-
Alpa Galpa
₹150.00ଏଇ ଗଳ୍ପ ସଂକଳନ – ‘ଅଳ୍ପ ଗଳ୍ପ’ରେ ସେ ଏକ ଭିନ୍ନ ଦୃଷ୍ଟିଭଙ୍ଗୀର ଅବତାରଣା କରିଛନ୍ତି । ସବୁ ଗଳ୍ପ ସାମାଜିକ କଥାବସ୍ତୁ ଉପରେ ଆଧାରିତ । ଅଧିକାଂଶ ଚରିତ୍ର ସାମାଜିକ ପୃଷ୍ଠଭୂମିରୁ ଆନୀତ । ଏକ ସାଧାରଣ/ସ୍ୱାଭାବିକ/ଚିରାଚରିତ ଜୀବନଶୈଳୀ ଭିତରେ ସେମାନଙ୍କ ଅସାଧାରଣ ବ୍ୟକ୍ତିଚରିତ୍ର ହିଁ ତାଙ୍କ ଗଳ୍ପର ଅନ୍ୟତମ ଦିଗ । ବିଭିନ୍ନ ସଂଘର୍ଷମୟ ପରିସ୍ଥିତିରେ ଥିବା ଏଇ ଚରିତ୍ରମାନଙ୍କ ଭିତରେ ପ୍ରତିଫଳିତ ଏକ ଗଭୀର ମାନବିକ ଆବେଦନ ହିଁ ତାଙ୍କ ରଚନାର ସ୍ୱାତନ୍ତ୍ର]୍ୟ ।
-
Ama Chalani Ama Chamaka
₹320.00ଉତ୍କଳୀୟ ସମାଜ ସମଗ୍ର ଭାରତବର୍ଷରେ ଅନେକ ସ୍ୱାତନ୍ତ୍ର]୍ୟ ବହନକରେ । ଏହି ମହୋଦଧି କୂଳର ରାଜ୍ୟଟି ପ୍ରକୃତିର ଅସୁମାରି ଉପାଦାନରେ ଶୋଭାପାଏ । ତାହାର ଘନ ସବୁଜିମା ଭରା ଅରଣ୍ୟାନୀ ଏବଂ ଜଳପ୍ରପାତ ଗୁଡିକର ଶବ୍ଦତରଙ୍ଗ ସହିତ ବିହଙ୍ଗମାନଙ୍କର ପ୍ରକୃଷ୍ଟ ଲକ୍ଷ୍ୟସ୍ଥଳ ଯେମିତି କାକୁଳିରେ ଶବ୍ଦାୟିତ, ଉତ୍କଳୀୟ ମନପ୍ରାଣରେ ପ୍ରକୃତି ରଚେ ସିହରଣ । ମନ ଟାଣେ ପ୍ରକୃତି ସହିତ ତାଳମିଳାଇ ଚାଲିବାକୁ । ସେହି ତାଳରେ ମନ୍ଥର ବେଗରେ ଉତ୍କଳୀୟ କନ୍ୟାର ରୂପଲାବଣ୍ୟ ସହିତ ଓଡ଼ିଶୀନାଚ, ସେହି ଦୃଶ୍ୟ ପଟରେ ଅଳସକନ୍ୟାର ମନଲୋଭା ଚାହାଣି ଆଉ ସେହି ଆନନ୍ଦମୟ ଦେବଦବୀମାନଙ୍କର ବରଦା ହସ୍ତ ମନକୁ ପୁଲକରେ ଭରିଦିଏ ।
ସରଳ ନିଷ୍କପଟ ଓଡ଼ିଆ ଚରିତ୍ର ସ୍ୱଭାବବନ୍ତ । ମାଟିର ବଳରେ ଆଉ ପାଣିର ଶକ୍ତିରେ ତାର ବେଉସା, ଜଙ୍ଗଲଜାତ ଉପକରଣରେ ତାର ସମୃଦ୍ଧି । ଇତିହାସ ପୃଷ୍ଠାରେ ଅଦୃଷ୍ଟ ହୋଇ ରହିଥିଲା ଓଡ଼ିଶା ମାଟିତଳର ରତ୍ନଗର୍ଭ । ଉତ୍କଳୀୟ ସରଳ ପରିଧାନର ଅନ୍ତରାଳରେ ଛପି ରହିଥିଲା ତାର ଆତ୍ମସମ୍ମାନ ଆଉ ସମର୍ପଣର ମନୋଭାବ । ଯୁଗ ଯୁଗଧରି ପୃଥକ୍ ସମୟରେ ସିଏ ରାଷ୍ଟ୍ରଦେବତାଙ୍କର ଆଶିଷରେ ମଥାଟେକି ଗତି କରିଛି । ସମଗ୍ର ବିଶ୍ୱରେ ଚକାନୟନ ଯୁଗଳର ଅନନ୍ତ ଆବିଳତା ପ୍ରସାର କରିଛି ।
ସେହି ଓଡ଼ିଆ ପରମ ସ୍ୱାଭିମାନୀ । ନିଜର ଆତ୍ମମର୍ଯ୍ୟାଦା ତିଳେମାତ୍ର କ୍ଷୁଣ୍ଣ ହେବାକୁ ସୁଯୋଗ ଦିଏନାହିଁ । ଦିନେ କୋଣ୍ଡାଭିଡୁ ଦୁର୍ଗ ପାଇକମାନଙ୍କ ହାତରୁ ଛଡାଇନେଇ ନିଜେ କୃଷ୍ଣଦେବରାୟ କହିଥିଲେ, ଓଡ଼ିଆ ଜାତି ଭୋକରେ ମରିପାରେ, ହାତ ପତାଏ ନାହିଁ । ଏହିପରି ଆଉ ଥରେ ଆବେଗପୂର୍ଣ୍ଣ ଘଟଣା ଘଟିଛି ନଅଙ୍କ ଦୁର୍ଭିକ୍ଷରେ । ଜୀବନ ଯାଇଛି ପଛେ ଦାନଛତ୍ରରୁ ଦାନାଟିଏ ନେବାକୁ ଆତ୍ମସମ୍ମାନ ନଷ୍ଟ ହୋଇଯିବାର ଦ୍ୱନ୍ଦ୍ୱ ନେଇ ମୃତ୍ୟୁବରଣ କରିଛି ପଛେ ହାତ ପତାଇ ନାହିଁ ।
ସେଇ ଓଡ଼ିଆ ଜାତିର ଚଳଣି ଏବଂ ଚମକ ଆଧାରିତ ‘ବିଜୟିନୀ’ ପତ୍ରିକାର ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ କିଛି ପ୍ରବନ୍ଧ ଆଧାରରେ ଏହି ସଂକଳନଟି ରଚିତ ।
-
Ama Samayara Kahani: Piladina
₹300.00ଯେତେ ଯାହା ଚାହିଁଲେ ବି ପିଲାଦିନ ଆଉ ଫେରେ ନାହିଁ । ସ୍ମୃତିର ଆଲ୍]ବମ୍]ରେ ପୁରୁଣା ଫଟୋଟିଏ ପରି ସେ ପଛରେ ରହିଯାଏ । ଏଣିକି ମଣିଷକୁ ଫେରିବାକୁ ହୁଏ ପିଲାଦିନ ପାଖକୁ- ଗୀତ, ଗପ, ଉପନ୍ୟାସ ଓ ଚିତ୍ରର ଭରସାରେ ।
ପିଲାଦିନ ଗପ ସଂକଳନ, ସେଇ ପିଲାଦିନକୁ ପାଖରେ ପାଇବାର ଆବେଗ ଆତୁର ଉଦ୍ୟମର ଫଳଶ୍ରୁତିଟିଏ । ଅନେକ ଦିନ ଧରି ଏମିତି ସ୍ୱପ୍ନଟିଏ ଥିଲା, ପିଲାଦିନର ସ୍ମୃତି ପରି ମୋ ପାଖେ ପାଖେ, ମାତ୍ର ସେଇ ସ୍ୱପ୍ନକୁ ବାସ୍ତବର ରୂପ ଦେବା ପାଇଁ ଅବକାଶ ଓ ଅବସର ଜୁଟୁ ନ ଥିଲା । ‘ପିଲାଦିନ’ ସଂକଳନ ‘ଆମ ସମୟର କାହାଣୀ’ ଶୃଙ୍ଖଳାର ପ୍ରଥମ ସଂକଳନ । ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅନୁଭବ ଓ ପ୍ରସଙ୍ଗକୁ ନେଇ ଏଭଳି କେତେକ ଗଳ୍ପ ସଂକଳନ ପ୍ରକାଶ ପାଇଁ ଯେଉଁ ସାନ ଯୋଜନାଟିଏ ରହିଛି ଏଇଟି ତା’ର ପ୍ରଥମ ପଦକ୍ଷେପ । ଏହାର ଗପଗୁଡ଼ିକ ପିଲାଦିନକୁ ଖୋଜି ପାଇବାରେ ଗୋଟେ ଗୋଟେ ମଧୁର ପ୍ରୟାସ । ଏଗୁଡ଼ିକୁ ପଢ଼ିଲାବେଳେ ମୁଁ ନିଜେ ପ୍ରଚୁର ରସଘନ ମୁହୂର୍ତ୍ତର ସାନ୍ନିଧ୍ୟ ଲାଭ କରିଛି । ହସିଛି, କାନ୍ଦିଛି, ରୁଷିଛି ଓ ଭାବପ୍ରବଣ ହୋଇପଡ଼ିଛି । ସେଇ ସମ୍ଭବତଃ ମୋ ଉଦ୍ୟମର ଯଥାର୍ଥ ପାରିଶ୍ରମିକ । ଓଡ଼ିଆ ଭାଷାର ‘ପିଲାଦିନ’ର ଅନୁଭବ, ଅଭିଜ୍ଞତାକୁ ନେଇ ଆହୁରି ଅନେକ ଗପ ରହିଛି । ସବୁ ସମୟର କାହାଣୀ ଶୃଙ୍ଖଳାରେ ସେଭଳି ଗପଗୁଡ଼ିକୁ ଏକତ୍ର କରି ପ୍ରକାଶ କରିବାର ଯୋଜନା ମୋର ରହିଛି । ଇଏ କେବଳ ମୋ ଉଦ୍ୟମ ଓ ଆଭିମୁଖ୍ୟର ବିଶ୍ୱସନୀୟତା ସୃଷ୍ଟି ପାଇଁ ପ୍ରଥମ ପ୍ରୟାସ ।
ଆଶା କରୁଛି ‘ପିଲାଦିନ’ ଆପଣମାନଙ୍କୁ ଭଲ ଲାଗିବ । ଏହାର ଚରିତ୍ରମାନେ ଆପଣଙ୍କୁ ଆଉ ଥରେ ଜହ୍ନପଖଳା ଗାଁର ଶାଗୁଆ କ୍ଷେତ, ବର୍ଷାଧୁଆ ଘାସ ପଡ଼ିଆ ଓ ଖରାଦିନର ଆମ୍ବତୋଟାକୁ ଡାକି ନେଇଯିବେ । ସେତକ କରିବାରେ ଯଦି ସେମାନେ ସମର୍ଥ ହୁଅନ୍ତି, ତାହାହେଲେ ମୋର ସବୁ ଶ୍ରମ ସାର୍ଥକ ହୋଇଯିବ ।
ନୂତନ ସଂସ୍କରଣ ୨୦୨୩ ଗୌରହରି ଦାସ
-
Ama Samayara Kahani: Prema
₹380.00ଫୁଲଟିଏ ଫୁଟିଲେ ମଉଳି ଝଡ଼ିପଡ଼େ । ଗୀତଟିଏ ଗାଇବା ଆରମ୍ଭ ହେଲେ ସୁର ହୋଇ ସରିଯାଏ, କଥାଟିଏ ଆରମ୍ଭ ହେଲେ ଲଥାର ବାଙ୍କ ବୁଲାଣି ଦେଇ ଶେଷହୁଏ; କିନ୍ତୁ ପ୍ରେମ ଥରେ ଆରମ୍ଭ ହେଲେ ଆଉ ସେ ସରେ ନାହିଁ । ଜୀବନ ସାରା ମଧୁର କ୍ଷତଟିଏ ପରି ସେ ମଣିଷ ସାଙ୍ଗରେ ରହିଯାଏ, ସ୍ମୃତିକୋଷରେ ସାଇତି ହୋଇ ରହିଯାଏ ସେଇ ସଂପର୍କର ସୂଚିପତ୍ର । କେବେ କେବେ ସେସବୁ ଉଙ୍କିମାରେ ଆଖି ଉପକୂଳରେ ଲୁହ ହୋଇ, ଓଠ ତଟର କ୍ଷୀଣହସ ହୋଇ, କେବେ ପୁଣି ଛାତି ପଞ୍ଜରାର ପାହାଡ଼ ଖୋଲରେ ଦୀର୍ଘଶ୍ୱାସ ହୋଇ ।
କିଏ ଜଣେ କହିଥିଲେ, ପ୍ରେମରେ ବିଫଳତା ବୋଲି କିଛି ନାହିଁ । ବିଫଳ ପ୍ରେମ ସୁଦ୍ଧା ଲୁହଧୁଆ ମନଆକାଶରେ କରୁଣ କିରଣ ବୁଣିଦିଏ । ସେଇ କରୁଣ କିରଣ ସୃଷ୍ଟି କରିଦିଏ ବର୍ଣ୍ଣିଳ ଇନ୍ଦ୍ରଧନୁ । ଇନ୍ଦ୍ରଧନୁରୁ ଜନ୍ମ ନିଏ କାବ୍ୟକବିତା, ଚିତ୍ର ଓ ସ୍ଥାପତ୍ୟ ।
ପ୍ରେମର ପ୍ରଥମ ସର୍ତ୍ତ ହେଉଛି ତାହା ନିଃସର୍ତ୍ତ । ପୃଥିବୀର କୌଣସି ଯୁକ୍ତି, ଧରାବନ୍ଧା ଆଇନ ପ୍ରେମ ଆଗରେ ବାଟ ଓଗାଳି ଛିଡ଼ା ହୋଇପାରେ ନାହିଁ । ପ୍ରେମପାଇଁ ମଣିଷକୁ ପ୍ରଚୁର ମୂଲ୍ୟଦେବାକୁ ପଡ଼ିଛି – ଜୀବନ, ସଂପର୍କ, ସ୍ୱେଦ, ଶୋଣିତ, ସାଇତା ସଂପଦ ଓ ପ୍ରିୟ ପରିଧି । ସବୁ ସତ୍ତ୍ୱେ ପ୍ରେମ ବଞ୍ଚି ରହିଛି – ସାମାଜିକ ସ୍ୱୀକୃତି ମିଳୁ କି ନମିଳୁ, ଦାପ୍ତରିକ ସମ୍ମତି ଥାଉ ବା ନଥାଉ । ପ୍ରେମ ପାଇଁ କୌଣସି ପ୍ରତିବନ୍ଧକ ଅନତିକ୍ରମ୍ୟ ନୁହେଁ – ନା ଜାତି ନା ଜାତୀୟତା, ନା ଶାସ୍ତ୍ର ନା ଶାସ୍ତ୍ରୀୟତା । ସେଥିପାଇଁ କିଏ ପ୍ରେମର ପୃଥକ ପରିଭାଷା କରେ, ବ୍ୟାଧି ଓ ବିକୃତି, ଭୟଙ୍କର ପାଗଳପଣ । ସେଥିପାଇଁ ଗୀର୍ଜା, ଗୁରୁଦ୍ୱାର, ମନ୍ଦିର ଓ ମସ୍]ଜିଦ୍]ର ଦୁଆର ଆଉଜାଇ ନିଆଯାଏ, ସଜାଡ଼ି ରଖାଯାଏ ନିଆଁ ଓ ନାଗଫାଶ, ନାଲି ଆଖି ଦେଖାଏ ନୀତି ଓ ମୁକ୍ତିମଣ୍ଡପ । ମାତ୍ର ସବୁ ସତ୍ତ୍ୱେ ପ୍ରେମ ବଞ୍ଚିରହେ, ଝାଉଁଳି ଯାଇଥିବା ପ୍ରଣୟୀର ବୁକୁତଳେ ଲାଲ ଟୁକ୍]ଟୁକ୍ ସତେଜ ଗୋଲାପଟେ ପରି, ସମଗ୍ର ପୃଥିବୀକୁ ଆଶୀର୍ବାଦ କରିବାର ମୁଦ୍ରାରେ ସଭିଙ୍କୁ ଶିହରିତ କରୁଥାଏ । ଲୁହର ପଙ୍କଗଡ଼ିଆ ଭିତରୁ ପଦ୍ମର ପବିତ୍ରତାରେ ସେ ଚହଟି ଉଠୁଥାଏ । ଏହିଭଳି ଅନୁଭବ ଉପହାର ଦେଉଥିବା ଅଠେଇଶଟି ଗଳ୍ପର ସଂକଳନ ‘ଆମ ସମୟର କାହାଣୀ ପ୍ରେମ’
-
Ama Samayara Nirbachita Ekankika
₹410.00ସ୍ୱଳ୍ପ ଆୟତନ ଓ ସମୟ ଭିତରେ କଥାବସ୍ତୁକୁ ବିଭିନ୍ନ ଘଟଣା ଓ ଚରିତ୍ର ମାଧ୍ୟମ ଦେଇ ଚରମ ପରିଣତି ଆଡ଼କୁ ଯଦି କେହି ଅଗ୍ରସର କରାଇପାରେ ତେବେ ସେ ହେଉଛି ଏକାଙ୍କିକା ବା ଛୋଟ ନାଟକ । ଏଇ ସଂକଳନ କାର୍ଯ୍ୟ ମୁଖ୍ୟତଃ ଏକାଙ୍କିକା ଓ ଛୋଟ ନାଟକକୁ ନେଇ ହୋଇଛି । ଦୀର୍ଘ ନାଟକ ଅପେକ୍ଷା ଏକାଙ୍କିକା ବା ଛୋଟ ନାଟକ ବହୁ ଲୋକପ୍ରିୟତା ଅର୍ଜ୍ଜନ କରିପାରଛି । ଓଡ଼ିଆ ସାହିତ୍ୟରେ ଏକାଙ୍କିକା ପ୍ରାୟ ୧୯୪୦ ମସିହାରୁ ଏପର୍ଯ୍ୟନ୍ତ ଲେଖାହୋଇ ଆସୁଛି । ଦୀର୍ଘ ଅଶି ବର୍ଷ ଭିତରେ ନାଟ୍ୟକାରମାନେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଆସୁଛନ୍ତି ବିଭିନ୍ନ ନାଟକ ଓ ଏକାଙ୍କିକାରେ । ଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏକାଙ୍କିକା ଯାହା ଥିଲା ବର୍ତ୍ତମାନ ତା’ର ନାମ ବଦଳାଇ ଛୋଟ ନାଟକରେ ରୂପାନ୍ତରିତ । ଏହି ଏକାଙ୍କିକାର ପ୍ରୟାସ ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କଠାରୁ ଆରମ୍ଭ ହୋଇଛି । ଦୀର୍ଘ ନାଟକ ଅପେକ୍ଷା ଛୋଟ ନାଟକ ବା ଏକାଙ୍କିକା ଖୁବ୍ ସୁଦୂର ପ୍ରସାରୀ ଓ ଭାବଗର୍ଭକ । କେବଳ ସେତିକି ନୁହେଁ ବଂର ଏହି ପ୍ରକାରର ନାଟ୍ୟରଚନା ବିଶ୍ୱ ନାଟ୍ୟଧାରା ସହ ସମକକ୍ଷ ହୋଇ ପାରିଛି । ପ୍ରାଣବନ୍ଧୁ କରଙ୍କଠାରୁ ସୁବୋଧ ପଟ୍ଟନାୟକ(ନାଟ୍ୟଚେତନା)ଙ୍କ ପର୍ଯ୍ୟନ୍ତ ବିଭିନ୍ନ ଏକାଙ୍କିକା ଦେଶ ବିଦେଶରେ ମଞ୍ଚସ୍ଥ ହୋଇ ସଫଳତା ଲାଭ କରିଛି । କେବଳ ଯେ ଅବସର ବିନୋଦ ନିମନ୍ତେ ଏକାଙ୍କିକା ଲେଖାଯାଇଛି ତା’ନୁହେଁ ବରଂ ମଣିଷ ଜୀବନର ଜଟିଳ ଦିଗ ଓ ବିଭିନ୍ନ ସମସ୍ୟାକୁ ମଧ୍ୟ ରୂପାୟିତ କରାଯାଇଛି । କାଳୀଚରଣ ପଟ୍ଟନାୟକଙ୍କ ‘ଦେବତାର ତଳେ’ ଏକାଙ୍କିକାଠାରୁ ଆରମ୍ଭ କରି ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ‘ପଶୁଘାତ’ ଏକାଙ୍କିକା ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଏକାଙ୍କିକାରେ ଜୀବନର ଗଭୀରତମ ଦିଗ, ବିଭିନ୍ନ ମନସ୍ତାତ୍ତ୍ୱିକ ଚିନ୍ତନ, ପ୍ରଗତିଶୀଳ ସମାଜର ଚିତ୍ର ଓ ବହୁବିଧ ସମସ୍ୟାକୁ ଦେଖିବାକୁ ପାଇବା । ତା’ସହିତ ବିଭିନ୍ନ ପୌରାଣିକ, ସାମାଜିକ ଓ ମନସ୍ତାତ୍ତ୍ୱିକ କାହାଣୀକୁ ଆଧାର କରି ରଚନା ହୋଇଥିବା ଛୋଟ ନାଟକ ଗୁଡ଼ିକରେ ମଣିଷ ଜୀବନର ଅବ୍ୟକ୍ତ ଯନ୍ତ୍ରଣା, ଅସହାୟତା, ନୈରାଶ୍ୟ, ବିଫଳତା ପ୍ରଭୃତିକୁ ନାଟ୍ୟକାରମାନେ ସଫଳତା ସହକାରେ ଉପସ୍ଥାପନ କରିପାରିଛନ୍ତି ।
-
Ama Sanskruti Ama Jibana
₹350.00This is a collection of essays on culture and history of India including Jagannath culture, Nabakalebara. This book has chapters on how to live a better life and how to raise a good family too.
-
Amada Bata
₹250.00Basanta Kumari Patnaik’s much acclaimed masterpiece novel about the journey of Maya from an educated, independent, stubborn, self-sufficient, sensible girl to an obedient, traditional, mature, emotional woman. This was made to a popular feature film with the same name in 1964 starring Jharana Das in the main role.
-
Ambapalika and Other Stories
₹500.00Acharya Chatursen’s Ambapalika and Other Stories brings together twenty-eight of the finest short stories by one of Hindi literature’s most versatile and celebrated masters. Acharya Chatursen Shastri (1891-1960) was a novelist, essayist, historian, and physician whose works combined scholarly depth with literary imagination. In this collection, his narratives span the sweep of Indian history and culture-from the courtesan Ambapalika of ancient Magadha to the valour of Sinhagarh, from the wisdom of Chanakya to the anguish of Rajput queens, from Mughal intrigues to village tragedies. Each story is marked by his epic vision, psychological insight, and moral intensity. Translated into English with care and fidelity, these tales open a window onto the grandeur, pathos, and humanity of India’s past, making them accessible to readers across the world.
-
Ame Jeunmane
₹200.00AME JEUNMANE is a short story collection in Odia by eminent Odia author Jagannath Prasad Das. The collection has fourteen short stories, Chithi, Bagha, Pakshi, Muhurta, Bandhana, Beshya, Curfew, Lekhaka, Sparsha, Bhagya, Photograph, Sahityakara, Budhiani Jala and Sampradaya. A must read collection.
-
America Anubhuti
₹200.00ଗୋଲୋକବିହାରୀ ଧଳ (ଡିସେମ୍ବର ୧୫, ୧୯୨୧-ଜୁନ୍ ୨୪,୧୯୭୪) ଥିଲେ ଜଣେ ଉଚ୍ଚକୋଟୀର ପ୍ରାବନ୍ଧିକ, ଅନୁବାଦକ, ଭାଷାତତ୍ତ୍ୱବିତ୍], ଧ୍ୱନିତତ୍ତ୍ୱବିତ୍ ଏବଂ ଭ୍ରମଣବୃତ୍ତାନ୍ତ ଲେଖକ । ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଡିହ ଗ୍ରାମରେ ପିତା ଭୋଳେଶ୍ୱର ଧଳ ଓ ମାତା ଜାହ୍ନବୀ ଦେବୀଙ୍କ ଔରସରୁ ଜନ୍ମଲାଭ କରି ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ହାଇସ୍କୁଲରୁ ସ୍କୁଲ ଶିକ୍ଷା, ରେଭେନ୍ସା ମହାବିଦ୍ୟାଳୟରୁ ସଂସ୍କୃତ ଭାଷାରେ ସ୍ନାତକ (୧୯୪୩), ପାଟଣା ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକୋତ୍ତର (୧୯୪୫) ଶିକ୍ଷା ସମାପ୍ତ କରି ପ୍ରଥମେ ପୁରୀ କଲେଜରେ ଓ ପରେ ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ୧୯୪୯ରେ ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଭାଷା ବିଜ୍ଞାନରେ ଉଚ୍ଚତର ଶିକ୍ଷାପ୍ରାପ୍ତି କରି ଆମେରିକା ଓ ଫ୍ରାନ୍ସ ପ୍ରଭୃତି ଦେଶ ଗସ୍ତ କରିଥିଲେ । ୧୯୫୫ରେ ସେ ଆଗ୍ରା ବିଶ୍ୱବିଦ୍ୟାଳୟରେ ଭାଷା ବିଜ୍ଞାନରେ ଶିକ୍ଷାଦାନ କଲେ ଓ ୧୯୭୨ରେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗରେ ପ୍ରଫେସର ଭାବରେ ଯୋଗଦେଲେ । ତାଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ ଆମେରିକା ଅନୁଭୂତି (୧୯୫୨), ଲଣ୍ଡନ ଚିଠି (୧୯୫୩), ମଣିଷର ଭାଷା (୧୯୫୩), ଧ୍ୱନି ବିଜ୍ଞାନ (୧୯୫୮), ଓଡ଼ିଆ କେବେ (୧୯୬୩), ଇଂରାଜୀ ଉଚ୍ଚାରଣ ଶିକ୍ଷା (୧୯୬୩), ବିଚାର ଆଲୋଚନା ଇତ୍ୟାଦି ଉଲ୍ଲେଖଯୋଗ୍ୟ । ଅନୁବାଦ ପୁସ୍ତକ ‘ଗୋଦାନ’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ(୧୯୫୮) ।
-
America Chithi
₹450.00This book is a collection of articles written over two decades (1985-2005) and published regularly in the daily newspaper “Samaj”. The book title is taken from the same name “America Chithi” (Letter from America) used for the Samaj publication. The then editor of Samaj, Dr. Radhanath Rath had suggested that a regular communication like this would be beneficial to people of Odisha. In his honor the effort started with the auxiliary benefit of keeping the practice of writing in Odia language. The articles have no specific goal other than informing people about various experiences and observations. They are divided into several categories such as Life of Odias in America, Travelogues, Science and Technology, International Events, Spirituality, etc. Today information is easily available at your fingertips via Google, WhatsApp, Twitter, Facebook and cell phones. This book preceded all that and these articles were the only way to disseminate information via the print media. Hopefully readers will enjoy these writings from another era.
-
America O Canada Bhramanara Dinalipi
₹275.00This book America O Canada Bhramanara Dinalipi was first published in 2019 and the second Edition is in your hands. This is a storehouse of information on important destinations of USA and CANADA written in soft and sweet Odia language.