Availability: In Stock

Sharasajya

Author: Heena Modi

200.00

ହୃଦୟରୁ ଝରୁଥିବା ରକ୍ତରେ ଲେଖାଯାଇଛି ଶରଶଯ୍ୟା, ଜୀବନ ଯନ୍ତ୍ରଣାର ଭୟଙ୍କର ଅନୁଭବ । ପଢ଼ିଲା ବେଳେ ଆଖିରୁ ଝରିଆସୁଥିବା ଲୁହକୁ ଅଟକାଇ ପାରିଲିନି । ଆଉ ଏ ବହିର ‘ମାଷ୍ଟର ପିସ୍]’ ତ୍ରୟୋଦଶ ଅଧ୍ୟାୟ ‘ଭଗବାନଙ୍କୁ ଗୋଟେ ଖୋଲାଚିଠି’ ମୋ ଅନ୍ତରକୁ ଦୋହଲାଇ ଦେଇଥିଲା । କଷ୍ଟ ଯନ୍ତ୍ରଣା ସମୁଦ୍ରରେ ବୁଡ଼ି ବୁଡ଼ି ଜଣେ ଏତେ ସକାରାତ୍ମକ ଭାବରେ ଭଗବାନଙ୍କୁ ନିଜର କରିବାରେ କାର୍ପଣ୍ୟ କରିନାହାଁନ୍ତି । “ଆପଣ ଏହି ଲୁଚକାଳି ଖେଳ ଛାଡନ୍ତୁ ଏବଂ ମୋ ସାମନାକୁ ଆସନ୍ତୁ । ମୁଁ ମୋ ବାଳ ଧୋଇଦେବି ଏବଂ ସେଗୁଡ଼ିକୁ ଏକାଠି କରି ବାନ୍ଧି ଦେବି । ମୁଁ ମୋର ଅତିପ୍ରିୟ ମୟୁରକଣ୍ଠୀ ନୀଳ ଶାଢ଼ୀରେ ସଜେଇ ହେବି । ଆପଣ ମୋର ଟର୍କିସ୍ କାନଫୁଲ ଏବଂ କଙ୍କଣ ଦେଖି ମୋତେ ଚହ୍ନିପାରିବେ । ମୁଁ ମୋ ବାରଣ୍ଡାରେ ଆପଣଙ୍କ ସହିତ ବସିବି କାଡ଼ାମନ ବାସ୍ନାର କଫି ସହିତ । ମୁଁ କିଛି ବି ପ୍ରଶ୍ନ ପଚାରିବି ନାହିଁ । ଆମେ ଉଭୟେ ଉଭୟଙ୍କର ସୌହାର୍ଦ୍ଦ୍ୟ ଅନୁଭବ କରିବା ମୋ ବାରଣ୍ଡାରେ ଲାଗିଥିବା ଦୋଳି ଉପରେ ବସି । ମୁଁ ଆପଣଙ୍କ କାନ୍ଧ ଉପରେ ମୁଣ୍ଡ ରଖିବି । ମୁଁ ଚାହେଁ ଆପଣ ଆପଣଙ୍କ ରୁମାଲରେ ମୋ ଲୁହ ପୋଛି ଦିଅନ୍ତୁ । ମୁଁ ବହୁତ ଥକି ଯାଇଛି କିନ୍ତୁ ହାରି ଯାଇନି ।”

ପୁସ୍ତକଟିରେ ଅନେକ ସ୍ଥାନରେ ପୁନଃ କଥନ ଓ ଅତିକଥନ ବେଳେବେଳେ ଅପ୍ରୀତିକର ଲାଗିପାରେ କିନ୍ତୁ ଯନ୍ତ୍ରଣାର ଅନୁଭବ, ଆକସିଡେଣ୍ଟାଲ, ଡାକ୍ତରଖାନାର ୧୧ ମାସର କଷ୍ଟ, ୧୬ରୁ ଅଧିକ ଅପରେସନ ବିରଳ ବ୍ୟାକ୍ଟୋରିଆ ଇନ୍]ଫେକ୍ସନ, ଆତ୍ମୀୟ, ପୁଅ, ଝିଅ, ସ୍ୱାମୀ, ସାଙ୍ଗସାଥୀ ମାନଙ୍କର ଭୂମିକା ଡାକ୍ତର ଓ ଥେରାପିଷ୍ଟ ମାନଙ୍କର ସାହାଯ୍ୟ ୧୪ଟି ଅଧ୍ୟାୟରେ ଲିପିବଦ୍ଧ ହୋଇଛି । ଶେଷ ଅଧ୍ୟାୟ ଜୀବନକୁ ଏସବୁ ପରେ ବି ସେ ଅତିମାତ୍ରାରେ ଭଲ ପାଆନ୍ତି ।

ସର୍ବଶେଷ ଉପଲବ୍]ଧି ହେଲା, “ତୁମେ ଯେତେବେଳେ ହସୁଛ, ପୃଥିବୀ ତୁମ ସହିତ ହସେ, କିନ୍ତୁ ତୁମେ ଯେତେବେଳେ କାନ୍ଦୁଛ, ତୁମକୁ ଏକାହିଁ ସବୁ ଯନ୍ତ୍ରଣା ପିଇ କାନ୍ଦିବାକୁ ପଡ଼େ ।”

Categories: ,

Description

About the Author

ସମସାମୟିକ ସାହିତ୍ୟ ଜଗତରେ ଏକ ବଳିଷ୍ଠ ସ୍ବର ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ । ଭାଷା- ଭାବ-ଶୈଳୀର ସାରଲ୍ୟ ତାଙ୍କ ଲେଖାର ଅନ୍ତଃସ୍ବର । ବହୁ ଜୀବନ ଯନ୍ତ୍ରଣା ଅତିକ୍ରମ କରି ସେ ଜଣେ ସଫଳ ସାହିତ୍ୟ ସ୍ରଷ୍ଟା ଭାବରେ ଆଦୃତ ଓ ସ୍ବୀକୃତ । ୫ଟି ଅନୁବାଦ(ହିନ୍ଦୀ, ବଙ୍ଗଳା, ଇଂରାଜୀରୁ), ୪ଟି କବିତା ପୁସ୍ତକ, ୪ଟି ପ୍ରବନ୍ଧ ପୁସ୍ତକ, ୩ଟି ସଂକଳନ ଏବଂ ଗୋଟିଏ ଜୀବନୀ ପୁସ୍ତକର ସାରସ୍ବତ ସ୍ରଷ୍ଟା ସେ । ସନାତନୀ ପତ୍ରିକାର ସମ୍ପାଦିକା ଅଛନ୍ତି । ମୂଲ୍ୟବୋଧ ଏବଂ ଆଧ୍ୟାତ୍ମିକତା ତାଙ୍କ ସାହିତ୍ୟର ମଞ୍ଜ । ଗୁଜୁରାଟୀ ଭାଷାରୁ ଅନୁଦିତ ହୀନା ମୋଦୀଙ୍କର ଶରଶଯ୍ୟା ଏକ ଅତ୍ୟନ୍ତ ସମ୍ବେଦନଶୀଳ କଣ୍ଟକିତ ଶଯ୍ୟାର କାହାଣୀ, ଯାହା ହୃଦୟକୁ ସ୍ପର୍ଶ କରି ଆଖିକୁ ଓଦା କରିଦେବ ନିଶ୍ଚୟ । ଏହା ବିଜୟଲକ୍ଷ୍ମୀଙ୍କର ଷଷ୍ଠ ଅନୁବାଦ ପୁସ୍ତକ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 25 April 2023
  • Language ‏ : ‎ Oriya
  • Print length ‏ : ‎ 124 pages
  • ISBN-10 ‏ : ‎ 1645603873
  • ISBN-13 ‏ : ‎ 978-1645603870
  • Item Weight ‏ : ‎ 168 g
  • Dimensions ‏ : ‎ 13.97 x 0.74 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback

Translator

Bijayalaxmi Mohanty Pattnaik