Availability: In Stock

Sabu Prashnara Uttara

150.00

ଗଭୀର ରାତିରେ ନିଦ ଭାଙ୍ଗିଯାଏ ଅଚାନକ । ହୃଦୟ ମଧ୍ୟରୁ ଉଦ୍]ଗତ ହୁଏ ଅବାରିତ କୋହ । ବକ୍ଷସ୍ଥଳ ବିଦାରିତ କରି ବନ୍ୟାଜଳ ପରି ପ୍ରବାହିତ ହେବାକୁ ଯାଉଥାଏ ଯେଉଁ ଆକୁଳତା ଭରା କ୍ରନ୍ଦନର ସ୍ରୋତ, ତାକୁ ବହୁ ଚେଷ୍ଟା ଦ୍ୱାରା ଅଟକାଇବାକୁ ପଡ଼େ । ଯେଉଁମାନଙ୍କ ଅପୂର୍ବ ସ୍ନେହରେ ହଜିଯାଇଛି ମୁଁ ଗୋଟାପଣେ, ମୋର ଅନ୍ତଃସତ୍ତା, ସେମାନେ ଗଲେ କୁଆଡ଼େ – ଏ ପଶ୍ନ ବ୍ୟତିବ୍ୟସ୍ତ କରିଥାଏ ସାରା ଚେତନାକୁ ।

ମୋର ପରମ ପୂଜ୍ୟ ପିତାମହଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ସ୍ମୃତି ଏହିପରି ମୋତେ ଡହଳ ବିକଳ କରିଆସିଛି ସର୍ବଦା । ନିଜ ଅନ୍ତରର ଏହି ଆବେଗକୁ କାଗଜରେ ଢାଳିଦେଲେ, କାଳେ ଲାଭ କରିପାରିବି ସାମାନ୍ୟ ଆଶ୍ୱାସନା; ସେଥିପାଇଁ ଯାହା ଲେଖିହୋଇଯାଇଛି ତାକୁ ଗଳ୍ପ ବୋଲି ଗ୍ରହଣ କରିପାରନ୍ତି ଦରଦୀ ପାଠକମାନେ । ବାସ୍ତବରେ କିନ୍ତୁ ଗଳ୍ପ ରଚନାର ପ୍ରୟାସରୁ ମୁଁ ବହୁ ଦୂରବର୍ତ୍ତୀ ଅଥଚ ସାହିତ୍ୟର ଜଣେ ସାଧାରଣ ଛାତ୍ର ଭାବରେ ଜାଣେ ଯେ ଗଳ୍ପକଳାର କମନୀୟତା ରହିଛି ଏଇଠି । ମୋ ଅନୁଭବର କିୟଦଂଶ ପ୍ରକାଶ କରିପାରିଛି ବୋଲି ଅତୃପ୍ତିର ଦୀର୍ଘଶ୍ୱାସରେ ନିରନ୍ଧ୍ର ଅନ୍ଧକାର ଆଉ ଅଧିକ ଅଥୟ କରିନାହିଁ ମୋତେ । ବରଂ ସ୍ନେହସଜ୍ଜଳ ଆତ୍ମୀୟମାନଙ୍କୁ ସଯତ୍ନେ ସଂରକ୍ଷିତ କରି ରଖିଛି ହୃଦୟର ନିଭୃତ ନିଳୟରେ । ଏଥିରେ ସ୍ଥାନିତ ଗଳ୍ପଗୁଡ଼ିକ ସମ୍ପର୍କରେ ବିଶେଷ ବ୍ୟାଖ୍ୟା ବିଶ୍ଳେଷଣର ପ୍ରୟୋଜନ ନାହିଁ ।

Category:

Description

About the Author

ସମ୍ପ୍ରତି ଓଡ଼ିଆ ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ନୂତନ ଧାରାର ପ୍ରବର୍ତ୍ତକ ପ୍ରଫେସର ମଣୀନ୍ଦ୍ର କୁମାର ମେହେର (ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର) ପାଣ୍ଡିତ୍ୟ ପ୍ରଦର୍ଶନର ପ୍ରଲୋଭନରୁ ସମ୍ପୂର୍ଣ୍ଣ ମୁକ୍ତ ଏକ ନମନୀୟ ସତ୍ତା । ଜଟିଳତାର ଜାଲରୁ ପାଠକକୁ ଉତ୍ତୀର୍ଣ୍ଣ କରାଇ କବି-ଆତ୍ମା ସହ ପ୍ରତ୍ୟକ୍ଷ ସମ୍ବନ୍ଧ ସ୍ଥାପନ କରିଦେବାରେ ଅତୁଳନୀୟ ତାଙ୍କ ଆନ୍ତରିକତା । ତାଙ୍କ ଜନ୍ମସ୍ଥାନ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମପୀଠ । ଆଉ ଏବେ ସେ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର । ବିଶ୍ୱକବିଙ୍କ କବିତାରେ ଝଙ୍କୃତ ତାଙ୍କ ପ୍ରାଣତନ୍ତ୍ରୀ । ଏ ପୃଥିବୀର ସମସ୍ତ ମହାନ ସାହିତ୍ୟଶିଳ୍ପୀଙ୍କ ଉତ୍ତର ଦାୟାଦ ବୋଲି ନମ୍ରତାର ସହିତ ଅନୁଭବ କରିବା ଓ ଉତ୍ତର ଦାୟିତ୍ୱ ସମ୍ପାଦନାରେ ନିଜକୁ ଉତ୍ସର୍ଗ କରିବା ହିଁ ତାଙ୍କ ବ୍ୟକ୍ତିତ୍ୱର ଅସାମାନ୍ୟ ସୌନ୍ଦର୍ଯ୍ୟ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 22 January 2023
  • Language ‏ : ‎ Oriya
  • Print length ‏ : ‎ 96 pages
  • ISBN-10 ‏ : ‎ 1645603350
  • ISBN-13 ‏ : ‎ 978-1645603351
  • Item Weight ‏ : ‎ 132 g
  • Dimensions ‏ : ‎ 13.97 x 0.58 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback