Availability: In Stock

Sahasrabdeera Swaksharita Pandulipi

160.00

କବିତା ସାମଗ୍ରିକ ଚେତନାକୁ ପ୍ରଭାବିତ କରୁଥିବା ଅପ୍ରତିହତ ସାଂସ୍କୃତିକ ଧାରା- ଏହା ସମସାମୟିକ ଚେତନାରେ ଯେପରି ଜର୍ଜରିତ, ଐତିହାସିକ ଚେତନାରେ ସେହିପରି ପୁଷ୍ଟ । ଏଇ “”ଐତିହାସିକ’ କିନ୍ତୁ ଇତିହାସ ଅର୍ଥରେ ନୁହେଁ । ପ୍ରତ୍ୟେକ କବିର ସ୍ୱତନ୍ତ୍ର ଐତିହ୍ୟ ରହିଛି । ଏହା ଫ୍ରଏଡ୍]ଙ୍କ ଅବଚେତନ ହୋଇପାରେ, କଲରିଜ୍]ଙ୍କ ଋତାବେଶ ହୋଇପାରେ, ମାର୍କସ୍]ଙ୍କ ବସ୍ତୁନିଷ୍ଠ ଦ୍ୱନ୍ଦ୍ୱ ହୋଇପାରେ, ରବୀନ୍ଦ୍ରଙ୍କ ବିଶ୍ୱବୋଧ ହୋଇପାରେ । ତେଣୁ କବିତାର ଧାରା ଏକାଧିକ ଅର୍ଥରେ କ୍ରାନ୍ତିକାରୀ । ସଂଗୀତର ଆରୋହଣ ଓ ଅବରୋହଣ ଛନ୍ଦରେ ଏହା ଗତି କରେନାହିଁ ।

ଅନ୍ୱେଷା, ସଂବର୍ତ୍ତ ଓ ପ୍ରବର୍ତ୍ତନ ଏଇ ତିନୋଟି କ୍ରମରେ ଉତ୍କର୍ଷ କଳା ରୂପାୟିତ ହୁଏ । ଏହା ପୃଥ୍ୱୀ ପାଇଁ ଯେପରି ପ୍ରଯୁଜ୍ୟ, ମଣିଷ ପାଇଁ ଅନୁରୂପ । ସ୍ୱକୀୟ ଆବେଶ ବହିର୍ଜଗତରେ ପ୍ରତିରୂପ ଅନ୍ୱେଷଣ କରେ । ଧୃପଦୀ ଧାରଣା, ସମନ୍ୱିତ ସ୍ରଷ୍ଟା, ଅନୁଭୂତିର ତାତ୍ପର୍ଯ୍ୟ ଅନୁଶୀଳନ କରେ । ଏଇ ଅର୍ଥ ଦାର୍ଶନିକ ନିଗଡ଼ରେ ବନ୍ଧା ନୁହେଁ । କାବ୍ୟିକ ଦୃଷ୍ଟି ସହିତ ଅଭିଦୃଷ୍ଟି, ଅନ୍ତର୍ଦୃଷ୍ଟି, ରସଦୃଷ୍ଟି ଓ ସମଷ୍ଟି ଚେତନା ଘନିଷ୍ଠ ଭାବେ ସମ୍ବନ୍ଧିତ । ତେଣୁ ପ୍ରବହମାନ ସଂସ୍କୃତିର ପୁନର୍ମୁଲ୍ୟାୟନ କବିର ଅବଚେତନରେ ହୁଏ । ତା’ର ଅଭିବ୍ୟକ୍ତି ସ୍ୱତଃ ଶକ୍ତିଶାଳୀ ଓ ପ୍ରଣିଧାନ ଯୋଗ୍ୟ ।

– ପ୍ରହରାଜ ଶ୍ରୀସତ୍ୟନାରାୟଣ ନନ୍ଦ”

Category:

Description

About the Author

ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ଜନ୍ମ ୬ ସେପ୍ଟେମ୍ବର ୧୯୪୩ । ଫକୀରମୋହନ କଲେଜରୁ ଉପାଧି ଓ ରେଭେନ୍ସା କଲେଜରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷାଲାଭ ପରେ ‘ଅମୃତବଜାର ପତ୍ରିକା’ ଓଡ଼ିଶା ସଂସ୍କରଣ ଓ ପରେ କଲିକତାରେ ସହସମ୍ପାଦକ ରୂପେ ଦୀର୍ଘ ୧୦ ବର୍ଷର ସାମ୍ବାଦିକ ଜୀବନ । ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସହକାରୀ ସମ୍ପାଦକ ରୂପେ ‘ଉତ୍କଳ ପ୍ରସଙ୍ଗ’, ‘ଓଡ଼ିଶା ରିଭ୍ୟୁ’ର ସମ୍ପାଦନା ଦାୟିତ୍ୱ । ଫକୀରମୋହନ ସାହିତ୍ୟ ପରିଷଦ, ଆସନ୍ତାକାଲି, ନ୍ୟୁଜ୍ ଅଫ୍ ଦି ୱାର୍ଲଡ୍], ସତ୍ୟଂ ଶିବଂ ସୁନ୍ଦରମ୍ ସହିତ ସମ୍ପୃକ୍ତ । ୧୯୬୮ରେ ସର୍ବଭାରତୀୟ କବି ସମ୍ମେଳନରେ ଓଡ଼ିଶାର ପ୍ରତିନିଧିତ୍ୱ । ୨୦୦୧ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗରୁ କାର୍ଯ୍ୟ ନିବୃତ୍ତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 19 January 2022
  • Language ‏ : ‎ Oriya
  • Print length ‏ : ‎ 108 pages
  • ISBN-10 ‏ : ‎ 1645602478
  • ISBN-13 ‏ : ‎ 978-1645602477
  • Item Weight ‏ : ‎ 145 g
  • Dimensions ‏ : ‎ 13.97 x 0.66 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback