Availability: In Stock

Sachitra Andhara

Author: Ramakanta Rath

216.00

ବୁଦ୍ଧି ଓ ଆବେଗ ଭିତରେ ପ୍ରାର୍ଥକ୍ୟ ବା ଆବେଗର ପ୍ରାଧାନ୍ୟ ସାବ୍ୟସ୍ତ କରିବା ମୋର ଉଦ୍ଦେଶ୍ୟ ନୁହେଁ । ଏକ ମାର୍ଜିତ ଚିତ୍ତବୃତ୍ତିରେ ଏ ଦୁଇ ଉପାଦାନ ଅଭିନ୍ନ ଭାବେ ମିଶ୍ରିତ । ସାହିତ୍ୟ ସୃଷ୍ଟି କଲାବେଳେ ଛବିଟିଏ ଆଙ୍କିଲା ବେଳେ, ଗୀତଟିଏ ଗାଇଲା ବେଳେ ବୁଦ୍ଧି କାମ କରୁଥାଏ, ନଚେତ୍ ରଚନା ଭାବଜ୍ଞାପକ

Category:

Description

About the Author

ଆଧୁନିକ ଓଡ଼ିଆ କବିତା ଧାରାରେ ଯଶସ୍ୱୀ କବି ରମାକାନ୍ତ ରଥ ଜଣେ ସ୍ୱତନ୍ତ୍ର ଉଚ୍ଚାରଣ । ବୃତ୍ତିଗତ ଜୀବନ ଅପେକ୍ଷା ସାହିତ୍ୟମୟ ପ୍ରବୃତ୍ତି ତାଙ୍କ ପରିଚୟକୁ ଗରିମା ମଣ୍ଡିତ କରିଛି । ଆଧୁନିକ ଓଡ଼ିଆ କବିତାର ଅନ୍ତଃସଂରଚନାକୁ ଅଭିନବ ସୌନ୍ଦର୍ଯ୍ୟରେ ସମୃଦ୍ଧ କରିଥିବା ମହାନ୍ କବି ସେ । ତାଙ୍କର ସୃଷ୍ଟିଗୁଡ଼ିକ ମଧ୍ୟରେ ‘କେତେଦିନର’, ‘ଅନେକ କୋଠରୀ’, ‘ସନ୍ଦିଗ୍ଧ ମୃଗୟା’, ‘ସପ୍ତମ ଋତୁ’, ‘ସଚିତ୍ର ଅନ୍ଧାର’, ‘ଶ୍ରୀରାଧା’, ‘ଶ୍ରୀପଳାତକ’, ‘ସୀମାନ୍ତବାସ’, ‘ଫେରି ଚାହିଁଲେ’, ‘ସବୁଦିନେ ସେପାଖେ’, ‘ସରଳ ହୃଦ୍]ଗଣିତ’, ‘ଜାହାଜ ଆସିବ ଓ ଆଉ କେତୋଟି’, ‘ପବନରେ ଚିତ୍ରାଙ୍କନ’ ପ୍ରମୁଖ କବିତା ପୁସ୍ତକ ରମାକାନ୍ତୀୟ ଶୈଳୀର ପ୍ରତିନିଧିତ୍ୱ କରିଛି । ପ୍ରତୀକ ଓ ଚିତ୍ରକଳ୍ପର ପ୍ରୟୋଗ ଦ୍ୱାରା ଜୀବନର ସ୍ୱପ୍ନ, ମୃତ୍ୟୁ, ଦୈନ୍ୟ, ଅସହାୟତା, ନିଃସଙ୍ଗତା ଆଦିର ଆବେଗାତ୍ମକ ପରିପାଟୀ ତାଙ୍କ କବିତାକୁ ସମୁଚ୍ଚ ଓ ସ୍ୱତନ୍ତ୍ର କରିଛି । ‘ସପ୍ତମ ଋତୁ’ କବିତା ଗ୍ରନ୍ଥ ପାଇଁ ୧୯୭୮ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪ ମସିହାର ଶାରଳା ପୁରସ୍କାର, ‘ସଚିତ୍ର ଅନ୍ଧାର’ ପାଇଁ ୧୯୯୦ ମସିହାର ଜାତୀୟ ସଂହତି ପୁରସ୍କାର, ‘ଶ୍ରୀରାଧା’ ପାଇଁ ୧୯୯୨ ମସିହାର ସରସ୍ୱତୀ ସମ୍ମାନ, ୨୦୦୬ ମସିହାର ମର୍ଯ୍ୟାଦାଜନକ ‘ସାହିତ୍ୟ ଭାରତୀ’ ସମ୍ମାନ, ୨୦୦୯ ମସିହାର ସାହିତ୍ୟ ଏକାଡେମୀ ଫେଲୋସିପ୍ ଏବଂ ୨୦୧୮ ମସିହାର ଅତିବଡୀ ଜଗନ୍ନାଥ ଦାସ ସମ୍ମାନ ଶ୍ରୀ ରଥଙ୍କୁ ପ୍ରାପ୍ତ ହୋଇଛି । ଏହା ବ୍ୟତୀତ ଶ୍ରୀ ରଥ ୨୦୦୬ ମସିହାର ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ପ୍ରାପ୍ତ ହୋଇଛନ୍ତି । ଆଧୁନିକ ଓଡ଼ିଆ କବିତାରେ ଶ୍ରୀ ରଥ ପ୍ରୟୋଗବାଦର ସଫଳ ପ୍ରବକ୍ତା ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 25 November 2022
  • Language ‏ : ‎ Oriya
  • Print length ‏ : ‎ 182 pages
  • ISBN-10 ‏ : ‎ 1645603393
  • ISBN-13 ‏ : ‎ 978-1645603399
  • Item weight ‏ : ‎ 236 g
  • Dimensions ‏ : ‎ 13.97 x 1.07 x 21.59 cm

Additional information

book-author