Description
About the Author
ଓଡ଼ିଆ ଉପନ୍ୟାସ ଜଗତରେ କାହ୍ନୁଚରଣଙ୍କର ଥିଲା ଅଭାବନୀୟ ପ୍ରତିଷ୍ଠା । ସେ ପ୍ରତିଷ୍ଠାର ଉଜ୍ଜ୍ୱଳ ସ୍ୱାକ୍ଷର ଥିଲା ବାଲିରାଜା, ହାଅନ୍ନ, ଶାସ୍ତି, ଅଦେଖାହାତ, ଅଭିନେତ୍ରୀ, ଭୁଲି ହୁଏନା, ଝଞ୍ଜା, ତୁଣ୍ଡବାଇଦ, କା, ତମସାତୀରେ, ସତ୍ୟବତୀପରି ଅନ୍ୟୂନ ଷାଠିଏଟି ଉପନ୍ୟାସ । ଏସବୁ ତାଙ୍କୁ ଦେଇଥିଲା ବିପୁଳ ପାଠକୀୟ ସ୍ୱୀକୃତି ଓ ପହଞ୍ଚାଇଥିଲା ଲୋକପ୍ରିୟତାର ଶୀର୍ଷରେ । ଅସମଞ୍ଜସ ସାମାଜିକ ଜୀବନ, ଜାତିପ୍ରଥାର ତୀବ୍ରତା, ନାରୀର ପେଷିତ ସତ୍ତା- ସ୍ୱାଭିମାନ ଓ ସ୍ୱାଧିକାର ପାଇଁ ତା’ର ସଂଗ୍ରାମ, ପରମ୍ପରାବାଦୀ ଚିନ୍ତାଧାରା ସହ ଆଧୁନିକ ପରିବର୍ତ୍ତନ ପନ୍ଥୀଙ୍କ ଚିତ୍ତ-ସଂଘର୍ଷ-ନିଜ ଉପନ୍ୟାସମାନଙ୍କରେ ଏସବୁର କ୍ରମାଗତ ପ୍ରଦର୍ଶନ କାହ୍ନୁଚରଣଙ୍କର ଏକ ବିଶେଷ ପରିଚୟ ତିଆରି କରିଥିଲା । ଓଡ଼ିଆଙ୍କ ଆତ୍ମପରିଚୟର ପ୍ରତିଷ୍ଠା ପାଇଁ ମଧ୍ୟ ସେ ଥିଲେ ସକ୍ରିୟ । ତାଙ୍କର ଉପନ୍ୟାସଗୁଡ଼ିକ ଜୀବନର ନିର୍ଭେଜାଲ ମୋଜାଇକ୍ ଚିତ୍ରକୁ ଉପସ୍ଥାପିତ କରିପାରୁଥିଲା ଆବାଳ ବୃଦ୍ଧ ବନିତାଙ୍କ ବୋଧଗମ୍ୟ ସହଜ, ନିରଳଂକାର ଭାଷାରେ । ଶ୍ରୀ ସୂର୍ଯ୍ୟମଣି ମହାନ୍ତିଙ୍କ ଔରସରୁ ଓ ଶ୍ରୀମତୀ ଦୁର୍ଗାଦେବୀଙ୍କ ଗର୍ଭରୁ ୧୯୦୬ ମସିହା ଅଗଷ୍ଟ ମାସ ଏଗାର ତାରିଖରେ ଜନ୍ମିତ କାହ୍ନୁଚରଣ ଅଶୀବର୍ଷ ବୟସ ପର୍ଯ୍ୟନ୍ତ ନିରଳସ ଲେଖି ଚାଲିଥିଲେ । ବୃତ୍ତିରେ ସରକାରୀ କର୍ମଚାରୀ କାହ୍ନୁଚରଣ ବ୍ୟକ୍ତିଗତ ଜୀବନ, ଚାକିରି ଜୀବନ ଓ ସମାଜ ଜୀବନରୁ ଆହୃତ ଅଭିଜ୍ଞତାରୁ ସାଜିଥିଲେ ଅନନ୍ୟ ଶବ୍ଦ-ଶିଳ୍ପୀ । ୧୯୯୪ ମସିହା ଏପ୍ରିଲ ମାସ ଛଅ ତାରିଖରେ ଦେହରକ୍ଷା କରିଥିଲେ ଏହି ମହାନ କଥାକାର ।
Product details
- Publisher : Black Eagle Books
- Publication date : 21 May 2021
- Language : Oriya
- Print length : 214 pages
- ISBN-10 : 1645601870
- ISBN-13 : 978-1645601876
- Item Weight : 277 g
- Dimensions : 13.97 x 1.24 x 21.59 cm
- Country of Origin : India
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
Indian Edition Also available on: