-
Sabuja Kabita: Srasta O Srusti
₹330.00ସବୁଜ କବିତାର ଦିଗ୍]ବଳୟ ଖୁବ୍ ପ୍ରସାରିତ ନୁହେଁ । ପୁଣି ଏ ଗୋଷ୍ଠୀର କବିଙ୍କ ସଂଖ୍ୟା ଖୁବ୍ ସୀମିତ । ପାଞ୍ଚଜଣ ବନ୍ଧୁ ଏକାଠି ହୋଇ କିଛି ଲେଖାଲେଖି ପାଇଁ ପ୍ରୟାସ କରିଥିଲେହେଁ ସେମାନଙ୍କ ମଧ୍ୟରୁ ଦୁଇଜଣ ସାହିତ୍ୟରାଜ୍ୟରେ ଆଦୌ ପାଙ୍]କ୍ତେୟ ହୋଇନାହାନ୍ତି । କିନ୍ତୁ ସାହିତ୍ୟ-ସଂଗଠନ, ପତ୍ରିକା ପ୍ରକାଶନ ଦିଗରେ ସେ ଦୁହିଁଙ୍କ ଅବଦାନ ନିଶ୍ଚୟ ସ୍ୱୀକୃତ ହେବ । ଅନ୍ୟ ତିନିଜଣ କବିଙ୍କ ମଧ୍ୟରୁ ଅନ୍ନଦାଶଙ୍କର ମାତ୍ର ଚାରିବର୍ଷ ପାଇଁ ଓଡ଼ିଆ କବିତା ଲେଖିବାରେ ମନ ବଳେଇଛନ୍ତି । ତାଙ୍କ ସୃଷ୍ଟି ସଂଖ୍ୟା ଦୃଷ୍ଟିରୁ ମାତ୍ର ଚଉଦଟି କବିତା । ତା\’ପରେ ସେ ବଙ୍ଗଳା ସାହିତ୍ୟକୁ ଅପସାରିତ ହୋଇ ଯାଇଛନ୍ତି । ତେଣୁ ସବୁଜ କବି ଭାବରେ କେବଳ ବୈକୁଣ୍ଠନାଥ ଓ କାଳିନ୍ଦୀ ଚରଣ ହିଁ ଏହି ନିବନ୍ଧରେ ସବିଶେଷ ଆଲୋଚନା ସ୍ତରକୁ ଆସିଛନ୍ତି । ମୋର ଦୁର୍ଭାଗ୍ୟ ଏ ଦୁଇଜଣ ଯାକ କବି ଆଜି ଇହଜଗତରେ ନାହାନ୍ତି । ତେଣୁ ଏ ନିବନ୍ଧ ଗ୍ରନ୍ଥରେ ମୁଁ ସେମାନଙ୍କ ସହିତ ସାକ୍ଷାତକାରର କୌଣସି ପ୍ରାମାଣିକ ବିବରଣୀ ଦେଇପାରିନାହିଁ । କିନ୍ତୁ ଏହି କବିଙ୍କ ଭାବମୂର୍ତ୍ତି ହିଁ ମୋର ପ୍ରବନ୍ଧ ରଚନାର ମୂଳ ଅନୁପ୍ରେରଣା । ଓଡ଼ିଆ ସାହିତ୍ୟକୁ ଏହି ଯଶସ୍ୱୀ କବିଙ୍କ ଅବଦାନ ପାଇଁ ଏ ସାହିତ୍ୟର ଜଣେ ଅନୁରାଗୀ ପାଠକ ଭାବେ ମୁଁ ଯେତେ କୃତଜ୍ଞତା ଜଣାଇଲେ ବି ତାହା ମୋ ଭାଷାର ନିଅଣ୍ଟିଆପଣକୁ ହିଁ ସାବ୍ୟସ୍ତ କରିବ ।
ଓଡ଼ିଆ ସାହିତ୍ୟ ପାଇଁ ସାମାନ୍ୟ ଅନୁରାଗରୁ ଏହି ନିବନ୍ଧ ଗ୍ରନ୍ଥର ପରିକଳ୍ପନା । ତେଣୁ ଯଦି ଏହା ପାଠକପାଠିକାଙ୍କ ଆଦର ଲାଭ କରିବ ତେବେ ତାହାହିଁ ମୋର ଶ୍ରମର ସାର୍ଥକତା ହେବ ।
– ଡକ୍ଟର ସୁଶ୍ରୀ ସନ୍ଧ୍ୟା ମହାନ୍ତି
-
Sahitya: Seema Seematita
₹230.00‘ସାହିତ୍ୟ ସୀମା ଓ ସୀମାତୀତ’ ପୁସ୍ତକର ପରିକଳ୍ପନା ଓଡ଼ିଆ ସାହିତ୍ୟରେ ସମ୍ପୂର୍ଣ୍ଣ ନୂତନ । ଯାହା କିଛି ରହିଛି ଜ୍ଞାନର ଦିଗ ଦିଗନ୍ତ ସର୍ବତ୍ର ସାହିତ୍ୟ ଯେ, ବିରାଜିତ ତାହା ପ୍ରମାଣ କରିଦେବାରେ ଏହା ଲେଖକଙ୍କ ଏକ ଅଭିନବ ନିରଭିମାନ ନିବେଦନ । ତେଣୁ ସବୁ ସ୍ତରର ପାଠକ ପାଠିକାଙ୍କ ପାଇଁ ଏହା ଯେ, ନବ-ଚିନ୍ତନର ବିରଳ ଉପାଦାନ ପ୍ରଦାନରେ ପ୍ରଭାବଦୀପ୍ତ, ଏହା ଉପଲବ୍ଧି କରିପାରିବେ ପ୍ରକୃତ ସଜ୍ଜନ । ସେ ଦୃଷ୍ଟିରୁ ଏହାର ବିପୁଳ ଆଦୃତି ଆମେ ଆଶା କରୁଛୁ ।
-
Sailogy and Psychology
₹350.00The book delves into “Sailogy”—the study of the teachings and movements of Shirdi Sai Baba and Sri Sathya Sai Baba—through the lens of cognitive and positive psychology.
- Core Themes: Key topics include the psycho-spiritual renaissance, the science of chanting (Namasmarana), visualization techniques, and the efficacy of prayer.
- Scientific Integration: Dr. Sahoo connects these spiritual practices to empirical evidence in fields like neurophysiology, cell biology, and quantum psychology.
- Chapter Highlights: Specific sections cover “Self-Talk and Positive Affirmation,” “Beyond Body Consciousness,” and the “Joy of Service (Seva)”
-
Samaja: Darshana O Sahitya
₹430.00ଯେଉଁଠି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଆମେ ଗୋଷ୍ଠୀବଦ୍ଧ ଜୀବନକୁ ଭେଟିଥାଉ, ତାକୁ ହିଁ ଆମେ ସମାଜ କହୁ । ଏହା ପ୍ରତ୍ୟେକ ମାନବର ଚେତନା-ନିର୍ମାଣକାରୀ ପ୍ରେକ୍ଷାପଟ । ଏହାରି ଭୂମିରୁ ସ୍ୱପ୍ନମଖା ଜୀବନଋତୁକୁ ଆହ୍ୱାନ କରିବା ଏବଂ ରହସ୍ୟମୟ ଭୂମା ପର୍ଯ୍ୟନ୍ତ ଗତି କରିବାର ସ୍ଫୁଲିଙ୍ଗ ପ୍ରାପ୍ତ ହୁଏ । ପୁଣି ଏଥିରୁ ଜୀବନର ଯଥାର୍ଥ ଲକ୍ଷ୍ୟ ମିଳେ, ଆତ୍ମସମୀକ୍ଷା ପ୍ରତି ସଚେତନତା ଏବଂ ଆତ୍ମୋପଲବ୍ଧି ଦିଗରେ ମାନବାତ୍ମାର ଆସ୍ପୃହା ସୃଷ୍ଟି ହୁଏ । ଯେଉଁ ସମାଜର ପରିବେଷ୍ଟନୀଟି ଯେତେ ଆନ୍ତରିକ, ସେହି ବଳୟର ବ୍ୟକ୍ତିସତ୍ତା ସେତେ ସ୍ୱତନ୍ତ୍ର । ସାହିତ୍ୟିକଟିଏ ସମାଜର ଆନ୍ତରିକ ବେଷ୍ଟନୀରୁ ହିଁ ସର୍ଜ୍ଜନାର ପ୍ରେରଣା ଲାଭ କରିଥାଏ । ବିସ୍ତୃତ ସାମାଜିକ ଭୂମି ଉପରେ ଶିଳ୍ପୀର ଅନୁଭବ ହୁଏ ଶାଣିତ, ଶିକ୍ଷା ହୁଏ ମାର୍ଜିତ, ଜୀବନର ବ୍ୟାଖ୍ୟା ତେଣୁ ହୁଏ ଯଥାର୍ଥ ଓ ହୃଦ୍ୟ । ସମାଜ ବ୍ୟତିରେକ ଅନ୍ୟ କୌଣସି ସ୍ଥାନରେ ଜୀବନର ମୂଲ୍ୟ ଖୋଜିହୁଏନି । ବିବିଧ ଅନୁଭବ ରସାଣିତ ଉପଲବ୍ଧିକୁ ନେଇ ସାହିତ୍ୟିକର ଜୀବନୀୟ ଦର୍ଶନ ହୋଇଥାଏ ବଳିଷ୍ଠ ତଥା କାଳୋତ୍ତୀର୍ଣ୍ଣ । “ଦର୍ଶନ ଓ ସାହିତ୍ୟ’ ପରସ୍ପରର ପରିପୂରକ । “ସମାଜ ମୂଲ୍ୟ’ ଉଭୟ ଦର୍ଶନ ଓ ସାହିତ୍ୟରେ ଅନ୍ତଃସଲୀଳା ଫଲ୍]ଗୁ ଭଳି ତରଙ୍ଗାୟିତ ହୋଇଥାଏ । ଜୀବନୀୟ ମୂଲ୍ୟବୋଧକୁ ନେଇ ଶିଳ୍ପୀର ସ୍ୱତନ୍ତ୍ର ଦୃଷ୍ଟିକୋଣକୁ ଦର୍ଶନରେ ଶିରପା ଲାଭ ହୁଏ । ଅନ୍ତର୍ନିମଗ୍ନ ଚେତନାର ଗରିମା ଦ୍ୱାରା ଲେଖକ ନିଜ ସୃଜନକୁ ଶକ୍ତିଶାଳୀ କରିବାକୁ ସକ୍ଷମ ହୁଏ । “ସମାଜ ଦର୍ଶନ ଓ ସାହିତ୍ୟ’ – ଏହିଭଳି ଦାର୍ଶନିକ ଅଭିବ୍ୟକ୍ତିକୁ ନେଇ ଏକ ତତ୍ତ୍ୱାଶ୍ରୟୀ ପ୍ରବନ୍ଧ ସଂକଳନ । ଏଥିରେ ବ୍ୟକ୍ତିଗତ ଅନୁଭବଙ୍କ ନମ୍ର ଉଚ୍ଚାରଣ ସହିତ ଯଶସ୍ୱୀ ବ୍ୟକ୍ତିତ୍ୱମାନଙ୍କ ସଂପର୍କରେ ସାନ୍ଦ୍ର ଆଲୋଚନା ରହିଛି । ଚିନ୍ତନର ଅଭିସନ୍ଧି ମଧ୍ୟରେ ଦର୍ଶନର ନାନ୍ଦନିକତାକୁ ପ୍ରତିଷ୍ଠା ଦେବା ହିଁ ଏହି ପ୍ରବନ୍ଧ ସଂକଳନର ଅନ୍ତଃସ୍ୱର । ଅଗଣିତ ଜିଜ୍ଞାସୁ ବିଦ୍ୟାର୍ଥୀ ତଥା ଗବେଷକଙ୍କ ନିମନ୍ତେ ଏହି ସଂକଳନଟି ଉପାଦେୟ ସାବ୍ୟସ୍ତ ହେବ ।
-
Sandhana
₹240.00ସମସ୍ତଙ୍କର ଧାରଣା ପ୍ରବନ୍ଧ ଏକ ପୀଡ଼ାଦାୟକ ପ୍ରତିଷ୍ଠାନ। କାରଣ ଊଣା ଅଧିକ ସମସ୍ତଙ୍କୁ ସ୍କୁଲରେ ଏହି ସୃଷ୍ଟିଟି କରିବାର ପ୍ରୟାସ କରିବାକୁ ପଡ଼ିଛି ଏବଂ ଅଧିକାଂଶ କ୍ଷତରେ ତାହାର ଫଳ ଶିକ୍ଷକଙ୍କର ବିରକ୍ତ ମୁଖ ଭଙ୍ଗୀରେ ପ୍ରକାଶିତ ହୋଇଛି। ଆଗେ ତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଲାଗି ପ୍ରାର୍ଥୀକୁ ତିନିଘଣ୍ଟା ଲାଗି ପ୍ରବନ୍ଧ ଲେଖିବାକୁ ହେଉଥିଲା। କଲେଜରେ ମଧ୍ୟ ମୁଁ ବାଧ୍ୟତାମୂଳକ ଇଂରାଜୀରେ ଆଡ଼ିସନ୍]ଙ୍କ ଠାରୁ ଆରମ୍ଭ କରି ଚେସ୍ଟର୍]ଟନ୍]ଙ୍କ ପର୍ଯ୍ୟନ୍ତ ବହୁତ ପ୍ରାବନ୍ଧିକଙ୍କୁ ପଢିବାକୁ ବାଧ୍ୟ ହୋଇଛି। ବର୍ତ୍ତମାନ ଅବଶ୍ୟ ତାହା ଉପରେ ଗୁରୁତ୍ୱ ବହୁତ କମି ଗଲାଣି। କିନ୍ତୁ ଏକଥା ସ୍ୱୀକାର କରିବାକୁ ହେବ ଯେ ଏହା ଚିନ୍ତା କରିବାକୁ ଏବଂ ନିଜର ଭାବନାକୁ ସ୍ପଷ୍ଟ ଭାବେ କହିବାକୁ ଉତ୍ସାହିତ କରେ।
-
Sanskaradharmi Odia Natak
₹500.00ପ୍ରାକ୍]-ସ୍ୱାଧୀନତା କାଳରେ ରଚିତ ସାମାଜିକ ଓଡ଼ିଆ ନାଟକ ଯେଭଳି ସମାଜର ଚିତ୍ର ବହନ କରିଛି ତାହା ଗ୍ରନ୍ଥଟିରେ ସୂଚିତ ହୋଇଛି । ଓଡ଼ିଆ ସାହିତ୍ୟରେ ପ୍ରଥମ ନାଟକ ରଚନା ହେବା ବେଳକୁ ସମାଜରେ ପୂରି ରହିଥିଲା ଅନ୍ଧବିଶ୍ୱାସ ଓ କୁସଂସ୍କାର । ତତ୍କାଳୀନ ନବ୍ୟ ଶିକ୍ଷିତ ସଂପ୍ରଦାୟ ଉକ୍ତ ପ୍ରଥାର ମୂଳୋତ୍ପାଟନ ନିମନ୍ତେ ଆଗେଇ ଆସିଥିଲା । ଊନବିଂଶ ଶତକର ସାମାଜିକ ଆନ୍ଦୋଳନକୁ ସ୍ୱାଗତ କରିବା ସହିତ ସୁସ୍ଥ ସମାଜର ପ୍ରତିଷ୍ଠା ନିମନ୍ତେ ଆହ୍ୱାନ ଦେଇଥିଲା । ମାତ୍ର ବିଜାତୀୟ ସଂସ୍କୃତି ତଥା ରୀତିନୀତିର ଆଦର କରି ହୋଇଥିଲା ସମାଲୋଚିତ । ପରିଶେଷରେ ଶିକ୍ଷିତମାନେ ଆଦର୍ଶବାଦକୁ ଆପଣାର କରି ସମାଜ ସଂସ୍କାର କର୍ମରେ ବ୍ରତୀ ହୋଇଥିଲେ । କ୍ରମେ ଗାନ୍ଧି ଓ ମାର୍କସ୍]ଙ୍କ ଦର୍ଶନ ପ୍ରବେଶ କରି ସମାଜ ସଂସ୍କାର ସ୍ୱରକୁ ବଳିଷ୍ଠ ରୂପ ଦେଇଥିଲା । ପ୍ରାକ୍]-ସ୍ୱାଧୀନତା କାଳୀନ ଓଡ଼ିଆ ନାଟକ ସାମାଜର ବାର୍ତ୍ତାବହ ହୋଇ ଉକ୍ତ ପ୍ରସଙ୍ଗଗୁଡ଼ିକୁ ଯେଭଳି ଉପସ୍ଥାପନ କରିଛି ଓ ସମାଜ ସଂସ୍କାରର ବିବିଧ ଦିଗ ଉପରେ ଆଲୋକପାତ କରିଛି ସେ ସମସ୍ତ ବିଷୟ ବିଶଦ ଭାବରେ ଏହି ଗ୍ରନ୍ଥରେ ଆଲୋଚିତ । ପୁଣି ସ୍ୱାଧୀନତା ପୂର୍ବବର୍ତ୍ତୀ କାଳୀନ ସଂସ୍କାରଧର୍ମୀ ଓଡ଼ିଆ ନାଟକଗୁଡ଼ିକର ଶିଳ୍ପମୂଲ୍ୟ ସଂପର୍କିତ ଆଲୋଚନା ମଧ୍ୟ ଗ୍ରନ୍ଥଟିର ଗୁଣାତ୍ମକ ମାନବୃଦ୍ଧି ଘଟାଇଛି । ଏହି ପୁସ୍ତକଟି ଡକ୍ଟର ଅନିଲ୍ କୁମାର ନନ୍ଦଙ୍କ ସ୍ରଷ୍ଟା ପ୍ରାଣର ପ୍ରଥମ ଉପହାର ଏବଂ ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ।
-
Sarjanara Urjana
₹400.00ସମକାଳୀନ ଓଡ଼ିଆ ସମାଲୋଚନା ସାହିତ୍ୟରେ ଡ. ବାବାଜୀ ଚରଣ ପଟ୍ଟନାୟକ ଜଣେ ଯଶସ୍ୱୀ ସାହିତ୍ୟିକ । ତାଙ୍କର ସୁକ୍ଷ୍ମ ଅନୁଶୀଳନାତ୍ମକ ଦୃଷ୍ଟିକୋଣ, ନିରପେକ୍ଷ ବିଚାରବୋଧ, ତୁଳନାତ୍ମକ ଆଲୋଚନା ତଥା ସ୍ଵତନ୍ତ୍ର ଉପସ୍ଥାପନା ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର। ‘ଓଡ଼ିଆ କାବ୍ୟ – କବିତାରେ ଚନ୍ଦ୍ର ପ୍ରସଙ୍ଗ’ ତାଙ୍କ ଗବେଷଣା ସନ୍ଦର୍ଭର ଅନନ୍ୟ ଅଭିବ୍ୟକ୍ତି। ପରବର୍ତ୍ତୀ ସମୟରେ ପ୍ରକାଶିତ ‘ସର୍ଜନାର ଊର୍ଜନା’, ‘ସାହିତ୍ୟ ପରିଧି’ ଏବଂ ‘ସାହିତ୍ୟର ବାଟେ – ଘାଟେ’ ପ୍ରମୁଖ କୃତିଗୁଡ଼ିକରେ ତାଙ୍କ ଭାଷା ଓ ଶୈଳୀର ସିଦ୍ଧହସ୍ତତା ତାଙ୍କୁ ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ବହୁ ପରିଚିତି ପ୍ରଦାନ କରିଛି । ସଂପ୍ରତି ସେ କଟକରେ ଅବସ୍ଥାନ କରୁଛନ୍ତି ।
-
Satya Pattanaikanka Sahityara Mati O Akasha
₹250.00କବି ସତ୍ୟ ପଟ୍ଟନାୟକ ଓଡ଼ିଆ ସାହିତ୍ୟ ଜଗତର ଏକ ପରିଚିତ ନାଁ । ସେ କବିତା ଓ ଗଳ୍ପ ଲେଖନ୍ତି । ତା ବାଦେ ଅନୁବାଦ କରିବାରେ ମଧ୍ୟ ସିଦ୍ଧହସ୍ତ । ତାଙ୍କ ଲେଖାରେ ଭାଷାର କ୍ଳିଷ୍ଟତା ନାହିଁ । ଅଛି କେବଳ ଭାବ ଭରା ଭାଷା, ଯାହା ପାଠକକୁ ଆକୃଷ୍ଟ କରିଥାଏ । ତାଙ୍କର ପ୍ରତିଟି ଲେଖାରେ ତାଙ୍କ ଜୀବନାନୁଭୂତି ଓ କାବ୍ୟାନୁଭୂତି ପ୍ରତିଫଳିତ ହୋଇଛି । ତାଙ୍କର ଭାବପ୍ରବଣତାକୁ ସେ ତାଙ୍କ କାବ୍ୟର ପ୍ରତିଟି ପଦରେ ଏପରି ଛନ୍ଦି ଦେଇଛନ୍ତି ଯେ ଯେତେ ପଢୁଥିଲେ ବି ପାଠକକୁ ଭାବ ବିଚ୍ୟୁତ କରେନା ।କବି ନିଜ ଜନ୍ମଭୂମି ପରିତ୍ୟାଗ କରି ଆଜି ଆମେରିକାରେ ଅଛନ୍ତି କିନ୍ତୁ ଏ ମାଟିର ମୋହକୁ ସେ ଏଯାଏଁ ଛାଡ଼ିନାହାନ୍ତି । ତାରୁଣ୍ୟ ଓ ଯୁବସୁଲଭ ଉନ୍ମାଦନାରେ ଛଳଛଳ ତାଙ୍କ କବିପଣ । ଓଡ଼ିଆ ସାହିତ୍ୟକୁ ସମୃଦ୍ଧି କରିବା ପାଇଁ ଆଜି ବି ସେ ପ୍ରତିଶ୍ରୁତିବଦ୍ଧ । ତାଙ୍କ ରଚିତ ‘ପାଷାଣ ପ୍ରେମ ସଂଗୀତ’, ‘ଝର୍କା ଖୋଲା ଥାଉ’, ‘କ୍ଷୁଦ୍ର ଗଳ୍ପର ମୃତ୍ୟୁ ଓ ଅନ୍ୟାନ୍ୟ ଗଳ୍ପ’, ‘ଆମ ନିଜ ମାଟି ଓ ଅନ୍ୟାନ୍ୟ କବିତା’ ପାଠକ ମନରେ ଯେଉଁ ଭାବ ସୃଷ୍ଟି କରିଛି ସେସବୁକୁ ନେଇ ପ୍ରକାଶିତ ‘ସତ୍ୟ ପଟ୍ଟନାୟକଙ୍କ ସାହିତ୍ୟରେ ମାଟି ଓ ଆକାଶ’ ପୁସ୍ତକ । ବାସ୍ତବିକ ବିଦେଶ ଭୂମିପରେ ଆମ ରାଜ୍ୟ ଓ ଦେଶର ଜଣେ ପ୍ରତିନିଧିଶ୍ରେଣୀୟ ବ୍ୟକ୍ତିତ୍ୱ ।
ହରପ୍ରସାଦ ଦାସ, ରାମଚନ୍ଦ୍ର ବେହେରା, ସଂଘମିତ୍ରା ମିଶ୍ର, ବିଷ୍ଣୁପ୍ରିୟା ଓତା, ଗୌରହରି ଦାସ, ଜ୍ୟୋତ୍ସ୍ନା ଦାସ, ମଣୀନ୍ଦ୍ର କୁମାର ମେହେର, ଭି. ରାଜେନ୍ଦ୍ର ରାଜୁ, ଚୌଧୁରୀ ପ୍ରଦୀପ୍ତ କୁମାର ଦାସ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ରବୀନ୍ଦ୍ର କୁମାର ଦାଶ, ଶୁୁକମୁନି ମେହେର, ରଶ୍ମି ଦାସ, ଦେବାଶିଷ ମହାପାତ୍ର, ଚିତ୍ତରଞ୍ଜନ ଚିରଞ୍ଜିତ, ସଂଘମିତ୍ରା ଭଞ୍ଜ, ରମେଶ ପ୍ରସାଦ ମହାନ୍ତି, ସୋନାଲୀ ସାହୁ, ସୁଜ୍ଞାନୀ କୁମାରୀ ସାହୁ, ନିବେଦିତା ପଣ୍ଡା, ହିମାଦ୍ରୀ ତନୟା ମିଶ୍ର, ଦୀପ୍ତିମୟୀ ସାହୁ, ଜ୍ୟୋତି ସାହୁ, ମୋନାଲିସା ପାଣୀ, ଅପରାଜିତା ମହାରଣା, ପୁଷ୍ପିତା ଶୁକ୍ଳ, ଭାରତୀ ମୁଦୁଲି ଓ ଅଶୋକ ପରିଡ଼ା ପ୍ରମୁଖଙ୍କର ପାଠକୀୟ ମତାମତ ସ୍ୱରଚିତ ପୁସ୍ତକରେ ସ୍ଥାନିତ କରାଯାଇଛି ।
-
Saundarya Tatwa
₹500.00The concept of beauty and aesthetics is apparently an omnipresent and integral part of human lives since antiquity. As fragrance is hidden in the flower, fire in the wood and butter in milk, aesthetics and beauty is present in a subtle manner in every piece of art and writings of great poets from around the globe. In this context, this book by Professor Jena, is a classic text and research monograph which contains the results of his in-depth investigation on writing of several Odia poets, ranging from mediaeval to modern age. For the first time, he brought out the latent beauty in the Odia poetry and has compared the aesthetics practices of east and west with particular emphasis on poetry. This book reveals the aesthetic dimension of life of people of East, in particular of Odisha and is intended for use by people with literary aptitudes, students and researchers.
-
Shakespeare: Jeebani O Kruti
₹300.00ସଦ୍ୟତମ ଗ୍ରନ୍ଥ ‘ସେକ୍]ସପିଅର ଜୀବନୀ ଓ କୃତି’ ବିଶ୍ୱବିଶ୍ରୁତ ନାଟ୍ୟକାର ସେକ୍]ସପିଅରଙ୍କ ବ୍ୟକ୍ତି ପ୍ରତିକୂଳତା ଭିତରେ ତାଙ୍କ ସ୍ରଷ୍ଟା ମାନସର ଅଦ୍ଭୁତ ଉତ୍ତରଣର ପର୍ଯ୍ୟାଲୋଚନା କରାଯିବା ସଙ୍ଗେ ସଙ୍ଗେ ତାଙ୍କ ରଚିତ ସନେଟ୍ ଏବଂ ନାଟକର ବିଷୟବସ୍ତୁ ସହ ପାଠକଙ୍କୁ ପରିଚିତ କରାଯାଇଛି, ଯାହା ଶ୍ରୀ ରଥଙ୍କର ଏକ ସାହସିକ ସାରସ୍ୱତ ସତ୍]ଉଦ୍ୟମ ।
ଓଡ଼ିଆଭାଷାରେ ସମାଲୋଚନା ସାହିତ୍ୟକ୍ଷେତ୍ରରେ ଏହି ବହିଟି ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ କାରଣ ଓଡ଼ିଆଭାଷା ସାହିତ୍ୟର ଛାତ୍ରଛାତ୍ରୀ ପଥମତଃ ସେକ୍]ସପିଅରଙ୍କ ଜୀବନୀ ଓ କୃତି ବିଷୟରେ ବହୁତ କୌତୁହଳପୂର୍ଣ୍ଣ ତଥା ଉପାଦେୟ ତଥ୍ୟ ଜାଣିବାକୁ ପାଇବେ । ଦ୍ୱିତିୟତଃ, ଏହି ତଥ୍ୟକୁ ଛାତ୍ର ଓ ଗବେଷକମାନେ ତୁଳନାତ୍ମକ ସମାଲୋଚନା ଲିଖନ କ୍ଷେତ୍ରରେ ବ୍ୟବହାର କରି ପାରିବେ ।
-
Shakti Upasana O Baidika Debi Tatwa
₹600.00ଆଲୋଚିତ ପୁସ୍ତକ “ଶକ୍ତି ଉପାସନା ଓ ବୈଦିକ ଦେବୀତତ୍ତ୍ୱ” ହେଉଛି ବିଜ୍ଞ ପାଠକମାନଙ୍କ ନିମନ୍ତେ ମୋର ଷଷ୍ଠ ଉପହାର । ପୂର୍ବ ପାଞ୍ଚଗୋଟି ପୁସ୍ତକ ସୁଧୀ ପାଠକମାନଙ୍କ ଦ୍ୱାରା ବହୁଳ ଆଦୃତି ଲାଭ କରିବା ପରେ ଏହି ଗ୍ରନ୍ଥର ସଂକଳନ ସକାଶେ ମୁଁ ଉତ୍ସାହିତ ହୋଇଥିଲି । ଏଥି ମଧ୍ୟରେ ବିସ୍ତୃତ ଭାବରେ ଉପରୋକ୍ତ ବିଷୟବସ୍ତୁ ଗୁଡ଼ିକ ଆଲୋଚିତ ହେବା ସଂଗେ ସଂଗେ ବେଦ ପୁରାଣରେ ଉଲ୍ଲିଖିତ ଦେବୀତତ୍ତ୍ୱ ଓ ଶାକ୍ତ ଉପାସନା ବିଷୟକ ଗଭୀର ଜ୍ଞାନ ସମୂହର ସନ୍ନିବେଶ କରାଯାଉଛି, ଯାହା ପିଢ଼ି ପରେ ପିଢ଼ି ଆମର ଭାବି ବଂଶଧର ମାନଙ୍କୁ ସଂସ୍କାର ଯୋଗାଇ ଚାଲିବ ।
-
Shri Niladrisha Chautisha
₹200.00ଓଡ଼ିଆ ସାହିତ୍ୟ ଜଗତରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବିଶେଷ ଗୌରବର ଅଧିକାରୀ । କବି ସମ୍ରାଟଙ୍କର ଶେଷ ରଚନା ହେଉଛି ‘ଶ୍ରୀନୀଳାଦ୍ରୀଶ ଚଉତିଶା’ । ଏଥିରେ କବିଙ୍କର ଜଗନ୍ନାଥ ପ୍ରାଣତାର ପଟାନ୍ତର ନାହିଁ । ଡକ୍ଟର ମହାପାତ୍ର ‘ଶ୍ରୀନୀଳାଦ୍ରୀଶ ଚଉତିଶା’କୁ ସମ୍ପାଦନା ଓ ଆଲୋଚନା କରିଛନ୍ତି । ‘ଶ୍ରୀନୀଳାଦ୍ରୀଶ ଚଉତିଶା’ ଗ୍ରନ୍ଥଟିର ପାଠକୀୟ ଆଦୃତି ଆଶା କରାଯାଏ ।