-
2T Romantic Janharati
₹170.00It’s a skillful presentation of two scintillating romantic stories of love and relationship compiled into one with a subtle string bordering on extra-marital from one of the leading writers and journalists of Odisha, Ramesh Patnaik.
Built upon gripping themes of emotional, spiritual and sensual conflicts under the moon, the package of twin novellas is awe-inspiring.
The presence of moon in the twin fictions is representative of the emotional state of lovers in the stories. The characters are true to their moral, spiritual and metaphysical consciousness groomed typically in Indian sub-continent.
What should catch the readers is the emotional appeal of the stories with down-to-earth delineation of characters in their queer situations. A must read and take-home book for all: 2T Romantic Janharati.
-
Abhishapta Rajanandini
₹300.00ଏହି ସଂକଳନଟି ପ୍ରକାଶ କରିବା ପାଇଁ ମୋର କେତେଜଣ ଶୁଭାକାଂକ୍ଷୀ ବଂଧୁମାନଙ୍କର ଇଚ୍ଛା ଓ ପ୍ରେରଣାରୁ ମୁଁ ଏହି ବହିଟିକୁ ପ୍ରକାଶ କରିବା ପାଇଁ ସ୍ଥିର କଲି । ଏଥିରେ ସନ୍ନିବେଶିତ ଦୀର୍ଘ ଗଳ୍ପଗୁଡ଼ିକ ଉପନ୍ୟାସିକା ବର୍ଗରେ ଯିବ ଓ ସେଗୁଡ଼ିକ ସେମାନଙ୍କ ହୃଦୟକୁ ଛୁଇଁ ପାରିଛି ବୋଲି ସେମାନେ କହିଲେ । ବଂଧୁମାନଙ୍କ କଥା ଓ ଅନୁରୋଧ ରକ୍ଷା କରି ଏସବୁକୁ ପ୍ରକାଶ କରିଦେବା ବୁଦ୍ଧିମତ୍ତାର କାର୍ଯ୍ୟ ହେବ ଭାବି ମୁଁ ସେସବୁରୁ କିଛି ଗଳ୍ପ ଚୟନ କରି ପ୍ରକାଶ କରିବାକୁ ସ୍ଥିର କଲି । କିଛିଦିନ ଲାଗିଗଲା କେଉଁ କେଉଁ ଗଳ୍ପଗୁଡ଼ିକୁ ଉପନ୍ୟାସିକା ଶ୍ରେଣୀଭୁକ୍ତ ହୋଇପାରିବ ଭାବିବା ପାଇଁ । ଯାହା ହେଉ ତାହା ବେଶୀ ସମୟ ନେଇ ନଥିଲା, ତା’ ପରେ କେଉଁ ପ୍ରକାଶକଙ୍କୁ ଏହାର ପ୍ରକାଶନର ଦାୟିତ୍ୱ ଦେବି ଭାବିବା ସମୟରେ ଭାଗ୍ୟକୁ ମୋର ବଂଧୁ ଡ. କେ.ସି. ବଳ ‘ବ୍ଲାକ ଈଗଲ ବୁକ୍ସ’ ପ୍ରକାଶନ ସଂସ୍ଥାର ନାମ କହିଲେ ଓ ତାଙ୍କର ଫୋନ୍ ନମ୍ବର ଦେଲେ ତାଙ୍କ ସହିତ ଯୋଗାଯୋଗ କରିବା ପାଇଁ । ଯାହାହେଉ ମୁଁ ଫୋନ୍ କଲି ଏବଂ ମୋ ଭାଗ୍ୟକୁ ଶ୍ରୀ ଅଶୋକ ପରିଡ଼ା ଆନନ୍ଦର ସହିତ ମୋର ଏହି ସଂକଳନଟି ପ୍ରକାଶ କରିବାକୁ ରାଜି ହୋଇଗଲେ । ଏହି ସଂକଳନରେ ସ୍ଥାନିତ ଉପନ୍ୟାସିକାଗୁଡ଼ିକ ବହୁତ ଦିନରୁ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇଥିଲା ଏବଂ ପାଠକ ମହଲରେ ଯଥେଷ୍ଟ ଆଦୃତ ହୋଇଥିଲା । ତେଣୁ ମୋର ବିଶ୍ୱାସ ହେଲା ଏଗୁଡ଼ିକ ମଧ୍ୟ କିଛି ନୂତନ ପାଠକପାଠିକାଙ୍କୁ ଆନନ୍ଦ ଦେଇପାରେ । ଏହି ବିଶ୍ୱାସ ଓ ଆଶା ନେଇ ମୁଁ ଏହି ସଂକଳନଟି ପ୍ରକାଶ କରିବାକୁ ସ୍ଥିର କଲି । ଏହାର ପ୍ରଚ୍ଛଦ ଶିଳ୍ପୀ ଚିତ୍ରକାର ଶ୍ରୀ ବଳଦେବ ମହାରଥାଙ୍କୁ ମୋର କୃତଜ୍ଞତା ଜଣାଉଛି ଏବଂ ଅନ୍ତରର ଧନ୍ୟବାଦ ଜ୍ଞାପନ କରୁଛି । ଏହି ପୁସ୍ତକର ନାମ କରଣ ମୋ ବଡ଼ଝିଅ ରୁପାର ଇଚ୍ଛାରେ ହୋଇଛି । ଏହି ବହିଟି ପଢ଼ିସାରି ଯଦି କେହି କିଛି ଆନନ୍ଦ ପାଆନ୍ତି ତେବେ ମୁଁ ଭାବିବି ମୋ ଶ୍ରମ ସାର୍ଥକ ହେଲା ।
-
Purbashara Pakshi
₹450.00“ଯାହା ମୋତେ ଆଲୋଡ଼ିତ ଓ ଆନ୍ଦୋଳିତ କରେ ତାକୁ ନେଇ ଲେଖେ। ଘଟଣା, ପରିସ୍ଥିତି, ପରିବେଶ ସର୍ବୋପରି ମଣିଷ ଚରିତ୍ର ଓ ତା’ର ଅନ୍ତର୍ଲୋକ – ଏସବୁ ରହନ୍ତି ମୋ ଲେଖାରେ।” – ପଚାଶ ଦଶକର ମଧ୍ୟଭାଗର ‘ମୀନାବଜାର’ ପୃଷ୍ଠା ମଧ୍ୟ ଦେଇ ଏଯାବତ୍ ନିଜସ୍ୱ ଲେଖନୀର ସ୍ୱାତନ୍ତ୍ର]୍ୟ ବଜାୟ ରଖିଥିବା ବର୍ଷୀୟାନ୍ ଯଶସ୍ୱିନୀ ଔପନ୍ୟାସିକା ବନଜ ଦେବୀ ଓଡ଼ିଆ ସାହିତ୍ୟର ଜଣେ ସଶ୍ରଦ୍ଧ ଉଚ୍ଚାରଣ। “ବିଶୁଦ୍ଧ କଳ୍ପନାକୁ ନେଇ ଯାହା ଲେଖାଯାଏ ତାହା କଦାପି ହୃଦୟସ୍ପର୍ଶୀ ହୁଏ ନାହିଁ, ତେଣୁ ବିଶୁଦ୍ଧ କଳ୍ପନାରୁ ଲେଖିହୁଏ ନାହିଁ ବରଂ ବାସ୍ତବତାର ଭିତ୍ତି ଉପରେ କଳ୍ପନାର ଇଟା ଯୋଡ଼େଇ ହୁଏ” – ବୋଲି ସେ ଉଲ୍ଲେଖ କରନ୍ତି। ସ୍ୱ-ଅନ୍ତଃପ୍ରେରଣାକୁ ତାଙ୍କ ଲେଖକୀୟ ସତ୍ତାର ମୂଳ ଉତ୍ସ ମନେ କରୁଥିବା ବନଜ ଦେବୀଙ୍କ ଉପନ୍ୟାସରେ ରହିଛି ଦୀର୍ଘ ଚାରି ଦଶନ୍ଧିରୁ ଊର୍ଦ୍ଧ୍ୱ କାଳଖଣ୍ଡର ସାମାଜିକ, ସାଂସ୍କୃତିକ ତଥା ଜୀବନନିଷ୍ଠ ଉପଲବ୍ଧିର ଇସ୍ତାହାର। ସେ ‘ଉପନ୍ୟାସକୁ କାହିଁକି ନିଜ ଲେଖନୀର ଏକ ସହଜ ସ୍ୱାଭାବିକ ରୂପ ମନେକରନ୍ତି’ର ଉତ୍ତରରେ ତାଙ୍କର ବକ୍ତବ୍ୟ ହେଉଛି- “ଉପନ୍ୟାସରେ ଜୀବନକୁ, ସମାଜକୁ, ସଂସ୍କୃତିକୁ ଜାଣିହୁଏ। ଭିନ୍ନ ଭିନ୍ନ କାହାଣୀର ମାଧୁର୍ଯ୍ୟ ମିଳେ। ଜୀବନକୁ ବିଭିନ୍ନ ରୂପରେ ବିଭିନ୍ନ ଢଙ୍ଗରେ ଉନ୍ମୋଚନ କରିଥାଏ ଉପନ୍ୟାସ। ଉପନ୍ୟାସର ବଳିଷ୍ଠ ଚରିତ୍ର ଯେପରି ପ୍ରଭାବିତ କରେ ତା’ର ବାର୍ତ୍ତା ସେପରି ପ୍ରେରଣାୟିତ କରେ। ଅନେକ ସମୟରେ, ଅନେକ ଉପନ୍ୟାସରେ ପାଠକ ନିଜକୁ ଭେଟିଥାଏ। ଉପନ୍ୟାସ ବିଭିନ୍ନ ଭାବ ସମ୍ବଳିତ ଏକ ଜୀବନ କାବ୍ୟ।” ସାଂପ୍ରତିକ ସମାଜର ଅନେକ ଅବ୍ୟକ୍ତ-ଅଦେଖା ଭାବ ସଂଘଟନାକୁ ବନଜ ଦେବୀ ଅତି ସୁନ୍ଦର-ସାବଲୀଳ ଢଙ୍ଗରେ ତାଙ୍କର ଚରିତ୍ରମାନଙ୍କ ଜରିଆରେ ଉପସ୍ଥାପନ କରନ୍ତି।
-
Rekha Na`thiba Gote Haata O Samayaku Nayaka Kari
₹160.00Relationships are tiny flowers on the fabric of time. Arunabh in the novella “A palm with vanishing lines”, stays sandwiched between infinite probabilities life would ever be studded with & life’s cruel monotony. What’s his takeaway from the chaos? ‘Why can’t we remember the future?’ is a big confusion in space-time intimacy. In “Time: the protagonist”, the young man roams in search of time and finds time crucified by hands of the clock. ‘Can time vanish from a place?’, ‘ Is time a mere witness?’ and many questions hook his mind.