Availability: In Stock

The Rhythm Eternal

160.00

ଏହି ସଂକଳନରେ ସ୍ଥାନିତ, ଯାହାକୁ ଗଳ୍ପ ବୋଲି ବର୍ଣ୍ଣନା କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ, ସେହି ଆତ୍ମାନୁଭୂତିଭିତ୍ତିକ ଲେଖା ବ୍ୟତୀତ ବେଳେବେଳେ ଆଉ ଏକ ଏକ ମହତ ସ୍ପନ୍ଦନ ଏ ଲେଖକକୁ ତନ୍ମୟ କରି ରଖେ । ଦିବ୍ୟ ଜୀବନର ସାଧକ ଶ୍ରୀଅରବିନ୍ଦଙ୍କର ତପସ୍ୟା ସହିତ ନିଜକୁ ଏକାତ୍ମ କରି ଦେଇଥିବା ଶ୍ରୀମା ମୋ ଜୀବନର ଶ୍ରେଷ୍ଠ ପ୍ରେରଣାଦାୟିନୀ ଶକ୍ତି । ପଣ୍ଡିଚେରୀ ଶ୍ରୀଅରବିନ୍ଦ ଆଶ୍ରମରେ ସେ ଯେତେବେଳେ ଥିଲେ ସାଧନାମଗ୍ନ, ସେତେବେଳେ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ ହେଉଥିଲା, ସେଥିରେ ପରିପୂର୍ଣ୍ଣ ହୋଇ ରହିଥିଲା ଏପରି ଏକ ସୂକ୍ଷ୍ମ ତରଙ୍ଗ, ଯାହାର ଉତ୍ସ ଅବସ୍ଥିତ ଅଦୃଶ୍ୟ ସୂକ୍ଷ୍ମ ଜଗତରେ । ଶ୍ରୀମାଙ୍କ ପ୍ରେରଣାରେ ‘ଦି ରିଦମ୍ ଇଟରନାଲ୍]’ ନାମରେ ଯେଉଁ କାର୍ଯ୍ୟକ୍ରମଟିର ପରିକଳ୍ପନା ହୋଇଛି ଓ ନାଟ୍ୟ-ମଞ୍ଚ ଉପରେ ତାହାର ଅଭିନୟ ପ୍ରକାଶ କରିଛି ଚିରନ୍ତନ ସଙ୍ଗୀତର ଧ୍ୱନିକୁ, ତାହାର ଆଧାରରେ ରଚିତ ହୋଇଛି ଏହି ଗଳ୍ପଟି । ପୁସ୍ତକଟିର ନାମକରଣ ସମ୍ପର୍କରେ ଅତ୍ୟନ୍ତ ନିବିଡ଼ ଭାବରେ ଯେତେବେଳେ ମୋର ଅନ୍ତଃସତ୍ତା ସମାଧିସ୍ଥ, ସେତେବେଳେ ହିଁ ଅନ୍ତଃପ୍ରେରଣାର ଏକ ବିରଳ ସଂକେତ ସମୁଜ୍ଜ୍ୱଳ ହୋଇଉଠିଲା ମୋ ଭିତରେ । ଯାହାର ଅନୁପ୍ରେରଣା ଦ୍ୱାରା ପରିଚାଳିତ ହୋଇ ଏହି ନାମ ରଖିବା ପାଇଁ ମୁଁ ଥିଲି ଏକ ନିମିତ୍ତ ମାତ୍ର । ଇଂରାଜୀ ନାମ ବୋଲି ଓଡ଼ିଆ ଗଳ୍ପ ସଂକଳନର ନାମକରଣ ଯେ ହୋଇପାରିବ ନାହିଁ, ଏପରି ଚିନ୍ତନ ମୋତେ ଆଦୌ ବିଚଳିତ କରିଦେଇ ନାହିଁ । ସମଗ୍ର ସଂକଳନଟିରେ ଯେତିକି ଗଳ୍ପର ଭାବବିନ୍ୟାସ ହୋଇଛି, ସେସବୁ ଯଦି ଗୋଟିଏ ସୂତ୍ରରେ ଗୁନ୍ଥି ଦିଆଯାଏ, ତା’ହେଲେ ତାହା ହେବ – ଦି ରିଦମ୍ ଇଟରନାଲ୍ । ଗୋଟିଏ ଗଳ୍ପର ନାମକରଣ ମଧ୍ୟରେ ସଂକଳନସ୍ଥ ସବୁ ଗଳ୍ପର ଭାବ-ବ୍ୟାପ୍ତିକୁ ସହୃଦୟ ପାଠକମାନେ ନିଶ୍ଚୟ ଅନୁଭବ କରିପାରିବେ ବୋଲି ମୋର ସୁଦୃଢ଼ ବିଶ୍ୱାସ । ଏଠାରେ ଭାଷା ଶାଶ୍ୱତ ଭାବରାଶିର ଏକ ଉଜ୍ଜ୍ୱଳ ସଂକେତ ମାତ୍ର । ଏହି ଭାବଧାରା ଅନୁସରଣରେ ଭାବଗ୍ରାହୀ ପାଠକପାଠିକାବର୍ଗ ଉଦ୍]ବୁଦ୍ଧ ହେଲେ ନିଜକୁ ଭାଗ୍ୟବାନ ମନେକରିବି ନିଶ୍ଚୟ ।

– ପ୍ରଫେସର ମଣୀନ୍ଦ୍ର କୁମାର ମେହେର

Category:

Description

About the Author

ସମ୍ପ୍ରତି ଓଡ଼ିଆ ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ନୂତନ ଧାରାର ପ୍ରବର୍ତ୍ତକ ପ୍ରଫେସର ମଣୀନ୍ଦ୍ର କୁମାର ମେହେର (ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର) ପାଣ୍ଡିତ୍ୟ ପ୍ରଦର୍ଶନର ପ୍ରଲୋଭନରୁ ସମ୍ପୂର୍ଣ୍ଣ ମୁକ୍ତ ଏକ ନମନୀୟ ସତ୍ତା । ଜଟିଳତାର ଜାଲରୁ ପାଠକକୁ ଉତ୍ତୀର୍ଣ୍ଣ କରାଇ କବି-ଆତ୍ମା ସହ ପ୍ରତ୍ୟକ୍ଷ ସମ୍ବନ୍ଧ ସ୍ଥାପନ କରିଦେବାରେ ଅତୁଳନୀୟ ତାଙ୍କ ଆନ୍ତରିକତା । ତାଙ୍କ ଜନ୍ମସ୍ଥାନ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମପୀଠ । ଆଉ ଏବେ ସେ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର । ବିଶ୍ୱକବିଙ୍କ କବିତାରେ ଝଙ୍କୃତ ତାଙ୍କ ପ୍ରାଣତନ୍ତ୍ରୀ । ଏ ପୃଥିବୀର ସମସ୍ତ ମହାନ ସାହିତ୍ୟଶିଳ୍ପୀଙ୍କ ଉତ୍ତର ଦାୟାଦ ବୋଲି ନମ୍ରତାର ସହିତ ଅନୁଭବ କରିବା ଓ ଉତ୍ତର ଦାୟିତ୍ୱ ସମ୍ପାଦନାରେ ନିଜକୁ ଉତ୍ସର୍ଗ କରିବା ହିଁ ତାଙ୍କ ବ୍ୟକ୍ତିତ୍ୱର ଅସାମାନ୍ୟ ସୌନ୍ଦର୍ଯ୍ୟ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 4 October 2022
  • Language ‏ : ‎ Oriya
  • Print length ‏ : ‎ 108 pages
  • ISBN-10 ‏ : ‎ 1645603210
  • ISBN-13 ‏ : ‎ 978-1645603214
  • Item Weight ‏ : ‎ 145 g
  • Dimensions ‏ : ‎ 13.97 x 0.66 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback