Availability: In Stock

Tuli O Tulana

200.00

ସାହିତ୍ୟ କ୍ଷୁଦ୍ର, ସଂକୁଚିତ ବା ସଂକୀର୍ଣ୍ଣ ହେଲେ ଜାତିର ପ୍ରଶ୍ନଉଠେ, ସୀମାର ପ୍ରଶ୍ନଉଠେ, ଭାଷାର ପ୍ରଶ୍ନଉଠେ- ମାତ୍ର ସାହିତ୍ୟ ବୃହତ୍ତର, ପ୍ରସାରିତ ବା ପ୍ରଶସ୍ତ ହେଲେ ସଭ୍ୟତାର ପ୍ରଶ୍ନଉଠେ (ମଣିଷ ସଭ୍ୟତାର ପ୍ରଶ୍ନ), ସୀମାହୀନତାର ପ୍ରଶ୍ନଉଠେ, ଭାଷାହୀନତାର ପ୍ରଶ୍ନଉଠେ, (ହୃଦୟର ଭାଷା ବା ମଣିଷର ଭାଷା କଥା ଉଠେ) ଓ ଆମେ ସମୀମରୁ ଅସୀମ ଆଡ଼କୁ, ସୀମାରୁ ସୀମାହୀନତା ଆଡ଼କୁ, କ୍ଷୁଦ୍ରରୁ ବୃହତ୍ତର ଆଡ଼କୁ, ଦୀପ୍ତିରୁ ଦ୍ୟୁତି ଆଡ଼କୁ, ଅନ୍ଧାରରୁ ଆଲୋକ ଆଡ଼କୁ, ସଂକୀର୍ଣ୍ଣତାରୁ ବିସ୍ତୃତି ଆଡ଼କୁ, ସର୍ବୋପରି ଅସମ୍ଭବରୁ ସମ୍ଭବ ଆଡ଼କୁ ଗତିକରୁ। ଏହା ‘ସାହିତ୍ୟ’ରୁ ‘ତୁଳନାତ୍ମକ ସାହିତ୍ୟ’ ଆଡ଼କୁ ଯିବା ଯାହା, ସେଇକଥା ମାତ୍ର।

Categories: ,

Description

About the Author

ଡକ୍ଟର ସନ୍ତୋଷ କୁମାର ନାୟକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିଗତ ଗବେଷଣା ତଥା ସମାଲୋଚନା କ୍ଷେତ୍ରରେ ଏକ ଗମ୍ଭୀର ଉଚ୍ଚାରଣ। ବିଶେଷ କରି ଭାଷାତତ୍ତ୍ୱ, ସାହିତ୍ୟତତ୍ତ୍ୱ ଓ ତୁଳନାତ୍ମକ ଅଧ୍ୟୟନ କ୍ଷେତ୍ରରେ ଡକ୍ଟର ନାୟକଙ୍କ ସିଦ୍ଧି ଅନତିକ୍ରମ୍ୟ। ଓଡ଼ିଆ ପ୍ରବନ୍ଧ, ସମାଲୋଚନା, କବିତା, କ୍ଷୁଦ୍ରଗଳ୍ପ, ରମ୍ୟରଚନା, ସ୍ମୃତିକଥା, ସମ୍ପାଦନା, ଅନୁବାଦ, ସ୍ତମ୍ଭରଚନା ଓ ପତ୍ରିକା ସମ୍ପାଦନା ପ୍ରଭୃତି କ୍ଷେତ୍ରରେ ତାଙ୍କର ଅନୁପ୍ରବେଶ ଓ ସାରସ୍ୱତ ସଫଳତା ଏକାନ୍ତ ଦୃଷ୍ଟାନ୍ତମୂଳକ। ଅଧ୍ୟୟନ, ଅଧ୍ୟାପନା ଓ ବୃତ୍ତିଗତ କ୍ଷେତ୍ରରେ ତାଙ୍କର ସଫଳତା ଏକାନ୍ତ ଈର୍ଷଣୀୟ ଓ ଅଦ୍ୱିତୀୟ। ଓଡ଼ିଆ ସ୍ନାତକୋତ୍ତର ଶ୍ରେଣୀରେ ୨୦୧୩ ମସିହାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିବା ସହ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ୨୦୧୪ ମସିହାରେ କଳାଭୂଷଣ (ଏମ୍].ଫିଲ୍].) ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଶେଷରେ ସଫଳତାର ସହ ଗବେଷଣା କରି ସେ ୨୦୧୯ ମସିହାରେ କଳାବିଭୂଷଣ (ପିଏଚ୍].ଡି.) ଉପାଧି ପ୍ରାପ୍ତ ହୋଇଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଶତାଧିକ ଗବେଷଣାତ୍ମକ ପ୍ରବନ୍ଧ ଓ ଚାଳିଶିରୁ ଅଧିକ ସଂଖ୍ୟକ ପୁସ୍ତକର ସ୍ରଷ୍ଟା ଭାବରେ ତାଙ୍କର ଏକାଧିକ ମୌଳିକ ରଚନା ଉପରେ ଏକାଧିକ ଗବେଷଣା ସନ୍ଦର୍ଭ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଉପସ୍ଥାପିତ ହେବା ସହ ୟୁନିଭର୍ସିଟି ଅଫ୍ ସେଣ୍ଟ୍ରାଲ୍ ଆମେରିକା ତରଫରୁ ବର୍ଷ ୨୦୨୨ରେ ତାଙ୍କୁ ସମ୍ମାନଜନକ ପରମଭୂଷଣ (ଡି.ଲିଟ୍].) ଉପାଧିରେ ସମ୍ମାନିତ କରିବା ତାଙ୍କ ନଭଶ୍ଚୁମ୍ବୀ ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରେ। ଲେଖକ ଡକ୍ଟର ନାୟକଙ୍କ ଅନ୍ୟାନ୍ୟ ପୁସ୍ତକ ପରି ଏହି କବିତା ପୁସ୍ତକଟି ପୂର୍ବପରି ପାଠକୀୟ ଶ୍ରଦ୍ଧା ଲାଭ କରିବ ବୋଲି ଆଶା କରାଯାଏ। ସମ୍ପ୍ରତି ଡକ୍ଟର ନାୟକ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧି-ସ୍ନାତକ ଓଡ଼ିଆ ବିଭାଗରେ ସହକାରୀ ପ୍ରଫେସର ଓ ବିଭାଗମୁଖ୍ୟ ରୂପେ କାର୍ଯ୍ୟରତ।

Additional information

book-author

Language

Odia

select-format

Paperback