Availability: In Stock

Revenue Ticket

Author: Amrita Pritam

260.00

ଅମୃତା ପ୍ରୀତମ୍ ଖାଲି ଭାରତ କାହିଁକି, ପୃଥିବୀର ଅନ୍ୟ ଅନେକ ଦେଶର ସାହିତ୍ୟ ଜଗତରେ ଏକ ଜଣାଶୁଣା ନାମ । ତାଙ୍କର ବହୁ ଗଳ୍ପ, କବିତା, ଉପନ୍ୟାସ ବିଭିନ୍ନ ଭାଷାରେ ଅନୂଦିତ ହୋଇ ପାଠକ ପାଠିକା ମାନଙ୍କ ନିକଟରେ ବିଶେଷ ଆଦର ଓ ସମ୍ମାନ ଲାଭ କରିଛି । ଜ୍ଞାନପୀଠ ଠାରୁ ଭାରତୀୟ ସାହିତ୍ୟ ଏକାଡ଼େମୀ ପର୍ଯ୍ୟନ୍ତ ବହୁ ସଂସ୍ଥା ତାଙ୍କର ସାହିତ୍ୟକୃତିକୁ ସ୍ୱୀକାର କରି ତାଙ୍କୁ ସମ୍ମାନିତ କରିଛନ୍ତି ।

“ରସିଦି ଟିକଟ” ଅମୃତା ପ୍ରୀତମଙ୍କର ଆତ୍ମଜୀବନୀ । ନିଜର ଭିତର ବାହାରକୁ ଟିକିନିଖି ଭାବରେ ବିଶ୍ଳେଷଣ କରି ପାଠକଙ୍କ ଆଗରେ ଏତେ ସାହସର ସହିତ ରଖିଦେବା କୌଣସି ପ୍ରତିଷ୍ଠିତା ନାରୀପକ୍ଷରେ ସଚରାଚର ସମ୍ଭବ ହୁଏନାହିଁ । କିନ୍ତୁ ଅମୃତା ପ୍ରୀତମ୍ ଅନନ୍ୟା ।

Categories: ,

Description

About the Author

ଅମୃତା ପ୍ରୀତମ୍ (୧୯୧୯-୨୦୦୫) ଥିଲେ ପଞ୍ଜାବୀ ସାହିତ୍ୟ ଜଣେ ଉଚ୍ଚକୋଟୀର ସାହିତ୍ୟିକା । ଶହେରୁ ଊର୍ଦ୍ଧ୍ୱ ପୁସ୍ତକର ରଚୟିତା ଭାବରେ ସାହିତ୍ୟର ସବୁ ଦିଗରେ ତାଙ୍କର ଅବଦାନ ଥିଲା । ତାଙ୍କୁ ମିଳିଥିବା ସମ୍ମାନ ମଧ୍ୟରେ ସାହିତ୍ୟ ଅକାଦେମୀ ପୁରସ୍କାର (୧୯୫୬), ଭାରତୀୟ ଜ୍ଞାନପୀଠ (୧୯୮୨), ପଦ୍ମ ବିଭୂଷଣ (୨୦୦୪) ଉଲ୍ଲେଖଯୋଗ୍ୟ । ତାଙ୍କୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (୧୯୭୩), ଜବଲପୁର ବିଶ୍ୱବିଦ୍ୟାଳୟ (୧୯୭୩) ଓ ବିଶ୍ୱଭାରତୀ (୧୯୮୭) ସମ୍ମାନଜନକ ଡି.ଲିଟ୍ ପ୍ରଦାନ କରିଥିଲେ ।

ନନ୍ଦିନୀ ଶତପଥୀ (୧୯୩୧-୨୦୦୬) ଏକାଧାରରେ ଥିଲେ ଜଣେ କବି, ଗାଳ୍ପିକା ଓ ଅନୁବାଦିକା । ତାଙ୍କର ପ୍ରକାଶିତ ପୁସ୍ତକମାନଙ୍କ ମଧ୍ୟରେ କବିତା ସଂକଳନ ‘ଉତ୍ତର ପୁରୁଷ’, ଗଳ୍ପ ସଂକଳନ ‘କେତୋଟି କଥା’, ‘ସପ୍ତଦଶୀ’ ଏବଂ ଅନୁବାଦ ପୁସ୍ତକ ‘ଗାନ୍ଧୀ କଥାମୃତ’, ‘ରେଭିନ୍ୟୁ ଟିକଟ’, ‘ଲଜ୍ଜା’ ଓ ମହାଶ୍ୱେତା ଦେବୀଙ୍କ ନିର୍ବାଚିତ ଗଳ୍ପ ଉଲ୍ଲେଖଯୋଗ୍ୟ । ତାଙ୍କୁ ମିଳିଥିବା ସମ୍ମାନ ମଧ୍ୟରେ ‘ରେଭିନ୍ୟୁ ଟିକେଟ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ, ‘ଗାନ୍ଧୀ କଥାମୃତ’ ପାଇଁ ସାହିତ୍ୟ ଅକାଦେମୀ ପୁରସ୍କାର ଓ ଅନୁବାଦଗତ ସଫଳତା ନିମନ୍ତେ ସାହିତ୍ୟ ଭାରତୀ ସମ୍ମାନ ଉଲ୍ଲେଖଯୋଗ୍ୟ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 1 February 2024
  • Language ‏ : ‎ Oriya
  • Print length ‏ : ‎ 190 pages
  • ISBN-10 ‏ : ‎ 1645605167
  • ISBN-13 ‏ : ‎ 978-1645605164
  • Item Weight ‏ : ‎ 245 g
  • Dimensions ‏ : ‎ 13.97 x 1.12 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback

Translator

Nandini Satpathy