Availability: In Stock

Shailaj Rabi Nirbachita Kabita

Author: Shailaj Rabi

200.00

“ନିର୍ବାଚିତ କବିତା’ ସଂକଳନର କବି ସଂସାର ଓ ସନ୍ନ୍ୟାସ ଉଭୟ ଦିଗକୁ ଚାହିଁଥିବା ସଂଶୟୀ ସାଧାରଣ ମଣିଷ, ଯାହା ଭିତରେ କ୍ରୋଧ ଯେତିକି ପ୍ରେମ ବି ସେତିକି। କୋକେଇ ଉପରୁ ସଂସାର ଦର୍ଶନ କରୁଥିବା ସେ ବୈରାଗୀ ମଣିଷ, ପୁଣି ଦାରୁ ଭିତରେ ବ୍ରହ୍ମର ଆସ୍ଥା ରଖୁଥିବା ବିରଳ ବିଶ୍ୱକର୍ମା। ସିଏ ପୁଣି ନିଜକୁ ବାଘ ଖାଇଯିବା ଜରିଆରେ ସତ୍ୟର ପ୍ରତିଷ୍ଠା କରାଇଥିବା ବିଜ୍ଞାନୀ ଗାଈଆଳ କିଶୋର। ସିଏ ଅନାସକ୍ତ ଅନ୍ତରୀପ ପୁଣି ସ୍ପର୍ଶକାତର ଗଧ କାନ୍ଧେଇଥିବା ବାଟୋଇ। ତାଙ୍କ ଭିତରେ ଅନେକ ଅନୁଭବ, ଅନୁରଣନ, ଆଲୋଡ଼ନ। ସେ ଦେବତାର ଘର ଭାଙ୍ଗି ସାଧାରଣ ମଣିଷର ସୁଖସୁବିଧା ଯୋଗାଇଦେବାକୁ ଉଦ୍ୟତ ସର୍ବୋଦୟ କର୍ମୀ, ସାମ୍ୟବାଦୀ ପୁଣି ଲୋକନାଥ ପୋଖରୀର ମେହେନତୀ କୂର୍ମ। ସିଏ କୋଇଲି, ସିଏ କାଳିଦାସ।

Category:

Description

About the Author

ଶୈଳଜ ରବି (ଜନ୍ମ-୧୯୪୧, କଟକ ସହର) ସର୍ବୋଦୟ ଆନ୍ଦୋଳନ ଓ ମାନବିକ ଅଧିକାର ସୁରକ୍ଷା ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାଗ ନେଇଛନ୍ତି। ୧୯୭୫ ମସିହାରେ ଘୋଷିତ ଜରୁରୀ ପରିସ୍ଥିତି ସମୟରେ ୬ ମାସ କାରାବରଣ କରିଛନ୍ତି। କବି ଭାବରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ଓ ପ୍ରତ୍ୟାଖାନ କରିଛନ୍ତି। ଏହା ବ୍ୟତୀତ ତାଙ୍କର ପାଞ୍ଚଟି ଅନୁବାଦ କୃତି ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଇଣ୍ଡିଆ ପ୍ରକାଶ କରିଛନ୍ତି। ‘କେନୋପନିଷଦ’ ଏବଂ ଲକ୍ଷ୍ମୀଧର କବିକୃତ ‘ଅଦ୍ୱୈତ ମକରନ୍ଦ’ର ମଧ୍ୟ ଓଡ଼ିଆ ପଦ୍ୟାନୁବାଦ କରିଛନ୍ତି।ନନ୍ଦନତତ୍ତ୍ୱ, ଲୋକବିଦ୍ୟା, ସାହିତ୍ୟତତ୍ତ୍ୱ ଓ କଳା ସମ୍ପର୍କରେ ତାଙ୍କର ବହୁ ତୁଳନାତ୍ମକ ଓ ଆନ୍ତର୍ବିଦ୍ୟାଭିତ୍ତିକ ସମାଲୋଚନା ନିବନ୍ଧ ରହିଛି। ‘Parents & Pedagogues’ ନାମକ ଇଂରାଜୀ ପତ୍ରିକା ସମ୍ପାଦନା କରିଛନ୍ତି। ଏ ପର୍ଯ୍ୟନ୍ତ ୭ଟି କବିତା ସଂକଳନ, ୫ଟି ଅନୁବାଦ ପୁସ୍ତକ, ୨ଟି ସମାଲୋଚନା ପୁସ୍ତକ ଓ ୨ଟି ସମ୍ପାଦିତ ପୁସ୍ତକ ପ୍ରକାଶିତ। ଶିଶୁମାନଙ୍କ ପାଇଁ ଇଂରାଜୀରେ ବିନୋବା ଭାବେଙ୍କର ଏକ ଜୀବନୀ ‘A Strange Beggar’ ଲେଖିଛନ୍ତି।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 21 August 2024
  • Language ‏ : ‎ Oriya
  • Print length ‏ : ‎ 128 pages
  • ISBN-10 ‏ : ‎ 1645605345
  • ISBN-13 ‏ : ‎ 978-1645605348
  • Item Weight ‏ : ‎ 172 g
  • Dimensions ‏ : ‎ 13.97 x 0.76 x 21.59 cm
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback