Availability: In Stock

Prabasi Odia Sahitya: Srusti O Samikshya

500.00

ମଣିଷ ବିଦେଶରେ ରହି ଭାଷା ଭୁଲିଗଲେ ପରିଚିତି ସଂକଟର ସାମ୍ନା କରେ । ଓଡ଼ିଆ ସନ୍ତାନ ପୃଥିବୀର ବହୁ ଦେଶରେ ଅଛନ୍ତି ଓ ସେମାନେ ନିଜ ନିଜ କ୍ଷେତ୍ରରେ ସଫଳ ଓ ସମୃଦ୍ଧ । କର୍ମକ୍ଷେତ୍ରରେ ଓ ଦୈନନ୍ଦିନ ଜୀବନରେ ନିଜ ମାତୃଭାଷା ବ୍ୟବହାର କରିପାରନ୍ତି ନାହିଁ । କିନ୍ତୁ ପ୍ରଥମ ପିଢ଼ିର ପ୍ରବାସୀ ଓଡ଼ିଆମାନେ ସେମାନଙ୍କ ହୃଦୟର ନିକଟତମ ମାତୃଭାଷା ଓଡ଼ିଆକୁ ଭୁଲନ୍ତି ନାହିଁ । ସେମାନଙ୍କୁ ପଚାରିଲେ ସେମାନେ ନିଶ୍ଚୟ କହିବେ ସେମାନେ ସ୍ୱପ୍ନ ଦେଖନ୍ତି ମାଆର ଭାଷା ଓଡ଼ିଆରେ । ଆମେ ଓଡ଼ିଶାରେ ଥାଇ ଖବର ରଖୁ ବା ନ ରଖୁ କେତେ ପ୍ରବାସୀ ଓଡ଼ିଆ ବିଶେଷ କରି ଆମେରିକାରେ ଥିବା ପ୍ରଥମ ପିଢ଼ିର ସଫଳ ଓଡ଼ିଆ ମାତୃଭାଷାରେ ସାହିତ୍ୟ ରଚନା କରନ୍ତି । ମାଆ ଏବଂ ମାତୃଭାଷାର (ଲିପି) ମୁହଁ ସବୁଠୁ ସୁନ୍ଦର । ମାତୃଭାଷା ପୃଥିବୀର ମଧୁରତମ ସଂଗୀତ । ପ୍ରାଚୁର୍ଯ୍ୟ ଭିତରେ ଥାଇ ମଧ୍ୟ ଓଡ଼ିଆମାନେ ମାଆ ହାତରନ୍ଧା ଖାଦ୍ୟପେୟ ଏବଂ ମାତୃଭୂମିର ପର୍ବପର୍ବାଣି, ନୃତ୍ୟ-ଗୀତକୁ ଝୁରି ହୁଅନ୍ତି । ସେମାନେ ପ୍ରବାସୀ ଓଡ଼ିଆ ହେଲେ ମଧ୍ୟ ଛିନ୍ନମୂଳ ନୁହଁନ୍ତି । ଆପଣାର ଗାଁ, ଘର ଏବଂ ସଂସ୍କୃତି ପାଇଁ ସେମାନଙ୍କ ଭିତରେ ଉଚ୍ଚାଟ ଆବେଗ ସେମାନଙ୍କୁ ଲେଖାଏ । ଘର-ବାହାରେ ବେଶ୍ ପରିଶ୍ରମ କରନ୍ତି ସେମାନେ । ତା’ ସତ୍ତ୍ୱେ ଯେଉଁ କେତେ ଜଣଙ୍କ ଭିତରେ ସୃଜନ ପ୍ରତିଭା ଅଛି, ସେମାନେ ଲେଖୁଛନ୍ତି । ଆମେ ସେମାନଙ୍କୁ କେତେ ପଢ଼ିଛୁ ଜାଣିଛୁ ସେଇଟା ସେମାନଙ୍କର ନୁହେଁ ଆମର ଦାୟିତ୍ୱ । ସାହିତ୍ୟ ଅନ୍ତଃପ୍ରେରଣାରୁ ସୃଷ୍ଟି ହେଲେ ମଧ୍ୟ ବାହ୍ୟ ପ୍ରେରଣାର ଭୂମି ଲେଖକର ସାହିତ୍ୟ ସୃଷ୍ଟିପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରବାସୀ ସାହିତ୍ୟ ଆମ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଭିବ୍ୟକ୍ତି ବୋଲି ଆମେ ଏ ପର୍ଯ୍ୟନ୍ତ ବିଚାରିନାହୁଁ । ସେମାନଙ୍କ ସାହିତ୍ୟ ଉପରେ ଆଲୋଚନା-ସମାଲୋଚନା କେତେ ହୁଏ? ଉତ୍ତର ସମ୍ଭବତଃ ନା । ବିଳମ୍ବରେ ହେଲେ ମଧ୍ୟ ପ୍ରବାସୀ ସାହିତ୍ୟ ସୃଷ୍ଟି-ସମୀକ୍ଷାର ପ୍ରକାଶନ ସେମାନଙ୍କ ସାରସ୍ୱତ ସାଧନାକୁ ଗର୍ବିତ ସ୍ୱୀକୃତି ଦେବ ।

Categories: ,

Description

Review

ପ୍ରବାସୀ ସାହିତ୍ୟ ଆମ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଭିବ୍ୟକ୍ତି ବୋଲି ଆମେ ଏ ପର୍ଯ୍ୟନ୍ତ ବିଚାରିନାହୁଁ । ସେମାନଙ୍କ ସାହିତ୍ୟ ଉପରେ ଆଲୋଚନା-ସମାଲୋଚନା କେତେ ହୁଏ? ଉତ୍ତର ସମ୍ଭବତଃ ନା । ବିଳମ୍ବରେ ହେଲେ ମଧ୍ୟ ପ୍ରବାସୀ ସାହିତ୍ୟ ସୃଷ୍ଟି-ସମୀକ୍ଷାର ପ୍ରକାଶନ ସେମାନଙ୍କ ସାରସ୍ୱତ ସାଧନାକୁ ଗର୍ବିତ ସ୍ୱୀକୃତି ଦେବ । ସେମାନଙ୍କ ସୃଷ୍ଟିକୁ ସମ୍ମାନ ଦେବାର ଏହି ସାରସ୍ୱତ ପଦବୋଧ ଧନ୍ୟବାଦାର୍ହ ଓ ଅଭିନନ୍ଦନୀୟ ।

ପ୍ରତିଭା ରାୟ, ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଲେଖିକା

About the Author

କବିତା, ଗଳ୍ପ ଓ ପ୍ରବନ୍ଧ ରଚନା ସହ ଅନୁବାଦରେ ନିଜର ଦକ୍ଷତା ପ୍ରମାଣିତ କରିଥିବା ଡକ୍ଟର ସଂଘମିତ୍ରା ଭଞ୍ଜ ସଂପ୍ରତି ଓଡ଼ିଶାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗମୁଖ୍ୟ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି । ତାଙ୍କର ଗଳ୍ପଧୁରୀଣ ସ୍ରଷ୍ଟା ଫକୀରମୋହନ ଏକ ପୁନର୍ମୂଲ୍ୟାୟନ ଓ ହାସ୍ୟଧୁରୀଣ ସ୍ରଷ୍ଟା ଫତୁରାନନ୍ଦଙ୍କ ଶିଳ୍ପୀ ମାନସ କଥା ସାହିତ୍ୟର ଦୁଇ ଉଚ୍ଚାଙ୍ଗ ଗବେଷଣା ଗ୍ରନ୍ଥ । ସେ ଅନୁବାଦ, ସମ୍ପାଦନା, ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନାଦି କ୍ଷେତ୍ରରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଶବ୍ଦ ଉତ୍ତରଣ, ଫର୍ଦ୍ଦେ କବିତାରେ ପୃଥିବୀ, ବୋଧିଛାୟା କବିତା ପୁସ୍ତକ ତାଙ୍କ ସର୍ଜନଶୀଳ ପ୍ରତିଭାର ଅମୂଲ୍ୟ ନିଦର୍ଶନ । ମାଧବ କୌଶିକଙ୍କ କାବ୍ୟ ଶୁନୋ ରାଧିକା ଓ ନୀଲମ ସକ୍ସେନା ଚନ୍ଦ୍ରାଙ୍କ ଲିଖିତ କସମ୍ ମଟ୍]ମୈଲେ ମସ୍]ରୁମ୍ କି ତାଙ୍କର ଦୁଇ ସାର୍ଥକ ଅନୂଦିତ କୃତି । ସ୍ରଷ୍ଟା ସୃଷ୍ଟି ଓ ଅନ୍ୟାନ୍ୟ ପ୍ରବନ୍ଧ, ଓଡ଼ିଆ ସାହିତ୍ୟ ପୁରୁଣା ଓ ନୂଆ, ସମାଜ ଦର୍ଶନ ଓ ସାହିତ୍ୟ, ଗୌରହରି ଦାସଙ୍କ ସାରସ୍ୱତ ବଳୟ, ପ୍ରାଚୀନ କାବ୍ୟ ବିତାନ ପ୍ରଭୃତି ତାଙ୍କର ବହୁଚର୍ଚ୍ଚିତ, ପାଠକାଦୃତ, ପାଣ୍ଡିତ୍ୟପୂର୍ଣ୍ଣ ସମାଲୋଚନା ଓ ସମ୍ପାଦନା ପୁସ୍ତକ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 17 April 2023
  • Language ‏ : ‎ Oriya
  • Print length ‏ : ‎ 452 pages
  • ISBN-10 ‏ : ‎ 1645603725
  • ISBN-13 ‏ : ‎ 978-1645603726
  • Item Weight ‏ : ‎ 572 g
  • Dimensions ‏ : ‎ 13.97 x 2.57 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback