• Jibana Pare Jibana

    Jibana Pare Jibana

    ମଣିଷ ଯେପରି ପୁରୁଣା ବସ୍ତ୍ର ତ୍ୟାଗ କରି ନୂଆବସ୍ତ୍ର ଧାରଣ କରିଥାଏ, ଠିକ୍] ସେହିପରି ଜୀବାତ୍ମା ପୁରୁଣା ଶରୀରକୁ ତ୍ୟାଗ କରି ନୂତନ ଶରୀର ଗ୍ରହଣ କରିଥାଏ । ଆତ୍ମା ମୋକ୍ଷ ପ୍ରାପ୍ତି ନହେବା ପର୍ଯ୍ୟନ୍ତ ଏହିପରି ବିଭିନ୍ନ ଶରୀର ଧାରଣ କରୁଥିବ । ଆମ ଧର୍ମଶାସ୍ତ୍ରରେ ‘ଆତ୍ମା’ ବା ବ୍ରହ୍ମ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ । ଆମେ ବିଶ୍ୱାସ କରୁଥାଉ। ମାତ୍ର ଅନେକ ଏ କଥାରେ ଏକମତ ହୋଇନପାରନ୍ତି । ଆତ୍ମା-ଜୀବନ-ମୃତ୍ୟୁ-ଜୀବନ-ଏସବୁ ବିଶ୍ୱାସ-ଅବିଶ୍ୱାସର କଥା । ଏହାକୁ ପରୀକ୍ଷାଗାରରେ ପରୀକ୍ଷା କରାଇ ଆମେ ଶେଷ ସିଦ୍ଧାନ୍ତରେ ଉପନୀତ ହୋଇ ପାରିବା ନାହିଁ । ଶେଷରେ ଐ. ଔବମଳଗ୍ଦକ୍ଟଦ୍ଭ ଏକ୍ସକ୍ଟଙ୍ଗଦ୍ଭଙ୍କ ମତକୁ ଉଦ୍ଧାର କରିଛନ୍ତି ଲେଖକ- ‘ଆଜି ପର୍ଯ୍ୟନ୍ତ ଏ ମନୁଷ୍ୟ ଯେତେ ଜ୍ଞାନ ଆହରଣ କରିଛି ତାହା ସାଗରର ବିଶାଳ ବେଳାଭୂମିରୁ ଗୋଟେ ମାତ୍ର ବାଲୁକା କଣିକା ଠାରୁ ଅଧିକ ନୁହେଁ ।’ ଲେଖକଙ୍କ ମତ ମଧ୍ୟ ତାହା ଯେ, ଏସବୁ ବାଦ-ବିସମ୍ବାଦ-ଦ୍ୱନ୍ଦ୍ୱ-ଭିତରକୁ ନଯାଇ ବିଶ୍ୱାସ କଲେ ତାହା ଠିକ୍] ହେବ । ଯୁଗ ଯୁଗରୁ ଏ ଅନ୍ୱେଷଣ ପ୍ରବୃତ୍ତି ଜାରି ରହିଛି । ପ୍ରଥମରୁ ଯାହା କହିଲି ମଣିଷର ମନ ଅସରନ୍ତି ଭାବନାରେ ଉବୁଟୁବୁ ହେଉଥାଏ, ସେ ଏକ ଅଜବ ସୃଷ୍ଟି ଏ ପୃଥିବୀରେ । ଯଦି ବିଶ୍ୱାସ କରିବା ମୃତ୍ୟୁପରେ ଜୀବନ ଅଛି ତାହା ବିଶ୍ୱାସ ଉପରେ ନିର୍ଭର କରେ । ବିଶ୍ୱାସ-ଅବିଶ୍ୱାସ, ମଣିଷର ମାନସିକତା ଉପରେ ନିର୍ଭର କରେ । ତଥାପି ଶ୍ରୀଯୁକ୍ତ ଚିତ୍ତରଂଜନ ପଟ୍ଟନାୟକ ଏଭଳି ଅନୁସନ୍ଧିତ୍ସୁ ମନୋବୃତ୍ତି ନେଇ ‘ଜୀବନ ପରେ ଜୀବନ’ ପୁସ୍ତକଟିକୁ ରଚନା କରି ପାଠକ ମାନଙ୍କୁ ଉପହାର ଦେବାକୁ ଚେଷ୍ଟା କରିଛନ୍ତି – ତାଙ୍କର ଏ ପ୍ରବୃତ୍ତି ଜାରି ରହୁ । । ପୁସ୍ତକଟିର ସର୍ବ ସଫଳତା କାମନା କରୁଛି ।

     ଡକ୍ଟର ବିରଂଚି କୁମାର ସାହୁ, ଅଧ୍ୟାପକ ସ୍ନାତକୋତ୍ତର ଓଡ଼ିଆ ବିଭାଗ, ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ଅଡ଼ଶପୁର, କଟକ

    220.00
    Add to cart
  • Kaala O Kalara Shilpee Surendra

    Kaala O Kalara Shilpee Surendra

    କାଳ, କଳା ପରସ୍ପର ସମ୍ବନ୍ଧିତ । କାଳରେ କଳାର ସୃଷ୍ଟି, ସମୟକ୍ରମେ ହୋଇଯାଏ କାଳଜୟୀ । କଳାକାରଟି ଅମର ରହେ କାଳ କାଳକୁ । ସେଇଭଳି ଜଣେ ଯଶସ୍ୱୀ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତି । ଯାତ୍ରା ତାଙ୍କର ଜୀବନ, ପଥ ତାଙ୍କର ପୃଥିବୀ । ନିରନ୍ତର ଅଗ୍ରଗତି, ନାହିଁ କ୍ଳାନ୍ତି, ଅବସାଦ । ଜୀବନରେ କେତେ କେତେ ଉତ୍]ଥାନ ପତନ । ନାନାଦି ବିଘ୍ନ ପ୍ରତିବନ୍ଧକ, ଆର୍ଥିକ ଅନଟନ । ଦୁର୍ବିସହ ଜୀବନ । ଥକି ପଡ଼ିନାହାନ୍ତି ସୁରେନ୍ଦ୍ର । ସଂଘର୍ଷରୁ ତାଙ୍କର ସାଧନା । ସାରସ୍ୱତ ତପସ୍ୟାରୁ ସିଦ୍ଧି । ପାଲଟିଛନ୍ତି ଜଣେ ପ୍ରଥିତଯଶା ସାହିତ୍ୟିକ । ସାମ୍ବାଦିକତା, ରାଜନୀତିରେ ତାଙ୍କର ଅମାପ ଖ୍ୟାତି । ଜୀବନ ଯନ୍ତ୍ରଣା ମଧ୍ୟରେ ସେ ଖୋଜିଛନ୍ତି ଦରଦୀ ମଣିଷଙ୍କୁ । ବୁଝିଛନ୍ତି ତାଙ୍କ ସୁଖ, ଦୁଃଖ, ହସ, କାନ୍ଦ, ଶୋଷଣ, ପେଷଣର ବ୍ୟଥା ବେଦନାକୁ । ସେଇମାନଙ୍କ ମୁହଁରେ ହସ ଫୁଟେଇବାର ପ୍ରୟାସ । ଏଥିରେ ସଫଳ ହୋଇଛନ୍ତି । ତାଙ୍କର ସାରସ୍ୱତ ସୃଷ୍ଟି ହୋଇଯାଇଛି ରସୋତ୍ତୀର୍ଣ୍ଣ । ରାଜନୀତି କ୍ଷେତ୍ରରେ ତାଙ୍କର ଏକ ନିଆରା ବିଚାର । ସତ୍ତାରେ ନାହିଁ ଆସ୍ଥା । ଆପଣା ଢଙ୍ଗରେ ନିର୍ବାଚନ ଲଢ଼ିଛନ୍ତି । କେବେ ଜିତାପଟ, କେବେ ନିର୍ବାଚନରେ ହାର୍ । ଗୋଟେପଟେ ଜନତା ଜନାର୍ଦ୍ଦନଙ୍କ ସେବା, ଆରପଟେ ସାମ୍ବାଦିକତାର ଖଡ଼ିପାଠ । ଗୋଟେ କଥାରେ କହିଲେ ସୁରେନ୍ଦ୍ର ଜଣେ ଲବ୍ଧପ୍ରତିଷ୍ଠ ସାହିତ୍ୟିକ, ଦକ୍ଷ ରାଜନୀତିଜ୍ଞ, ନିଷ୍କଳଙ୍କ ସାମ୍ବାଦିକ । ଏଇ ତିନିଟି କ୍ଷେତ୍ରରେ ତାଙ୍କର ନାହିଁ ନ ଥିବା ଦକ୍ଷତା; ମାତ୍ର ସାହିତ୍ୟ ତାଙ୍କର ସାଥୀ, ସହୋଦର, ଏକାନ୍ତ ଆତ୍ମୀୟ । ଏଥିରୁ ପାଇଛନ୍ତି ଜୀବନର ସର୍ବଶ୍ରେଷ୍ଠ ଆନନ୍ଦ ଟିକକ । ଅର୍ଦ୍ଧଶତାବ୍ଦୀର ନିରଳସ ସାଧନା । ସ୍ମୃତି, ବିସ୍ମୃତି, ଅନୁଭୂତିକୁ ବାଢ଼ିଛନ୍ତି ପାଠକ ଆଗରେ । ତାଙ୍କର କାଳଜୟୀ ଆତ୍ମଲିପି ‘ପଥ ଓ ପୃଥିବୀ’ । ପାଠକେ ମୁଗ୍ଧବିହ୍ୱଳ । ପ୍ରାକ୍ ସ୍ୱାଧୀନତା କାଳ । ଗୋଟେ ମଫସଲି ଗାଁ, ମଧ୍ୟବିତ୍ତ ପରିବାର । ସମସ୍ତ ପ୍ରକାର ପ୍ରତିକୂଳ ସ୍ଥିତି । ଅତିକ୍ରମ କଲେ ସୁରେନ୍ଦ୍ର । ପାଲଟିଲେ ସାହିତ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ । ତାଙ୍କ ଆତ୍ମଲିପିଟି ଏକ ବଳିଷ୍ଠ ଐତିହାସିକ କୃତି, ନିର୍ଭୁଲ ସାମାଜିକ, ରାଜନୀତିକ ସନନ୍ଦ ।

    260.00
    Add to cart
  • Kabi Damodara Rachana Sambhara

    Kabi Damodara Rachana Sambhara

    ସୂଚିପତ୍ର

    ======

    କବି ଦାମୋଦର ମହାପାତ୍ର ସିଦ୍ଧି ଓ ସାଧନା- ଦେବାଶିଷ ମହାପାତ୍ର ୨୯

    ୧. ନାଟ୍ୟ ସ୍ତବକ

    =========

    ରାଜା ହରିଶ୍ଚନ୍ଦ୍ର ନାଟକ ଓ ନାଟ୍ୟକାର ଦାମୋଦର ମହାପାତ୍ର ୪୯

    ଡ. ଜ୍ଞାନୀ ଦେବାଶିଷ ମିଶ୍ର

    ରାଜା ହରିଶ୍ଚନ୍ଦ୍ର ନାଟକ ୫୪

    ନାଟ୍ୟ ପରିକଳ୍ପନାର ଶ୍ରେଷ୍ଠ ଉପଲବ୍ଧ ସମ୍ବରାସୁର ବଧ ୯୯

    ଦେବାଶିଷ ମହାପାତ୍ର

    ସମ୍ବରାସୁର ବଧ ବା ମନ୍ମଥ ଜନ୍ମ ନାଟକ ୧୧୧

    ସଂଗୀତ ନାଟ୍ୟଧାରାର ଅଭିନବ ନିଦର୍ଶନ ବବ୍ରୁବାହନ ୧୭୩

    ମନୀଷା ଦାଶ

    ବବ୍ରୁବାହନ ନାଟକ ୧୮୩

    କବି-ନାଟ୍ୟକାର ଦାମୋଦରଙ୍କ ମୀରାବାଈ ନାଟକ ୨୩୯

    ଏକ ସ୍ୱତନ୍ତ୍ର ଆଲେଖ୍ୟ – ଡ. ଶରତ କୁମାର ଜେନା

    ମୀରାବାଈ ନାଟକ ୨୪୭

    400.00
    Add to cart
  • Kabi O Kabita

    Kabi O Kabita

    Kabi O Kabita (Poets and Poetry) is a collection of commentaries and essays on select Odia poets and their poetry, by Dr. Mayadhar Mansinha (also written as Mansingh), a poet and litterateur in his own right. Odia, the language of some 44 million people residing in Odisha State, India. Odia, and Odisha, has a long heritage of culture and the written arts. This compilation of 20 essays is but a sample of the riches of Odia literature.

    There are essays and commentaries on noted poets of Odisha ̶ Gopala Krushna, Radhanatha, Madhusudana, Gangadhara, Nanda Kishora, Kuntala Kumari, Gopabandhu, Nilakantha, Godabarisha, and Padmacharana. Two poets, not from Odisha also make the list; their poetry belongs to the whole world, Rabindranath and Shakespeare.

    280.00
    Add to cart
  • Kabita Kaha Paain

    Kabita Kaha Paain

    This literary work expresses the feelings and ideas regarding Poetry. The intensity of the expression and the distinctive style collectively creates an aesthetic guide. They play to the reader’s senses providing them with different sights, tastes, emotions and sublimity.

    220.00
    Add to cart
  • Kahanti Kabir (Oriya Edition)

    Kahanti Kabir (Oriya Edition)

    ଯୋଗଜନ୍ମା କବୀର ଥିଲେ ଜଣେ ମହାନ ସନ୍ଥ, ମହାନ ତପସ୍ୱୀ। ସେ ତାଙ୍କର ଐଶୀ ଶକ୍ତି ବଳରେ ବିଶ୍ୱବାସୀଙ୍କୁ ଦିବ୍ୟ ଜୀବନର ମାର୍ଗ ପ୍ରଦର୍ଶନ କରାଇଛନ୍ତି। ନିୟତିର ନିଷ୍ଠୁର ନିର୍ଦ୍ଦେଶରେ ୧୫୧୮ ଖ୍ରୀଷ୍ଟାବ୍ଦରେ ଉତ୍ତରପ୍ରଦେଶର ମଘର (ଗଇଏଐଇଜଇ) ଠାରେ, ସେହି କାଳଜୟୀ ଆତ୍ମାର ମହାପ୍ରୟାଣ ଘଟିଥିଲା। ଏ ଦୁନିଆକୁ ଯିଏ ଆସିଥାଏ ତାର ଯିବାଟା ନିଶ୍ଚିତ। ସେ ସାଧୁ ହୁଅନ୍ତୁ କିମ୍ବା ସନ୍ଥ ହୁଅନ୍ତୁ କି ରାଜା କି ରଙ୍କ କି ଫକୀର ଯିଏ ବି ହୁଅନ୍ତୁନା କାହିଁକି ତାଙ୍କର ଯିବାଟା ଧ୍ରୁବସତ୍ୟ। ଏହା ସୃଷ୍ଟିର ମହାଜାଗତିକ ନିୟମ । ମାତ୍ର ଯେଉଁମାନେ ପର ଦୁଃଖ କାତର, ସର୍ବ ଭୂତେ ହିତ ରତ ଥାନ୍ତି ତାଙ୍କୁ ସମସ୍ତେ ଆପଣାର ମନେକରି ତାଙ୍କ ସ୍ମୃତିକୁ ଝୁରି ହୁଅନ୍ତି। ତାଙ୍କ ଜୀବନର ଏତେ ମୂଲ୍ୟ, ସମାଜ ଉପରେ ତାଙ୍କର ଏତେ ପ୍ରଭାବ, ତାଙ୍କ ଉପରେ ଅନେକଙ୍କର ଏତେ ନିର୍ଭରଶୀଳତା ଆଉ ତାଙ୍କ ଦେହାବସାନ ଯେ ସମାଜ ପାଇଁ କେତେ ଅପୂରଣୀୟ କ୍ଷତି ତାହା ବୁଝିବାକୁ ବାକି ନଥାଏ। କବୀର ଏହିଭଳି ସଦଗୁଣ ସମ୍ପନ୍ନ ସନ୍ଥ ଥିଲେ। କିନ୍ତୁ କାଳଚକ୍ରରେ ବନ୍ଧା ଏ ଜୀବନ। ଦଇବ ବଳ ଆଗରେ ସବୁ ବଳ ଅସାର। ସନ୍ଥ କବୀରଙ୍କ ଭଳି ମହାତ୍ମା, ମହାପୁରୁଷ ଜଗତରେ ବିରଳ, ଏହା ଅକାଟ୍ୟ ସତ୍ୟ। ଯଥାର୍ଥରେ ସେଦିନ ଓଡ଼ିଆ କବିଙ୍କ ଲେଖନୀରୁ ନିଃସୃତ ହୋଇଛି:-

    “ତୁମ ଦେହ ସିନା ଗ୍ରାସିଛି ଶ୍ମଶାନ

    ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ।”

    ସନ୍ଥ ଚଳନ ଓ ମହାନ ଚିନ୍ତନର ଦିବ୍ୟ ପୁରୁଷ କବୀରଙ୍କୁ କେବଳ ଆମ ଦେଶ ଭାରତ ନୁହେଁ, ସମଗ୍ର ଦୁନିଆ ଆଜି ଖୋଜୁଛି।

    225.00
    Add to cart
  • Kalinga and Southeast Asia: A Saga of Shared Civilizations

    Kalinga and Southeast Asia: A Saga of Shared Civilizations

    The Indian cultural influence in Southeast Asia has been a fascinating subject for historians. Beginning in prehistoric times, Indian culture flowed into Southeast Asia, sometimes in torrents and at other times in trickles, until the establishment of Western hegemony in both regions. The author of the book challenges the myth that this cultural influence was solely an Indian initiative, with Southeast Asia playing a passive role. Instead, the autochthonous societies of Southeast Asia were advanced enough to assimilate elements of Indian culture. The entire process of Indian cultural influence was characterised by an interaction between the cultures of India and Southeast Asia.

    Southeast Asia, a region of ethnic, cultural, linguistic, historical, and physical diversity, has witnessed external influences leaving a profound impact on its indigenous cultures. Although the region has absorbed these cultural transfusions, adding layers of nuance and meaning over the centuries, it has retained its distinct cultural idiom.

    As Indian culture embodies a plurality of traditions, the role of Odisha (formerly Orissa) is portrayed in its proper context. This is a region where cultural influences from various directions have been synthesised to create a unique cultural identity. With its long maritime tradition, the people of Odisha established connections with Southeast Asia and left a significant cultural legacy. Numerous similarities between Odisha and Southeast Asia can be observed across various fields. The influence of Odishan religion, philosophy, social customs, art, and architecture on several Southeast Asian countries is abundantly evident.

    The author avoids exaggerating Odisha’s role in the cultural diffusion to Southeast Asia, instead offering an objective perspective on its contribution to the broader Indo-Southeast Asian relationship. As part of the Indian subcontinent, Odisha established extensive commercial ties and trade networks with various parts of Asia. Through its numerous ports along its extensive coastline, Odisha’s influence radiated outward in successive waves to different countries.

    400.00
    Add to cart
  • Kallolini

    Kallolini

    Kallolini is a collection of poems of the poet Nirupama Devi. Based on her real life experience, poems are composed over 50 years. The collection has 120 poems in the first part and many short poems in the second part.

    1,922.00
    Add to cart
  • Kichhi Katha Kichhi Bichara

    Kichhi Katha Kichhi Bichara

    ଡକ୍ଟର ସଂଘମିତ୍ରା ଭଞ୍ଜ (୧୯୭୫) ଏକାଧାରରେ ଜଣେ କବି, ଗାଳ୍ପିକା, ସମାଲୋଚିକା, ଅନୁବାଦିକା ତଥା ସଂପାଦିକା ମଧ୍ୟ । ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟର ସାଧକମାନଙ୍କୁ ନେଇ ତାଙ୍କର ତୁଳନାତ୍ମକ ଅଧ୍ୟୟନ ପ୍ରସୂତ ସମାଲୋଚନା ପୁସ୍ତକ ‘ସ୍ରଷ୍ଟା-ସୃଷ୍ଟି ଓ ଅନ୍ୟାନ୍ୟ ପ୍ରବନ୍ଧ’ ତାଙ୍କ ସ୍ୱତନ୍ତ୍ର ଗବେଷଣା ଏବଂ ବୁଦ୍ଧିଦୀପ୍ତତାର ପରିଚୟ ବହନ କରେ । ‘ବୋଧିଛାୟା’ ତାଙ୍କର ତୃତୀୟତମ ବହୁଚର୍ଚ୍ଚିତ ମୌଳିକ କବିତା ପୁସ୍ତକ । ସଂଘମିତ୍ରାଙ୍କର ସମାଲୋଚନା ପୁସ୍ତକ ମଧ୍ୟରେ ରହିଛି ‘ଗଳ୍ପଧୁରୀଣ ସ୍ରଷ୍ଟା ଫକୀରମୋହନଙ୍କ କ୍ଷୁଦ୍ର ଗଳ୍ପ’, ‘ହାସ୍ୟଧୁରୀଣ ସ୍ରଷ୍ଟା ଫତୁରାନନ୍ଦ’, ‘ଓଡ଼ିଆ ସାହିତ୍ୟ ପୁରୁଣା ଓ ନୂଆ’ ଏବଂ ‘ସମାଜ ଦର୍ଶନ ଓ ସାହିତ୍ୟ’ ଏବଂ ‘ପ୍ରତିଭା ପରିଚର୍ଚ୍ଚା’ ଇତ୍ୟାଦି ଉଲ୍ଲେଖନୀୟ । ବିଶିଷ୍ଟ ହିନ୍ଦୀ କବି ମାଧବ କୌଶିକଙ୍କ ‘ଶୁନୋ ରାଧିକା’ ଏବଂ ଏନ୍].ବି.ଟି. ଦ୍ୱାରା ନିର୍ଦ୍ଦେଶିତ ଚାରିଟି ଶିଶୁଗଳ୍ପ ପୁସ୍ତକର ସେ ଅନୁବାଦିକା । ସଂପାଦନା କ୍ଷେତ୍ରରେ ‘ଗୌରହରି ଦାସଙ୍କ ସାରସ୍ୱତ ବଳୟ’, ‘ପ୍ରାଚୀନ କାବ୍ୟ-ବିତାନ’ ‘ମଧ୍ୟଯୁଗୀୟ କାବ୍ୟ-ବିତାନ’ ଏବଂ ‘କଳ୍ପଲୋକର ଛାୟା’, ‘ଏକବିଂଶ ଶତାବ୍ଦୀର ଆଲୋକବର୍ତ୍ତିକା ମା’ ରମାଦେବୀ’ ପରେ ‘ପ୍ରବାସୀ ଓଡ଼ିଆ ସାହିତ୍ୟ ସୃଷ୍ଟି ଓ ସମୀକ୍ଷା’ ତାଙ୍କର ଅନ୍ୟତମ ସଂପାଦନା ପୁସ୍ତକ । ସଂପ୍ରତି ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା-ସାହିତ୍ୟ ବିଭାଗରେ ବିଭାଗମୁଖ୍ୟ ଭାବରେ କାର୍ଯ୍ୟରତ ।

    350.00
    Add to cart
  • Kie Kahiba, Kana Heba?

    Kie Kahiba, Kana Heba?

    ବିଜ୍ଞାନର ସବୁଠାରୁ ବଡ଼ ‘ସଫଳତା’ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରାରେ ଅହେତୁକ ବୃଦ୍ଧି! ଉତ୍ତର ମେରୁର ବରଫ ଦ୍ରୁତ ଗତିରେ ତରଳୁଛି, ବିହନ ବ୍ୟାଙ୍କରୁ ବରଫ ତରଳି ଲୁହା ସିନ୍ଧୁକ ଦେଖାଗଲାଣି । ଅନ୍ତର୍ଜାତିକ ବିହନବ୍ୟାଙ୍କ ଏବେ ଦୁର୍ଦ୍ଦଶାଗ୍ରସ୍ତ । “ଜଳବାୟୁ ପରିବର୍ତ୍ତନ ଓ ହିସାବ ବିଗିଡିଗଲା”ରେ ପ୍ରଫେସର ରାଧାମୋହନ ମାନବସମାଜ ପାଇଁ ବାର୍ତ୍ତା ଦେଇଛନ୍ତି, “ପ୍ରକୃତି ମଣିଷର ଔଦ୍ଧତ୍ୟକୁ ବରଦାସ୍ତ କରିବ ନାହିଁ- ସେ ଉଗ୍ର ହେବ । ବନ୍ୟା-ବାତ୍ୟା-ମରୁଡ଼ି ପୃଥିବୀର ସ୍ଥିତିକୁ ଦୋହଲାଇଦେବ । ଷ୍ଟିଫେନ୍ ହକିନ୍]ସ୍ ୨୦୧୮ରେ ସତର୍କ କରିଥିଲେ “ମଣିଷ ପ୍ରକୃତିକୁ ଯେପରି ଲୁଣ୍ଠନ କରୁଛି, ଖୁବ ଶୀଘ୍ର ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନର ଶିକାର ହେବ । ୨୦୫୦-୬୦ବେଳକୁ ମଣିଷ ପୃଥିବୀରୁ ଲୋପ ପାଇଯିବ ।” ପ୍ରଫେସର ରାଧାମୋହନ ଓ ଷ୍ଟିଫେନ ହକିନ୍]ସ୍ ଏକା କଥା କୁହନ୍ତି । କିନ୍ତୁ ସାଧାରଣ ଚାଷୀ, ମୂଲିଆ ଓ ସ୍କୁଲଛାତ୍ରମାନେ ଷ୍ଟିଫେନ୍ ହକିନ୍]ସ୍]ଙ୍କୁ ବୁଝିବା କଷ୍ଟ । ପ୍ରଫେସର ରାଧାମୋହନଙ୍କ ଉପସ୍ଥାପନା ଅତି ନିଆରା । ତାଙ୍କ ଲେଖାକୁ ୮/୧୦ ବର୍ଷର ପିଲାଠାରୁ ଆରମ୍ଭ କରି ଗାଁର ୭୦/୮୦ବର୍ଷର ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସହଜରେ ବୁଝିଯିବେ । ମୁଁ ଜଣେ ଆଜୀବନ ଶିକ୍ଷାର୍ଥୀ । ପ୍ରଫେସର ରାଧାମୋହନଙ୍କ ଜ୍ଞାନ ମାପିବା ମୋ ପକ୍ଷେ ସମ୍ଭବ ନୁହଁ । କେବଳ ଏତିକି କହିବି ଯେ ପ୍ରଫେସର ରାଧାମୋହନଙ୍କୁ ତାଙ୍କ ହାତତିଆରି ‘ସମ୍ଭବ’ ଓ କାଳଜୟୀ ଗଣସାହିତ୍ୟ ଅମର କରି ରଖିବ – ନଟବର ଷଡ଼ଙ୍ଗୀ –

    220.00
    Add to cart
  • Leaves from History

    Leaves from History

    The Book comprises thirty articles, blending travelogues, historical events, and profiles of significant personalities. This collection of captivating non-fictional stories is sure to enchant and refresh readers with its insightful narratives.

     

    Nitish is a young man with a mission. Through his brilliant travelogues and scholarly historical pieces, he aims to spread a mix of nostalgia, a feeling of wonder and an enchanted vision. Inherent in his labour is a sense of innate pride and purposeful intent. The one word that defines his writing? Inspiring! – Mrutyunjay Sarangi, IAS (Rtd). Eminent writer and poet. Editor of LiteraryVibes, a popular monthly eMagazine; formerly a Secretary to the Government of India and a Judge of a Tribunal.

     

    When one goes in search of the bright spots on the globe and discovers a few fantastic people, places and events he possibly becomes a Nitish Nivedan Barik feeling like sharing his finds with others. Be that the Anger Olympics at Tokyo or the Homewood Middle School experience in the US; People like Dr Kotnis or Mihir Sen; Places like Rwanda or Auroville. This slim book carries heavy doses in a strip of mere thirty capsules and offers a nice and healthy reading. The narratives are at once engrossing and enlightening both. — Dash Benhur, celebrated Odia writer, academician and columnist, recipient of Odisha Sahitya Akademi Award and Central Sahitya Akademi Bal Puraskar.

     

    Brilliantly written, the essays of Nitish Nivedan Barik unfolds myriad ideas about socio-cultural life of our country. The book presents before us a young mind who is equally excited and perturbed with developments around him. For him, the whole world is one family and any development in the field of nature, environment, sports, culture, politics, or economy affects him. An excellent work of a promising wordsmith which is unputdownable. –Gourahari Das, distinguished Odia writer, editor, columnist, and a Sahitya Akademi Award winner.

     

    Nitish Nivedan Barik is a brilliant storyteller. His stories are based on various life experiences. For example, his stories of multiple athletes competing in different sports events, including the Olympics are breathtaking. They are accurate in their descriptions and delightfully presented. Every sports fan will enjoy reading them. —- Annapurna Devi Pandey, renowned scholar, writer, filmmaker, and educator; currently teaching at the University of California, Santa Cruz, USA.

     

    “Leaves from History” by Nitish is an inspiring and enlightening collection. This assemblage of anecdotes, significant and varied historical events, and personalities, drawn from different times and climes, enriched with his field experiences and presented in a lucid manner, is sure to captivate and refresh readers. — Digambar Mishra, former Professor and Chair, Division of Social Sciences, Miles College, AL, USA.

    320.00
    Add to cart
  • Likhana Srujana Samalochana Anubidhi

    Likhana Srujana Samalochana Anubidhi

    ବିଖ୍ୟାତ ବଙ୍ଗଳା ଲେଖକ ଶରତଚନ୍ଦ୍ର କହିଥିଲେ, ‘ପାଦ ନଥିଲେ ଚାଲି ହୁଏ, କିନ୍ତୁ ହାତ ଥିଲେ ଲେଖି ହୁଏ ନାହିଁ ।’ ଏଠି ଶରତଚନ୍ଦ୍ର ଯେଉଁ ଉଦ୍ଦେଶ୍ୟ ରଖି ‘ଲେଖିବା’ ଶଦ୍ଦ ବ୍ୟବହାର କରିଥିଲେ ତାହା ହେଲା ଅର୍ଥପୂର୍ଣ୍ଣ ଲେଖା ଲେଖିବା, ନିଜର ଭାବକୁ ସମର୍ଥ ଢଙ୍ଗରେ ପ୍ରକାଶ କରିବା । ସମର୍ଥ ଲେଖା ପାଇଁ କେବଳ ମେଧା ଯଥେଷ୍ଟ ନୁହେଁ । ବହୁ ଜ୍ଞାନୀ ଓ ମେଧାବୀ ଅଛନ୍ତି ଯେଉଁମାନେ ସରଳ କଥାକୁ ଜଟିଳ କରିପକାଇଥାଆନ୍ତି । ସେହିପରି ସାଧାରଣ ସ୍ତରର ପାଠ ପଢ଼ିଥିବା ବହୁ ବ୍ୟକ୍ତି ଅଛନ୍ତି ଯେଉଁମାନେ ଗୁଢ଼ ରହସ୍ୟକୁ ମଧ୍ୟ ସହଜ ଓ ସରଳ ଭାବରେ ପ୍ରକାଶ କରିପାରନ୍ତି । ଭାବପ୍ରକାଶର ସ୍ୱଚ୍ଛତା ସବୁଠାରୁ ବଡ଼ କଥା । ସାଧାରଣ ନାଗରିକଙ୍କ ଉଦ୍ଦେଶ୍ୟରେ ଲିଖିତ ଖଣ୍ଡିଏ ନୋଟିସ ବା ନିର୍ଦ୍ଦେଶନାମା ଯଦି ସଂପୃକ୍ତ ଲୋକଙ୍କ ପାଇଁ ଅବୋଧ୍ୟ, ଦୁର୍ବୋଧ୍ୟ ରହିଯାଏ ତାହାହେଲେ ଲିଖନର ମୂଳ ଉଦ୍ଦେଶ୍ୟ ବ୍ୟର୍ଥ ହେଲା ବୋଲି ବୁଝିବାକୁ ହେବ । ସାହିତ୍ୟ ରଚନା କ୍ଷେତ୍ରରେ ଭିନ୍ନ ଭିନ୍ନ ସର୍ଜନଶୀଳ ଲେଖକ ଲେଖିକାଙ୍କ କେତେକ ବିଶେଷତ୍ୱ ଆମେ ଦେଖିଥାଉ । ଏହା ସତ୍ତ୍ୱେ ସେମାନଙ୍କ ଲେଖାର ଭାବ ପାଠକଙ୍କୁ ଛୁଇଁବା ଆଶା କରାଯାଇଥାଏ । ଅନ୍ୟପକ୍ଷରେ ଦାପ୍ତରିକ ଚିଠିପତ୍ର ପରି ଗଣମାଧ୍ୟମର ଭାଷା ଓ ରଚନାଶୈଳୀ ସର୍ବବୋଧ୍ୟ ଏବଂ ସହଜ ହେବା ବାଞ୍ଛନୀୟ । ଗୋଟିଏ ପଟେ ଲେଖାର ଅର୍ଥକୁ ସମସ୍ତେ ବୁଝିବେ ଓ ଅନ୍ୟପଟେ ଲେଖାଟି ମୌଳିକ ମନେ ହେବ – ଏ ଦୁଇଟି ଭିତରେ ସମନ୍ୱୟ ରକ୍ଷା କରିବାରେ ଅଛି ଲେଖକଙ୍କର ଦକ୍ଷତାର ପରାକାଷ୍ଠା । ଜ୍ୟୋତି ସାହୁ ତାଙ୍କର ଏ ବହିରେ ସେ ଦିଗଗୁଡ଼ିକ ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଛନ୍ତି । ଏହାଛଡ଼ା ପୁରୁଣା ସମ୍ବାଦପତ୍ର ଓ ପତ୍ରପତ୍ରିକାଗୁଡ଼ିକ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ଉପସ୍ଥାପନ ବହିଟିର ସଂଗ୍ରହଣୀୟ ମୂଲ୍ୟକୁ ବଢ଼ାଇ ପାରିଛି ।

    200.00
    Add to cart