରାବନ୍ଧିକ ମନୋଜ ଦାସ”ପୁସ୍ତକ ଏକ ଆଲୋକ ବର୍ତ୍ତିକା ହୋଇ ଉଭାହେବ। ମନୋଜୀୟ ସୃଜନ ରହସ୍ୟର ଗବେଷଣା ଓ ବିଶ୍ଳେଷଣ ସମୟରେ ପୁସ୍ତକଟି ନିଜର ଉପାଦେୟତା ପ୍ରମାଣିତ କରିପାରିବ।

    330.00
    Add to cart
  • Swagotokti

    Swagotokti

    ନୈବେଦ୍ୟଙ୍କର କବିତା ପ୍ରତି ସ୍ୱତଃସ୍ଫୁର୍ତ ଆକର୍ଷଣ ତାଙ୍କୁ କବିତା ଲେଖିବା ପାଇଁ ପ୍ରୋତ୍ସାହିତ କରିଅଛି। ବିଦ୍ୟାଳୟ ଜୀବନରୁ କଟକ ଆକାଶବାଣୀର ଶିଶୁ ସଂସାର, କିଶୋର ଚକ୍ର ତଥା ଯୁବବାଣୀ କାର୍ଯ୍ୟକ୍ରମରେ ତାଙ୍କର ବିଭିନ୍ନ କବିତା ମେଟ୍ରିକ ପୂର୍ବରୁ ପଠିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟୟନ ସମୟରେ ଆଧ୍ୟାତ୍ମ୍ୟ ସାହିତ୍ୟ ଧର୍ମୀ ସାମୟିକ କେତେକ ପତ୍ର ପତ୍ରିକା ସମ୍ପାଦନରେ ତାଙ୍କୁ ସୁଯୋଗ ମିଳିଥିଲା। ଏହାପରେ ଏକ ଦୀର୍ଘ ବିରାମ ଚିହ୍ନ କବିତା ପଠନ ଓ ଅନୁଶୀଳନରେ ମନୋନିବେଶ କରିବାକୁ ଅଧିକ ଉପଯୋଗୀ ମନେ କରିଛନ୍ତି। ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା, ଇଂରାଜୀ ତଥା ଅନ୍ୟାନ୍ୟ ଭାରତୀୟ ଭାଷାରେ କବିତା ପୁସ୍ତକ ତଥା କବିତା ସମ୍ପର୍କୀୟ ଆଲୋଚନା ପ୍ରତି ତାଙ୍କର ଆଗ୍ରହ ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଅଛି। କୌଣସି କବିତା ଲେଖି ସାରି ଚିରି ଫିଙ୍ଗି ଦେଉଥିବା ଅଭ୍ୟାସକୁ ବଦଳାଇ, କବିତାଗୁଡ଼ିକୁ ସାଇତି ରଖି ପ୍ରକାଶନ କରିବାର ଅଭିଳାଷ ସରକାରୀ ସେବାରୁ ଅବସର ନେବା ପରେ ଦାନା ବାନ୍ଧିଅଛି। ପ୍ରତିଟି ନିରୀକ୍ଷଣ, ଅନୁଭୂତି ଓ ଅନୁଭବ ଯେପରି କବିତା ମଧ୍ୟ ଦେଇ ଆସିବାକୁ ଚାହିଁଛନ୍ତି ଶବ୍ଦର ମାଧ୍ୟମ ଦେଇ। ଏହା ତାଙ୍କର ପ୍ରଥମ କବିତା ପୁସ୍ତକ ହେଲେ ମଧ୍ୟ ନିଜର କବିତା କେନ୍ଦ୍ରୀତ ଭାବନାର ପରିପ୍ରକାଶ। ନୈବେଦ୍ୟଙ୍କ ପାଇଁ ପରମଙ୍କ ପାଖରେ ସମଗ୍ର ଜୀବନ ଏକ ନିବେଦନ। ପ୍ରତିଟି କଳ୍ପନା କବିତାର ରୂପ ନେଇ ଅନେକ ସମୟରେ ଆବିର୍ଭୂତ ହୁଏ ମାନସ ପଟରେ। ମସ୍ତିଷ୍କ ଅପେକ୍ଷା ହୃଦୟରୁ ସ୍ୱତଃ ନିସୃତ ଭାବନା ସବୁ ରୂପ ନେବାକୁ ପ୍ରୟାସ କରିଛନ୍ତି ।

    180.00
    Add to cart
  • Swami Ramanujacharya

    Swami Ramanujacharya

    ସାଧାରଣ ମନୁଷ୍ୟ ସୀମିତ ଶକ୍ତି ଓ ସ୍ୱଳ୍ପ ଆୟୁଷର ଅଧିକାରୀ ହୋଇଥିବା ହେତୁ, ସେ ନିଜସ୍ୱ ବୁଦ୍ଧି ଓ ଉଦ୍ୟମ ଦ୍ୱାରା ଜଗତର ସ୍ରଷ୍ଟା ପରମତତ୍ତ୍ୱଙ୍କୁ ନିରୂପଣ କରିପାରିବା ଅତି କଷ୍ଟସାଧ୍ୟ ଅଟେ । ପରତତ୍ତ୍ୱଙ୍କ ବିଷୟରେ ଜାଣିବାକୁ ହେଲେ, ପରତତ୍ତ୍ୱଦର୍ଶୀ ମହାମାନବ ମାନଙ୍କ ଦ୍ୱାରା ପ୍ରଦତ୍ତ ଭଗବଦ୍ ଜ୍ଞାନର ଆଶ୍ରୟ ନେବା ହିଁ ଉତ୍ତମ ପନ୍ଥା ଅଟେ । ସେହିପରି ମହାପୁରୁଷ ମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ, ଜଗତଗୁରୁ ସ୍ୱାମୀ ରାମାନୁଜାଚାର୍ଯ୍ୟ ଭାରତବର୍ଷରେ ଜଣେ ମହାନ୍ ଦାର୍ଶନିକ ତଥା ‘ଶ୍ରୀ ସଂପ୍ରଦାୟ’ର ଜଣେ ବିଶିଷ୍ଟ ଆଚାର୍ଯ୍ୟ ରୂପେ ସୁପ୍ରସିଦ୍ଧ । ତାଙ୍କର ଅନେକ ନାମମାନଙ୍କ ମଧ୍ୟରେ ରାମାନୁଜ, ୟତିରାଜ ଓ ଭାଷ୍ୟକାର ଆଦି ନାମରେ ସେ ଜନମାନସରେ ଖ୍ୟାତିଲାଭ କରିଛନ୍ତି । ବିଶେଷ ମାନ୍ୟତା ଅଛି ଯେ, ବୈକୁଣ୍ଠ ଅଧିପତି ଶ୍ରୀ ନାରାୟଣଙ୍କ ଅନ୍ତରଙ୍ଗ ପାର୍ଷଦ ଅନନ୍ତଶେଷ ହିଁ କଳିଯୁଗର ମନୁଷ୍ୟସମାଜକୁ ଭଗବଦ୍ ଶରଣାଗତିର ପଥ ପ୍ରଦର୍ଶନ କରିବାପାଇଁ ରାମାନୁଜଙ୍କ ରୂପରେ ଅବତାର ଗ୍ରହଣ କରିଥିଲେ । ସ୍ୱୟଂ ଭଗବାନ ନାରାୟଣ କଳିଯୁଗର ମନୁଷ୍ୟମାନଙ୍କ ଉଦ୍ଧାର ନିମନ୍ତେ ଶ୍ରୀବୈଷ୍ଣବ ସଂପ୍ରଦାୟର ଆରମ୍ଭ କରିଥିଲେ । ଭଗବତୀ ମହାଲକ୍ଷ୍ମୀ ଏହି ସଂପ୍ରଦାୟର ଦ୍ୱିତୀୟ ଗୁରୁ ଅଟନ୍ତି । ତାଙ୍କରି ମହିମା ଧାରଣ କରିଥିବାରୁ, ଏହି ଗୁରୁ ପରମ୍ପରା ଶ୍ରୀ ସଂପ୍ରଦାୟ ନାମରେ ସୁପରିଚିତ । ମାତା ମହାଲକ୍ଷ୍ମୀଙ୍କ ଠାରୁ ଏହି ଶରଣାଗତି ଜ୍ଞାନ ବୈକୁଣ୍ଠଧାମର ସେନାଧ୍ୟକ୍ଷ ବିଶ୍ୱକ୍ସେନ ଗ୍ରହଣ କରିଥିଲେ । ପୃଥିବୀ ପୃଷ୍ଠରେ ସର୍ବପ୍ରଥମେ ଶଠକୋପ ମୁନି ବିଶ୍ୱକ୍ସେନଙ୍କ ଠାରୁ ଏହାକୁ ଲାଭ କରିଥିଲେ ଏବଂ ତାଙ୍କରି ଉଦ୍ୟମରେ ଏହି ‘ଶ୍ରୀ ସଂପ୍ରଦାୟ’ ଆଜି ପର୍ଯ୍ୟନ୍ତ ପ୍ରଚଳିତ ହୋଇ ଆସିଛି । ସ୍ୱାମୀ ରାମାନୁଜ ଏହି ସଂପ୍ରଦାୟର ପ୍ରମୁଖ ଆଚାର୍ଯ୍ୟ ରୂପରେ ପରିଗଣିତ । ସହସ୍ର ସହସ୍ର ନରନାରୀ ରାମାନୁଜଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଶରଣାଗତି ମାର୍ଗକୁ ଆପଣାଇ ନେଇଥିଲେ ଏବଂ ନିଜର ମନୁଷ୍ୟ ଜନ୍ମକୁ ସାର୍ଥକ କରିପାରିଥିଲେ ।

    200.00
    Add to cart
  • Swarodaya

    Swarodaya

    ‘Swarodaya’ is the Magnum Opus poetry collection which was awarded Central Sahitya Academy award in 2006. The poems in this collection richly inherit the classical transcendental Odia philosophy. The words seem the voice of mendicants reverberating through the stillness of the world. A pioneer of the minimalist tradition, the poet achieves ironic meanings for words by their unconventional use through word-imagery as he strives in the book to find out a new identity for Truth. By recreating the atmosphere of ancient mystical poetry, the poet offers a hope that life can be made meaningful by following the path of Truth and Righteousness.

    150.00
    Add to cart
  • Tales from Shakespeare

    Tales from Shakespeare

    A retelling of the comedies and tragedies of Shakespeare, Tales from Shakespeare by Charles and Mary Lamb brings together twenty stories, simplified for the young reader. Beginning with ‘The Tempest’ and ending with ‘Pericles, Prince of Trye’, it includes the summaries of some of Shakespeare’s most memorable and influential works. While the comedies have been written by Mary, the tragedies have been penned down by Charles. One of the bestselling books of the nineteenth century, Tales from Shakespeare continues to remain a popular children’s classic more than two centuries after its first publication in 1807.

    300.00
    Add to cart
  • Tanmaya Dhuli

    Tanmaya Dhuli

    ଧୂଳିକଣା ପକ୍ଷରେ କ’ଣ ନକ୍ଷତ୍ର ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ? ଅସମ୍ଭବ ନିଶ୍ଚୟ । ତେବେ କ’ଣ ଚେଷ୍ଟା କରାଯିବ? ତାହାହିଁ ସଂଗତ । ମଣିଷ ପ୍ରେମରେ ଅସଂପୂର୍ଣ୍ଣ, ସିଦ୍ଧାନ୍ତ ଘେନିବାରେ ଅନିଶ୍ଚିତ ଆଉ ମୃତ୍ୟୁ ସମ୍ମୁଖରେ ବଡ଼ ଅସହାୟ; ତଥାପି ସେହି ଅସମର୍ଥ ଜୀବନ ଘେନି କବି ଗାଲିବଙ୍କର ସେହି ସଂଗତ କାର୍ଯ୍ୟଟିକୁ ସେ କରି ଚାଲିଥାଏ ଚିରକାଳ, ସୂର୍ଯ୍ୟାଭିସରଣରେ ସମୁଦ୍ୟତ କରିଥାଏ ନିରନ୍ତର । ବ୍ୟର୍ଥତା ଅବଶ୍ୟ ଅମୋଘ । ତେବେ ଯାହାକୁ ଆମେ ବ୍ୟର୍ଥତା କହୁଛେ ତହିଁର ଅପର ପ୍ରାନ୍ତରେ ବିଦ୍ୟମାନ ରହିଛି ପରମ ସାର୍ଥକତା, ଶୂନ୍ୟର ଅପର ପ୍ରାନ୍ତରେ ବର୍ତ୍ତମାନ ଅଖଣ୍ଡ ପୂର୍ଣ୍ଣତା, ବ୍ୟବଧାନ ଅସେତୁ ସମ୍ଭବ । ବିରହ ଅବସ୍ଥା ହିଁ ତେଣୁ ଚୈତନ୍ୟ ପୀଡ଼ିତ ମଣିଷର ବଂଚିବାର ଏକମାତ୍ର ସର୍ତ୍ତ ଓ ପାଥେୟ । ପ୍ରେମରେ ଉତ୍ତୀର୍ଣ୍ଣତା, ମିଳନରେ ଚରିତାର୍ଥତା – ଯାହା ସର୍ବଦା ଅନୁପସ୍ଥିତ । ଭଲ କବିଏ ତେଣୁ ଅମୃତର ଆକାଂକ୍ଷା ଓ ସଂଧାନ ଘେନି କବିତା ଲେଖିଥାନ୍ତି । ଯାହା ଅଲବ୍ଧ ଓ ଅପ୍ରାପଣୀୟ ତାହାରି ପାଇଁ ଶେଷକଥା । ବିରହ ଦୁଃଖ ମୂଲ୍ୟବାନ । କବିତାର ବିଶେଷତ୍ୱ ଏଇଠି, ମୂଲ୍ୟ ବି । କବିତା ମୂଲ୍ୟବାନ କେବଳ କବିତା ବୋଲି ନୁହେଁ, ତାହା ଚୈତନ୍ୟର ପ୍ରସୂନ ବୋଲି ମୂଲ୍ୟବାନ । ଆଉ ଚୈତନ୍ୟ ମାନେ ଆଧ୍ୟାତ୍ମିକ । କବି ପ୍ରତିଭା ଶତପଥୀ କବିତାରେ ସେହି ଅମୃତ ସଂଧାନରେ ଅଭିସରଣ ସମୁତ୍ସୁକ । ତାଙ୍କ କବିତାକୁ ତେଣୁ ଅଧ୍ୟାତ୍ମ ଭାବନାରୁ ବିଚ୍ଛିନ୍ନ କରି ଦେଖି ହୁଏ ନାହିଁ । ସେ କବିତା ଲେଖନ୍ତି ଅଧ୍ୟାତ୍ମ ଐତିହ୍ୟର ଉତ୍ତରାଧିକାର ଘେନି । ସେଇଥିପାଇଁ ତାଙ୍କ ‘ଶବରୀ’, ‘ତନ୍ମୟଧୂଳି’ ଓ ‘ଅଧା ଅଧା ନକ୍ଷତ୍ର’ ପରି କବିତା ସଙ୍କଳନର ରଚନା ।

    200.00
    Add to cart
  • Tapamatra

    Tapamatra

    କାହାଣୀରେ ଜୀବନ ଥିଲେ କାହାଣୀ ହୁଏ ହୃଦ୍ୟ । ଜୀବନରେ କାହାଣୀ ଥିଲେ ଜୀବନ ହୁଏ ଭବ୍ୟ । ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ରଙ୍କର ଗଳ୍ପଗୁଡ଼ିକରେ ଜୀବନ ଦିଶିଯାଏ । ତେଣୁ ଗଳ୍ପଟିଏ ଆରମ୍ଭ କଲେ ଶେଷ କରିବାକୁ ମନ ବଳେ । ବେଳେବେଳେ ଚମକାଇ ଦିଏ ‘ପଜଲ୍]’ ଭଳି ଗଳ୍ପ ଯାହା ଘଟିବା ଉଚିତ୍ ନହେଲେ ମଧ୍ୟ ସମାଜରେ ଘଟୁନାହିଁ ବୋଲି କହିହେବ ନାହିଁ । ତାଙ୍କର ‘ଭାତବାଲା’ ଗଳ୍ପ ସତ୍ୟର ଗଳ୍ପରୂପ ପରି ଲାଗେ, ହୃଦୟକୁ ଛୁଏଁ । ତାଙ୍କର ଗଳ୍ପଗୁଡ଼ିକ ଆକାଶରୁ ଉଲ୍]କା ଭଳି ଖସନ୍ତି ନାହିଁ, ମାଟିରୁ ପାଦତଳର ଘାସ ଭଳି ମୁଣ୍ଡ ଟେକନ୍ତି, ସମାଜର ଚିତ୍ରପଟ ପାଲଟିଯାଆନ୍ତି । ଦେବପ୍ରିୟଙ୍କର ହାତମୁଠାରେ ଜୀବନ କଥାକୁହେ । ତାଙ୍କର ଗାଳ୍ପିକ ଜୀବନ ସମ୍ଭାବନାମୟ । ଅଶେଷ ଆଶୀର୍ବାଦ ।

    – ପ୍ରତିଭା ରାୟ

    ଦେବପ୍ରିୟଙ୍କ କାହାଣୀରେ ନାଟକ ଅଛି, କବିତାର ଝଲକ ଅଛି । ଅନେକ ଗପ ଏକ ନିଶ୍ୱାସରେ ପଢିବା ଭଳି । ସାଧାରଣ ଜୀବନ ଭିତରେ ଅସାଧାରଣ ଚରିତ୍ରକୁ ଆବିଷ୍କାର କରିବାରେ ତାଙ୍କର ରହିଛି ଅଦ୍ଭୁତ ଦକ୍ଷତା ।

    – ତରୁଣକାନ୍ତି ମିଶ୍ର

    ଜଣେ ସଚେତନ ଓ ସଂଯତ ଗାଳ୍ପିକ ରୂପେ ନିଜର ପରିଚୟ ସୃଷ୍ଟି କରିିଥିବା ଦେବପ୍ରିୟ ଚଳନ୍ତି ସମୟର ଅନ୍ୟତମ ଅଗ୍ରଣୀ ଯୁବ ଲେଖକ । ଓଡ଼ିଆ ଗଳ୍ପର ପ୍ରବାହଧାରାକୁ ଅବିରତ ପ୍ରଖର କରିବାଦିଗରେ ତାଙ୍କର ଯୋଗଦାନ ଉଲ୍ଲେଖନୀୟ । ଦେବପ୍ରିୟଙ୍କ ଗଳ୍ପର କଥାବସ୍ତୁ ତାଙ୍କ ଅନୁଭୂତିରୁ ଉପଜାତ ଏବଂ ଉପସ୍ଥାପନା ଶୈଳୀ ଅଭିନବ ।

    -ସଦାନନ୍ଦ ତ୍ରିପାଠୀ

    ଦେବପ୍ରିୟ ସମକାଳର ଜଣେ ଅନୁଭୂତିସଂପନ୍ନ ନିଷ୍ଠାପର କଥାକାର । ତାଙ୍କ ଗଳ୍ପର ଆତ୍ମା – ବଳିଷ୍ଠ କାହାଣୀ, ସାମାଜିକ ବାସ୍ତବତା ଓ ପ୍ରତ୍ୟକ୍ଷ ଅନୁଭବର କଳାତ୍ମକ ଉପସ୍ଥାପନ । ବର୍ଣ୍ଣନାର ସଂକ୍ଷିପ୍ତତା ଓ କଥାକୁହା ଭାଷାର ପ୍ରୟୋଗ ଯୋଗୁ ଆରମ୍ଭରୁ ଶେଷ ଯାଏ ସ୍ରୋତର ଅନୁକୂଳରେ ପାଠକକୁ ଭସାଇନିଏ ତାଙ୍କ ଗପ ନଈର ମଝଧାର । ଓଡ଼ିଆ ସାହିତ୍ୟର ଗପ ପୃଥିବୀରେ ଦେବପ୍ରିୟ ପାଠକୀୟତାର ସଶକ୍ତ ଯୁକ୍ତାକ୍ଷର ।

    -ଭୀମ ପୃଷ୍ଟି

    140.00
    Add to cart