Description
Review
ବହିଟି ଲେଖକଙ୍କର ଅଦମ୍ୟ ଉତ୍ସାହ ପାଣ୍ଡିତ୍ୟ, ସାହିତ୍ୟପ୍ରୀତି, ଧୈର୍ଯ୍ୟ ଓ ସତ୍]ସାହସର ଫଳଶ୍ରୁତି ଅଟେ । ମୋର ଆଶା ଓ ବିଶ୍ୱାସ, ବହିଟି ନିଶ୍ଚିତଭାବେ ଲୋକପ୍ରିୟ ହେବ ଏବଂ ତଦ୍ୱାରା ଲେଖକଙ୍କର ଶ୍ରମସାର୍ଥକ ହେବ । ମୂଳରୁ ଶେଷଯାଏଁ ବହିଟି ସେକ୍]ସପିଅର୍]ଙ୍କ ଜୀବନ, କୃତି ତଥା ଇଂଲଣ୍ଡର ସାଂପ୍ରତିକ ଇତିହାସ ଉପରେ ଅନେକ ରୋଚକ ତଥ୍ୟ ପ୍ରଦାନ କରେ ।
—ଡକ୍ଟର ରାମନାରାୟଣ ପଣ୍ଡା, ପ୍ରାକ୍ତନ ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ସ୍ନାତକୋତ୍ତର ଇଂରେଜୀ ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ସାହିତ୍ୟାନୁରାଗୀ ସାହିତ୍ୟସ୍ରଷ୍ଟା ଶ୍ରୀ ପ୍ରଦୀପ କୁମାର ରଥ ଜଣେ ସଫଳ, ସିଦ୍ଧହସ୍ତ ନାଟ୍ୟକାର, କବି ଓ ସମାଲୋଚକ । ସେକ୍]ସପିଅରଙ୍କର ଜନ୍ମବୃତ୍ତାନ୍ତଠାରୁ ଆରମ୍ଭ କରି, ଜନ୍ମରହସ୍ୟ ସମ୍ବନ୍ଧିତ ଗବେଷଣାକୁ ଉତ୍]ଥାପନ କରି, ତତ୍କାଳୀନ ସାମାଜିକ ଜୀବନ ପରିପ୍ରେକ୍ଷୀରେ ଅନେକଗୁଡ଼ିଏ ମତ ଆମ ସାମ୍ନାରେ ରଖିଛନ୍ତି । ପ୍ରତ୍ୟେକ ନାଟକର ସାରାଂଶ ସାଧାରଣ ଜନତା ଆଗରେ ଥୋଇଛନ୍ତି ପୁସ୍ତକ ମାଧ୍ୟମରେ । ବିନ୍ଦୁରେ ସିନ୍ଧୁ ଦର୍ଶନର ସୁଯୋଗ ଦେଇଛନ୍ତି ଆମ ସମସ୍ତଙ୍କୁ । ଆଶା, ତାଙ୍କରି କଲମ ଅବିରତ ଚିତ୍ରିତ କରୁଥାଉ ଆମ ସମସ୍ତଙ୍କ ବିଚିତ୍ର ଜୀବନାନୁଭବ ।
—ଡ. ଏମ୍]. ସୀମାଞ୍ଚଳ ରାଓ, ଅବସରପ୍ରାପ୍ତ ଅଧ୍ୟକ୍ଷ
କବି, ନାଟ୍ୟକାର, ଭ୍ରମଣକାହାଣୀକାର ଓ ସମାଲୋଚକ ଶ୍ରୀପ୍ରଦୀପ କୁମାର ରଥଙ୍କର ସଦ୍ୟତମ ଗ୍ରନ୍ଥ ‘ସେକ୍]ସପିଅର ଜୀବନୀ ଓ କୃତି’ ଏହି ଶ୍ରେଷ୍ଠ ନାଟ୍ୟକାରଙ୍କ ସଂଘାତମୟ ଜୀବନ ଏବଂ ତାଙ୍କର ଅମିଳନ କୃତି ପ୍ରତି ଏକ ମହାର୍ଘ ସାରସ୍ୱତ ଅର୍ଘ୍ୟ ।
—ଗୋସ୍ୱାମୀ ଗୋଲାମ ଦେବତା, ଆଇ.ଏ.ଏସ୍].(ଅବସରପ୍ରାପ୍ତ)
About the Author
Product details
- Publisher : Black Eagle Books
- Publication date : 19 April 2024
- Language : Oriya
- Print length : 206 pages
- ISBN-10 : 1645605426
- ISBN-13 : 978-1645605423
- Item Weight : 268 g
- Dimensions : 13.97 x 1.19 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253






