Availability: In Stock

Sati Sadhwee Kulata

230.00

ସୀତା ସ୍କୁଲରେ ପାଦ ଦେବା ଦିନଠୁ ତାର ଅନେକ ସାଙ୍ଗ ସୃଷ୍ଟି ହୋଇଛନ୍ତି । ଅନେକ ସ୍କୁଲ ଝିଅଙ୍କ ସହିତ ତା’ର ବଢିଛି଼ ଆତ୍ମୀୟତା । ଅନେକ ଦିନ ଧରି ଅତୁଟ ରହେ ସେ ଅନ୍ତରଙ୍ଗତା । ପୁଣି କେତେ ଜଣଙ୍କ ସହିତ ତା’ର ନୂତନ ଭାବେ ଜାତ ହୁଏ ଆତ୍ମୀୟତା । କେଉଁଠି କେତେବେଳେ ଯୋଡ଼ି ହୁଏ ଅଠାଲଗା କାଗଜ ପରି । ସେଇ ଆତ୍ମୀୟତା, ବନ୍ଧୁତ୍ୱ ବା ସାହଚର୍ଯ୍ୟ ଭିତରେ ସୀତା ସହିତ ଯେଉଁ ଦି’ ଜଣ ଝିଅଙ୍କ ଅତୁଟ ରହିଛି ସଂପର୍କ, ସେମାନେ ହେଲେ ମିତା ଓ ଲଳିତା । ଏହି ତିନି ସାଙ୍ଗ ବନ୍ଧୁତ୍ୱର କଷଟିରେ ଅନେକ ଥର ପରୀକ୍ଷିତ ହୋଇଛନ୍ତି । ବନ୍ଧୁତ୍ୱ ଏମାନଙ୍କର ଅତୁଟ, ଅଟଳ ଓ ସୁଦୃଢ଼ । କାଳକ୍ରମେ ଏମାନେ ବାଳିକା ପ୍ରାଥମିକ ବିଦ୍ୟାଳୟର ପାଠ ସମାପ୍ତ କରି ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇଛନ୍ତି । ଉଚ୍ଚ ବିଦ୍ୟାଳୟରୁ କଲେଜକୁ ଯାଇଛନ୍ତି ।

ଏମାନଙ୍କ ମଧ୍ୟରୁ ଜଣେ ବଣିକ କନ୍ୟା । ଅନ୍ୟ ଜଣେ କୃଷକ କନ୍ୟା ଓ ଶେଷଟି ଶିକ୍ଷକ କନ୍ୟା । ଏଇ ସହରର ବିଖ୍ୟାତ ବ୍ୟବସାୟୀମାନଙ୍କ ମଧ୍ୟରେ ଲଳିତାର ବାପା ଅନ୍ୟତମ । ମିତାର ବାପା ଜଣେ ବଡ଼ ଚାଷୀ । ସୀତାର ବାପା ଜଣେ ପ୍ରାଇମେରୀ ସ୍କୁଲର ଶିକ୍ଷକ ।

Category:

Description

About the Author

ହିମାଂଶୁ କୁମାର ହୋତା (୧୯୫୯)ଙ୍କ ଜନ୍ମ ବଲାଙ୍ଗୀର ଜିଲ୍ଲାର କୁଶମେଲ ଗ୍ରାମରେ । ଭଜନ, ଶିଶୁ ସାହିତ୍ୟ, କବିତା, ଗଳ୍ପ, ଉପନ୍ୟାସରେ ସେ ଖୁବ୍ ସିଦ୍ଧହସ୍ତ । ଶ୍ରୀ ହୋତାଙ୍କର ଉପନ୍ୟାସଗୁଡ଼ିକ ହେଲା- ‘ସ୍ୱଣ୍ଣମୃଗ’, ‘ବିଡମ୍ବନା’, ‘ସତୀ, ସ୍ୱାଧୀ, କୁଲଟା’ ଓ ‘ଦାଦନ ରାଜ୍ୟ’ । ଏହି ଗଳ୍ପ ସଂକଳନ ‘ବିବାହ ବେଦୀ କେତେ ଦୂର ଓ ଅନ୍ୟାନ୍ୟ ଗଳ୍ପ’ ହେଉଛି ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଗଳ୍ପଗୁଡ଼ିକର ସମାହାର । ଗଳ୍ପଗୁଡିକର ଚିତ୍ର ଓ ଚରିତ୍ରମାନେ ଜୀବନ୍ତ । ଶ୍ରୀ ହୋତା ଓଡ଼ିଶା ରାଜସ୍ୱ ବିଭାଗରୁ ଏବେ ସେବାନିବୃତ୍ତ ଏବଂ ବର୍ତ୍ତମାନ ସେ ପାଟଣାଗଡ଼ ସହରର ଅଧିବାସୀ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ November 12, 2023
  • Language ‏ : ‎ Oriya
  • Print length ‏ : ‎ 160 pages
  • ISBN-10 ‏ : ‎ 1645604780
  • ISBN-13 ‏ : ‎ 978-1645604785
  • Item Weight ‏ : ‎ 7.4 ounces
  • Dimensions ‏ : ‎ 5.5 x 0.37 x 8.5 inches

Indian Edition Also available on:

Additional information

book-author

Language

Odia

select-format

Paperback