-
Agantunkanka Desha America
₹320.00ସମ୍ପ୍ରତି ବିଶ୍ୱଭ୍ରମଣ ସହଜସାଧ୍ୟ ହେବା ପରିପ୍ରେକ୍ଷୀରେ ବହୁତ ଭ୍ରମଣ କାହାଣୀ ଲେଖାଯାଉଛି, କିନ୍ତୁ ଅଧିକାଂଶ ଭ୍ରମଣକାରୀଙ୍କ ଅନୁଭୂତିର ବ୍ୟାପକତା ତଥା ପରିବେଷଣର ମୌଳିକତା ବିନା କାହାଣୀଗୁଡ଼ିକ ସମ୍ପୂର୍ଣ୍ଣ ଶୁଷ୍କ ଓ ନିରସ ମନେ ହୁଅନ୍ତି । କିନ୍ତୁ ଦେବୀ ନନ୍ଦ ଜଣେ ସୃଜନଶୀଳ ସ୍ରଷ୍ଟ୍ରା, ‘ଏକବର୍ଣ୍ଣୀ’ ଭଳି ଏକ ଉପନ୍ୟାସ ଏବଂ ଅନେକ କବିତା ତଥା ପ୍ରବନ୍ଧମାନ ରଚନା କରି ପାଠକମାନଙ୍କୁ ମୁଗ୍ଧ କରିପାରିଛନ୍ତି ସେ । ଏଣୁ ନିଜସ୍ୱ ଭ୍ରମଣ ବୃତାନ୍ତ ବର୍ଣ୍ଣନା କଲାବେଳେ ତାଙ୍କ ଭିତରେ ଅନନ୍ୟ ସ୍ରଷ୍ଟାଟି ଯେଉଁଭଳି ଭାବେ ସୃଜନର ମଞ୍ଚ ଆରୋହଣ କରି ଲେଖକ-ପାଠକ-ଶ୍ରୋତାମାନଙ୍କୁ ଏକତ୍ରିତ କରି ସୃଜନର ଚମକରେ ଚମତ୍କୃତ କରିପାରିଛନ୍ତି ତାହା ଅନୁଧ୍ୟାନ କରିବା କଥା । ଏହା ବ୍ୟତୀତ ଭାଷାର ଏକ ସୁଦକ୍ଷ ବିନ୍ଧାଣୀ ହେଉଛନ୍ତି ଦେବୀ ନନ୍ଦ, କାବ୍ୟିକ ଭାଷାର ବ୍ୟବହାର କରି ଭ୍ରମଣ କାହାଣୀକୁ ଅତ୍ୟନ୍ତ ସରଳ ଓ ସାବଲୀଳ କରିଛନ୍ତି ଦେବୀ । କେତେକ ସ୍ଥଳରେ, ବିଶେଷକରି ଆମେରିକୀୟ ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟ ବର୍ଣ୍ଣନା କଲାବେଳେ ସେ ଯେଉଁଭଳି ଆତ୍ମହରା ହୋଇପଡ଼ନ୍ତି ତାହା ଲକ୍ଷ୍ୟ କରିବା କଥା ।
ମାତ୍ର ଦେଢ଼ଟି ମାସର ଭ୍ରମଣର ପରିଧି ଭିତରେ ଭ୍ରମଣକୁ ଯେତେ ବ୍ୟାପକ କରିବା କଥା ତାକୁ କରିଛନ୍ତି ଦେବୀ ନନ୍ଦ । ନିଜକୁ ସେ ପରିଧିର କେନ୍ଦ୍ରବିନ୍ଦୁରେ ସ୍ଥାପନ କରି ପୁଅ, ପତ୍ନୀ, କନ୍ୟା ଓ ଭାଣେଜୀଙ୍କ ଭଳି ରକ୍ତ ସମ୍ପର୍କୀୟମାନଙ୍କୁ ପରିଧିର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଘଟଣା ସହ ସମ୍ପର୍କିତ କରିଛନ୍ତି । ଆମେରିକାର ପ୍ରମୁଖ ସ୍ଥାନ ଯଥା ଶିକାଗୋଠାରୁ ଆରମ୍ଭ କରି ଲାସ୍ ଭାଗାସ, ନ୍ୟୁୟର୍କ, ନ୍ୟାସଭିଲ, କାଲିଫର୍ଣ୍ଣିଆ ଓ ମ୍ୟାନହାଟେନ ବ୍ୟତୀତ ବଫେଲୋ ବିଶ୍ୱବିଦ୍ୟାଳୟ, ଟାଇମ ସ୍କୋୟାର, ନାଇଗ୍ରା ଫଲ, ଗ୍ରାଣ୍ଡ କାନ୍ୟାନ ତଥା ଷ୍ଟାଚ୍ୟୁ ଅଫ ଲିବର୍ଟି ଭଳି ବହୁ ଦର୍ଶନୀୟ ସ୍ଥାନ ପରିଦର୍ଶନର ବିସ୍ତୃତ ବିବରଣୀ ଦେଇଛନ୍ତି । ଏହା ବ୍ୟତୀତ ଆମେରିକାର ଇତିହାସ, ଅର୍ଥନୀତି ଓ ରାଜନୀତି ସହିତ ଏହାର ଲୋକମାନଙ୍କ ରୁଚି ଓ ଅଧ୍ୟବ୍ୟବସାୟ ଇତ୍ୟାଦି ବିଷୟରେ ବିସ୍ତୃତ ବିବରଣୀ ମଧ୍ୟ ଦେଇଛନ୍ତି ।
-
America Anubhuti
₹200.00ଗୋଲୋକବିହାରୀ ଧଳ (ଡିସେମ୍ବର ୧୫, ୧୯୨୧-ଜୁନ୍ ୨୪,୧୯୭୪) ଥିଲେ ଜଣେ ଉଚ୍ଚକୋଟୀର ପ୍ରାବନ୍ଧିକ, ଅନୁବାଦକ, ଭାଷାତତ୍ତ୍ୱବିତ୍], ଧ୍ୱନିତତ୍ତ୍ୱବିତ୍ ଏବଂ ଭ୍ରମଣବୃତ୍ତାନ୍ତ ଲେଖକ । ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଡିହ ଗ୍ରାମରେ ପିତା ଭୋଳେଶ୍ୱର ଧଳ ଓ ମାତା ଜାହ୍ନବୀ ଦେବୀଙ୍କ ଔରସରୁ ଜନ୍ମଲାଭ କରି ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ହାଇସ୍କୁଲରୁ ସ୍କୁଲ ଶିକ୍ଷା, ରେଭେନ୍ସା ମହାବିଦ୍ୟାଳୟରୁ ସଂସ୍କୃତ ଭାଷାରେ ସ୍ନାତକ (୧୯୪୩), ପାଟଣା ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକୋତ୍ତର (୧୯୪୫) ଶିକ୍ଷା ସମାପ୍ତ କରି ପ୍ରଥମେ ପୁରୀ କଲେଜରେ ଓ ପରେ ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ୧୯୪୯ରେ ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଭାଷା ବିଜ୍ଞାନରେ ଉଚ୍ଚତର ଶିକ୍ଷାପ୍ରାପ୍ତି କରି ଆମେରିକା ଓ ଫ୍ରାନ୍ସ ପ୍ରଭୃତି ଦେଶ ଗସ୍ତ କରିଥିଲେ । ୧୯୫୫ରେ ସେ ଆଗ୍ରା ବିଶ୍ୱବିଦ୍ୟାଳୟରେ ଭାଷା ବିଜ୍ଞାନରେ ଶିକ୍ଷାଦାନ କଲେ ଓ ୧୯୭୨ରେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗରେ ପ୍ରଫେସର ଭାବରେ ଯୋଗଦେଲେ । ତାଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ ଆମେରିକା ଅନୁଭୂତି (୧୯୫୨), ଲଣ୍ଡନ ଚିଠି (୧୯୫୩), ମଣିଷର ଭାଷା (୧୯୫୩), ଧ୍ୱନି ବିଜ୍ଞାନ (୧୯୫୮), ଓଡ଼ିଆ କେବେ (୧୯୬୩), ଇଂରାଜୀ ଉଚ୍ଚାରଣ ଶିକ୍ଷା (୧୯୬୩), ବିଚାର ଆଲୋଚନା ଇତ୍ୟାଦି ଉଲ୍ଲେଖଯୋଗ୍ୟ । ଅନୁବାଦ ପୁସ୍ତକ ‘ଗୋଦାନ’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ(୧୯୫୮) ।
-
America Chithi
₹450.00This book is a collection of articles written over two decades (1985-2005) and published regularly in the daily newspaper “Samaj”. The book title is taken from the same name “America Chithi” (Letter from America) used for the Samaj publication. The then editor of Samaj, Dr. Radhanath Rath had suggested that a regular communication like this would be beneficial to people of Odisha. In his honor the effort started with the auxiliary benefit of keeping the practice of writing in Odia language. The articles have no specific goal other than informing people about various experiences and observations. They are divided into several categories such as Life of Odias in America, Travelogues, Science and Technology, International Events, Spirituality, etc. Today information is easily available at your fingertips via Google, WhatsApp, Twitter, Facebook and cell phones. This book preceded all that and these articles were the only way to disseminate information via the print media. Hopefully readers will enjoy these writings from another era.
-
America O Canada Bhramanara Dinalipi
₹275.00This book America O Canada Bhramanara Dinalipi was first published in 2019 and the second Edition is in your hands. This is a storehouse of information on important destinations of USA and CANADA written in soft and sweet Odia language.
-
Americare Saturi Dina
₹450.00୨୦୨୨ରେ ଏହା ପ୍ରକାଶିତ ହେବାପରେ ତିନି ବର୍ଷ ବିତିଗଲାଣି। ଓଡ଼ିଆ ସାହିତ୍ୟରେ ଜଣେ ଅର୍ବାଚୀନ ଲେଖକର ପୁସ୍ତକ ଅନେକ ପଥ ଅତିକ୍ରାନ୍ତ କରିଆସିଛି। ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ଦୁଇଟି ସମ୍ମାନଜନକ ପୁରସ୍କାର ମିଳି ଯାଇଛି। ୨୦୨୨ର ରାଜଧାନୀ ପୁସ୍ତକ ମେଳା ପୁରସ୍କାର ଓ ୨୦୨୪ର ଫକୀରମୋହନ ଭ୍ରମଣ ସାହିତ୍ୟ ପୁରସ୍କାର ଏ ପୁସ୍ତକ ଓ ଲେଖକ ପାଇଁ ସ୍ୱୀକୃତି ପ୍ରଦାନ କରିଥିବାରୁ ମୁଁ ନିଜକୁ ଓ ପୁସ୍ତକଟିକୁ ଭାଗ୍ୟବାନ୍ ମନେ କରୁଛି। ସମ୍ପୂର୍ଣ୍ଣ ଅଜଣା ସୂତ୍ରରୁ ବହି ବିଷୟରେ କିଛି ଟେଲିଫୋନ୍ ପାଇଛି ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ। କେତେଜଣ ସହୃଦୟ ପାଠକ ପାଠିକା ଆମେରିକା ବୁଲିଯିବା ଆଗରୁ ବହିଟିକୁ ସାଙ୍ଗରେ ନେଇ ଯାଇଛନ୍ତି ଗାଇଡ଼୍ ହିସାବରେ। ମୋର ପରିଶ୍ରମ ସାର୍ଥକ ହେଇଛି। କିନ୍ତୁ, କିଛି ଦିନ ତଳେ ଗୋଟେ ଘଟଣା ମତେ ଏଇ ସଂସ୍କରଣ ପାଇଁ ଉତ୍ସାହିତ କଲା। ବନ୍ଧୁ ଶ୍ରୀ ଚିତ୍ତରଞ୍ଜନ ସ୍ୱାଇଁ ଆମେରିକା ଯାଇଥିଲା ବେଳେ ୱାସିଙ୍ଗ୍]ଟନ୍ ଡିିସିରେ ଦୀର୍ଘ ୩୫ ବର୍ଷ ଧରି ବାସକରୁଥିବା ତାଙ୍କର ଜଣେ ବନ୍ଧୁ ବହିଟିରେ କିଛି ନୂଆ ଜିନିଷ ଦେଖି ପଢ଼ିବା ପାଇଁ ଆଗ୍ରହାନ୍ୱିତ ହେଲେ ଓ କେମିତି ପାଇବେ ବୋଲି ପଚାରିଲେ। ତାଙ୍କୁ ବହିଟି ଦେଇଦେବାପାଇଁ ମୁଁ କହିଲି। ଭାବିଲି, ଭାରତ ବାହାରେ କେହି ଓଡ଼ିଆ ହୁଏତ ବହିଟିକୁ ପଢ଼ିବାକୁ ଇଚ୍ଛା କରିପାରନ୍ତି। ଆଉ ଆଜି ‘ଆମେରିକାରେ ସତୁରି ଦିନ’ ତୃତୀୟ ବର୍ଷରେ ପଦାର୍ପଣ ସହିତ ଆନ୍ତର୍ଜାତିକ ବଜାରରେ ପ୍ରବେଶ କରିଛି।
-
Bhabanare Bharata Bhramana
₹180.00ଫରାସୀ ଚିତ୍ରଶିଳ୍ପୀ ମୋନେ ଙ୍କର ଏପରି ଏକ ଅଭିଳାଷ ପରି ନୈବେଦ୍ୟ ଙ୍କର ଅଭିଳାଷ।ଜଣେ ପ୍ରାବନ୍ଧିକ ମଧ୍ୟ।ତାଙ୍କର ପ୍ର କୃତି ର ଆଉ ଗୋଟିଏ ବିଶିଷ୍ଟ ବିଭାବ ହେଉଛି ତାଙ୍କର ପ୍ରକୃତି ପ୍ରେମ, ସେ ପ୍ରକୃତି କୁ କେବଳ ଭଲ ପାଆନ୍ତି ନାହିଁ, ସେଠାରେ ସଦାବେଳେ ରହିବାକୁ ଚାହାନ୍ତି।ଏପରିକି ସୁନ୍ଦର ସୂର୍ଯ୍ୟୋଦୟ ସୃଯ୍ୟାସ୍ତଟିଏ ଦେଖିବା ପାଇଁ ସେ ଅନେକ ଦୂରକୁ ଚାଲି ଯାନ୍ତି।।ବନ ଜଙ୍ଗଲ ପାହାଡ଼ ପର୍ବତ ନଈ ସମୁଦ୍ର ହ୍ରଦ ଶୈଳ ନିବାସ ଦେଖିବାକୁ ସେ ପ୍ରଗାଢ ଭାବ ରେ ଭଲ ପାଆନ୍ତି।ଐତିହାସିକ ସ୍ଥାନ, ହେରିଟେଜ, ଏସବୁ କୁ ବି ସେ ଛାଡ଼ନ୍ତି ନାହିଁ।ଭ୍ରମଣ କରିବା ତାଙ୍କର ସ୍ଥିତି ସହିତ ନିବିଡ଼ ଭାବରେ ଜଡିତ।
ଏବେ ସେହିସବୁ ଅଭିଜ୍ଞତାକୁ ନେଇ ଲେଖିଛନ୍ତି ଏହି ଭ୍ରମଣ କାହାଣୀ।”ଭାବନା ରେ ଭାରତ ଯାତ୍ରା।”ସେ ପ୍ରାୟ ସମଗ୍ର ଭାରତ ର ଦର୍ଶନୀୟ ସ୍ଥାନ କୁ ଭ୍ରମଣ କରିଛନ୍ତି ମନ ପ୍ରାଣ ଦେଇ ଦେଖିଛନ୍ତି, ବିଭୋର ହୋଇଛନ୍ତି, ଅନୁଭବ କରିଛନ୍ତି।ସେହି ଅନୁଭବ କୁ ସେ ରୂପାୟନ କରି ପାଠକ ମାନଙ୍କୁ ଏହି ଉପହାର ଦେଇଛନ୍ତି।ଏହି ଭ୍ରମଣ କାହାଣୀ ତଥ୍ୟ ସମ୍ବଳିତ ନୁହେଁ।ତାଙ୍କର ଚେତନା ର ଗୋଟିଏ କାବ୍ୟିକ ପରିପ୍ରକାଶ।ସେ ବେଳେ ବେଳେ କବିତାରେ ତାଙ୍କ ଅନୁଭବ କୁ ପ୍ରକାଶ କରିଛନ୍ତି।
ସଂକଳନକୁ ସେ ଭାଗ ଭାଗ କରିଛନ୍ତି। ପୂର୍ବ ଭାରତ ପଶ୍ଚିମ ଭାରତ ଉତ୍ତର ଭାରତ ଓ ଦକ୍ଷିଣ ଭାରତ।ଏହା ବ୍ୟତୀତ ଅନେକ ଗୁଡିଏ ସ୍ଥାନ କୁ କେବଳ ଭ୍ରମଣ କାହାଣୀ ଭାବରେ ବର୍ଣନା କରିଛନ୍ତି।
-
Desha Bideshara Pathaprante
₹350.00We travel to escape from the drudgery of life to rejuvenate our mind and body. This in turn opens up new vistas to explore and experience the extraordinary that could include flora and fauna, mountains, oceans, lakes, rivers, ruins, monuments, religions, cultures and cuisines. If life is a journey, then travelling adds color to this journey. It enriches us in ways that are difficult to comprehend.
In her book, Desha Bideshara Pathaprante, Bandita Nayak has tried to narrate her travel experience over three continents that include countries Italy, Portugal, Spain, Peru, China and Sri Lanka. Her travelogue has tried to vividly describe her experience that touched her heart, uplifted her spirits and made her stop and think, in places such as, the Roman ruins in Rome, the dazzlingly ornate Jeronimos Monastery in Lisbon, the exquisitely beautiful Alhambra in Granada, famous for its Moorish architecture, the scintillating golden interior of Cusco Cathedral in Peru, tens of thousands of excavated Terracotta warriors of Xianin China, and the Sacred Tooth Relic of Buddha (rumored to have been brought from Dantapuri, the modern Puri of Odisha) to Kandy, Sri Lanka.
-
London Chithi
₹220.00ଲଣ୍ଡନରେ ଥିବାବେଳେ ଛାତ୍ର, ଶିକ୍ଷକ, ସାଥୀ, ଶୁଭେଚ୍ଛୁ ଅନେକଙ୍କଠାରୁ ଚିଠି ପାଉଥିଲି, “ଆପଣ ଆଉ ଲେଖନ୍ତୁ, ବିଲାତ କଥା ବେଶୀ କରି ଜଣାନ୍ତୁ”; ସୁଖୀ ହୁଏ । କାମ କରି କରି ଚିଟା ଲାଗିଲେ ଏଠି ସେଠି ବସି ଯା’ ଆଖିକୁ ଦିଶେ, ଯା’ ଅନୁଭୂତିରେ ଆସେ ଲେଖି ଦେଉଥିଲି । କେତେବେଳେ ଗଛ ମୂଳରେ କେତେବେଳେ ପାର୍କ ପଡ଼ିଆରେ, କେବେ ଲାବୋରେଟୋରୀରେ; କେବେ ଅବା ଶନିବାରର ସନ୍ଧ୍ୟା ବିଛଣା ପରେ । ତହିଁରେ ମନ ମେଣ୍ଟିବା ସଙ୍ଗେ ଅବସାଦ ବି ମେଣ୍ଟି ଯାଉଥିଲା । ଯା’ ଅଙ୍ଗେ ଲିଭାଇଛି, ଲେଖିଛି । ଅନୁଭୂତି ସଂପୂର୍ଣ୍ଣ ବ୍ୟକ୍ତିଗତ, ନିଜର । ଏହା ବିଲାତ ଜୀବନର ‘ବେଦଗାର’ ନୁହେଁ, ଜଣକର ଅନୁଭୂତି ମାତ୍ର । ବିଲାତ ଛଡ଼ା ଫ୍ରାନ୍]ସ ବିଷୟରେ ଏଥିରେ ଦୁଇଚାରି କଥା ମଧ୍ୟ ଅଛି ।
ଘରକୁ ଫେରି ଅନେକଙ୍କଠୁ ଶୁଣିଲି, “ଏକାଠି କରି ଦିଅନ୍ତୁ, ପ୍ରଜାତନ୍ତ୍ରରୁ ଆପଣଙ୍କ ଲେଖା ଆମେ ଅନେକଟା ପଢ଼ିଛୁ ।” ଯେତେ ଯିଏ ପ୍ରେରଣା ଦେଇଛନ୍ତି, ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ; ଓଡ଼ିଶାର ସୁପରିଚିତ ଲେଖକ ଶ୍ରୀ ଅନନ୍ତପ୍ରସାଦ ପଣ୍ଡାଙ୍କ ନିକଟରେ ବେଶୀ । ବାରମ୍ବାର ଲେଖିବା ପାଇଁ ସେ ବରାବର ମୋତେ ସସ୍ନେହ ପ୍ରେରଣା ଦେଇଛନ୍ତି । ପ୍ରକାଶ ଓ ପ୍ରଚାର ପାଇଁ ‘ପ୍ରଜାତନ୍ତ୍ର’ଙ୍କୁ ଧନ୍ୟବାଦ । ଘରେ ଲେଖାର କପି ନପାଇ ହତାଶ ହେଲି । ମାତ୍ର ଦୁନିଆରେ ସହାୟତାର ଅଭାବ ନାହିଁ ବୋଧହୁଏ । ବିଲାତ ଫେରନ୍ତା ପ୍ରାଣୀତତ୍ତ୍ୱବିତ୍ ଅଧ୍ୟାପକ ବନ୍ଧୁ ଡାକ୍ତର ବସନ୍ତକୁମାର ବେହୁରା ଓ ରେଭେନ୍]ସା କଲେଜ ଛାତ୍ର ଶ୍ରୀ ପ୍ରଫୁଲ୍ଲକୁମାର ବେହୁରା ଅଧିକାଂଶ କପି ଯୋଗାଇ ଦେଇ ପାରିଥିଲେ । ତା ଛଡ଼ା ସମସ୍ତ ଲେଖାର ପାଣ୍ଡୁଲିପି କରି ଦେବାରେ ଗଙ୍ଗାଧର ମେହେର କଲେଜର ପ୍ରଥମ ବାର୍ଷିକ କଳା ଛାତ୍ର ଶ୍ରୀ ରମେଶଚନ୍ଦ୍ର ଧଳ ବଡ଼ ସହାୟତା କରିଥିବାରୁ ତାଙ୍କୁ ମୁଁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଯେଉଁ କେତେକ ଲେଖା ମିଳିବ ନାହିଁ ବୋଲି ମୁଁ ଏକାନ୍ତ ହତାଶ ହୋଇ ପଡ଼ିଥିଲି ତାହା ମୋର ଜଣେ ପୁରାତନ ସମ୍ବଲପୁରୀ ଛାତ୍ର ଶ୍ରୀ ସୀତାରାମ ଦାଶ ଓ ଲଇତା ନିବାସୀ ଅନ୍ୟତମ ବନ୍ଧୁ ଶ୍ରୀ ନନ୍ଦକିଶୋର ପଟେଲ ଯୋଗାଇ ଦେଇଥିବାରୁ ଏ ବହି ଲେଖା ସଂପୂର୍ଣ୍ଣ ହୋଇ ପାରିଛି । ମୁଁ ସେମାନଙ୍କ ନିକଟରେ ଚିରଋଣୀ । -ଲେଖକ