Availability: In Stock

Purbashara Pakshi

Author: Banaj Devi

450.00

“ଯାହା ମୋତେ ଆଲୋଡ଼ିତ ଓ ଆନ୍ଦୋଳିତ କରେ ତାକୁ ନେଇ ଲେଖେ। ଘଟଣା, ପରିସ୍ଥିତି, ପରିବେଶ ସର୍ବୋପରି ମଣିଷ ଚରିତ୍ର ଓ ତା’ର ଅନ୍ତର୍ଲୋକ – ଏସବୁ ରହନ୍ତି ମୋ ଲେଖାରେ।” – ପଚାଶ ଦଶକର ମଧ୍ୟଭାଗର ‘ମୀନାବଜାର’ ପୃଷ୍ଠା ମଧ୍ୟ ଦେଇ ଏଯାବତ୍ ନିଜସ୍ୱ ଲେଖନୀର ସ୍ୱାତନ୍ତ୍ର]୍ୟ ବଜାୟ ରଖିଥିବା ବର୍ଷୀୟାନ୍ ଯଶସ୍ୱିନୀ ଔପନ୍ୟାସିକା ବନଜ ଦେବୀ ଓଡ଼ିଆ ସାହିତ୍ୟର ଜଣେ ସଶ୍ରଦ୍ଧ ଉଚ୍ଚାରଣ। “ବିଶୁଦ୍ଧ କଳ୍ପନାକୁ ନେଇ ଯାହା ଲେଖାଯାଏ ତାହା କଦାପି ହୃଦୟସ୍ପର୍ଶୀ ହୁଏ ନାହିଁ, ତେଣୁ ବିଶୁଦ୍ଧ କଳ୍ପନାରୁ ଲେଖିହୁଏ ନାହିଁ ବରଂ ବାସ୍ତବତାର ଭିତ୍ତି ଉପରେ କଳ୍ପନାର ଇଟା ଯୋଡ଼େଇ ହୁଏ” – ବୋଲି ସେ ଉଲ୍ଲେଖ କରନ୍ତି। ସ୍ୱ-ଅନ୍ତଃପ୍ରେରଣାକୁ ତାଙ୍କ ଲେଖକୀୟ ସତ୍ତାର ମୂଳ ଉତ୍ସ ମନେ କରୁଥିବା ବନଜ ଦେବୀଙ୍କ ଉପନ୍ୟାସରେ ରହିଛି ଦୀର୍ଘ ଚାରି ଦଶନ୍ଧିରୁ ଊର୍ଦ୍ଧ୍ୱ କାଳଖଣ୍ଡର ସାମାଜିକ, ସାଂସ୍କୃତିକ ତଥା ଜୀବନନିଷ୍ଠ ଉପଲବ୍ଧିର ଇସ୍ତାହାର। ସେ ‘ଉପନ୍ୟାସକୁ କାହିଁକି ନିଜ ଲେଖନୀର ଏକ ସହଜ ସ୍ୱାଭାବିକ ରୂପ ମନେକରନ୍ତି’ର ଉତ୍ତରରେ ତାଙ୍କର ବକ୍ତବ୍ୟ ହେଉଛି- “ଉପନ୍ୟାସରେ ଜୀବନକୁ, ସମାଜକୁ, ସଂସ୍କୃତିକୁ ଜାଣିହୁଏ। ଭିନ୍ନ ଭିନ୍ନ କାହାଣୀର ମାଧୁର୍ଯ୍ୟ ମିଳେ। ଜୀବନକୁ ବିଭିନ୍ନ ରୂପରେ ବିଭିନ୍ନ ଢଙ୍ଗରେ ଉନ୍ମୋଚନ କରିଥାଏ ଉପନ୍ୟାସ। ଉପନ୍ୟାସର ବଳିଷ୍ଠ ଚରିତ୍ର ଯେପରି ପ୍ରଭାବିତ କରେ ତା’ର ବାର୍ତ୍ତା ସେପରି ପ୍ରେରଣାୟିତ କରେ। ଅନେକ ସମୟରେ, ଅନେକ ଉପନ୍ୟାସରେ ପାଠକ ନିଜକୁ ଭେଟିଥାଏ। ଉପନ୍ୟାସ ବିଭିନ୍ନ ଭାବ ସମ୍ବଳିତ ଏକ ଜୀବନ କାବ୍ୟ।” ସାଂପ୍ରତିକ ସମାଜର ଅନେକ ଅବ୍ୟକ୍ତ-ଅଦେଖା ଭାବ ସଂଘଟନାକୁ ବନଜ ଦେବୀ ଅତି ସୁନ୍ଦର-ସାବଲୀଳ ଢଙ୍ଗରେ ତାଙ୍କର ଚରିତ୍ରମାନଙ୍କ ଜରିଆରେ ଉପସ୍ଥାପନ କରନ୍ତି।

Category:

Description

About the Author

ଯଶସ୍ୱିନୀ ବନଜ ଦେବୀ ୧୯୪୧ ମସିହା ଅଗଷ୍ଟ ୧୦ ତାରିଖରେ ପିତା ବିଶ୍ୱନାଥ ପଟ୍ଟନାୟକ ଏବଂ ମାତା ସୁନ୍ଦରମଣୀ ପଟ୍ଟନାୟକଙ୍କ କୋଳମଣ୍ଡନ କରି ପୁରୀ ଜିଲ୍ଲାସ୍ଥ ପୋଷଲ ଗ୍ରାମର ଏକ ସମ୍ଭ୍ରାନ୍ତ କରଣ ପରିବାରରେ ଭୂମିଷ୍ଠ ହୋଇଥିଲେ। ତାଙ୍କର ବାପା ଓ ବଡ଼ବାପା ରାୟ ସାହେବ ଲୋକନାଥ ପଟ୍ଟନାୟକ ସଂସ୍କୃତିସଂପନ୍ନ ବ୍ୟକ୍ତିତ୍ୱ ଥିଲେ। ବଡ଼ବାପା ଓ ବଡ଼ବୋଉ ଉଷାମଣୀ ଦେବୀଙ୍କ ପାଖରେ ହିଁ ସେ ମଣିଷ ହୋଇଥିବା କଥା ସ୍ୱୀକାର କରନ୍ତି। ମାତ୍ର ଦଶବର୍ଷ ବୟସରୁ କବିତା ଲେଖା ଆରମ୍ଭ କରିଥିବା ବନଜ ଦେବୀଙ୍କ ସର୍ଜନାର ଅନ୍ତୁଡ଼ିଶାଳ ଥିଲା ‘ମୀନାବଜାର’ ପୃଷ୍ଠା। ‘ମୀନାବଜାର’ରେ ତାଙ୍କର ବହୁ କବିତା ପ୍ରକାଶିତ ହୋଇ ତାଙ୍କୁ ସାହିତ୍ୟ ସର୍ଜନାରେ ପ୍ରେରଣାଦାୟୀ ହୋଇଥିଲା। ଆଇ.ଏ. ଶିକ୍ଷା ସମାପ୍ତ କରି ପୁରୀର ଏକ ସମ୍ଭ୍ରାନ୍ତ କରଣ ପରିବାରରେ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ହରିଚନ୍ଦନଙ୍କୁ ସେ ବିବାହ କରିଥିଲେ। ଜଣେ ଗୃହିଣୀର ସଂସାର ଜଞ୍ଜାଳରେ ଥାଇ ମଧ୍ୟ ସୃଜନକର୍ମରେ ଅନୁବ୍ରତୀ ଥିବା ବନଜ ଦେବୀ ଅସଂଖ୍ୟ କବିତା, ଗଳ୍ପ, ଅନୁବାଦ, ଜୀବନୀ ଲିଖନ ତଥା ଉପନ୍ୟାସ ସୃଷ୍ଟିରେ ନିମଗ୍ନ ରହିଛନ୍ତି। ଏଯାବତ୍ ତାଙ୍କର ଚଉଦଟି ଗଳ୍ପ ସଂକଳନ, ଛଅଗୋଟି କବିତା ସଂକଳନ, ଦଶଗୋଟି ଉପନ୍ୟାସ, ପାଞ୍ଚଟି ଉପନ୍ୟାସିକା, ଦୁଇଟି ଅନୁବାଦ ଏବଂ ଦୁଇଟି ଜୀବନୀ ପୁସ୍ତକ ପ୍ରକାଶିତ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 8 September 2025
  • Language ‏ : ‎ Oriya
  • Print length ‏ : ‎ 372 pages
  • ISBN-10 ‏ : ‎ 1645607305
  • ISBN-13 ‏ : ‎ 978-1645607304
  • Item Weight ‏ : ‎ 431 g
  • Dimensions ‏ : ‎ 13.97 x 2.11 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback