Availability: In Stock

Samaya Bishada Nai

Author: Goutam Jena

200.00

ଗୌତମ ଜେନାଙ୍କ ‘ସମୟ ବିଷାଦ ନଈ’ ଏକ ଉଚ୍ଚାଙ୍ଗ କାବ୍ୟ ସୃଷ୍ଟି । ଆଧୁନିକ ଓଡ଼ିଆ କବିତାର କ୍ଲାସିକ୍ ଗ୍ରନ୍ଥ ରୂପେ ଏହାକୁ ବିବେଚନା କରାଯାଇପାରେ । କାବ୍ୟ ନାୟିକା ଗୌତମୀକୁ କେନ୍ଦ୍ରରେ ରଖି କବି ପ୍ରେମ, ପ୍ରଣୟ ଓ ଅକୁଣ୍ଠ ଭଲପାଇବାର ଏକ ଚିପୁଡ଼ା ଲୋଡ଼ିବାପଣକୁ ବ୍ୟକ୍ତିଗତ ଅନୁଚିନ୍ତନର ଗଭୀରତାରେ ଆକଳନ କରି ସର୍ବଜନ ଚେତନାର ମଂଜରେ ଏହାକୁ ନିମଗ୍ନ କରାଇ ଅଛନ୍ତି । ଯେଉଁଠି କାବ୍ୟ ନାୟକ କବିସତ୍ତା ଉପରେ ସବାର ହୋଇ ଆମ ନିତିଦିନିଆ ଜୀବନର ଏକ ପ୍ରତିନିଧି ପାଲଟି ଯାଇଛି । କାବ୍ୟ ନାୟିକା ଗୌତମୀ କବିର ପ୍ରେମିକା ନୁହେଁ ବରଂ ପ୍ରତିଟି ପ୍ରେମପଣର ଏକ ଅନ୍ତହୀନ ଆଲୋଡ଼ନ । ଦେହଠାରୁ ଦେହାତୀତର ଏକ ଐନ୍ଦ୍ରଜାଲିକ କେନ୍ଦ୍ରବିନ୍ଦୁରେ ତା’ର ପରିକଳ୍ପନା । ପ୍ରେମରେ ଜୀଇଁବା, ପୁଣି ପ୍ରେମରେ ହୃଦୟ ଦେଇ ମରିବା ଏଠି ବଡ଼କଥା । ଆମ କାବ୍ୟ ପରଂପରାରେ କବି ଜୟଦେବଙ୍କ ଅନୁଚିନ୍ତନ ଧାରାଟି ଆଳଙ୍କାରିକ କାବ୍ୟ ଯୁଗରେ ରାଧାକୃଷ୍ଣଙ୍କୁ ଉପଜୀବ୍ୟ କରି ଯେଉଁ ପରକୀୟା ପ୍ରୀତିର ପରିକଳ୍ପନା କରିଥିଲା ଏବଂ ପ୍ରେମର ଶ୍ରେଷ୍ଠତ୍ୱ ତହିଁରେ ଆରୋପିତ କରିବାର ପ୍ରଚେଷ୍ଟା କରିଥିଲା କବି ଗୌତମ ଜେନାଙ୍କ ‘ସମୟ ବିଷାଦ ନଈ’ କିନ୍ତୁ ସେ ଧାରାକୁ ଗ୍ରହଣ କରିନାହିଁ । ବରଂ ଏକ ମାନସିକ ଚିନ୍ତନରେ ଦେହକୁ ସ୍ୱୀକାର କରି ଆହୁରି ଗଭୀରତାକୁ ସ୍ପର୍ଶ କରିଛି । କବି ପରକୀୟାଠାରୁ ସ୍ୱକୀୟା, ଯୌନ ଜାଂଗଳିକତାଠାରୁ ଏକ ଚେତନ ଚିନ୍ତନରେ ପ୍ରେମକୁ କେନ୍ଦ୍ରିଭୂତ କରାଇ ସର୍ବଜନ ଭାବପଣରେ ତାକୁ ଛାଡ଼ି ଦେଇଛନ୍ତି ‘ସମୟ ବିଷାଦ ନଈ’ର କବିତାଗୁଡ଼ିକରେ, ଯାହା କାଳଠାରୁ ବହୁ ଊର୍ଦ୍ଧ୍ୱରେ । ଝୁରି ହେବା ଏଠି ବଡ଼ କଥା ନୁହେଁ, ବଡ଼ କଥା ହେଉଛି କାବ୍ୟ ନାୟକର ଏକ ଅହେତୁକ ଲୋଡ଼ିବାପଣ ।

ଆମ କାବ୍ୟ ପରଂପରାରେ ଏକ ନୂଆ ଚିନ୍ତନ ‘ସମୟ ବିଷାଦ ନଈ’ ଚିହ୍ନରା ପାଠକମାନଙ୍କୁ ନିଶ୍ଚୟ ଛୁଇଁବ ବୋଲି ଆଶା ।

Category:

Description

About the Author

ଆମ ସମୟର ଜଣେ ଚର୍ଚ୍ଚିତ କାବ୍ୟ ବ୍ୟକ୍ତିତ୍ୱ କବି ଡକ୍ଟର ଗୌତମ ଜେନା । ଭାଷାର ଚମତ୍କାରିତା, ସାବଲୀଳ ଶବ୍ଦ ସଂଯୋଜନା ଓ ଛନ୍ଦମୟତା ତାଙ୍କ କାବ୍ୟ ଗଢ଼ଣର ପୃଷ୍ଠଭୂମି । ଅନ୍ତରଙ୍ଗତାର ମହମହ ବାସ୍ନାରେ ପାଠକ ହଜିଯାଆନ୍ତି ତାଙ୍କ କାବ୍ୟ ଭାବନାରେ । ଗୈରିକ ଭାବନା ଓ ଶବ୍ଦର ଚାରୁକଳା ଭିତରେ ସେ ତିଆରି କରିପାରନ୍ତି ଏକ ସ୍ୱପ୍ନର ରାଜ୍ୟ । ସେହିପରି ଜୀବନର ନିଖୁଣ ଚିତ୍ର ଆଙ୍କି ସେ ତିଆରି କରିପାରନ୍ତି ଲୁହର ସାମ୍ରାଜ୍ୟ । ଏଯାବତ୍ ତାଙ୍କର ଏଗାର ଖଣ୍ଡ କବିତା ପୁସ୍ତକ ପ୍ରକାଶିତ, ଯେଉଁଠି ପାଠକ ଆପଣାକୁ ବାରମ୍ବାର ଭେଟିବାର ସୁଯୋଗ ପାଇପାରିବ । “ସମୟ ବିଷାଦ ନଈ’ ପରି ଏକ କ୍ଲାସିକ୍ କବିତା ଗ୍ରନ୍ଥର ତୃତୀୟ ସଂସ୍କରଣ ଏ ଅବସରରେ ଆମେ ପାଠକଙ୍କୁ ପୁନଃ ଭେଟି ଦେଉଛୁ । ଏ ପୁସ୍ତକ ସମ୍ପର୍କରେ ବହୁଳ ଚର୍ଚ୍ଚା ଆଶା ରଖୁଛୁ ।

ଯୁବ ପିଢ଼ିର ଜଣେ ବହୁ ଚର୍ଚ୍ଚିତ ସମାଲୋଚକ ଅଧ୍ୟାପକ ମହେଶ୍ୱର ପାଢ଼ୀ । ନୂଆ ଦିଶା ଓ ଦୃଷ୍ଟିକୋଣ ତାଙ୍କ ଆଲୋଚନାକୁ ଦେଇଛି ଗଭୀର ମନନଶୀଳତା ଓ ବ୍ୟାପକତା । ଆଧୁନିକ ପରମ୍ପରାର ଜଣେ ସୁଯୋଗ୍ୟ ଦାୟାଦ ଭାବରେ ସେ ନିର୍ମାଣ କରିପାରିଛନ୍ତି ଆପଣାର ପରିଚୟ । ସୂକ୍ଷ୍ମ ଦୃଷ୍ଟିକୋଣ ଓ ବିଚାରବୋଧ ବ୍ୟାପ୍ତି ତାଙ୍କ ଆଲୋଚନା ଜଗତକୁ କରିପାରିଛି ଦିଗନ୍ତବ୍ୟାପୀ । ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଛି ‘ସମୟ ବିଷାଦ ନଈ’, ଯାହା ପାଠକୀୟ ଶୋଷ ମେଣ୍ଟାଇ ପାରିବ ବୋଲି ଆଶା ରଖୁଛୁ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 6 April 2023
  • Language ‏ : ‎ Oriya
  • Print length ‏ : ‎ 142 pages
  • ISBN-10 ‏ : ‎ 1645603806
  • ISBN-13 ‏ : ‎ 978-1645603801
  • Item Weight ‏ : ‎ 186 g
  • Dimensions ‏ : ‎ 13.97 x 0.84 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback