Availability: In Stock

Samudra Manisha

Author: Bhima Prusty

220.00

ଭୀମ ପୃଷ୍ଟିଙ୍କ ‘ସମୁଦ୍ର ମଣିଷ’ ବହିଟିକୁ ନପଢ଼ିଲେ, ଆପଣ ଜାଣିପାରିବେନି ସମସାମୟିକ ଓଡ଼ିଆ ସାହିତ୍ୟର ବାସ୍ତବ ରୂପରେଖଟି କ\’ଣ? ଜାଣିପାରିବେନି, ଉପନ୍ୟାସ ରଚନାରେ ପ୍ରାମାଣିକ ତଥ୍ୟ ଓ କଳ୍ପନାର ସମନ୍ୱୟ କିପରି ତାହାର ଶୈଳୀ ଓ ଭାବବସ୍ତୁ ନିର୍ମାଣରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି? ସମୁଦ୍ର ମଣିଷ ହେଉଛି, ସମୁଦ୍ର ଗ୍ରାସ କରିଛି ଯେଉଁ ମଣିଷମାନଙ୍କୁ, ସେଇମାନଙ୍କର ଅନ୍ତରାତ୍ମାର କୋହ, ନିଃସଙ୍ଗ ବିଳାପ, ଛିନ୍ନ ମୂଳ ହୋଇଯିବାର ଯନ୍ତ୍ରଣାକାତର, ମର୍ମଭେଦୀ ଜୀବନ ଆଲେଖ୍ୟ । ଯେପରି ଜଳବାୟୁର ବିପର୍ଯ୍ୟୟରେ ଅସହାୟ ମଣିଷର ବୁକୁଫଟା କାନ୍ଦ । ଯେପରି ବିଜ୍ଞାନ ସମୃଦ୍ଧ ଶୋଷଣମୁଖୀ ଆଧୁନିକ ସଭ୍ୟତା ଉପରେ ପ୍ରକୃତିର ପ୍ରତିଶୋଧ ।

– ମନୁଆ ଦାସ, ବରିଷ୍ଠ କବି

ଅସହାୟ ଏକ ମାନୁଷ୍ୟିକ ଅବସ୍ଥିତି ଓ ଧୀର ନିରନ୍ତର ଏକ ସାମୁଦ୍ରିକ ଆକ୍ରୋଶର କାହାଣୀ ଭିତରେ ଗଢ଼ା ହେଇଛି ଭୀମ ପୃଷ୍ଟିଙ୍କ ‘ସମୁଦ୍ର ମଣିଷ’ । ଏ ଉପନ୍ୟାସ ମଣିଷର ଶ୍ରେଷ୍ଠତ୍ୱର ଅହଂକାର, ପ୍ରକୃତିର ରଣହୁଂକାରରେ କେଡ଼େ ଅସହାୟ ତାକୁ ପ୍ରତିପାଦିତ କରିଛି । ଲୁଣାପାଣିର ଲବଣୋକ୍ତ ପବନ କୌଣସି ଗ୍ରାମୀଣ ଜୀବନକୁ କେମିତି ନିଷ୍କ୍ରିୟ, ଅସହାୟ କରିଦେଇପାରେ ପରି ବ୍ୟଞ୍ଜନା-ଗଭୀର ଉପସ୍ଥାପନ ଏ ଉପନ୍ୟାସର ଚମତ୍କାରିତା ।

– କଇଳାଶ ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକ

‘ସମୁଦ୍ର ମଣିଷ\’ରେ ପ୍ରକୃତି ଓ ପ୍ରଳୟର ଅସାଧାରଣ ପରିଚର୍ଚ୍ଚା ସହିତ ମଣିଷର ଅନ୍ତହୀନ ଜିଜୀବିଷା ଦେଖିବାକୁ ମିଳେ । ଅସାମାନ୍ୟ ନେରେଟିଭ ଓ ଅସାଧାରଣ ସଂରଚନା ଉପନ୍ୟାସଟିକୁ କାଳୋତୀର୍ଣ୍ଣ କରିପାରିଛି । ବିପର୍ଯ୍ୟୟ ଓ ବିସ୍ଥାପନର ଏ ମହାଗାଥା ମାନବ ସଭ୍ୟତାର ନୂଆ ଇତିହାସ ଲେଖିସାରିଛି ।

– ସତ୍ୟପ୍ରିୟ ମହାଳିକ, ବରିଷ୍ଠ ସାହିତ୍ୟିକ

Category:

Description

About the Author

କ୍ଷେତ୍ର ଅନୁଧ୍ୟାନ ଉପନ୍ୟାସ ରଚନା କ୍ଷେତ୍ରରେ ଉପନ୍ୟାସିକ ଭୀମ ପୃଷ୍ଟି (ଜନ୍ମ-୧୯୫୯) ଏକ ଦୃଷ୍ଟାନ୍ତମୂଳକ ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ଉପନ୍ୟାସଗୁଡ଼ିକ ମଧ୍ୟରେ ‘ମୁହାଣ’, ‘ଓଁ’, ‘କବିତାର ଉପନ୍ୟାସ’, ‘ପ୍ରିୟ ନାରୀ’, ‘ସମୁଦ୍ର ମଣିଷ’ ଓ ‘ଜମ୍ବୁଲୋକ’ ଇତ୍ୟାଦି ଅନ୍ୟତମ । ବର୍ଷ ବର୍ଷ ଧରି ପରିଭ୍ରମଣ, ଗବେଷଣା, ଅନୁଧ୍ୟାନ ଓ ଅନୁଭୂତିକୁ ଆଧାର କରି ତାଙ୍କର ଉପନ୍ୟାସଗୁଡ଼ିକ ତୃଣମୂଳ ସ୍ତରୀୟ ଅଂଚଳ ଓ ଜନ ଜୀବନର ବାସ୍ତବ ପ୍ରତିଲିପି । ସମୁଦ୍ର ଗ୍ରାସରେ ବିଲୁପ୍ତ ହୋଇ ଯାଇଥିବା ସାତୋଟି ଗାଁ ସାତଭାୟାକୁ ଆଧାର କରି ‘ସମୁଦ୍ର ମଣିଷ’ ଉପନ୍ୟାସ ବିଶ୍ୱ ପରିବେଶ ବିଘଟନର ଜୀବନ୍ତ ପ୍ରତୀକ । ମଣିଷର ଜୀବନ, ଜୀବିକା ଓ ସଂଘର୍ଷର ମର୍ମସ୍ପର୍ଶୀ କାହାଣୀ ଗୁନ୍ଥା ଉପନ୍ୟାସଗୁଡ଼ିକ ପାଇଁ ତାଙ୍କୁ ମିଳିଛି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୮), କାଦମ୍ବିନୀ ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ (୨୦୧୧), ଉତ୍କଳ ସାହିତ୍ୟ ସମାଜ ଶୁକଦେବ ସାହୁ ଉପନ୍ୟାସ ସମ୍ମାନ(୨୦୨୨) ଓ ୪୪ତମ ଶାରଳା ପୁରସ୍କାର (୨୦୨୩) ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 26 July 2024
  • Language ‏ : ‎ Oriya
  • Print length ‏ : ‎ 146 pages
  • ISBN-10 ‏ : ‎ 1645605612
  • ISBN-13 ‏ : ‎ 978-1645605614
  • Item Weight ‏ : ‎ 195 g
  • Dimensions ‏ : ‎ 13.97 x 0.86 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback