Availability: In Stock

Sabuja Kabita: Srasta O Srusti

330.00

ସବୁଜ କବିତାର ଦିଗ୍]ବଳୟ ଖୁବ୍ ପ୍ରସାରିତ ନୁହେଁ । ପୁଣି ଏ ଗୋଷ୍ଠୀର କବିଙ୍କ ସଂଖ୍ୟା ଖୁବ୍ ସୀମିତ । ପାଞ୍ଚଜଣ ବନ୍ଧୁ ଏକାଠି ହୋଇ କିଛି ଲେଖାଲେଖି ପାଇଁ ପ୍ରୟାସ କରିଥିଲେହେଁ ସେମାନଙ୍କ ମଧ୍ୟରୁ ଦୁଇଜଣ ସାହିତ୍ୟରାଜ୍ୟରେ ଆଦୌ ପାଙ୍]କ୍ତେୟ ହୋଇନାହାନ୍ତି । କିନ୍ତୁ ସାହିତ୍ୟ-ସଂଗଠନ, ପତ୍ରିକା ପ୍ରକାଶନ ଦିଗରେ ସେ ଦୁହିଁଙ୍କ ଅବଦାନ ନିଶ୍ଚୟ ସ୍ୱୀକୃତ ହେବ । ଅନ୍ୟ ତିନିଜଣ କବିଙ୍କ ମଧ୍ୟରୁ ଅନ୍ନଦାଶଙ୍କର ମାତ୍ର ଚାରିବର୍ଷ ପାଇଁ ଓଡ଼ିଆ କବିତା ଲେଖିବାରେ ମନ ବଳେଇଛନ୍ତି । ତାଙ୍କ ସୃଷ୍ଟି ସଂଖ୍ୟା ଦୃଷ୍ଟିରୁ ମାତ୍ର ଚଉଦଟି କବିତା । ତା\’ପରେ ସେ ବଙ୍ଗଳା ସାହିତ୍ୟକୁ ଅପସାରିତ ହୋଇ ଯାଇଛନ୍ତି । ତେଣୁ ସବୁଜ କବି ଭାବରେ କେବଳ ବୈକୁଣ୍ଠନାଥ ଓ କାଳିନ୍ଦୀ ଚରଣ ହିଁ ଏହି ନିବନ୍ଧରେ ସବିଶେଷ ଆଲୋଚନା ସ୍ତରକୁ ଆସିଛନ୍ତି । ମୋର ଦୁର୍ଭାଗ୍ୟ ଏ ଦୁଇଜଣ ଯାକ କବି ଆଜି ଇହଜଗତରେ ନାହାନ୍ତି । ତେଣୁ ଏ ନିବନ୍ଧ ଗ୍ରନ୍ଥରେ ମୁଁ ସେମାନଙ୍କ ସହିତ ସାକ୍ଷାତକାରର କୌଣସି ପ୍ରାମାଣିକ ବିବରଣୀ ଦେଇପାରିନାହିଁ । କିନ୍ତୁ ଏହି କବିଙ୍କ ଭାବମୂର୍ତ୍ତି ହିଁ ମୋର ପ୍ରବନ୍ଧ ରଚନାର ମୂଳ ଅନୁପ୍ରେରଣା । ଓଡ଼ିଆ ସାହିତ୍ୟକୁ ଏହି ଯଶସ୍ୱୀ କବିଙ୍କ ଅବଦାନ ପାଇଁ ଏ ସାହିତ୍ୟର ଜଣେ ଅନୁରାଗୀ ପାଠକ ଭାବେ ମୁଁ ଯେତେ କୃତଜ୍ଞତା ଜଣାଇଲେ ବି ତାହା ମୋ ଭାଷାର ନିଅଣ୍ଟିଆପଣକୁ ହିଁ ସାବ୍ୟସ୍ତ କରିବ ।

ଓଡ଼ିଆ ସାହିତ୍ୟ ପାଇଁ ସାମାନ୍ୟ ଅନୁରାଗରୁ ଏହି ନିବନ୍ଧ ଗ୍ରନ୍ଥର ପରିକଳ୍ପନା । ତେଣୁ ଯଦି ଏହା ପାଠକପାଠିକାଙ୍କ ଆଦର ଲାଭ କରିବ ତେବେ ତାହାହିଁ ମୋର ଶ୍ରମର ସାର୍ଥକତା ହେବ ।

– ଡକ୍ଟର ସୁଶ୍ରୀ ସନ୍ଧ୍ୟା ମହାନ୍ତି

Categories: ,

Description

About the Author

ଡକ୍ଟର ସୁଶ୍ରୀ ସନ୍ଧ୍ୟା ମହାନ୍ତି (୧୯୬୮) ମସିହାରେ ପିତା ବିରଞ୍ଚି ନାରାୟଣ ଦାସ, ମାତା ଉର୍ମିଳା ଦାସଙ୍କ କୋଳମଣ୍ଡନ କରି କେନ୍ଦୁଝରଗଡ଼ସ୍ଥ ମାଧପୁରରେ ଭୂମିଷ୍ଠ ହୋଇଥିଲେ । କେନ୍ଦୁଝରରେ ବିଦ୍ୟାଳୟ, ହାଇସ୍କୁଲ୍], ମହାବିଦ୍ୟାଳୟ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ‘ସବୁଜ କବିତା ସ୍ରଷ୍ଟା ଓ ସୃଷ୍ଟି’ ଉପରେ ଗବେଷଣା କରି ପିଏଚ୍].ଡି. ଲାଭ କରିଛନ୍ତି ।’ସବୁଜ କବିତା ସ୍ରଷ୍ଟା ଓ ସୃଷ୍ଟି’ ସବୁଜ ସ୍ରଷ୍ଟା ଏବଂ ସେମାନଙ୍କର ସୃଷ୍ଟି ସମ୍ବନ୍ଧିତ ଏକ ଉଚ୍ଚକୋଟୀର ଗବେଷଣା ପୁସ୍ତକ । ପ୍ରେମ, ପ୍ରକୃତି, ରହସ୍ୟ, ଈଶ୍ୱର, ଏ ଜୀବନବୋଧର ଛାୟାଚ୍ଛନ୍ନ ପରିମଣ୍ଡଳର ରୋମାଣ୍ଟିକ୍ ସ୍ରଷ୍ଟାମାନଙ୍କର ଚିତ୍ରଧର୍ମୀ ରୂପାୟନ ହିଁ ଆଲୋଚ୍ୟ ପୁସ୍ତକର ମୁଖ୍ୟ ବିଷୟ । ‘ସବୁଜ କବିତା ସ୍ରଷ୍ଟା ଓ ସୃଷ୍ଟି’ ଗ୍ରନ୍ଥରେ ରୋମାଣ୍ଟିକ୍ କାବ୍ୟଧାରାର ଶେଷ ପଥିକୃତ୍ ଆଲୋଚନା ଭାବେ ଜିଜ୍ଞାସୁ ବିଦ୍ୟାର୍ଥୀ ଏବଂ ଗବେଷକଙ୍କ ନିମନ୍ତେ ଯେ ନିଶ୍ଚିତ ଭାବେ ଉପାଦେୟ ହେବ, ଏହା ଆମର ବିଶ୍ୱାସ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 15 May 2023
  • Language ‏ : ‎ Oriya
  • Print length ‏ : ‎ 268 pages
  • ISBN-10 ‏ : ‎ 1645603466
  • ISBN-13 ‏ : ‎ 978-1645603467
  • Item Weight ‏ : ‎ 345 g
  • Dimensions ‏ : ‎ 13.97 x 1.55 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback