Availability: In Stock

Prayogika Uttara Samrachanabada banam Odia Sahitya

250.00

ଆମ ସର୍ଜନଶୀଳ ଲେଖକମାନେ କାଳେ କାଳେ ବହୁମୁଖୀ । ସେ ସାରଳା ଦାସ ହୁଅନ୍ତୁ ବା ଫକୀରମୋହନ ବା ଗୋପିନାଥ ବା ମନୋଜ ବା ୧୯୬୦ ପରବର୍ତ୍ତୀ ଯେ କେହି ବି । ଏମାନେ ନିଜ ନିଜ ସମକାଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାହିତ୍ୟ ରଚିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ପରୀକ୍ଷଣପ୍ରବଣ । ତେବେ ୧୯୬୦ ପରବର୍ତ୍ତୀ ସାହିତ୍ୟସର୍ଜନାସମୂହର ଆକଳନ ବିଶ୍ୱସାହିତ୍ୟ ତଥା ବିଶ୍ୱସାହିତ୍ୟ ସମାଲୋଚନା ସହିତ ସମତାଳିତ କରାଇ ବୋଧହୁଏ ଠିକ୍ ଭାବରେ ଏଯାବତ୍ ପରିବେଷଣ କରାଯାଇ ନାହିଁ । କେବଳ ୧୯୬୦ ରୁ ୧୯୭୦ ମଧ୍ୟରେ ଓଡ଼ିଆ ସାହିତ୍ୟରେ କୁମାର, କୃଷ୍ଣଚରଣ, ସୁରେନ୍ଦ୍ର, ମନୋରଞ୍ଜନ, ଗୋବିନ୍ଦ, ରମେଶ, ଗୋପିନାଥ, ବିଜୟ, ସଚ୍ଚିଦାନନ୍ଦ, ବିନୋଦଚନ୍ଦ୍ର, ଅନନ୍ତ, ରମାକାନ୍ତ, ସୀତାକାନ୍ତ, ଚନ୍ଦ୍ରଶେଖର, ଶାନ୍ତନୁମାନେ ଯେଭଳି ପରୀକ୍ଷାମଗ୍ନ ଏବଂ ପ୍ରୟୋଗମଗ୍ନ ହେଇ ସାଧନାମଗ୍ନ ହେଇଛନ୍ତି, ସେତିକିରେ ଆମେ ଉତ୍ତର-ସଂରଚନାବାଦୀ ବା ଉତ୍ତର- ଆଧୁନିକତାବାଦୀ ବିଶ୍ୱ ସାହିତ୍ୟ ଧାରା ସହିତ ସମତାଳ ଏବଂ ସମକାଳ ହୋଇ ସ୍ୱକୀୟ ସ୍ୱାତନ୍ତ୍ର]୍ୟ ଲଭିଛୁ କହିଲେ ଅତିକଥନ ହେବ ନାହିଁ । ସେଥିପାଇଁ ଗବେଷଣା ବହୁ ପରିତଳୀୟତା ଅର୍ଜନ କରୁ । ତହିଁରେ ଆମ ସେନ୍ସ ଅଫ୍ ସେଲ୍ଫ୍ ଏବଂ ଆଇଡେଣ୍ଟିଟିକୁ ବି ଚିହ୍ନଟ କରାଯାଉ । ଗବେଷଣା କ୍ଷେତ୍ରରେ ଏକପାଖିଆ କିମ୍ବା ଏକଦେଶଦର୍ଶିଆ ମାନସିକତାକୁ ପରିହାର କରାଯାଉ । ଫଳରେ ଆମ ଭାଷା ସାହିତ୍ୟର ଲେଖକଲେଖିକାମାନଙ୍କ ଅନାବିଷ୍କୃତ ତାକତ୍ ସମୂହ ସମ୍ମୁଖୀକୃତ ହେଇପାରିବ । ଆମ ଭାଷାସାହିତ୍ୟର ଲେଖକଲେଖିକାମାନଙ୍କ ଅନାବିଷ୍କୃତ ତାକତ୍]କୁ ନବୀନ ଗବେଷକଗବେଷିକାମାନଙ୍କ ନିକଟରେ ପରିବେଷଣ କରିବା ପାଇଁ ଏ ସମାଲୋଚନା ଗ୍ରନ୍ଥଟି ରଚିତ ।

Categories: ,

Description

About the Author

Dr Rabindra Kumar Das, renowned teacher of the Department of Odia, Visva-Bharati, Santiniketan, India is an obsessive, swift and well-built critic of present day scenario and usually focuses on discovering invariable horizon of history and criticism of literature. He is always entangled with contemporary world literary criticism. His prompt, potential concentration lies on eco-criticism, stylistics, dimension theory, transformation theory, spotlight syndrome theory and new-noveldom to mould Odia literature and its unprecedented and transcended measure. This is his 4th major critical essay collection. It reveals chronotope, dialogism, avant-garde, meta-fiction, anti-imperialism, structuralism etc. highlighting basis of Odia literature.

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 21 November 2021
  • Language ‏ : ‎ Oriya
  • Print length ‏ : ‎ 204 pages
  • ISBN-10 ‏ : ‎ 1645602249
  • ISBN-13 ‏ : ‎ 978-1645602248
  • Item Weight ‏ : ‎ 263 g
  • Dimensions ‏ : ‎ 13.97 x 1.19 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback