Availability: In Stock

Satya Pattanaikanka Sahityara Mati O Akasha

250.00

କବି ସତ୍ୟ ପଟ୍ଟନାୟକ ଓଡ଼ିଆ ସାହିତ୍ୟ ଜଗତର ଏକ ପରିଚିତ ନାଁ । ସେ କବିତା ଓ ଗଳ୍ପ ଲେଖନ୍ତି । ତା ବାଦେ ଅନୁବାଦ କରିବାରେ ମଧ୍ୟ ସିଦ୍ଧହସ୍ତ । ତାଙ୍କ ଲେଖାରେ ଭାଷାର କ୍ଳିଷ୍ଟତା ନାହିଁ । ଅଛି କେବଳ ଭାବ ଭରା ଭାଷା, ଯାହା ପାଠକକୁ ଆକୃଷ୍ଟ କରିଥାଏ । ତାଙ୍କର ପ୍ରତିଟି ଲେଖାରେ ତାଙ୍କ ଜୀବନାନୁଭୂତି ଓ କାବ୍ୟାନୁଭୂତି ପ୍ରତିଫଳିତ ହୋଇଛି । ତାଙ୍କର ଭାବପ୍ରବଣତାକୁ ସେ ତାଙ୍କ କାବ୍ୟର ପ୍ରତିଟି ପଦରେ ଏପରି ଛନ୍ଦି ଦେଇଛନ୍ତି ଯେ ଯେତେ ପଢୁଥିଲେ ବି ପାଠକକୁ ଭାବ ବିଚ୍ୟୁତ କରେନା ।କବି ନିଜ ଜନ୍ମଭୂମି ପରିତ୍ୟାଗ କରି ଆଜି ଆମେରିକାରେ ଅଛନ୍ତି କିନ୍ତୁ ଏ ମାଟିର ମୋହକୁ ସେ ଏଯାଏଁ ଛାଡ଼ିନାହାନ୍ତି । ତାରୁଣ୍ୟ ଓ ଯୁବସୁଲଭ ଉନ୍ମାଦନାରେ ଛଳଛଳ ତାଙ୍କ କବିପଣ । ଓଡ଼ିଆ ସାହିତ୍ୟକୁ ସମୃଦ୍ଧି କରିବା ପାଇଁ ଆଜି ବି ସେ ପ୍ରତିଶ୍ରୁତିବଦ୍ଧ । ତାଙ୍କ ରଚିତ ‘ପାଷାଣ ପ୍ରେମ ସଂଗୀତ’, ‘ଝର୍କା ଖୋଲା ଥାଉ’, ‘କ୍ଷୁଦ୍ର ଗଳ୍ପର ମୃତ୍ୟୁ ଓ ଅନ୍ୟାନ୍ୟ ଗଳ୍ପ’, ‘ଆମ ନିଜ ମାଟି ଓ ଅନ୍ୟାନ୍ୟ କବିତା’ ପାଠକ ମନରେ ଯେଉଁ ଭାବ ସୃଷ୍ଟି କରିଛି ସେସବୁକୁ ନେଇ ପ୍ରକାଶିତ ‘ସତ୍ୟ ପଟ୍ଟନାୟକଙ୍କ ସାହିତ୍ୟରେ ମାଟି ଓ ଆକାଶ’ ପୁସ୍ତକ । ବାସ୍ତବିକ ବିଦେଶ ଭୂମିପରେ ଆମ ରାଜ୍ୟ ଓ ଦେଶର ଜଣେ ପ୍ରତିନିଧିଶ୍ରେଣୀୟ ବ୍ୟକ୍ତିତ୍ୱ ।

ହରପ୍ରସାଦ ଦାସ, ରାମଚନ୍ଦ୍ର ବେହେରା, ସଂଘମିତ୍ରା ମିଶ୍ର, ବିଷ୍ଣୁପ୍ରିୟା ଓତା, ଗୌରହରି ଦାସ, ଜ୍ୟୋତ୍ସ୍ନା ଦାସ, ମଣୀନ୍ଦ୍ର କୁମାର ମେହେର, ଭି. ରାଜେନ୍ଦ୍ର ରାଜୁ, ଚୌଧୁରୀ ପ୍ରଦୀପ୍ତ କୁମାର ଦାସ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ରବୀନ୍ଦ୍ର କୁମାର ଦାଶ, ଶୁୁକମୁନି ମେହେର, ରଶ୍ମି ଦାସ, ଦେବାଶିଷ ମହାପାତ୍ର, ଚିତ୍ତରଞ୍ଜନ ଚିରଞ୍ଜିତ, ସଂଘମିତ୍ରା ଭଞ୍ଜ, ରମେଶ ପ୍ରସାଦ ମହାନ୍ତି, ସୋନାଲୀ ସାହୁ, ସୁଜ୍ଞାନୀ କୁମାରୀ ସାହୁ, ନିବେଦିତା ପଣ୍ଡା, ହିମାଦ୍ରୀ ତନୟା ମିଶ୍ର, ଦୀପ୍ତିମୟୀ ସାହୁ, ଜ୍ୟୋତି ସାହୁ, ମୋନାଲିସା ପାଣୀ, ଅପରାଜିତା ମହାରଣା, ପୁଷ୍ପିତା ଶୁକ୍ଳ, ଭାରତୀ ମୁଦୁଲି ଓ ଅଶୋକ ପରିଡ଼ା ପ୍ରମୁଖଙ୍କର ପାଠକୀୟ ମତାମତ ସ୍ୱରଚିତ ପୁସ୍ତକରେ ସ୍ଥାନିତ କରାଯାଇଛି ।

Categories: ,

Description

About the Author

ଡକ୍ଟର ଭି. ରାଜେନ୍ଦ୍ର ରାଜୁ (୧୯୫୫) ପ୍ରବନ୍ଧ ଓ ଆଧ୍ୟାତ୍ମିକ ପ୍ରସଙ୍ଗକୁ ନେଇ ଅନେକ ପୁସ୍ତକ ରଚନା କରିଛନ୍ତି । ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖା ପ୍ରକାଶ ପାଇଛି । ତାଙ୍କ ରଚିତ ‘ଏ ଯୁଗର ରାଧା’ ଭାରତ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛି । ତାଙ୍କର ପ୍ରକାଶିତ ପୁସ୍ତକ ଭିତରେ ‘ବିଦ୍ୟୁତ୍ ବିଜ୍ଞାନ’, ‘କଳିଙ୍ଗ ରାଣୀ କାରୁବାକୀ’, ‘ମହୀୟସୀ ମହିଳା ସରଳା’, ‘ପ୍ରତିଭାଦୀପ୍ତ ପଞ୍ଚସଖା’ ଓ ‘ତୁମ କଥା ମନେପଡ଼େ’ ପାଠକୀୟ ଆଦୃତି ପାଇଛି । ସଂପ୍ରତି ଉତ୍କଳ ବିଶ୍ୱବିଦ୍ୟାଳୟ ଓ କିଟ୍ ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପକ ରୂପେ କାର୍ଯ୍ୟରତ ।

ଡକ୍ଟର ରଶ୍ମି ଦାସ (୧୯୬୭) ଏମ୍].ଏ, ପିଏଚ୍].ଡି. ଓଡ଼ିଆ, ହିନ୍ଦୀ – କୋବିଦ । ସେ ଏକାଧାରରେ ଜଣେ କବି, ପ୍ରାବନ୍ଧିକା, ସମାଲୋଚିକା ଏବଂ ଉପସ୍ଥାପିକା । ଓଡ଼ିଆ ଭାଷା-ସାହିତ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଗବେଷଣା ସମାପ୍ତ ପରେ ତାଙ୍କ ଦ୍ୱାରା ଲିଖିତ “Performing Art, Culture in Odisha-Vision, Mission and Contribution of Dr. Satchi Das” ଏକ ପାଠକାଦୃତ ଉଚ୍ଚମାନର ଗବେଷଣା ପୁସ୍ତକ । ଏତଦ୍]ବ୍ୟତୀତ ଗୋଦାବରୀଶ, ଗବେଷଣା ପ୍ରତିଷ୍ଠାନ, ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ, ସାରସ୍ୱତ ସାହିତ୍ୟ ଅନୁଷ୍ଠାନ, ଭାଷା ସଂସ୍କୃତି ଅନୁଷ୍ଠାନ ଭଳି ସାରସ୍ୱତ କ୍ଷେତ୍ର ସହିତ ଜଡ଼ିତ ରହି ତତ୍]ସମ୍ବନ୍ଧୀୟ କାର୍ଯ୍ୟ ନିର୍ବାହ କରୁଛନ୍ତି । ଅନେକ ପତ୍ରିକାର ସଂପାଦନା ମଣ୍ଡଳୀରେ ମଧ୍ୟ ସେ କାର୍ଯ୍ୟରତ । ଦୀର୍ଘ ବର୍ଷ ଧରି କାଦମ୍ବିନୀ ପାଲ (ଯାଜପୁର) ତଥା କୀଟ୍ ଯୁକ୍ତ ଦୁଇ ବିଜ୍ଞାନ ଅନୁଷ୍ଠାନରେ ଓଡ଼ିଆ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରି ସଂପ୍ରତି ସେ ଜାଭିୟର୍ସ ଇଣ୍ଟରନ୍ୟାସ୍]ନାଲ୍ ମହାବିଦ୍ୟାଳୟରେ ବରିଷ୍ଠ ଶିକ୍ଷୟିତ୍ରୀ ଭାବେ ଅବସ୍ଥାପିତ । ରଶ୍ମି ଦାସ ଟି.ଭି ଏବଂ ରେଡିଓରେ ଅନେକ ସାଂସ୍କୃତିକ କାର୍ଯ୍ୟ କରି ସୁନାମ ଅର୍ଜନ କରିବା ସହିତ ବହୁ ପ୍ରଶଂସିତ ହୋଇଛନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 21 October 2022
  • Language ‏ : ‎ Oriya
  • Print length ‏ : ‎ 256 pages
  • ISBN-10 ‏ : ‎ 164560327X
  • ISBN-13 ‏ : ‎ 978-1645603276
  • Item Weight ‏ : ‎ 327 g
  • Dimensions ‏ : ‎ 13.97 x 1.47 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

,

select-format

Paperback

Language

Odia