-
Odia Galpa: Antaranga Charitra
₹200.00ଫକୀର ମୋହନଙ୍କ ଗଳ୍ପଠାରୁ ଆରମ୍ଭ କରି ଗୋଟିଏ ଗୋଟିଏ ସୁନିର୍ବାଚିତ ଗଳ୍ପର କାଳୋତ୍ତୀର୍ଣ୍ଣ ଚରିତ୍ରମାନେ ମୋ ପ୍ରତି ଏତେ ସ୍ନେହାର୍ଦ୍ର ଓ ସମ୍ବେଦନଶୀଳ ହେବେ ଓ ହୃଦୟକୁ ମୋର ପ୍ରବେଶ କରି ମନ୍ଥିତ କରିବେ ସେମାନଙ୍କ ଭାବନାରେ, ଏହା ଥିଲା ମୋର ଅଜ୍ଞାତ । ପାରମ୍ପରିକ ରୀତିରେ କ୍ଷୁଦ୍ରଗଳ୍ପର ଅନୁଶୀଳନ ନ କରି ପ୍ରତ୍ୟେକ ମାସ ପାଇଁ ଯେଉଁ ଗୋଟିଏ ଗୋଟିଏ ଚରିତ୍ରର ଅନ୍ତଃରୂପାୟନ କରିବାର ନିଷ୍ପତ୍ତି ନେଲି; ଆଶ୍ଚର୍ଯ୍ୟର କଥା ଯେ ସେହି ଚରିତ୍ର ସକଳ ମୋତେ ମାଧ୍ୟମ କରି ପ୍ରକାଶ କଲେ ନିଜ ନିଜ ବିରଳ ଆତ୍ମାନୁଭୂତି । ‘ରେବତୀ’ ପତ୍ରିକାରେ ନିୟମିତ ଭାବରେ ଏହା ପ୍ରକାଶିତ ହେବା ଯେତେବେଳେ ଆରମ୍ଭ ହେଲା ସହୃଦୟ ପାଠକମାନଙ୍କୁ ତାହା ବିଗଳିତ କଲା ଭିନ୍ନ ଭାବରେ । ବାସ୍ତବରେ ସେମାନଙ୍କ ଅନ୍ତର୍କଥା ବା ଅନ୍ତର୍ବ୍ୟଥା ଲେଖୁଥିବା ବେଳେ ମୋର ସମଗ୍ର ଚେତନା ତାଙ୍କରି ଆୟତ୍ତାଧୀନ । ପରେ ଭାବିଛି ସାହିତ୍ୟର ବ୍ୟାଖ୍ୟା ଓ ବିଶ୍ଳେଷଣ ଏକ ଛାଞ୍ଚଢ଼ଳା ରୀତିରେ ନ ହୋଇ ସୃଜନାତ୍ମକ ଶୈଳୀର ଅବଲମ୍ବନ ଦ୍ୱାରା କାହିଁକି ନ ହୋଇ ପାରିବ ଭିନ୍ନ ଭିନ୍ନ? ନୂତନ ପିଢ଼ିର ଛାତ୍ରଛାତ୍ରୀମାନଙ୍କ ସକାଶେ ନ ହେବ କାହିଁକି ନବ-ଚେତନା ଉଦ୍ରେକକାରୀ ଭାବରେ ପରିପୂର୍ଣ୍ଣ ! ଏ ପ୍ରକାରର ଚରିତ୍ରାନୁଶୀଳନ ସାହିତ୍ୟର ଅନେକ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ ସାଧାରଣ ବର୍ଗର ସୁପାଠକମାନେ ଯେପରି ଉଦାରତାର ସହିତ ଗ୍ରହଣ କଲେ ଓ ସେମାନଙ୍କ ଅନ୍ତର୍ଭେଦୀ ଅଭିମତ ପ୍ରକାଶ କରି ମୋତେ ଅଭିଭୂତ କରିଦେଲେ ତାହା ମଧ୍ୟ ମୋ ପାଇଁ ପ୍ରକୃତରେ କଳ୍ପନାତୀତ । ଓଡିଶାର ଭିନ୍ନ ରୁଚି ସମ୍ପନ୍ନ ପ୍ରାଜ୍ଞ ପାଠକଙ୍କଠାରୁ ଏ ରମ୍ୟରଚନା ପୁସ୍ତକଟି ମଧ୍ୟ ଉପଯୁକ୍ତ ସମାଦର ଲାଭ କରିପାରିବ, ଏହି ପ୍ରତ୍ୟୟ ନିଃସଙ୍କୋଚ ଅଥଚ ନମ୍ରତାର ସହିତ ପ୍ରକାଶ କରି ରହୁଛି ଏତିକିରେ ।
—- ମଣୀନ୍ଦ୍ର କୁମାର ମେହେର
-
Odia Sahitya Sanskruti O Kabichandra Kalicharana
₹260.00କବିଚନ୍ଦ୍ର କାଳୀଚରଣଙ୍କର ଆତ୍ମଲିପି ‘କୁମ୍ଭାରଚକ’ ଆଧାରରେ ଡ. ସେଣଙ୍କର ପ୍ରବନ୍ଧ ପୁସ୍ତକ ‘ଓଡିଆ ସାହିତ୍ୟ-ସଂସ୍କୃତି ଓ କବିଚନ୍ଦ୍ର କାଳୀଚରଣ’। ଏଥିରେ ସନ୍ନିବିଷ୍ଟ ମୋଟ୍ ୨୮ ଗୋଟି ପ୍ରବନ୍ଧ ଲେଖକଙ୍କର କଳାତ୍ମକ ଅନ୍ତର୍ଦୃଷ୍ଟିର ଅନୁପମ ନିଦର୍ଶନ। କବିଚନ୍ଦ୍ର କେବଳ ଓଡିଶାର ନୁହଁନ୍ତି, ସମଗ୍ର ଭାରତ ବର୍ଷରେ ଏକ ବହୁ ଚର୍ଚ୍ଚିତ ପ୍ରତିଭା ଓ ସାରସ୍ୱତ ସାଧକ। ତାଙ୍କ ଆତ୍ମଜୀବନୀ ‘କୁମ୍ଭାରଚକ’ ଏକ ଅନବଦ୍ୟ କୃତି। ଓଡ଼ିଆ ସାହିତ୍ୟ-ସଂସ୍କୃତିର ଏହା ରସୋତ୍ତୀର୍ଣ୍ଣ ଇତିହାସ; ଏକ ନିର୍ଭୁଲ ସାମାଜିକ ସନନ୍ଦ। ଓଡ଼ିଆ ନାଟ୍ୟ ସଂସ୍କୃତି କ୍ଷେତ୍ରରେ କବିଚନ୍ଦ୍ର ଏକ ଅନୁଷ୍ଠାନ; ଓଡ଼ିଆ ନାଟ୍ୟ ଜଗତରେ ମଧ୍ୟ ‘ଭରତ ମୁନି’ ଭାବେ ଖ୍ୟାତ। ତାଙ୍କ କୃତି-କୀର୍ତ୍ତି ସମ୍ପର୍କରେ ଯେତେ ଆଲୋଚନା କଲେ ବି ଅପୂର୍ଣ୍ଣାଙ୍ଗ ପ୍ରତୀୟମାନ ହୁଏ। ଏହି ପ୍ରଥିତଯଶାଙ୍କ ସମ୍ବନ୍ଧରେ ବୌଦ୍ଧିକ ତଥା ତାତ୍ତ୍ୱିକ ଚର୍ଚ୍ଚା ଡ. ସେଣଙ୍କ ପୁସ୍ତକଟିରେ ଜାରି ରହିଛି, ତାହା ଅତୀବ ପ୍ରଶଂସନୀୟ; କାଳଜୟୀ ପ୍ରଚେଷ୍ଟା ମଧ୍ୟ। ଏହା ସମସାମୟିକ ସାହିତ୍ୟାନୁରାଗୀ ଓ ଉତ୍ତର ପିଢ଼ିଙ୍କ ଦୃଷ୍ଟି ବହୁ ଭାବରେ, ବହୁ ରୂପରେ ଆକର୍ଷଣ କରିବ। ପୁସ୍ତକଟିର ରସ ଚାତୁର୍ଯ୍ୟ ବିଦଗ୍ଧ ପାଠକଙ୍କୁ ସ୍ପର୍ଶ କରିବ ନିଶ୍ଚୟ!
-
Odia Sahityare Jatiyatabadi Chetana
₹360.00ଜାତୀୟତାବାଦ ଏକ ସର୍ବକାଳୀନ ସର୍ବାଧୁନିକ ଚେତନା । ଏହ ଏକ ସମ୍ମିଳିତ ଶକ୍ତିର ଅଭିବ୍ୟକ୍ତି ମଧ୍ୟ । ଭାରତବର୍ଷ ଗୋଟିଏ ଦେଶ ନୁହେଁ, ଏକ ଉପମହାଦେଶ । ବିବିଧ ପ୍ରକାର ଜନଗୋଷ୍ଠୀ, ଚଳଣି, ନୃତ୍ୟ ସଂଗୀତ, ବେଶପୋଷାକ, କୃଷି ଓ ଭାଷା ଆମ ଦେଶକୁ ଆବାହମାନ କାଳରୁ ବୈଚିତ୍ର]୍ୟମୟ କରି ରଖିଛି । ଏ ଦେଶର ଭୂମିରେ ସୁନା ଫଳେ । ଏ ଭୂଖଣ୍ଡ ମୁନିଋଷିମାନଙ୍କ ବାସସ୍ଥଳୀ ।
ଐଶ୍ୱର୍ଯ୍ୟମୟୀ, ସର୍ବାଳଙ୍କାରବୃତ୍ତା, ଅରଣ୍ୟାନି ଅଧ୍ୟୁଷିତା, ଗିରିମାଳାବେଷ୍ଟିତା ଭାରତବର୍ଷ, ଯାହାର ପାଦ ଧୌତ କରିବାକୁ ବ୍ୟଗ୍ର ସାଗରମାଳା; ସେହି ଆମ ଜନ୍ମଭୂମି ଦୀର୍ଘକାଳ ବାହ୍ୟଶତ୍ରୁ ଆକ୍ରମଣ ଦ୍ୱାରା ଘୋର ନିର୍ଯାତନାର ଶିକାର ହେଲା । ଶହ ଶହ ବର୍ଷ ଧରି ଲୁଣ୍ଠିତ ହେଲା ଦେଶ ମୋଗଲ, ପଠାଣ, ମରହଟ୍ଟାମାନଙ୍କ ଦ୍ୱାରା । ଶେଷରେ ନିର୍ଯାତନାର ମୁଣ୍ଡି ମାରିଲେ ଇଂରେଜମାନେ । ଓଡ଼ିଶା ଅଧିକାର କଲେ ୧୮୦୩ରେ ।
ଏହି ଇତିହାସ ଯେତିକି ଦୁଃଖଦାୟକ ସେତିକି ରୋମାଞ୍ଚକର । ହାତରେ ଗୁଳିଗୋଳା, କମାଣ ନାହିଁ । ଖାଦ୍ୟାଭାବରେ ଦେହ ଦୁର୍ବଳ । ପିନ୍ଧିବାକୁ ବସ୍ତ୍ରାଭାବ । ବିଦେଶୀ ଗୋରା ସର୍ବସ୍ୱ ନେଇଗଲେଣି, ତଥାପି କିପରି ସ୍ୱାଧୀନତା ସଂଗ୍ରାମ ହେଲା, ବ୍ରିଟିଶ ଶାସକ ହାରିଲେ ଓ ଭାରତୀୟ ଜିତିଲେ, ଭାରତବର୍ଷ ସ୍ୱାଧୀନ ହେଲା ତାହା ଗୋଟାଏ ମିରାକଲ୍ ।
ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ସହିତ ପ୍ରତ୍ୟେକ ଭାରତବାସୀ ପରିଚିତ ହେବା ଆବଶ୍ୟକ ।
ପିଲାଦିନୁ ଭାରତ ସ୍ୱାଧୀନତା ସଂଗ୍ରାମ କାହାଣୀ, ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ହେବା କାହାଣୀ ବାପାଙ୍କଠାରୁ ଶୁଣିଛି । ଗାନ୍ଧୀ, ମଧୁସୂଦନ, ଗୋପବନ୍ଧୁ, ଗୋଦାବରୀଶଙ୍କ ଫଟୋଚିତ୍ର ତଳେ ମୁଣ୍ଡିଆ ମାରିବା ଶିଖିଛି । ଧୀରେ ଧୀରେ ପାଠ ପଢ଼ିବା ସହିତ ସ୍ୱାଧୀନତା ସଂଗ୍ରାମକୁ ଓଡ଼ିଆ ସାହିତ୍ୟର ଅବଦାନ ସଂପର୍କରେ ଅବଗତ ହୋଇଛି । ଓଡ଼ିଆ କବି, ଲେଖକ, ପ୍ରାବନ୍ଧିକ, ନାଟ୍ୟକାରମାନଙ୍କ ଏ ଅବଦାନ ପ୍ରତ୍ୟେକ ଓଡ଼ିଆ ଛାତ୍ର, ଅଭିଭାବକ ଜାଣିବା ଆବଶ୍ୟକ । ବିଶେଷ ଭାବରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ।
ସେଥିପାଇଁ ଏହି କ୍ଷୁଦ୍ର ପ୍ରୟାସ ।
-
Odia Samalochana Sahityara Nabadiganta
₹220.00ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଡକ୍ଟର ସ୍ୱପ୍ନାରାଣୀ ସିଂ (୧୯୯୦)ଙ୍କ ବିଶେଷ ପରିଚୟ ଓ ପ୍ରତିଷ୍ଠା ରହିଛି। ଅଧ୍ୟୟନ, ଅଧ୍ୟାପନା ସହିତ ଉଚ୍ଚକୋଟୀର ଗବେଷଣା ହେଉଛି ତାଙ୍କର ସ୍ୱାତନ୍ତ୍ର]୍ୟ। ପିଏଚ୍].ଡି. ମହାନିବନ୍ଧ ‘୧୯୮୦ ପରବର୍ତ୍ତୀ ଓଡ଼ିଆ ଓ ହିନ୍ଦୀ ଉପନ୍ୟାସରେ ନକ୍ସଲ ଚେତନା ଏକ ତୁଳନାତ୍ମକ ଅଧ୍ୟୟନ’ ଡକ୍ଟର ସିଂଙ୍କ ବିଶାଳ ଭାବବଳୟର ପରିଚାୟକ। ତାଙ୍କର ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା- ‘ଦିଗ ଓ ଦିଗ୍]ବଳୟ’ (୨୦୧୮), ‘ପଞ୍ଚତନ୍ତ୍ରର ଓଡ଼ିଆ ଅନୁବାଦ’ (୨୦୧୯), ‘ଓଡ଼ିଆ ସାହିତ୍ୟରେ ଜନଜାତି ପ୍ରସଙ୍ଗ’ (୨୦୧୯), ‘ପାଶ୍ଚାତ୍ୟ ସାହିତ୍ୟିକ ଆନ୍ଦୋଳନ ଓ ତତ୍ତ୍ୱ ସଂକ୍ଷିପ୍ତ ଆକଳନ’ (୨୦୨୧) ତାଙ୍କ ସାଧନା ଓ ସିଦ୍ଧିର ଫଳଶ୍ରୁତି ଯାହା ବିପୁଳ ପାଠକୀୟତା ଅର୍ଜନ କରିଛି। ସଂପ୍ରତି ସେ ବିଶ୍ୱଭାରତୀ, ଶାନ୍ତିନିକେତନରେ ଓଡ଼ିଆ ଭାଷା ଓ ସାହିତ୍ୟର ସହକାରୀ ପ୍ରଫେସର ଭାବରେ କାର୍ଯ୍ୟରତ।
-
Odishara Adibasi Sanskruti: Pramukha Abadharana
₹350.00The book Odishara Adibasi Sanskruti: Pramukha Abadharana (Tribal Culture of Odisha: Key Concepts) is based on the cultural tradition of tribals of Odisha narrated in Odia. There are 62 tribes in Odisha. They have their culture, worldviews, fair-festivals, arts and aesthetics. In this book, 201 cultural concepts have been narrated with and inserted in lexical structure. Once upon tribals as well as other ethnic communities are labeled as criminal tribes. After seventy years and after independence also they are described as savage, uneducated, blind-believer, and in so many ways. Often in Odisha, tribal area, we have seen tribal children are given branded hot jujube stick to children believing it will recover from bad health what could be seen as a negative result of that immediate believe, but is it blind-belief? If we see this in the intersectionality point of view, many from educated us visiting talisman, praying idol for immediate specific gain, that we all know, and the tribals who are still far away from proper education, health facilities, deprive economically are doing what available at their hands reach helplessly, so how one could state it as a blind-belief? The book is not only about tribal belief, it covers all other day-to-day practices, events, their concept of observing fair and festivals, foods habits, culinary tradition, and ritual related to those, also include the rite-de-passages, agricultural practices and the concepts therein, worshipping of god and goddesses, nature, other rite-rituals, verbal as well as performative tradition like dance, songs, art and crafts, and physical tradition like artefacts. Apart from these some abstract concepts, word views like concepts of weather, earth and water, the relationship between individual and communities, the neighboring ethnic groups also have been incorporated.
-
Odishara Garba O Gouraba: Mahiyan Madhubabu: The Life Story of Madhusudan Das
₹380.00ଉତ୍କଳଗୌରବ ମଧୁସୂଦନ ଦାସ ଓରଫ୍ ମଧୁବାବୁ ଓଡ଼ିଆ ଜାତିର ଚିର ନମସ୍ୟ । ପ୍ରତିଟି ଓଡ଼ିଆର ମାନସ ପଟରେ ସେ ହେଉଛନ୍ତି ଅନ୍ୟତମ ସ୍ମରଣୀୟ ବ୍ୟକ୍ତିତ୍ୱ । ଓଡ଼ିଶାର ସ୍ୱାଭିମାନକୁ ପ୍ରତିଷ୍ଠା କରିବା କ୍ଷେତ୍ରରେ ତାଙ୍କର ଯେଉଁ ଜୀବନବ୍ୟାପୀ ସାଧନା ଚାଲୁ ରହିଥିଲା, ତା’ର ପଟାନ୍ତର ନାହିଁ । ଊନବିଂଶ ଶତାବ୍ଦୀ ହେଉଛି ଓଡ଼ିଶାରେ ନବଜାଗରଣର ସମୟ । ଏହି ଶତାବ୍ଦୀରେ ଓଡ଼ିଶାରେ ବହୁ ମହାମନୀଷୀ ଜନ୍ମଗ୍ରହଣ କରି ଉତ୍କଳମାତାଙ୍କର ମୁଖଶ୍ରୀକୁ ଉଜ୍ଜ୍ୱଳ କରିଥିଲେ । ମଧୁବାବୁ ସେହି କୃତବିଦ୍ୟ ମନୀଷୀମାନଙ୍କ ମଧ୍ୟରେ ଅନ୍ୟତମ । ସୁପ୍ତ ପ୍ରାୟ ଓଡ଼ିଆ ଜାତିକୁ ନୂତନ ପ୍ରାଣ ସ୍ପନ୍ଦନରେ ଚଳଚଞ୍ଚଳ କରିବାରେ ମଧୁବାବୁଙ୍କର ପ୍ରଯତ୍ନ ପ୍ରୟାସ ବେଶ୍ ପ୍ରଣିଧାନଯୋଗ୍ୟ । ମଧୁବାବୁଙ୍କ ଜୀବନ ଓଡ଼ିଶାର ରାଜନୈତିକ ଇତିହାସର ଇତିବୃତ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ଓଡ଼ିଶା ପାଇଁ ସେ ନିରନ୍ତର ଚିନ୍ତା କରୁଥିଲେ । ଭାଷାଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ତାଙ୍କର ଭୂମିକା ଥିଲା ଅତୁଳନୀୟ । ଓଡ଼ିଶାର ସ୍ୱାଭିମାନ ଏବଂ ଅସ୍ମିତାକୁ ଅକ୍ଷୁଣ୍ଣ ରଖିବା ପାଇଁ ସେ ଆଜୀବନ ଥିଲେ ସଂକଳ୍ପବଦ୍ଧ । ଓଡ଼ିଶା ପାଇଁ, ଓଡ଼ିଆ ଜାତି ପାଇଁ ସେ ଥିଲେ ସମର୍ପିତ ପୁରୁଷ । ଏହି ମହୀୟାନ୍ ପୁରୁଷ ହେଉଛନ୍ତି ମଧୁବାବୁ, ବାରିଷ୍ଠର ମଧୁସୂଦନ ଦାସ ।
ଊନବିଂଶ ଶତାବ୍ଦୀ ଓଡ଼ିଶା ପାଇଁ ଥିଲା ଅଭ୍ୟୁଦୟର ସମୟ । ଏହି କାଳରେ ଓଡ଼ିଶାର ଚିନ୍ତାନାୟକମାନେ ରାଜ୍ୟପାଇଁ, ଦେଶପାଇଁ, ଭାଷାପାଇଁ, ଅସ୍ମିତା ପାଇଁ ଚିନ୍ତା କରୁଥିଲେ । ତଦନୁସାରେ ମଧ୍ୟ କାର୍ଯ୍ୟ କରୁଥିଲେ । ଓଡ଼ିଶାର ସଂକଟ ମୁହୂର୍ତ୍ତରେ ଯୋଗଜନ୍ମା ମଧୁବାବୁ ଆବିର୍ଭାବ ହୋଇ ଉତ୍କଳ ମାତାଙ୍କର ମୁଖଶ୍ରୀଙ୍କୁ ସମ୍ମୁଜ୍ୱଳ କରିଥିଲେ । ଏହି ପରିପ୍ରେକ୍ଷୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର କାଳଜୟୀ ପଂକ୍ତିଟି ମନକୁ ଆସେ । ତାହା ହେଉଛି – “ପରହିତ ଲାଗି ମରେ ଯେ ମହୀରେ ସେହି ଏକା ସୁପୁରୁଷ ।”
-
Pakashastra
₹400.00The history of a nation’s table is a reflection of the civilization of that nation. To show the changes in the order and serving of meals from century to century to describe and comment on the progress of cuisine, is to paint a picture of the many stages through which a nation has evolved. Since the distance times when as a weak tribe men lived in dark caves, eating wild roots, raw fish, flesh of animals killed with the spear. It is this history that is the subject of “Paka Shastra” in which Mrs. Meera Kanungo has outlined all the improvements bought to the culinary art. Those who make a profession in culinary art will find in this book, what the art of good eating today. Housewives will be interested in the evolution of the regional cuisine. Professional cooks both men and women will able to draw inspiration from principles of culinary technique found on the knowledge and authority of the author. The paucity of standard books on cooking in Odia language prompted the author to write this book for the benefit of these engaged in either imparting or acquiring knowledge of cookery in educational institutes. The present book will help the housewives to understand food preparation better. Cooks working in hotels and restaurant kitchen will find it useful as it has been presented in simple local language. The author has endeavored to incorporate all the available material into a comprehensive but brief account of cooking. The book highlights the role of various food items and cookery principles. The book is an outcome of long years of practice and research by the author. The present edition of the PAKASHASTRA is the improvement on its first edition authored by late Dipti Patanaik and Meera Kanungo. I came across both of them in late Nineteen seventies when they were doing a course in the then Food Craft Institute and I was faculty member. From those days it has been their keen interest in documenting their experience out of which the first edition of Pakasashtra was evolved and that book was out of market in no time. After the demise of Dipti Patanaik efforts have been made by Mrs. Meera Kanungo to take an improved edition with much better imputed. I am sure the book will be accepted by both housewives and professionals in it’s new and advanced edition.
Bishnu Prasad Tripathy, Retired Principal of ‘Institute of Hotel Management’, Bhubaneswar
-
People, Events and Governance
₹350.00These short pieces of writing on people, events and governance, due to my ineptitude, would appear disconnected. That makes an explaining necessary. In a sense, the pieces are windows to my belief system and, as such, indeed are connected to one another. I always believe that it is really a kindly world that has been gifted to us by God to live in and we need to reciprocate the Divine gesture by living a life and doing things that measure us up to His expectations. The litmus test is how kindly we have been in our living, in our journey through life, how kind we have been to people who are under our care and how humane we have been even to those who we do not know but have robbed shoulders with.
Justice Felix Frankfurter had served the Supreme Court of the USA from January 30, 1939 to August 28, 1962 and wrote 247 opinions for the Court, wrote 132 concurring opinions and 251 dissents. Widely known for his erudition, he had said “No office in this land is more important than that of being a citizen.” I believe in what he said. The small world around me have revealed enough to learn, to react to, to write about, to articulate my views on, to act as a responsible citizen, rise above prejudices, self-interest and timidity and work for a better society and responsible governance.
While our Constitution grants freedom of speech, Freebies have conferred on the recipients the freedom of silence. The beneficiaries have obliged and have made liberal use of silence. A polity that is constitutionally mandated to be Democratic is going silent and this facilitates irresponsible governance. We have been noticing that Legislatures have been having shorter sessions and most of the days they meet; there is more noise and cacophony than informed discussion on important issues. Media seems focused on TRP. Our polity seems to be drifting towards a zone of silence. There is noise, no doubt, and plenty of it, but preponderantly on non-issues. Citizens, therefore, need to step in and speak.
Citizen’s voice should sing different tones– avoiding sensationalism, not being vitriolic. It should make a symphony of reason, without rancor, without fear or favour. Cacophony never enriched the democratic temper; nor did silence do justice to democracy.
Ruler must have to be reminded again and again about its role. “How should a king behave?” Yudhistira had asked Bhisma.” Righteousness”, Bhisma had answered,” is the watch word of a king. Nothing is greater than that in this world. Malice should have no place in the heart of a king. His senses should be perfectly under control. He should use his intelligence and he will then be glorious: swelling in greatness like the ocean fed with the waters of a thousand rivers.” “Poison kills but one man: so does a weapon. But wicked counsels destroy an entire kingdom with kings and subjects.”
While health of democracy gets affected due to increasing deficiencies in institutions established primarily to ensure its health, thousand flowers blooming through citizens’ voice, might help. This can happen if a concerned and responsible citizenry is on a mission mode, as Martin Luther King Jr said, “Until justice rolls down like water and righteousness like a mighty stream.”
I would seek the indulgence of Readers to keep in mind these thoughts of mine. – PRASANNA KUMAR MISHRA
-
Pharistan
₹210.00ଉମାକାନ୍ତ ବାବୁ ଖୁବ୍ ବିଳମ୍ବରେ – ପ୍ରାୟ ୧୯୮୬ ମସିହାରେ ସାହିତ୍ୟରେ ମନୋନିବେଶ କଲେ । ଅନେକ କ୍ଷୁଦ୍ରଗଳ୍ପ, ନିବନ୍ଧ, ରମ୍ୟ ରଚନାର ସ୍ରଷ୍ଟା ଉମାକାନ୍ତ ବାବୁ ଜଣେ ସ୍ତମ୍ଭକାର ଭାବେ ବିଭିନ୍ନ ବିଷୟର ଅନୁଶୀଳନ କରି ନାନାଦି ପ୍ରାସଙ୍ଗିକ ଅଥଚ ସର୍ବସାଧାରଣରେ ଅବିଦିତ ତଥ୍ୟ ପରିବେଷଣ କରି ଏକ ବୃହତ୍ ପାଠକ ଗୋଷ୍ଠୀର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ତାଙ୍କର କ୍ଷୁଦ୍ର ଗଳ୍ପଗୁଡ଼ିକ ଅନବଦ୍ୟ । ସେଥିରେ ସେ କଥକ ପରି ଚରିତ୍ରମାନଙ୍କୁ ଟିକିଏ ଦୂରରୁ (କିନ୍ତୁ ଏତେ ଦୂରୁ ନୁହେଁ ଯେ ସେମାନେ ଇତର ଲୋକ ବା ଅନାତ୍ମୀୟ ପରି ଦିଶିବେ) ଦେଖି ସେମାନଙ୍କର ନିତିଦିନିଆ ଜୀବନ ଓ ତା’ର ଅନ୍ତରାଳରେ ଥିବା ଜୀବନର ଚିତ୍ର ଉପସ୍ଥାପନ କରନ୍ତି । ଶୈଳୀ କଥକର ଶୈଳୀ ପରି – କାହାଣୀଟିକୁ ବିନା ବାକ୍ୟାଡମ୍ବରରେ ଓ ସଂକ୍ଷେପରେ କହିବା ସେ ଶୈଳୀର ଲକ୍ଷ୍ୟ । ଉମାକାନ୍ତ ବାବୁ ତିନିଟି ଖୁବ୍ ଅସାଧାରଣ ଓ ସାର୍ଥକ ଉପନ୍ୟାସର ରଚୟିତା ମଧ୍ୟ ।
ଓଡ଼ିଆ ବ୍ୟତୀତ ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ ଓ ବଙ୍ଗଳା ଭାଷାରେ ସେ ବିଶେଷ ବ୍ୟୁତ୍ପତ୍ତି ଲାଭ କରିଥିଲେ । ଉର୍ଦ୍ଦୁର ମହାନ୍ କବି ମୀର୍ଜା ଗାଲିବ୍]ଙ୍କର କବିତାର ସେ ଓଡ଼ିଆ ରୂପାନ୍ତର କରିଛନ୍ତି ଏବଂ ଗାଲିବ୍ ତଥା ଅନ୍ୟାନ୍ୟ ସମକାଳୀନ ଉର୍ଦ୍ଦୁ କବିଙ୍କର ଅନନ୍ୟ କବି ପ୍ରତିଭାର ପ୍ରବକ୍ତା ଭାବେ ସେ ୧୯୯୯ ମସିହାରେ ଗାଲିବ୍]ଙ୍କର ଦ୍ୱିତୀୟ ଶତବାର୍ଷିକ ଜୟନ୍ତୀକୁ ଭାରତ ସରକାରଙ୍କ ଦ୍ୱାରା ବିଶେଷ ଭାବେ ନିମନ୍ତ୍ରିତ ହୋଇଥିଲେ ।
-
POESYGRAPHIA: The Secret Science and Sacred Soul of Poetry
₹800.00Poetry is necessary because it transforms suffering into significance. Pain is universal, grief unavoidable, loss inevitable. Yet poetry alchemizes anguish into art, despair into understanding, tragedy into testimony. It teaches that suffering is not annulled but acknowledged, that wounds are not hidden but honored, that absence is not erased but exalted. The poem becomes a vessel for the human condition, a witness to fragility, a sanctuary for sorrow.
Paradoxically, poetry is necessary precisely because it is sometimes ineffable. Its power does not lie in instruction or information, but in sensation, resonance, and revelation. It awakens faculties that prose cannot, stirring not merely intellect but intuition, feeling, imagination, and insight. It reminds us that humans are not only rational beings but also mystical, musical, and mysterious. To ignore poetry is to amputate the soul.
And finally, poetry is necessary because it embodies hope without hubris. In a world of decay, destruction, and despair, poetry insists on possibility. It affirms beauty, sanctifies courage, celebrates creation, and envisions justice. It does not promise a perfect world, but it illuminates the imperfect one, and in doing so, it teaches resilience. Poetry is the hand extended across time and tragedy, the whisper that life is still worth living, the song that reminds us we are still awake.
Thus, the nature of the necessary is the very nature of poetry. To live fully, one must read, write, or feel poetry. To know humanity, one must enter its lines. To endure the passage of time, one must breathe its cadences. Poetry is not luxury, not ornament, not pastime. It is sustenance, structure, and sanctuary. It is as essential as air, as urgent as blood, as inexhaustible as wonder itself.
Eventually it may be advised to read poetry, write poetry, and to live poetry. Let the cadence of your own consciousness meet the cadence of the cosmos. Let the paradoxes of your existence resonate with the paradoxes of the poem. Let the fleeting, the finite, the fragile be made eternal through attention, through articulation, through awe.
Poetry is necessary. It is life intensified, existence ennobled, eternity enacted. It is not indulgence but imperative. And in embracing poetry, we embrace the full, paradoxical, magnificent, and mysterious nature of being itself.
-
Prabandha Suradhunee
₹450.00Edited by eminent scholar and researcher Surendra Kumar Maharana, PRABANDHA SURADHUNEE is an anthology of 33 literary essays written over time. Contributors include Biswanath Kar, Sashibhushan Ray, Pandit Gopabandhu Das, Bipin Bihari Ray, Laxmikanta Mahapatra, Ratnakar Pati, Birupaksha Kar, Kalindi Charan Panigrahi, Brajabihari Mohanty, Sarala devi, Raj Kishore Ray, Bamacharan Mitra, Sachidananda Routray, Natabara Samantray, Nabin Kumar Sahoo, Golok Bihari Dhal, Mahapatra Nilamani Sahoo, Chintamani Behera, Kishan Patnaik, Chandrasekhar Rath, Krushnacharan Behera, Manoj Das, Dasarathi Das, Baishnab Charan Samal, Rajakishore Mishra, Pratibha Ray, Surendra Kumar Maharana, Panchanan Mishra, Babaji Charan Patnaik, Bijaya Kumar Satpathy, Basanta Kumar Panda, Indu Mishra and Benudhar Padhi.
-
Prabasi Odia Sahitya: Srusti O Samikshya
₹500.00ମଣିଷ ବିଦେଶରେ ରହି ଭାଷା ଭୁଲିଗଲେ ପରିଚିତି ସଂକଟର ସାମ୍ନା କରେ । ଓଡ଼ିଆ ସନ୍ତାନ ପୃଥିବୀର ବହୁ ଦେଶରେ ଅଛନ୍ତି ଓ ସେମାନେ ନିଜ ନିଜ କ୍ଷେତ୍ରରେ ସଫଳ ଓ ସମୃଦ୍ଧ । କର୍ମକ୍ଷେତ୍ରରେ ଓ ଦୈନନ୍ଦିନ ଜୀବନରେ ନିଜ ମାତୃଭାଷା ବ୍ୟବହାର କରିପାରନ୍ତି ନାହିଁ । କିନ୍ତୁ ପ୍ରଥମ ପିଢ଼ିର ପ୍ରବାସୀ ଓଡ଼ିଆମାନେ ସେମାନଙ୍କ ହୃଦୟର ନିକଟତମ ମାତୃଭାଷା ଓଡ଼ିଆକୁ ଭୁଲନ୍ତି ନାହିଁ । ସେମାନଙ୍କୁ ପଚାରିଲେ ସେମାନେ ନିଶ୍ଚୟ କହିବେ ସେମାନେ ସ୍ୱପ୍ନ ଦେଖନ୍ତି ମାଆର ଭାଷା ଓଡ଼ିଆରେ । ଆମେ ଓଡ଼ିଶାରେ ଥାଇ ଖବର ରଖୁ ବା ନ ରଖୁ କେତେ ପ୍ରବାସୀ ଓଡ଼ିଆ ବିଶେଷ କରି ଆମେରିକାରେ ଥିବା ପ୍ରଥମ ପିଢ଼ିର ସଫଳ ଓଡ଼ିଆ ମାତୃଭାଷାରେ ସାହିତ୍ୟ ରଚନା କରନ୍ତି । ମାଆ ଏବଂ ମାତୃଭାଷାର (ଲିପି) ମୁହଁ ସବୁଠୁ ସୁନ୍ଦର । ମାତୃଭାଷା ପୃଥିବୀର ମଧୁରତମ ସଂଗୀତ । ପ୍ରାଚୁର୍ଯ୍ୟ ଭିତରେ ଥାଇ ମଧ୍ୟ ଓଡ଼ିଆମାନେ ମାଆ ହାତରନ୍ଧା ଖାଦ୍ୟପେୟ ଏବଂ ମାତୃଭୂମିର ପର୍ବପର୍ବାଣି, ନୃତ୍ୟ-ଗୀତକୁ ଝୁରି ହୁଅନ୍ତି । ସେମାନେ ପ୍ରବାସୀ ଓଡ଼ିଆ ହେଲେ ମଧ୍ୟ ଛିନ୍ନମୂଳ ନୁହଁନ୍ତି । ଆପଣାର ଗାଁ, ଘର ଏବଂ ସଂସ୍କୃତି ପାଇଁ ସେମାନଙ୍କ ଭିତରେ ଉଚ୍ଚାଟ ଆବେଗ ସେମାନଙ୍କୁ ଲେଖାଏ । ଘର-ବାହାରେ ବେଶ୍ ପରିଶ୍ରମ କରନ୍ତି ସେମାନେ । ତା’ ସତ୍ତ୍ୱେ ଯେଉଁ କେତେ ଜଣଙ୍କ ଭିତରେ ସୃଜନ ପ୍ରତିଭା ଅଛି, ସେମାନେ ଲେଖୁଛନ୍ତି । ଆମେ ସେମାନଙ୍କୁ କେତେ ପଢ଼ିଛୁ ଜାଣିଛୁ ସେଇଟା ସେମାନଙ୍କର ନୁହେଁ ଆମର ଦାୟିତ୍ୱ । ସାହିତ୍ୟ ଅନ୍ତଃପ୍ରେରଣାରୁ ସୃଷ୍ଟି ହେଲେ ମଧ୍ୟ ବାହ୍ୟ ପ୍ରେରଣାର ଭୂମି ଲେଖକର ସାହିତ୍ୟ ସୃଷ୍ଟିପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରବାସୀ ସାହିତ୍ୟ ଆମ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଭିବ୍ୟକ୍ତି ବୋଲି ଆମେ ଏ ପର୍ଯ୍ୟନ୍ତ ବିଚାରିନାହୁଁ । ସେମାନଙ୍କ ସାହିତ୍ୟ ଉପରେ ଆଲୋଚନା-ସମାଲୋଚନା କେତେ ହୁଏ? ଉତ୍ତର ସମ୍ଭବତଃ ନା । ବିଳମ୍ବରେ ହେଲେ ମଧ୍ୟ ପ୍ରବାସୀ ସାହିତ୍ୟ ସୃଷ୍ଟି-ସମୀକ୍ଷାର ପ୍ରକାଶନ ସେମାନଙ୍କ ସାରସ୍ୱତ ସାଧନାକୁ ଗର୍ବିତ ସ୍ୱୀକୃତି ଦେବ ।