Availability: In Stock

Ped Gaarl Frend

Author: Ranjan Pradhan

225.00

ପେଡ଼୍ ଗାର୍ଲଫ୍ରେଣ୍ଡ୍]’ ଗାଳ୍ପିକ ରଞ୍ଜନ ପ୍ରଧାନଙ୍କ ଚତୁର୍ଥ ଗଳ୍ପ ସଂକଳନ । ଏଥିରେ ରହିଛି ୧୬ଟି ବଛାବଛା ଗପ । ଏଥିରେ ମୁଖ୍ୟତଃ ଆଧୁନିକ ମଣିଷର ସ୍ଖଳିତ ବସ୍ତୁବାଦୀ ଜୀବନ ଓ ଦର୍ଶନର କଥା ରହିଛି । ପ୍ରେମ, ପ୍ରତାରଣା, ମୋହଭଙ୍ଗ, ଅବସାଦ, ଅସ୍ୱାଭାବିକ ସମ୍ପର୍କ, ଗଭୀର ମନସ୍ତାପ ଓ ଆତ୍ମଦହନ ଏହି ଗପ ସଂକଳନର ମୁଖ୍ୟ ସ୍ୱର । ବିଶେଷକରି ଆଧୁନିକ ସମୟର ସ୍ଖଳିତ ନାରୀ ଚରିତ୍ର ଏଥିରେ ବେଶି ପ୍ରତିଫଳିତ ହୋଇଛି ।

Category:

Description

About the Author

ସମକାଳୀନ ଓଡ଼ିଆ କଥା ସାହିତ୍ୟର ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ ଡକ୍ଟର ରଞ୍ଜନ ପ୍ରଧାନ । ଗପ ଲେଖାରେ ସେ ଭାରି ଚୁଜି ଆଉ ସିଲେକ୍ଟିଭ୍ । ସହଜରେ ସନ୍ତୁଷ୍ଟ ହେବା ଭଳି ଗାଳ୍ପିକ ସେ ନୁହଁନ୍ତି । ଦୀର୍ଘ ଅଢ଼େଇ ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ଧରି ସେ ଗଳ୍ପ ଲେଖାରେ ମଗ୍ନ ଅଛନ୍ତି । ଆପଣାର ଗବେଷଣାଧର୍ମୀ ସୃଷ୍ଟି ଓ ନିଆରାପଣ ପାଇଁ ସେ ଓଡ଼ିଆ ଗଳ୍ପ ସାହିତ୍ୟରେ ଅଳଙ୍କୃତ କରିଛନ୍ତି ଏକ ସ୍ୱତନ୍ତ୍ର ଆସନ । ସାହିତ୍ୟର ପ୍ରାୟ ସବୁ ବିଭାଗରେ ଲେଖନୀ ଚାଳନା କରିଥିଲେ ହେଁ ଗଳ୍ପ ହେଉଛି ତାଙ୍କର ମୁଖ୍ୟ ସାରସ୍ୱତ ବିଭବ । ‘ପେଡ୍ ଗାର୍ଲଫ୍ରେଣ୍ଡ’ ଶ୍ରୀ ପ୍ରଧାନଙ୍କ ଚତୁର୍ଥ ଗଳ୍ପ ସଂକଳନ । ଏହା ପୂର୍ବରୁ ତାଙ୍କର ‘ତନୁଜା ବଳକୁ ନେଇ ଯେତେସବୁ ବେକାରିଆ ଗପ’, ‘ଭିଟାମିନ୍]’, ‘ଡୁମା ଦେବତା ଓ ଅନ୍ୟାନ୍ୟ ଗପ’ ଭଳି ଗଳ୍ପ ସଂକଳନ ପ୍ରକାଶ ପାଇ ପାଠକ ମହଲରେ ଖୁବ୍ ଆଦୃତଲାଭ କରିପାରିଛି । ତେବେ ‘ପେଡ଼୍ ଗାର୍ଲଫ୍ରେଣ୍ଡ୍]’ରେ ମୁଖ୍ୟତଃ ଅତ୍ୟାଧୁନିକ ମଣିଷର ସ୍ଖଳିତ ବସ୍ତୁବାଦୀ ଜୀବନ ଓ ଦର୍ଶନର କଥା ପ୍ରତିଫଳିତ ହୋଇଛି । ପ୍ରେମ, ପ୍ରତାରଣା, ମୋହଭଙ୍ଗ, ଅବସାଦ, ଅସ୍ୱାଭାବିକ ସମ୍ପର୍କ, ଉଚ୍ଛୃଙ୍ଖଳତା, ଗଭୀର ମନସ୍ତାପ ଓ ଆତ୍ମଦହନ ଏହି ଗପ ସଂକଳନର ମୁଖ୍ୟ ସ୍ୱର । ଆସନ୍ତୁ ଆମେ ଶ୍ରୀ ପ୍ରଧାନଙ୍କ ଦୀର୍ଘ ଗଳ୍ପ ଯାତ୍ରାର ସଫଳତା କାମନା କରିବା ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 17 February 2021
  • Language ‏ : ‎ Oriya
  • Print length ‏ : ‎ 206 pages
  • ISBN-10 ‏ : ‎ 1645601625
  • ISBN-13 ‏ : ‎ 978-1645601623
  • Item Weight ‏ : ‎ 268 g
  • Dimensions ‏ : ‎ 13.97 x 1.19 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback