Availability: In Stock

Rutusamhara (Kalidasa)

280.00

ମହାକବି କାଳିଦାସ କୃତ ‘ଋତୁସଂହାର’ ସଂସ୍କୃତର ପ୍ରଥମ ସ୍ୱତନ୍ତ୍ର ଋତୁକାବ୍ୟ । ଏହା ଏକ ସ୍ୱତନ୍ତ୍ର ଋତୁକାବ୍ୟ । ଏହା ଏକ କ୍ଷୁଦ୍ରକାର ଆଦିରସାତ୍ମକ କାବ୍ୟ । ଏହାକୁ ଖଣ୍ଡବାକ୍ୟର ଅନ୍ତର୍ଭୁକ୍ତ କରାଯାଏ । କେହି କେହି ଏହାକୁ ଗୀତିକାବ୍ୟ ମଧ୍ୟ କହନ୍ତି ।

‘ଋତୁସଂହାର’ ଶିରୋନାମଟିରେ ସଂହାରର ଅର୍ଥ ହତ୍ୟା ନୁହେଁ । ଏହାର ଅର୍ଥ ହେଉଛି ସମାବେଶ ବା ମାଳା । ତେଣୁ ‘ଋତୁସଂହାର’କୁ ‘ଋତୁ ସମାବେଶ’ ବା ‘ଋତୁମାଳା’ ହିସାବରେ ବିଶ୍ଳେଷଣ କରାଯାଇପାରେ ।

‘ଋତୁସଂହାର’ କାଳିଦାସଙ୍କ ପ୍ରଣୀତ ପ୍ରଥମ କାବ୍ୟ ରଚନା, ଯେଉଁଥିରେ ଭାରତୀୟ ଉପମହାଦେଶର ଛଅଟି ଋତୁର ବର୍ଣ୍ଣନା ରହିଛି । ଛଅ ଋତୁର ସୁନ୍ଦର ବର୍ଣ୍ଣନା କବି ଛଅ ସର୍ଗରେ ବା ଅଧ୍ୟାୟରେ କରିଛନ୍ତି । ପ୍ରଥମ ସର୍ଗଟି ଗ୍ରୀଷ୍ମଋତୁ ବିଷୟକ । ପରବର୍ତ୍ତୀ ସର୍ଗ ଗୁଡ଼ିକରେ ବର୍ଣ୍ଣିତ ହୋଇଛି ଯଥାକ୍ରମେ ବର୍ଷା, ଶରତ୍], ହେମନ୍ତ, ଶିଶିର (ଶୀତ) ଓ ବସନ୍ତ ଋତୁ । ବର୍ଣ୍ଣନା ଖୁବ୍ ମନୋହର ଓ ନୈସର୍ଗିକ ତଥା ସ୍ୱଭାବିକତା ବେଶି ମାତ୍ରାରେ ପରିଦୃଷ୍ଟ ହୁଏ । ଏଗୁଡ଼ିକ ଦୁଇ ପ୍ରଣୟୀଯୁଗଳର ପରସ୍ପର ସଂବାଦ ।

ପ୍ରତ୍ୟେକ ଋତୁର ସଂଦର୍ଭରେ କବି ନ କେବଳ ସମ୍ବନ୍ଧିତ କାଳଖଣ୍ଡର ପ୍ରାକୃତିକ ବୈଶିଷ୍ଟ୍ୟ, ବିବିଧ ଦୃଶ୍ୟସମୂହର ଚିତ୍ରଣ କରାରାଇଛି ତାହା ନୁହେଁ ଅଧିକନ୍ତୁ ପ୍ରକୃତି-ଜଗତରେ ହେଉଥିବା ପରିବର୍ତ୍ତନ ଓ ପ୍ରତିକ୍ରିୟାକୁ ଯୁବକ-ଯୁବତୀ ଓ ପ୍ରେମିକ-ପ୍ରେମିକାଙ୍କର ପ୍ରଣୟ ଜୀବନ ଉପରେ ପଡୁଥିବା ପ୍ରଭାବର ବି ରୋମାନୀ ଶୈଳୀରେ ନିରୂପଣ ଓ ଆକଳନ କରିଛନ୍ତି । ପ୍ରକୃତିର ପ୍ରାଙ୍ଗଣରେ ବିହାର କରୁôଥିବା ବିଭିନ୍ନ ପଶୁ-ପକ୍ଷୀ ତଥା ନାନା ବିଧ ବୃକ୍ଷ, ଲତା ଓ ଜୀବ-ଜନ୍ତୁଙ୍କ ବିଷୟରେ ବି ଭୁଲି ନାହାନ୍ତି । ସିଏ ଭାରତର ପ୍ରାକୃତିକ ବୈଭବର ସହିତ ତା’ର ସ୍ୱଭାବ ଓ ପ୍ରବୃତ୍ତିର ପୂର୍ଣ୍ଣତଃ ପରିଚିତ ଅଛନ୍ତି । ପ୍ରସ୍ତୁତ କାବ୍ୟଗ୍ରନ୍ଥଟିକୁ ପଢ଼ିଲେ ଭାରତର ବିଭିନ୍ନ ଋତୁଗୁଡ଼ିକର ସୌନ୍ଦର୍ଯ୍ୟ ସଂପୂର୍ଣ୍ଣ ରୂପରେ ଆମ ଚକ୍ଷୁ ସମ୍ମୁଖରେ ଉପସ୍ଥିତ ହୋଇଥାଏ ।

Categories: ,

Description

  • Publisher ‏ : ‎ Black Eagle Books
  • Publication date ‏ : ‎ 8 January 2024
  • Language ‏ : ‎ Oriya
  • Print length ‏ : ‎ 202 pages
  • ISBN-10 ‏ : ‎ 1645605019
  • ISBN-13 ‏ : ‎ 978-1645605010
  • Item Weight ‏ : ‎ 263 g
  • Dimensions ‏ : ‎ 13.97 x 1.17 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback

Translator

Manoranjan Pattanayak