Availability: In Stock

Tanmaya Dhuli

200.00

ଧୂଳିକଣା ପକ୍ଷରେ କ’ଣ ନକ୍ଷତ୍ର ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ? ଅସମ୍ଭବ ନିଶ୍ଚୟ । ତେବେ କ’ଣ ଚେଷ୍ଟା କରାଯିବ? ତାହାହିଁ ସଂଗତ । ମଣିଷ ପ୍ରେମରେ ଅସଂପୂର୍ଣ୍ଣ, ସିଦ୍ଧାନ୍ତ ଘେନିବାରେ ଅନିଶ୍ଚିତ ଆଉ ମୃତ୍ୟୁ ସମ୍ମୁଖରେ ବଡ଼ ଅସହାୟ; ତଥାପି ସେହି ଅସମର୍ଥ ଜୀବନ ଘେନି କବି ଗାଲିବଙ୍କର ସେହି ସଂଗତ କାର୍ଯ୍ୟଟିକୁ ସେ କରି ଚାଲିଥାଏ ଚିରକାଳ, ସୂର୍ଯ୍ୟାଭିସରଣରେ ସମୁଦ୍ୟତ କରିଥାଏ ନିରନ୍ତର । ବ୍ୟର୍ଥତା ଅବଶ୍ୟ ଅମୋଘ । ତେବେ ଯାହାକୁ ଆମେ ବ୍ୟର୍ଥତା କହୁଛେ ତହିଁର ଅପର ପ୍ରାନ୍ତରେ ବିଦ୍ୟମାନ ରହିଛି ପରମ ସାର୍ଥକତା, ଶୂନ୍ୟର ଅପର ପ୍ରାନ୍ତରେ ବର୍ତ୍ତମାନ ଅଖଣ୍ଡ ପୂର୍ଣ୍ଣତା, ବ୍ୟବଧାନ ଅସେତୁ ସମ୍ଭବ । ବିରହ ଅବସ୍ଥା ହିଁ ତେଣୁ ଚୈତନ୍ୟ ପୀଡ଼ିତ ମଣିଷର ବଂଚିବାର ଏକମାତ୍ର ସର୍ତ୍ତ ଓ ପାଥେୟ । ପ୍ରେମରେ ଉତ୍ତୀର୍ଣ୍ଣତା, ମିଳନରେ ଚରିତାର୍ଥତା – ଯାହା ସର୍ବଦା ଅନୁପସ୍ଥିତ । ଭଲ କବିଏ ତେଣୁ ଅମୃତର ଆକାଂକ୍ଷା ଓ ସଂଧାନ ଘେନି କବିତା ଲେଖିଥାନ୍ତି । ଯାହା ଅଲବ୍ଧ ଓ ଅପ୍ରାପଣୀୟ ତାହାରି ପାଇଁ ଶେଷକଥା । ବିରହ ଦୁଃଖ ମୂଲ୍ୟବାନ । କବିତାର ବିଶେଷତ୍ୱ ଏଇଠି, ମୂଲ୍ୟ ବି । କବିତା ମୂଲ୍ୟବାନ କେବଳ କବିତା ବୋଲି ନୁହେଁ, ତାହା ଚୈତନ୍ୟର ପ୍ରସୂନ ବୋଲି ମୂଲ୍ୟବାନ । ଆଉ ଚୈତନ୍ୟ ମାନେ ଆଧ୍ୟାତ୍ମିକ । କବି ପ୍ରତିଭା ଶତପଥୀ କବିତାରେ ସେହି ଅମୃତ ସଂଧାନରେ ଅଭିସରଣ ସମୁତ୍ସୁକ । ତାଙ୍କ କବିତାକୁ ତେଣୁ ଅଧ୍ୟାତ୍ମ ଭାବନାରୁ ବିଚ୍ଛିନ୍ନ କରି ଦେଖି ହୁଏ ନାହିଁ । ସେ କବିତା ଲେଖନ୍ତି ଅଧ୍ୟାତ୍ମ ଐତିହ୍ୟର ଉତ୍ତରାଧିକାର ଘେନି । ସେଇଥିପାଇଁ ତାଙ୍କ ‘ଶବରୀ’, ‘ତନ୍ମୟଧୂଳି’ ଓ ‘ଅଧା ଅଧା ନକ୍ଷତ୍ର’ ପରି କବିତା ସଙ୍କଳନର ରଚନା ।

Category:

Description

Review

ଆଧୁନିକ ଗ୍ରୀକ ସାହିତ୍ୟର ମହତ୍ତମ ପ୍ରତିଭା କବି ନିକସ୍ କାଜାନତ୍ (୧୮୮୩-୧୯୫୭) ବିଶ୍ୱାସ କରନ୍ତି ଆମ ମନ୍ତ୍ରଦ୍ରଷ୍ଟା ଋଷିଙ୍କ ପରି, Man can contact the source power, meaning and purpose in himself and rise above his apparently tragic predicament. ମଣିଷକୁ ‘a useless passion’ କହିବା ଅପରାଧ । ପ୍ରତିଭା ଦେବୀଙ୍କ ମଣିଷର ସେହି ସାମର୍ଥ୍ୟ ଅଛି, ତାଙ୍କର ଧୂଳି ତନ୍ମୟ ହୋଇପାରେ । ତାଙ୍କ ଅଷ୍ଟାବକ୍ର ବି କହିପାରେ, “ମୁଁ ମୁଁ କି ଚମତ୍କାର, ମୋତେ ମୋର ନମସ୍କାର” (ଅଷ୍ଟାବକ୍ରର ସଂହତି) । ଯାହା ଅଙ୍ଗର ଆଠଟି ସ୍ଥାନରେ ବିକୃତି ଥିବ ସେବି ହୋଇ ଉଠିବ ଅପୂର୍ବ ଓ ଅନୁପମ – ସୁନ୍ଦରତମ । ସେ ଯେ କୌଣସି ବ୍ୟକ୍ତି ନୁହେଁ, ସେ ହେଉଛନ୍ତି ସେ ହିଁ ‘ମୁଁ’ ଯିଏ ଏକାଘଟରେ ‘ତୁମେ’ । ଯେତେବେଳେ ଜଣେ ଓଡ଼ିଆ କବି ମଣିଷ ଜୀବନର ଯଥାର୍ଥ ମର୍ଯ୍ୟାଦା ବୁଝିଛନ୍ତି, ଏହା ଅତ୍ୟନ୍ତ ଆନଂଦର କଥା, ମୋକ୍ଷ ନୁହେଁ, ମୁମୁକ୍ଷୁତ୍ୱରେ ହିଁ ମନୁଷ୍ୟତ୍ୱ ।

— ପ୍ରଫେସର ଦାଶରଥି ଦାସ, ମାୟାଲୋକ, ଗୋଧୂଳି ଲେନ୍], କଟକ

About the Author

ସାଂପ୍ରତିକ କବିତା ବାଙ୍]ମୟରେ ବିଶିଷ୍ଟ କବି ପ୍ରତିଭା ଶତପଥୀ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ଅନୁଭବର ଉଚ୍ଚାରଣକୁ ଏକାଗ୍ର ଭାବରେ କବିତାୟିତ କରିଥିବା ପ୍ରଚଣ୍ଡ କାବ୍ୟସାଧିକା ସେ । ତାଙ୍କ କବିତାର ଶବ୍ଦ ଆତ୍ମାର ଅକପଟ ଅଭିବ୍ୟକ୍ତିକୁ ସ୍ପଷ୍ଟ ଭାବରେ ଚିତ୍ରାୟିତ କରେ । କବିତା ଜରିଆରେ ସେ ଆକାଶ, ପୃଥିବୀ, ମାଟି, ବୃକ୍ଷ, ପୁଷ୍ପ, ନକ୍ଷତ୍ର, ରାତ୍ରି, ସାଗର, କାକର, ମେଘ, ମୃତ୍ୟୁ, ସଂପର୍କ, ପୂର୍ଣ୍ଣତା ଓ ଅପୂର୍ଣ୍ଣତାର ସାର୍ଥକ ଉପସ୍ଥାପିକା । ସେ ବିଚାରରେ ଗମ୍ଭୀର, ଆବେଗରେ ଛଳଛଳ, ଉଚ୍ଚାରଣରେ ଉଦାତ୍ତ ଓ ଅକୃତ୍ରିମ । ଜାତୀୟ ତଥା ମହାଭାରତୀୟ ସାହିତ୍ୟ କ୍ଷେତ୍ରରେ ଡ. ଶତପଥୀ ବ୍ୟତିକ୍ରମ ଓ ସ୍ୱତନ୍ତ୍ର । ‘ତନ୍ମୟ ଧୂଳି’ କବିତା ପୁସ୍ତକ ନିମନ୍ତେ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ କବୟିତ୍ରୀ ସେ । ଡକ୍ଟର ଶତପଥୀ ଏକାଧାରରେ ଜଣେ କବି, ପ୍ରାବନ୍ଧିକ, ଭ୍ରମଣ କାହାଣୀକାର, ଜୀବନୀକାର, ଅନୁବାଦିକା, ସଂପାଦିକା ତଥା ସମାଲୋଚିକା । କବିତା କ୍ଷେତ୍ରରେ ‘ଅସ୍ତଜହ୍ନର ଏଲିଜି’ (୧୯୬୯), ‘ଗ୍ରସ୍ତ ସମୟ’ (୧୯୭୪) ଇତ୍ୟାଦି ତାଙ୍କର ଉଲ୍ଲେଖନୀୟ ସୃଷ୍ଟି । ଏ ସମସ୍ତ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ, ଶାରଳା ପୁରସ୍କାର, କର୍ଣ୍ଣାଟକର ଏନ୍].ଏନ୍].ଥିରୁମଲାମ୍ବା ଜାତୀୟ ପୁରସ୍କାର, କବୀର ସମ୍ମାନ ଇତ୍ୟାଦି ପୁରସ୍କାର ପ୍ରାପ୍ତ ହୋଇଛନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 26 January 2024
  • Language ‏ : ‎ Oriya
  • Print length ‏ : ‎ 126 pages
  • ISBN-10 ‏ : ‎ 1645605108
  • ISBN-13 ‏ : ‎ 978-1645605102
  • Item Weight ‏ : ‎ 168 g
  • Dimensions ‏ : ‎ 13.97 x 0.76 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback