Availability: In Stock

Sakala Asi Sikheiba Jae

220.00

ଅନୁଭବର ଉଦ୍ଭାବନ ବିବିଧତାରେ ବିକଶିତ । ଅଭିନବ ଉଦ୍ଭାଷରେ ଉଦ୍ଭାସିତ ତା’ର ଆଲେକ୍ଷ୍ୟର ଅଭିଲେଖ । ଯହିଁରେ ଅଭିପ୍ସାର ଅସ୍ଥିତ୍ୱ ଅସ୍ମିତାରେ ଅଭିସିକ୍ତ ହୋଇ ଅନିତ୍ୟର ଅପୂର୍ବ ସଙ୍ଗତିରେ ପ୍ରତିଭାତ ହୁଏ । ସୁଯୋଗ୍ୟ ଶବ୍ଦ ସଞ୍ଜୋଜନାକୁ ଅଙ୍ଗୀକାର କରି ଭାବର ସମ୍ପ୍ରୀତିରେ ତାହା ଅମର୍ତ୍ତ୍ୟ ଅମୃତ ପରସେ ।

ପ୍ରସ୍ଫୁଟିତ କଲ୍ଲୋଳ କମନୀୟ ହିଲ୍ଲୋଳରେ ମହନୀୟରୁ ମାର୍ମିକ ହୋଇଯାଏ । ମହିମାରୁ ତା’ର କବ୍ୟିକ ଚେତନାର ଚଉହଦି ବିମୁଗ୍ଧ ବର୍ଣ୍ଣାଳି ତଥା ସ୍ନିଗ୍ଧର ସାଫଲ୍ୟ ସନ୍ନିହିତ ହୋଇ ସମ୍ମୋହିତ କରେ । ସ୍ୱପ୍ନର ସେହି ସ୍ୱରାଜକୁ ଅମାତ୍ୟ ପଣିଆ ଧରି ଅବତୀର୍ଣ୍ଣ ହୁଏ ଆନୁଗତ୍ୟ ଅତୀତ । ଜାଜୁଲ୍ୟ ଜାଲରେ ଛନ୍ଦି ବିଭୋର ଫାନ୍ଦରେ ବାନ୍ଧି ବର୍ତ୍ତମାନର ବିଲମ୍ୱିତ ବ୍ୟଥାର ବିଥିକା ପୁଣି ପ୍ରହେଳିକା ବାଣ୍ଟେ । ଅବ୍ୟବସ୍ଥିତ ମୂହୁର୍ତ୍ତ ମନ୍ତ୍ରଣାରେ ଅକଥନୀୟ ଯନ୍ତ୍ରଣା ନିସର୍ତ୍ତରେ ଅନୁଦିତ ହୁଏ । ଉଦିତ ଆଭାରେ ବ୍ୟବସ୍ତିତ ହୁଏ, ଅନେକ ଅଦୃଶ୍ୟ ତଥ୍ୟ ଦର୍ଶନୀୟ ଦସ୍ତାବିଜ୍ ହୋଇ ।

ସେହି ସଂସ୍ଥାପନର ଦଖଲରେ ଦାବାନଳର ଜ୍ୱାଳା ବୈଶାଖର ଲୀଳା ତଥା ଅହେତୁକ ଅହମିକା ଅବଲୀଳା ଖଞ୍ଜି ହୋଇଯାଏ । ଭୌତିକ ଭଙ୍ଗିମା ତା\’ର ନୈତିକର ସୀମା ଛୁଇଁ ପୁଷ୍ପିତ ସୌହାର୍ଦ୍ଦ୍ୟରେ ନିୟନ୍ତ୍ରିତ ହୁଏ । ତପ୍ତ ବୈତରଣୀ ତରିବାର ପ୍ରଚେଷ୍ଟା ପ୍ରବଳ ପ୍ରତିକୂଳର ଭିଡ଼ ଠେଲି ତମସା ତୋଡ଼କୁ ବେଖାତିର କରେ ।

ରାତିର ରୀତିକୁ ପ୍ରତିହତ କରି ପ୍ରତିଭାତ ହୁଏ ପ୍ରଶାନ୍ତ ସକାଳ । ସେହି ସୂଚୀବନ୍ତ ସକାଳର ସମୁଚିତ ଶିକ୍ଷାରେ ସେଞ୍ଜୋଜିତ ହୁଏ ସମଦର୍ଶୀତା । ପାରିଜାତ ପରି ପ୍ରତ୍ୟୟର ପ୍ରଯୁକ୍ତିରେ ନିଯୁକ୍ତ ସଂଶୋଧନ ପ୍ରଚୁର ପରିପନ୍ଥୀକୁ ପରାହତ କରେ । କାଳି, କଲମ ଓ ମନର ମେଳକରେ ହସି ଉଠେ ଶୃଜନୀର ଶତଦଳ । ଶାଶ୍ୱତ ସଙ୍ଗୀତର ଅନନ୍ୟ ଇଙ୍ଗିତରେ ସଂରଚନା ସବୁ ନବୀନ ଉନ୍ମେଷ ପାଇ ଉଥିତ ହୁଏ । ସନ୍ନିହିତ ସଂଜୀବନୀର ସ୍ୱାକ୍ଷର ବହି ସଞ୍ଜୀବିତ ରୂପାୟନ ସଂସ୍କାରିତ ତଥା ପ୍ରକାଶିତ ହୁଏ, କବିତାର କଳେବର ନେଇ, ସ୍ୱତନ୍ତ୍ର ସକାଳ ଆସି ଶିଖେଇବା ପରେ ।

Category:

Description

About the Author

ସମ୍ପ୍ରତି ଭଦ୍ରକ ଜିଲ୍ଲାର ଅସୁରାଳି ଗ୍ରାମରେ ଜନ୍ମିତ କବି ନୃସିଂହ ବେହେରା ଅନନ୍ୟ ପ୍ରତିଭାରେ ପ୍ରତିଷ୍ଠିତ । ଶୈଶବରୁ ଅନେକ ଘାତ ପ୍ରତିଘାତକୁ ବେଖାତିର କରି ସେ ସାହିତ୍ୟ ଜଗତରେ ସୁପରିଚିତ । ସମ୍ପ୍ରୀତିରେ ସନ୍ନିହିତ ସୂକ୍ତି, ସଂହତିରେ ସଂରକ୍ଷିତ ଉକ୍ତି ତଥା ଭାବର ଅଭିନବ ଅଭି ବ୍ୟକ୍ତିରେ ତାଙ୍କ ସୃଜନୀର ଶତଦଳ ସୁଶୋଭିତ । ସଞ୍ଜୋଜିତ ଶବ୍ଦର ସାଙ୍ଗୀତିକ ଅଙ୍ଗୀକାର ଭିତରୁ ଝଙ୍କୃତ ଭାବ ଗମ୍ଭୀର ଅଭିବ୍ୟକ୍ତି ବାସ୍ତବିକ୍ ମନମୁଗ୍ଧକର । ଉକ୍ତ ଏକାଦଶ କବିତା ସଙ୍କଳନଟି ଏକ ଭିନ୍ନ ସ୍ୱାଦରେ ପରିପୃକ୍ତ । ଉତ୍କର୍ଷ ସାରସ୍ୱତ ସମ୍ଭାର ପାଇଁ ସେ ବିବିଧ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ । ଏକାଧାରରେ ସେ ଜଣେ କବି,କଥାକାର, ଗୀତିକାର ଓ ଶିଶୁ ସାହିତ୍ୟିକ ଭାବେ ସୁପରିଚିତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 25 October 2023
  • Language ‏ : ‎ Oriya
  • Print length ‏ : ‎ 152 pages
  • ISBN-10 ‏ : ‎ 1645604675
  • ISBN-13 ‏ : ‎ 978-1645604679
  • Item Weight ‏ : ‎ 200 g
  • Dimensions ‏ : ‎ 13.97 x 0.89 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback