-
Aasa Katha Heba
₹220.00Poetry reveals the unrevealed and yet conceals the obvious. The canvas for poetry is short and freedom for use of words to express the feelings is still limited. The untold feelings and intellectual dispositions of poet Avaya Nayak have been expressed through his articles and essays on a number of issues, which influence the behaviour of common men. “Aasa Katha Heba” is a compilation of such thoughts of Sri Nayak, which deserves readers accolades.
-
ADWAITA MOHANTY SAMAGRA SARJANA SAMBHAR
₹900.00ଅଦ୍ୱୈତ ପ୍ରସାଦ ମହାନ୍ତିଙ୍କ ଜୀବନୀରୁ ଜାଣିଲେ ଯେ ସେ ପ୍ରଥମେ କବି, ପରେ ଗାଳ୍ପିକ, ପରେ ପ୍ରାବନ୍ଧିକ ଓ ଶେଷରେ ଔପନ୍ୟାସିକ । ଯାହା ପୂର୍ବରୁ କୁହାଯାଇଛି ‘ସମାଜ’ରେ ତାଙ୍କର କବିତା ହିଁ ପ୍ରଥମେ ପ୍ରକାଶ ପାଇଥିଲା (୧୯୫୮) । ପରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ ଗଳ୍ପ ସଂପୃକ୍ତ ସଂସ୍ଥାର ମୁଖପତ୍ରରେ ପ୍ରକାଶ ପାଇଥିଲା (୧୯୬୦) । ପ୍ରଜାତନ୍ତ୍ରରେ ପ୍ରବନ୍ଧ ରଚନା ପାଇଁ ସେ ପୁରସ୍କାର ପାଇଛନ୍ତି (୧୯୬୯) । ଉପନ୍ୟାସ ଲେଖନ୍ତି ୧୯୮୩ ମସିହାରେ । ଏଣୁ ତାଙ୍କ ସର୍ଜନା ବିଚାର ସେହି କ୍ରମରେ କରିବା (କ) କବି ଅଦ୍ୱୈତ ପ୍ରସାଦ (ଖ) ପ୍ରାବନ୍ଧିକ ଅଦ୍ୱୈତ ପ୍ରସାଦ (ଗ) ଗାଳ୍ପିକ ଅଦ୍ୱୈତ ପ୍ରସାଦ (ଘ) ଔପନ୍ୟାସିକ ଅଦ୍ୱୈତ ପ୍ରସାଦ (ଙ) ଉପସଂହାର ।
ଲେଖାଲେଖିରୁ ଅଦ୍ୱୈତ ପ୍ରସାଦ କିଛି ପାଇ ନଥିଲେ (ସ୍ଥୂଳ ଅର୍ଥରେ ଧନ, ବୈଭବ, ପୁରସ୍କାର, ଚର୍ଚ୍ଚା, ପ୍ରଶଂସା) ଏପରିକି ନିଜ ଲେଖାର ବହିରୂପ ସୁଦ୍ଧା ଦୁଇଖଣ୍ଡ ମାତ୍ର ଦେଖିପାରିଥିଲେ; ତଥାପି ସେ କହୁଥିଲେ (ଆଗାମୀ ଜନ୍ମରେ କ’ଣ ହୋଇ ଜନ୍ମିବାକୁ ଇଚ୍ଛା? ପ୍ରଶ୍ନର ଉତ୍ତରରେ) – “ଲେଖକଟିଏ । ଇହକାଳରେ ଚେତନାର ଯେଉଁସ୍ତରକୁ ଉଠି ମୋର ଅନ୍ତିମ ରଚନାଟି ଲେଖିଥିବି ପରଜନ୍ମରେ ସେହିଠାରୁ ମୋର ଜୀବନାରମ୍ଭ ହେଉ ଏହାହିଁ ମୋର ଅନ୍ତିମ ଇଚ୍ଛା ।”
ଆତ୍ମରକ୍ଷା ଉପନ୍ୟାସର ନାୟକର ଆଦର୍ଶ ପରି ଏବଜନ୍ମର ସଂସ୍କାର ଓ ଚେତନାର ସର୍ବୋଚ୍ଚ ସ୍ଥିତିଟି ଆରଜନ୍ମର ଅୟମାରମ୍ଭ ସ୍ତର ହେଉ- କାମନା କରୁଥିବା ଜୀବନ ଶୁଭବିଶ୍ୱାସୀ, ଜଗତ କଲ୍ୟାଣକାମୀ, ଋଷିପ୍ରତିମ ଅଦ୍ୱୈତ ମହାନ୍ତିଙ୍କ ସମଗ୍ର ଜୀବନ ଥିଲା ସାହିତ୍ୟ ସମର୍ପିତ ।
-
Akshiru Akhiku Jaha Dishe
₹235.00ଏ ଗ୍ରନ୍ଥର ଶୀର୍ଷକ ‘ଆଖିରୁ ଆଖିକୁ ଯାହା ଦିଶେ’। ଏଭଳି ନାମକରଣର ହେତୁ ହେଉଛି ଏକ ଦୃଷ୍ଟିଭଙ୍ଗୀ ବା ସ୍ୱକୀୟ ମନନଶୀଳତାର କଥା। ମୋ ଆଖିକୁ ଗୋଟିଏ ପାଠ୍ୟ ଯାହା ଦିଶେ ହୁଏତ ଅନ୍ୟଜଣଙ୍କ ଆଖିକୁ ତାହା ଅଲଗା ଦିଶିପାରେ। ସେଇ ଦିଶୁଥିବା କଥାକୁ ନେଇ ଯେତେ ସବୁ ବିମର୍ଶ ଓ ତର୍ଜମା। ଖାଲି ବିମର୍ଶ କଲେ ତ ହେବନାହିଁ ତାକୁ ବ୍ୟାଖ୍ୟାନ କରିବା ଜରୁରୀ। ବ୍ୟାଖ୍ୟାନ ସହ ତାତ୍ପର୍ଯ୍ୟ ନିର୍ଣ୍ଣୟ ବି ଜରୁରୀ। ଏହି ନିର୍ଣ୍ଣୟକୁ ବିତରଣ କରିବାକୁ ହେବ ସମସ୍ତଙ୍କ ଉପଯୋଗ ପାଇଁ। ତେଣୁ ଏ ଗ୍ରନ୍ଥ ଗୋଟିଏ ନିର୍ଦ୍ଦିଷ୍ଟ ସାହିତ୍ୟ ପ୍ରଭାଗର ଚର୍ଚ୍ଚା ଗ୍ରନ୍ଥ ନୁହେଁ। ଏଥିରେ ରହିଛି ବିବିଧ ସାହିତ୍ୟ ପ୍ରଭାଗର ଜ୍ଞାତବ୍ୟ ତଥ୍ୟପୂର୍ଣ୍ଣ ଆଲୋଚନା। ସ୍ନାତକୋତ୍ତର ଶ୍ରେଣୀରେ ପଢିବାଠାରୁ ଅଦ୍ୟାବଧି ଲିଖିତ ସକଳ ଲେଖାକୁ ସଂକଳିତ କରିବାକୁ ହଠାତ ଇଚ୍ଛା ହେଲା। ସଂକଳିତ କରିବା କଣ ଏକ ଆବଶ୍ୟକତା ? ଆବଶ୍ୟକତା ନିଶ୍ଚୟ। ଏହି ଆବଶ୍ୟକତାବୋଧରୁ ଏ ଗ୍ରନ୍ଥର ଜନ୍ମ। ଏହାକୁ ଆବଶ୍ୟକତାର ଅଭିବ୍ୟକ୍ତି କୁହାଯାଇପାରେ।
ଏହି ଗ୍ରନ୍ଥ ସହିତ ସୂତ୍ରାୟିତ ବିଷୟ ଗୁଡ଼ିକ ନିର୍ଦ୍ଦିଷ୍ଟ ସାହିତ୍ୟିକ ପ୍ରଭାଗର ନୁହେଁ। ଏଥିରେ ରହିଛି ବିବିଧ ପ୍ରସଙ୍ଗ। ଲଳିତ ଚିନ୍ତନ ମୂଳକ ପ୍ରବନ୍ଧ ସହ ଉପନ୍ୟାସ, ଗଳ୍ପ, କବିତା, ନାଟକ, ପତ୍ରପତ୍ରିକା ଓ ଭାଷାତତ୍ତ୍ୱ ସଂପର୍କିତ ବହୁବିଧ ଚର୍ଚ୍ଚାକୁ ନେଇ ଏହାର କଳେବର। ସବୁକିଛି ବ୍ୟବସ୍ଥିତ କି ସୁନିୟନ୍ତ୍ରିତ ନୁହେଁ। ବିଭିନ୍ନ ସମୟରେ ଲେଖାଯାଇଥିବା ଆର୍ଟିକିଲର ଏହା ସମାହାର। ଲେଖା ଗୁଡିକର ସମୟକାଳରେ ଦଶନ୍ଧି ଦଶନ୍ଧିର ବ୍ୟବଧାନ। କାମ ଆରମ୍ଭ ଓ ଶେଷ ମଧ୍ୟରେ ଦୀର୍ଘକାଳ। ଏହି ବ୍ୟବଧାନ ଦୃଷ୍ଟିରୁ ଲେଖା ଗୁଡ଼ିକରେ ପରିପକ୍ୱତା ଓ ବିନ୍ୟାସରେ ଅନେକ ପ୍ରଭେଦ।
-
Antaranga Alochanara Uchhwasha
₹450.00ଡକ୍ଟର ହିମାଦ୍ରୀ ତନୟା ମିଶ୍ରଙ୍କ ରଚିତ ପ୍ରଥମ ପୁସ୍ତକ ‘ଅନ୍ତରଙ୍ଗ ଆଲୋଚନାର ଉଚ୍ଛ୍ୱାସ’ ଏକ ଶିକ୍ଷଣୀୟ ପ୍ରବନ୍ଧ ଗୁଚ୍ଛ l ଏହି ପୁସ୍ତକଟି ସମସ୍ତ ସାହିତ୍ୟାନୁରାଗୀ ବିଦଗ୍ଧ ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଆମେ ଆଶା କରୁଅଛୁ l
-
Bhaba O Bhasara Samrat Surendra
₹300.00କଥା ସମ୍ରାଟ ଫକୀରମୋହନୋତ୍ତର ଓଡ଼ିଆ ଗଳ୍ପ ସାହିତ୍ୟ ଜଗତର ଅପ୍ରତିଦ୍ୱନ୍ଦ୍ୱୀ, ଅନୁପମ ବିନ୍ଧାଣି ସୁରେନ୍ଦ୍ର ମହାନ୍ତି । ସେଇ ମୂର୍ଦ୍ଧନ୍ୟ ସ୍ରଷ୍ଟାଙ୍କର ନିର୍ବାଚିତ ୨୬ ଗୋଟି ଗଳ୍ପ ଉପରେ ଆଧାରିତ ଡ. ସେଣଙ୍କର ଏକ ଭିନ୍ନ ସ୍ୱାଦର ଦ୍ୱାଦଶ ସମୀକ୍ଷା ପୁସ୍ତକ ‘ଭାବ ଓ ଭାଷାର ସମ୍ରାଟ ସୁରେନ୍ଦ୍ର’ । ଆଲୋଚିତ ପ୍ରତିଟି ଗଳ୍ପର ଭାଷା ବିଭବ ସହ ଭାବ ବିଳାସର ଚାତୁର]୍ୟ୍ୟପୂର୍ଣ୍ଣ ଚିତ୍ରାୟନ ପୁସ୍ତକଟିର ଅନନ୍ୟ ଆକର୍ଷଣ । ବିପୁଳ ପାଠକୀୟ ଶ୍ରଦ୍ଧାଲାଭ କଲେ ଶ୍ରମ ସାର୍ଥକ ହେବ ।
-
Bhala Galpa: Bhumi O Bhumika
₹250.00ଭଲ ଗଳ୍ପ ଭୂମି ଓ ଭୂମିକା’ ବହିଟିର ପରିକଳ୍ପନା ଅନେକ ଦିନର । ୧୯୮୮ରେ ‘ସମ୍ବାଦ’ର ସାହିତ୍ୟ ପୃଷ୍ଠା ସଂଯୋଜନା କରୁଥିବା ବେଳେ, ମଝିରେ ମଝିରେ ସେଥିରେ ନୂଆ ନୂଆ ଫିଚର୍ ଉପସ୍ଥାପନ କରିବା ଲାଗି ଚେଷ୍ଟା କରୁଥାଏ । ତା ଭିତରୁ ଗୋଟିଏ ଥିଲା ‘ଭଲ ଗପ କହିଲେ ଆପଣ କ’ଣ ବୁଝନ୍ତି’ ବିତର୍କ । ଏ ପ୍ରଶ୍ନଟି ସର୍ଜନଶୀଳ ଲେଖକଲେଖିକାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଯେତେବେଳେ ବି ମୁଁ କ୍ଷୁଦ୍ରଗଳ୍ପର ଭୂମିକା ବା ପରିଭାଷା ସମ୍ପର୍କରେ ଯାହା କିଛି ପଢ଼ିଛି ସେତେବେଳେ କୌଣସି ଇଂରେଜୀ କିମ୍ବା ବଙ୍ଗଳା ଲେଖକଙ୍କ ଉଦ୍ଧୃତି ପଢ଼ିବାକୁ ପାଇଛି । ଓଡ଼ିଆ ସାହିତ୍ୟର ଶ୍ରେଣୀକକ୍ଷରେ ମଧ୍ୟ ସେହି ଅବସ୍ଥା । ଏକଥା ଦେଖିଲାବେଳେ ମନରେ ପ୍ରଶ୍ନ ଉଠିଛି, ଓଡ଼ିଶାର ଛାତ୍ରଛାତ୍ରୀ, ପାଠକପାଠିକା କଣ ସବୁବେଳେ ଇଂରେଜୀ, ହିନ୍ଦୀ ବା ବଙ୍ଗଳା ଲେଖକଙ୍କ ଉଦ୍ଧୃତି (ତାହା ପୁଣି କୋଉ କାଳର) ପଢୁଥିବେ, ନିଜ ଭାଷା ସାହିତ୍ୟର ରଥୀ ମହାରଥୀଙ୍କ ମତ, ମନ୍ତବ୍ୟ ପଢ଼ିବେ ନାହିଁ! ମୋ ପାଇଁ ଆନନ୍ଦର କଥା ଯେ, ବହୁ ବିଶିଷ୍ଟ ଲେଖକ ସେତେବେଳେ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଓ ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ଏହି ବିତର୍କଟି ନିୟମିତ ଭାବେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା ।
ଏଇ କିଛି ବର୍ଷ ତଳେ ମୋର କେତେଜଣ ଲେଖକ ବନ୍ଧୁ, ପୁରୁଣା ଖବରକାଗଜ ପୃଷ୍ଠାର ସେହି ଲେଖାଗୁଡ଼ିକୁ ଏକତ୍ର କରି ଖଣ୍ଡିଏ ବହି ରୂପରେ ପ୍ରକାଶ କରିବା ଲାଗି ପରାମର୍ଶ ଦେଲେ । ମାତ୍ର ବହିଟିଏ ହେବା ପାଇଁ ଯେତିକି ଲେଖା ରହିବା ଦରକାର ସେତିକି ହାତରେ ନ ଥିଲା । ପୁଣି ଅନେକ ବଡ଼ ବଡ଼ ଲେଖକ ସେତେବେଳେ ଏହି ବିତର୍କରେ ଭାଗ ନେଇ ନ ଥିଲେ । ସେମାନଙ୍କୁ ଛାଡ଼ି ଗଲେ ବହିଟି ଅସମ୍ପୂର୍ଣ୍ଣ ମନେହେବ । ଏସବୁ କଥା ଚିନ୍ତାକରି, ସେତେବେଳେ ବିତର୍କରେ ଭାଗ ନେଇ ନ ଥିବା ଲେଖକମାନଙ୍କୁ ଚିଠି ଲେଖି ଅନୁରୋଧ କଲି । ମୋର ଅନୁରୋଧ ରକ୍ଷା କରି କେତେଜଣ ଲେଖକ ସହଯୋଗ କରିଛନ୍ତି ଓ ପଚାଶ ଜଣ ଲେଖକଙ୍କର ମତ-ମନ୍ତବ୍ୟକୁ ନେଇ ଏହି ବହିଟି ପ୍ରକାଶ ପାଉଛି ।
-
Bharatiya Paramparare Lokanatya O Lokanrutya
₹240.00ଡାଃ ଅଶ୍ୱିନୀ କୁମାର ଶତପଥୀଙ୍କ ‘ଭାରତୀୟ ପରଂପରାରେ ଲୋକନାଟ୍ୟ ଓ ଲୋକନୃତ୍ୟ’ ଶୀର୍ଷକ ସମୀକ୍ଷାତ୍ମକ ପୁସ୍ତକରେ ସ୍ଥାନିତ ସତର ଗୋଟି ପ୍ରବନ୍ଧକୁ ମୁଁ ଗଭୀର ମନୋନିବେଶ ସହକାରେ ପଢ଼ି ଆନନ୍ଦ ଲାଭ କଲି । ଡାଃ ଶତପଥୀ ଲୋକ ନାଟକ ଓ ଲୋକ ନୃତ୍ୟ ସଂପର୍କିତ ବିବିଧ ସିଦ୍ଧାନ୍ତ ଗ୍ରନ୍ଥ ଓ ଆଲୋଚନା ପୁସ୍ତକ ଅଧ୍ୟୟନ କରିବା ସହିତ କିଛିକ୍ଷେତ୍ର ଅଧ୍ୟୟନ କରିଥିବା ଜଣାଯାଏ । ସେ ଭାରତକୁ ନାଟ୍ୟକଳା ଓ ନାଟ୍ୟମଂଚର ଆଦି ଭୂମି ଭାବରେ ଗ୍ରହଣ କରି ଭଗବାନ ଶିବଙ୍କୁ ଆଦି ନଟ ରୂପେ ଉଲ୍ଲେଖ କରିଛନ୍ତି । ଋଗ୍]ବେଦଠାରୁ ଆରମ୍ଭ କରି ଭରତଙ୍କ ନାଟ୍ୟଶାସ୍ତ୍ରରୁ ଉପାଦାନ ସଂଗ୍ରହ କରି ଭାରତକୁ ନାଟ୍ୟକଳାର ଆଦି ଭୂମି ଭାବରେ ଯେପରି ପ୍ରମାଣ କରିଛନ୍ତି ଓ ଭାରତର ନାଟ୍ୟ ପରଂପରାରେ ସାର୍ଥକ ନୀତିନିଷ୍ଠ ଜୀବନ ଯାପନ ଓ ସାମାଜିକ ଶୃଙ୍ଖଳା ପାଇଁ ଯେପରି ପ୍ରେରଣା ପ୍ରଦାନ କରାଯାଇଛି ତାହା ଉପରେ ଆଲୋକପାତ କରିଅଛନ୍ତି । ପ୍ରସଙ୍ଗ କ୍ରମେ ଲୋକ ନାଟକ ଭାରତର ବିଭିନ୍ନ ପ୍ରଦେଶରେ ଉନ୍ମେଷ ଘଟି କିପରି ଅଭିଜାତ ନାଟକ ଓ ନୃତ୍ୟ ସୃଷ୍ଟି ପାଇଁ ପ୍ରେରଣା ଦେଇଥିଲା ସେ ସଂପର୍କରେ ସୂଚନା ଦେଇଛନ୍ତି । ଭାରତରେ ଲୋକନାଟକ ଓ ନୃତ୍ୟ ପରଂପରା ଯେ ଏକ ଅନୁପମ ସୃଷ୍ଟି ତାହା ଉପରେ ଦୃଷ୍ଟିପାତ କରି କଥକ, ଓଡ଼ିଶୀ, ଭାରତନାଟ୍ୟମ୍], କୁଚିପୁଡ଼ି, କଥକଲୀ, ଛଉନୃତ୍ୟ, ଘୋଡ଼ାନାଚ, କଣ୍ଡେଇନାଚ, ସଖୀନାଟ, ଢୁମସା, ଶବରଶବରୁଣୀ ନାଚ, ଡାଲଖାଇ, ଦଣ୍ଡନାଚ, ପାଟୁଆ ନାଚ ଆଦି ଓଡ଼ିଶାର ନୃତ୍ୟକଳା ଉପରେ ବିଶେଷ ଗୁରୁତ୍ୱ ଦେଇଥିବା ଲକ୍ଷ୍ୟ କରାଯାଏ । ଏହା ସହିତ ମଣିପୁର, ରାଜସ୍ଥାନ, ପୂର୍ବୋତ୍ତର ଭାରତ, ଗୁଜୁରାଟ, କେରଳ, ପଞ୍ଜାବ ଆଦି ବିଭିନ୍ନ ଅଂଚଳରେ ପ୍ରଚଳିତ ଲୋକ-ନାଟକ ଓ ନୃତ୍ୟ ଉପରେ ମଧ୍ୟ ସୂଚନା ପ୍ରଦାନ କରିଅଛନ୍ତି ।
ଭାରତର ବିଭିନ୍ନ ରାଜ୍ୟର, ଓଡ଼ିଶାର, ଆଦିବାସୀ ସମ୍ପ୍ରଦାୟର ଲୋକନାଟକ ଓ ନୃତ୍ୟ, ଲୋକଜୀବନ ଓ ଲୋକଙ୍କ ଆଚାର ବିଚାରକୁ ନେଇ ଯେମିତି ପରିକଳ୍ପିତ ଓ ରଚିତ ହୋଇଛି ତାହା ନିଶ୍ଚିତ ଭାବରେ ଆମ ସମାଜ, ସଂସ୍କୃତି ଓ ଜାତୀୟ ମାନସର ପରିଚୟ ପ୍ରଦାନ କରେ । ପୁସ୍ତକଟି ଛାତ୍ରଛାତ୍ରୀ, ପାଠକ ଓ ଗବେଷକମାନଙ୍କ ପାଇଁ ଏକାନ୍ତ ଉପାଦେୟ ।
-
Bibhor Bedana
₹200.00କବିତା ହେଉଛି ଶବ୍ଦମନ୍ତ୍ରର ଭାବଭାସ୍କର୍ଯ୍ୟ। ଏହା କଦାଚିତ ସଂରକ୍ଷଣ ସମ୍ପ୍ରସାରଣ ଅଥବା ସାମାନ୍ୟ କଥନ ଆବଶ୍ୟକ କରେନାହିଁ। ମଣିଷ ଦେଖିନଥିବା ଘନ ଅରଣ୍ୟ, ବର୍ଷାର ତାନ ଶୁଣିନଥିବା ଧୂସର ପାହାଡ଼, ଶୁଖିଲା ପଦ୍ମ ପୋଖରୀ ଓ ସେପରି ଅନେକ ଦୃଶ୍ୟ ଅଦୃଶ୍ୟ ଭାବନା ଭିତରେ ଏହା ଅଙ୍କୁରିତ ହୋଇପାରେ। କେବେ କେବେ ଅନ୍ଧାର ଭିତରେ ଜଳୁଥିବା ଆଲୋକର ପାଗଳପଣ ପ୍ରତ୍ୟେକ କବିକୁ ଆଚ୍ଛନ୍ନ କରି ରଖେ, କେବେ ପୁଣି କବି ଜାଣିଦିଏ – ସୁଖ ସମ୍ଭୋଗ ପରିପୂର୍ଣ୍ଣ ପୁରୁଷାର୍ଥ କେବେ ତା’ର ନଥିଲା ହିଁ’ ଲୋଡ଼ା !
କବିତା ତାହା
ଯାହା କେବେ ନଥିଲା
ଏବେ ଏବେ ପ୍ରକଟ ହୋଇଛି, ଏଇନେ!
କବି ପରି, କବିତା ମଧ୍ୟ ଗଢ଼ା ହୁଏନାହିଁ। ଏହା ପ୍ରସ୍ଫୁଟିତ ହୁଏ। ପଦ୍ୟକୁ ପ୍ରସିଦ୍ଧ-ପ୍ରଚାର ମାଧ୍ୟମରେ ଯେତେ ସାଦର କଲେ ମଧ୍ୟ ତାହା କଦାପି କବିତା ହୋଇଯାଏ ନାହିଁ। ଥରେ ପ୍ରସ୍ଫୁଟିତ ହୋଇଗଲେ, କବିତା କେବେ ହେଁ ଶବ୍ଦ ଓ ସଂକେତରେ ସୀମିତ ହୋଇ ରହେ ନାହିଁ, ନୀଳନଭରେ ନୀଳମେଘ ଭିତରେ ଏହା ନୀଳପଦ୍ମ ପରି ନିରନ୍ତର ଝଲସୁ ଥାଏ। କିଏ ତାକୁ ଦେଖି ପାରୁଛି ବା ଦେଖି ପାରୁନାହିଁ ତହିଁରେ ତା’ର କିଛି ଆନନ୍ଦ ଉତ୍ସାହ ବା ଅବସୋସ ନାହିଁ। କବି ମଧ୍ୟ ଠିକ ସେହିପରି।
-
Binapani Mohantynka Srusti O Drusti
₹340.00ବୀଣାପାଣି ମହାନ୍ତିଙ୍କ ମତରେ ସାହିତ୍ୟ ଅନ୍ତଃକରଣରୁ ସୃଷ୍ଟି । ୧୯୫୫ ମସିହାରେ ‘ତନ୍ଦ୍ରାହତ’ କବିତାରୁ ତାଙ୍କ ସାହିତ୍ୟଯାତ୍ରାର ଆରମ୍ଭ । ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱ ତାଙ୍କ ସାରସ୍ୱତ ଜୀବନ ଭାରତୀୟ ପାଠକ ତଥା ଅସଂଖ୍ୟ ନାରୀମାନଙ୍କପାଇଁ ଅଦମ୍ୟ ପ୍ରେରଣାର ଉତ୍ସ ପାଲଟିଛି । ଓଡ଼ିଶାରେ ଓଡ଼ିଆ ଲେଖିକା ସୃଷ୍ଟି କରିବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଷାଠିଏ ଦଶକରୁ ଊର୍ଦ୍ଧ୍ୱ ତାଙ୍କ ସାହିତ୍ୟିକ ଯାତ୍ରା ଏତେ ସହଜ ନ ଥିଲା । ରକ୍ଷଣଶୀଳ ସମାଜର ରୁଢ଼ିବାଦୀ – ତିର୍ଯ୍ୟକ୍ ଦୃଷ୍ଟିପ୍ରତି ଭୟଭୀତ ନ ହୋଇ ସେ ସ୍ୱଚ୍ଛନ୍ଦ ଭାବରେ ସମାଜର ଅନ୍ତର୍ନିହିତ ବିକୃତି, ଅସଂଗତି ତଥା ବାସ୍ତବତାକୁ ନିଜ ଗଳ୍ପସାହିତ୍ୟରେ ଚିତ୍ରିତ କରିଛନ୍ତି । ନିଜର ଶକ୍ତିଶାଳୀ ଲେଖନୀ ଚାଳନାଦ୍ୱାରା ତାଙ୍କର ମୌନ ବିଦ୍ରୋହ ରକ୍ଷଣଶୀଳ ସମାଜ ପାଇଁ ଥିଲା ନମ୍ର ସାରସ୍ୱତ ପ୍ରତିବାଦ । ବିଶିଷ୍ଟ ସାହିତ୍ୟିକ ଅନନ୍ତ ପଟ୍ଟନାୟକ, ଗୌରଚନ୍ଦ୍ର ପଟ୍ଟନାୟକ, ବ୍ରହ୍ମୋତ୍ରୀ ମହାନ୍ତିଙ୍କ ପ୍ରଗତିବାଦୀ ଅନୁଚିନ୍ତା ତାଙ୍କ ସାହିତ୍ୟର ନାରୀବାଦୀ ବିଚାରକୁ ଶକ୍ତି ଯୋଗାଇଥିଲା । ନାରୀର ସମସ୍ୟା, ସଂଗ୍ରାମ, ଯନ୍ତ୍ରଣାର ସେ ପ୍ରତିନିଧିତ୍ୱ କରିଛନ୍ତି । ଜୀବନାନୁଭୂତି ସହିତ ବ୍ୟକ୍ତିକ ଅଭିଜ୍ଞତା ହିଁ ତାଙ୍କ ଲେଖନୀର ସାମର୍ଥ୍ୟ । ଓଡ଼ିଆ ଅସ୍ମିତାର ସେ ଥିଲେ ସଚେତନ ଧାତ୍ରୀ । ସେଥିପାଇଁ ସାମାଜିକ, ସାଂସ୍କୃତିକ ପରିବର୍ତ୍ତନର ସ୍ୱର ତାଙ୍କ ସୃଷ୍ଟି ମଧ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ପରିଲକ୍ଷିତ ହୁଏ ।
ଅଧ୍ୟାପିକା ରେବତୀ ମୁଦୁଲି ବୀଣାପାଣି ମହାନ୍ତିଙ୍କ ସାରସ୍ୱତ ସାଧନାର ବିବିଧ ବୈଚିତ୍ର]୍ୟବିମଣ୍ଡିତ ରୂପକୁ ଖୁବ୍ କଳାତ୍ମକ ଶୈଳୀରେ ମୂଲ୍ୟାୟନ କରିଛନ୍ତି । ବୀଣାପାଣି ମହାନ୍ତିଙ୍କ ସୃଷ୍ଟିସମଗ୍ରର ଆଲୋଚନା ମଧ୍ୟଦେଇ ତାଙ୍କ ବ୍ୟକ୍ତିତ୍ୱର ଅନେକ ମହନୀୟ ଦିଗକୁ ଆକଳନ କରିବାରେ ସେ ସଫଳ ହୋଇଛନ୍ତି । ଷାଠିଏତ୍ତୋର ଓଡ଼ିଆ ସାହିତ୍ୟର କଥାବସ୍ତୁ ଓ ଶୈଳୀଗତ ରୂପକୁ ସ୍ୱତନ୍ତ୍ର କରି ଗଢ଼ି ତୋଳିବାରେ ମହାନ୍ ଲେଖିକା ବୀଣାପାଣି ମହାନ୍ତିଙ୍କ ଅବଦାନ ସଂପର୍କରେ ଡକ୍ଟର ରେବତୀ ମୁଦୁଲିଙ୍କ ଅଧ୍ୟୟନ, ଅନୁଶୀଳନ ଓ ମୂଲ୍ୟାୟନ ବେଶ୍ ଅଭିନନ୍ଦନୀୟ ।
-
Biswa Jibana Shantiniketan
₹320.00ମୁଁ ଶାନ୍ତିନିକେତନର ଛାତ୍ର ନଥିଲି ଆଦୌ । ତଥାପି ଏହି ବିଶ୍ୱ ବିଖ୍ୟାତ ପ୍ରତିଷ୍ଠାନ ପ୍ରତି ମୋର ଗଭୀର ଆକର୍ଷଣ ରହିଥିଲା, ପୂର୍ବ ଜନ୍ମର ସ୍ମୃତି ସହିତ ସଂଯୁକ୍ତ ହୋଇଯିବା ପରି ଅପୂର୍ବ । ୧୯୯୭ ମସିହାରେ ଯେତେବେଳେ ମୋର ଅତ୍ୟନ୍ତ ପ୍ରିୟ ଛାତ୍ର ଓ ଅନୁଜ, ସଂପ୍ରତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଶୁକମୁନି ମେହେରଙ୍କ ସହିତ ପ୍ରବେଶ କଲୁ ଶାନ୍ତିନିକେତନ ପରିସରକୁ, ସେତେବେଳେ ମନେ ହେଉଥିଲା ଯେପରିକି ସ୍ୱୟଂ ରବୀନ୍ଦ୍ରନାଥ ଆମକୁ ଦେଖିବା ପାଇଁ ଚାହିଁ ରହିଥିଲେ ଉତ୍କଣ୍ଠିତ ହୋଇ । ମୋର ଅନ୍ୟତମ ଛାତ୍ର ତଥା ମୋ ଆତ୍ମାର ଅବିଚ୍ଛେଦ୍ୟ ଅଂଶ ବର୍ତ୍ତମାନ ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ କୁମାର ପଧାନ ସେ ସମୟରେ ଅଧ୍ୟୟନ କରୁଥାନ୍ତି ଓଡ଼ିଆ ବିଭାଗରେ । ତାଙ୍କରି ଆଖି ଦୁଇଟି ମାଧ୍ୟମରେ ମୁଁ ଦେଖୁଥିଲି ସତେକି ପ୍ରତ୍ୟକ୍ଷ ଭାବରେ ଶାନ୍ତିନିକେତନର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ । ପରବର୍ତ୍ତୀ ସମୟରେ ସେଠାରେ ପିଏଚ୍ଡି ଡିଗ୍ରୀ ନିମିତ୍ତ ଗବେଷଣା କରିବାକୁ ଯାଆନ୍ତି ସ୍ନେହାଧୀନ ଆଜ୍ଞାଧୀନ ସମର୍ପିତ ହୃଦୟ ଧାରଣ-ସକ୍ଷମ ଡକ୍ଟର ବାଳକୃଷ୍ଣ ବେହେରା । ଲକ୍ଷ୍ମଣ ଥିବାବେଳେ ଯାଇଛି ଯେପରି ଶାନ୍ତିନିକେତନକୁ ସେହିପରି ବାଳକୃଷ୍ଣଙ୍କ ସମୟରେ ମଧ୍ୟ । କାୟା ସହିତ ଛାୟା ପରି ଅବିଚ୍ଛନ୍ନ ଥିଲେ ଓ ସାରା ଶାନ୍ତିନିକେତନର କୋଣ ଅନୁକୋଣକୁ ନେଇ ଯାଇଥିଲେ ଏହି ଦୁଇଜଣ ଯେଉଁ ଅନିର୍ବଚନୀୟ ଉତ୍ସାହ ସହିତ, ବୁଲାଇ ଦେଇଥିଲେ ଓ ଭିଜାଇ ଦେଇଥିଲେ ତାଙ୍କର ଅନୁରାଗଦୀପ୍ତ ଆଗ୍ରହ ବଳରେ ତାକୁ ଏ ଜନ୍ମରେ ବିସ୍ମୃତ ହୋଇଯିବା ଏକାନ୍ତ ଅସମ୍ଭବ ।
ଶାନ୍ତିନିକେତନ ଭ୍ରମଣାନୁଭୂତି ମୁଁ ଲେଖିଥିଲି ବରପାଲି କଲେଜର ମୁଖପତ୍ରରେ । ଏ ଅନୁଭୂତି ଦିନେ ଯେ ମୋତେ ଏପରି ପୁସ୍ତକଟିଏ ଲେଖିବା ପାଇଁ ପ୍ରଚୋଦିତ କରିବ, ଏହା ଭାବିପାରି ନଥିଲି କେବେହେଲେ । ଜୀବନରେ ଏକ ଏକ ସଂଯୋଗ ଏପରି ଘଟିଥାଏ ଯାହା ଅଚିନ୍ତନୀୟ ଓ କଳ୍ପନାତୀତ ।
-
Chetanara Chitralipi
₹380.00ସାହିତ୍ୟିକଚେତନା ଉଭୟ ମୌଳିକ ଲେଖକ ଓ ସମାଲୋଚକଙ୍କ ପାଇଁ ଅତ୍ୟାବଶ୍ୟକ । ଖାଲି ଏତିକି ନୁହେଁ, ଏହି ସାହିତ୍ୟିକ ଚେତନା ଏକ ‘ପାଠ’ ଓ ‘ପାଠକ’ ପାଇଁ ଅନୁରୂପ ଭାବରେ ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତି, ସମାଜ ଓ ସଂସ୍କୃତିର ଆଧାର ହେଉଛି ଏହି ସାହିତ୍ୟଚେତନା ବା ସାହିତ୍ୟିକ ଚେତନା । ଜଣେ ଦାର୍ଶନିକଠାରୁ ଆରମ୍ଭକରି ବୈଜ୍ଞାନିକ, ଗାର୍ହ୍ୟସ୍ଥ, ପାରିପାରିକ, ସାଂସାରିକ ମଣିଷଟିଏ ମଧ୍ୟ ଏହାର ଆବଶ୍ୟକତା ଅନୁଭବ କରିଥାଏ । ଏହି ଚେତନା ସାଧାରଣତଃ ପାଞ୍ଚଗୋଟି ବିନ୍ଦୁରେ ସମାହିତ । ଯଥା –
(୧) ପାଠକୀୟ ଚେତନା ଏହା ପାଠକ/ଦର୍ଶକର ବ୍ୟକ୍ତିଗତ ଦୃଷ୍ଟିକୋଣ, ଆବେଗ, ଅନୁଚିନ୍ତାବିଶେଷ ଅଟେ- ଯାହା ପାଠ/ଲେଖାଟିକୁ ପଢ଼ିଲାବେଳେ କାର୍ଯ୍ୟକାରୀ ହୁଏ ଓ ପ୍ରଭାବଶାଳୀ ହୋଇଥାଏ ।
(୨) ଲେଖକୀୟ ଚେତନା ଏହା ଲେଖକଠାରେ ଦେଖାଯାଏ । ଲେଖକର ଉଦ୍ଦେଶ୍ୟ, ଅନୁଭୂତି, ପ୍ରତ୍ୟୟ ପ୍ରଭୃତି ମୂଲ୍ୟବୋଧଭିତ୍ତିକ ହୋଇ ଟେକ୍ସଟ୍ ବା ପାଠ ମାଧ୍ୟମରେ ପ୍ରତିଫଳିତ ହୋଇଥାଏ ।
(୩) ପାଠ୍ୟ ଚେତନା ଏହା ସେହି ସାହିତ୍ୟକୃତିର ଆଭ୍ୟନ୍ତରୀଣ ଗତିତତ୍ତ୍ୱ (ୟଚ୍ଚଦ୍ଭବଜ୍ଞସମଗ୍ଦ), ବୈଚିତ୍ର]୍ୟ, ସଂରଚନା, ବିରଚନା, ଭାଷା-ଶୈଳୀ ମଧ୍ୟରେ ଅନ୍ତର୍ନିହିତ ।
(୪) ସାଂସ୍କୃତିକ ଚେତନା ସାମାଜିକ, ଐତିହାସିକ ଓ ସାଂସ୍କୃତିକ ପ୍ରସଙ୍ଗସବୁ ସାହିତ୍ୟକୃତିକୁ ପ୍ରଭାବିତ କରିଥାଏ । ଏହା ଏକ ଗୁରୁତ୍ୱପୂର୍ଣ୍ଣ କାରକ ହୋଇ ରହିଥାଏ । ପରୋକ୍ଷରେ ଏ ଚେତନା ଲେଖା ଓ ଲେଖକକୁ ପ୍ରଭାବିତ କରିଥାଏ ।
(୫) ସମାଲୋଚକୀୟ ଚେତନା ସାହିତ୍ୟକୃତିରେ ବ୍ୟବହୃତ ସାହିତ୍ୟିକ ଉପାଦାନାବଳୀ, ଥିମ୍], ବିଷୟବସ୍ତୁ, ପ୍ରତୀକ, ରୂପକ, ରୂପକଳ୍ପ, ରୂପକଥାଦିର ବିଶ୍ଳେଷଣାତ୍ମକ ଓ ମୂଲ୍ୟାୟନମୂଳକ ସଚେତନତା ହିଁ ସମାଲୋଚକୀୟ ଚେତନା ।
-
Chetanara Chitranadi
₹250.00ଆଜି ବି ପଛକୁ ଫେରି ଚାହିଁଲେ ମନେପଡ଼େ ସେଇସବୁ ଦିନ। କିଛି କବିତାର। କିଛି ସମାଲୋଚନାର। ୧୯୭୮ରୁ ‘ଇସ୍ତାହାର’ ସହ ଥିଲି ସମ୍ପୃକ୍ତ। ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ନିର୍ଦ୍ଦେଶରେ କିଛି ପ୍ରବଂଧ ଲେଖା। ପରେ ‘ମୂଲ୍ୟାୟନ’ର ସଂପାଦକ ପ୍ରଫୁଲ୍ଲ ଜଗଦେବଙ୍କ ଅନୁରୋଧରେ ମଧ୍ୟ। ସେଦିନ କବିତାରେ ଅଧିକ ନିମଗ୍ନ ଥିଲି ସତ ତଥାପି ବେଳେବେଳେ ଆବଶ୍ୟକତା ହେତୁ କିଛି କିଛି ସମାଲୋଚନା ଲେଖିଥିଲି। ସେଇସବୁ ସାହିତ୍ୟ ଆଲୋଚନା ବିଦ୍]ଗଧ ପାଠକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା।
୧୯୭୮ରୁ ୧୯୮୫ ମଧ୍ୟରେ ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇଥିଲା। ନା ନା ଜଞ୍ଜାଳ ଓ ମୋର ଅଳସୁଆମି ପାଇଁ ସମାଲୋଚନା ଗ୍ରନ୍ଥଟିଏ ପ୍ରକାଶ କରିବା ସମ୍ଭବପର ହୋଇ ପାରିନଥିଲା। ଅନେକ କତିପୟ ବଂଧୁଙ୍କର ବାରମ୍ବାର ଅନୁରୋଧ ହେତୁ ବହୁ ବିଳମ୍ବରେ ଏହା ପ୍ରକାଶିତ ହେଉଛି। ବିସ୍ମୃତିର ଗର୍ଭରୁ ଲେଖାସବୁକୁ ଖୋଜି ଲୋଡ଼ି ସଂଗ୍ରହ କରିବାକୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି। ଆଶା କରୁଛି ଏହି ସର୍ଜନଶୀଳ ଅନୁଶୀଳନକୁ ପାଠକମାନେ ଶ୍ରଦ୍ଧାର ସହ ଗ୍ରହଣ କରିବେ।
– ନିରଂଜନ