Description
About the Author
ଗିରିବାଳା ମହାନ୍ତି(୧୯୪୭-): ନିସର୍ଗ ପ୍ରକୃତି ତାଙ୍କୁ ମୁଗ୍ଧ କରେ; ସାମାଜିକ ଅବିଚାର କରାଏ ଦୁଃଖୀ; ବିଶ୍ୱର ବୈଚିତ୍ର]୍ୟ କରାଏ ବିସ୍ମିତ- ଏସବୁର ସମନ୍ୱୟରେ ଗିରିବାଳାଙ୍କ କବିତା ଜୀବନର ନାନ୍ଦନିକତାର କଥା କହେ; ସାମାଜିକ କଲ୍ୟାଣର ଗାଥା ଗାଏ; ବ୍ୟକ୍ତିର ଉଦାର ମାନସିକତାର ସ୍ୱପ୍ନ ଦେଖେ ଏବଂ ନାରୀର ସାମାଜିକ ସତ୍ତା, ସ୍ଥିତି ଓ ସ୍ୱାଧିକାର ପ୍ରତି ହୋଇଉଠେ ସମ୍ବେଦନଶୀଳ ।ଓଡ଼ିଆ କାବ୍ୟଜଗତରେ ଗୂଢ଼ ତାତ୍ପର୍ଯ୍ୟପୂର୍ଣ୍ଣ ବକ୍ତବ୍ୟର ସହଜ ପରିପ୍ରକାଶ ପାଇଁ ଗିରିବାଳା ପରିଚିତ । ‘ତୋପାଇଁ ମୁଁ ରୂପବନ୍ତ’, ‘ତୁମ ନ ଆସିବା ନେଇ’, ‘ସ୍ତ୍ରୀଲୋକ’, ‘କାଳିଝିଅ’, ‘ମା ହବାର ଦୁଃଖ’, ‘ମୋତେ ଆକାଶ କଥା ପଚାରନା’, ‘କାତି କାତିଆ କାତ୍ୟାୟନୀ’ ପରି ସଙ୍କଳନ ଗିରିବାଳାଙ୍କ ପ୍ରତିଭା ଓ ପୁରୋଦୃଷ୍ଟିର ପ୍ରତିଫଳନ । ଓଡ଼ିଶାର ଜଳେଶ୍ୱର ସ୍ଥିତ ନାମ୍ପୋଠାରେ ଜନ୍ମିତ ଏ କବି ବିଶ୍ୱଭାରତୀରୁ ପ୍ରଫେସର ଭାବେ ଅବସର ନେଇ ଶାନ୍ତିନିକେତନରେ ସ୍ଥାୟୀଭାବେ ରହୁଛନ୍ତି ।
Product details
- Publisher : Black Eagle Books
- Publication date : 19 November 2021
- Language : Oriya
- Print length : 140 pages
- ISBN-10 : 1645602230
- ISBN-13 : 978-1645602231
- Item Weight : 186 g
- Dimensions : 13.97 x 0.84 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





