Availability: In Stock

Suryasta Purbaru Sandhya

Author: Bibhuti Patnaik

250.00

ସୂର୍ଯ୍ୟାସ୍ତ ପୂର୍ବରୁ ସଂଧ୍ୟା’ରେ ୨୦୨୧ ମସିହାରେ ପ୍ରକାଶିତ ମୋର ଯେଉଁ ୫ଟି ଗଳ୍ପ ଏବଂ ଗୋଟିଏ ଛୋଟ ଉପନ୍ୟାସ ବା ଦୀର୍ଘ ଗଳ୍ପ ସ୍ଥାନିତ ହୋଇଛି, ତାହା ମୋ ପୂର୍ବପ୍ରକାଶିତ ସମାଜବାସ୍ତବତାବାଦୀ, ସମାଜବାଦୀ ବାସ୍ତବତାଧର୍ମୀ ଏବଂ ନୂତନ ଭାବନାର ଗଳ୍ପଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏ ପୁସ୍ତକର ପ୍ରଥମ ଗଳ୍ପ ‘ଉଡ଼ାଜାହାଜ’ରେ କେହି କେହି ମ୍ୟାଜିକ୍ ରିଅଲିଜିମ୍ ବା ଯାଦୁ ବାସ୍ତବତାର ବାସ୍ନା ବାରିଥିଲାବେଳେ ଆଉ କେହି କେହି ‘ଧୂଳିଆ ବାବା’ ଏବଂ ‘ଅବକାରୀ ମନ୍ତ୍ରୀ’ ଗଳ୍ପକୁ ଉପନ୍ୟାସର ସଂକ୍ଷିପ୍ତ ସଂସ୍କରଣ ବୋଲି ଦାବି କରନ୍ତି । ‘ଉଡ଼ାଜାହାଜ’ ଗଳ୍ପରେ ଯାଦୁବାସ୍ତବତାର ନିବିଡ଼ ସ୍ପର୍ଶ ଥାଇପାରେ କିନ୍ତୁ ଏହା ମାରକ୍ୱେଜ୍]ଙ୍କ ମ୍ୟାଜିକ୍ ରିଅଲିଜିମ୍ ନୁହେଁ, ଯଦିଓ କଳ୍ପନାଶକ୍ତିର କୁହୁକ ଏ ଗଳ୍ପକୁ ସାମାଜିକ ବାସ୍ତବତାର ସୀମାନ୍ତ ପାର କରିଦେଇଛି ।

ନବେ ଦଶକରେ ‘ଝଙ୍କାର’ରେ ପ୍ରକାଶିତ ସାମାଜିକ ବାସ୍ତବତାବାଦୀ ଗଳ୍ପ ସହିତ ୨୦୨୧ ମସିହାରେ ଲିଖିତ ମୋର ପାଞ୍ଚଟି ଭିନ୍ନଭାଷୀ ଏବଂ ଭିନ୍ନ ଭାବନାର ଗୁରୁତ୍ୱପୂର୍ଣ୍ଣ ଗଳ୍ପକୁ ‘ବ୍ଲାକ୍ ଈଗଲ୍ ବୁକ୍ସ’ ପ୍ରକାଶ କରୁଥିବାରୁ ପାଠକମାନଙ୍କ ଲାଗି ଏହା ଅଧିକ ଆକର୍ଷଣୀୟ ଓ ସଂଗ୍ରହଣୀୟ ହେବ ବୋଲି ଆଶା କରୁଛି ।

– ବିଭୂତି ପଟ୍ଟନାୟକ

Category:

Description

About the Author

ଆଧୁନିକ ଓଡ଼ିଆ କଥା ସାହିତ୍ୟରେ ଅଜସ୍ରସ୍ରାବୀ ସର୍ଜନାର ରୂପକାର ଭାବେ ବିଭୂତି ପଟ୍ଟନାୟକ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ତାଙ୍କ ଜନ୍ମ ୧୯୩୭ ମସିହାରେ ଜଗତ୍]ସିଂହପୁର ଜିଲ୍ଲା ଅନ୍ତର୍ଗତ ଡିଙ୍ଗେଶ୍ୱର ନିକଟବର୍ତ୍ତୀ ଜିରା ଗ୍ରାମରେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ‘ଓଡ଼ିଆ ଉପନ୍ୟାସର ସମାଜତାତ୍ତ୍ୱିକ ଅଧ୍ୟୟନ’ ଶୀର୍ଷକ ସନ୍ଦର୍ଭ ପ୍ରସ୍ତୁତ କରି ସେ ପିଏଚ୍].ଡି. ଡିଗ୍ରୀ ଲାଭ କରିଛନ୍ତି । ବିଭୂତି ପଟ୍ଟନାୟକ ଆଧୁନିକ ଓଡ଼ିଆ କଥାଜଗତକୁ ନିଜର ଗୁଣାତ୍ମକ ତଥା ପରିମାଣାତ୍ମକ ସୃଷ୍ଟିସମ୍ଭାର ମାଧ୍ୟମରେ ଋଦ୍ଧିମନ୍ତ କରିଛନ୍ତି । ତାଙ୍କ କଥା ସାହିତ୍ୟର ବାତାୟନ ମଧ୍ୟ ଦେଇ ପାଠକ ସାମାଜିକ, ରାଜନୀତିକ ତଥା ମାନବୀୟ ଜୀବନଧାରାର ପରିବର୍ତ୍ତିତ ରୂପଚିତ୍ରକୁ ଉପଲବ୍ଧ କରିପାରେ । ପ୍ରେମ, ପ୍ରତାରଣା, ସଂଘର୍ଷ, ସ୍ଖଳନ, ଆତ୍ମସ୍ୱାଭିମାନ ତଥା ଆତ୍ମପ୍ରତିଷ୍ଠାର ମାନବୀୟ ମୂଲ୍ୟବୋଧକୁ ନେଇ ତାଙ୍କର ଗଳ୍ପ ଉପନ୍ୟାସ ପରିପୁଷ୍ଟ । ‘ଚପଳଛନ୍ଦା’ ଉପନ୍ୟାସରୁ ଆରମ୍ଭ କରି ‘ନାୟିକାର ନାମ ଶ୍ରାବଣୀ’, ‘ବଧୂନିରୁପମା’, ‘ଅଶ୍ୱମେଧର ଘୋଡ଼ା’, ‘ନଦୀ ନାରୀ ନକ୍ଷତ୍ର’, ‘ଓଦାମାଟିର ସ୍ୱର୍ଗ’, ‘ଏଇ ଗାଁ ଏଇ ମାଟି’, ‘ଏଇ ମନ ବୃନ୍ଦାବନ’, ‘ଏକାନ୍ତ ଆଦିମ’, ‘ପ୍ରଥମ ସକାଳ’, ‘ଘନକୁହୁଡ଼ିର ଦିନ’ ପ୍ରମୁଖ ଉପନ୍ୟାସ, ‘ମନ ଭଲ ନାହିଁ’, ‘ନିର୍ବାଚିତ ଗଳ୍ପ’, ‘ଗ୍ରହଣ’, ‘ସ୍ମୃତିର ସୁଦେଷ୍ଣା’, ‘ଅନେକ ତାରାର ରାତ୍ରି’, ‘ଅଦିନ ଶ୍ରାବଣ’, ‘ଭଲ ଝିଅ ଖରାପ ଝିଅ’, ‘ଦେବକୀର କାରାବାସ’ ପ୍ରମୁଖ ଗଳ୍ପ ସଂକଳନ ବିଭୂତୀୟ କଥାଚାତୁରୀର ସ୍ୱତନ୍ତ୍ର ପରିଚୟ ବହନ କରନ୍ତି । ଆଖି ଆଗର ସମାଜ, ଚରିତ୍ର, ଘଟଣା ଓ ପରିବେଶକୁ ନେଇ ତାଙ୍କ କଥାଜଗତ ଅତ୍ୟନ୍ତ ନିଚ୍ଛକ ଓ ଜୀବନ୍ତ ମନେ ହୁଏ । ସେ ଜଣେ ବୁଦ୍ଧିଦୀପ୍ତ ପ୍ରାବନ୍ଧିକ ତଥା ସମାଲୋଚକ ମଧ୍ୟ । ସେ ପାଇଥିବା ବିଭିନ୍ନ ସମ୍ମାନ ଓ ପୁରସ୍କାର ମଧ୍ୟରେ ‘ଅଶ୍ୱମେଧର ଘୋଡ଼ା’ ଉପନ୍ୟାସ ପାଇଁ ୧୯୮୫ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୯ର ଶାରଳା ପୁରସ୍କାର, ‘ମହିଷାସୁରର ମୁହଁ’ ଗଳ୍ପ ସଂକଳନ ପାଇଁ ୨୦୧୫ର ସାହିତ୍ୟ ଏକାଡମୀ ପୁରସ୍କାର, ୨୦୧୬ର ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ଉଲ୍ଲେଖ ରୁହନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 20 December 2022
  • Language ‏ : ‎ Oriya
  • Print length ‏ : ‎ 202 pages
  • ISBN-10 ‏ : ‎ 1645600963
  • ISBN-13 ‏ : ‎ 978-1645600961
  • Reading age ‏ : ‎ 5 years and up
  • Item Weight ‏ : ‎ 263 g
  • Dimensions ‏ : ‎ 13.97 x 1.17 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Black Eagle Books
  • Generic Name ‏ : ‎ 1

Indian Edition Also available on:

Additional information

book-author

Language

Odia

select-format

Paperback