Availability: In Stock

Parineeta

180.00

ବଙ୍ଗୀୟ ଔପନ୍ୟାସିକ ଶରତଚନ୍ଦ୍ରଙ୍କ ‘ପରିଣୀତା’ ଉପନ୍ୟାସ ଏକ ବହୁଚର୍ଚ୍ଚିତ, ବହୁ ଭାଷାରେ ଅନୂଦିତ ସାର୍ଥକ ଉପନ୍ୟାସ, ଯେଉଁଠି ଭାରତୀୟ ସମାଜର ପ୍ରେମ, ପ୍ରଣୟ ଓ ମଧୁର ସମ୍ପର୍କର ଚିତ୍ର ବେଶ ପ୍ରତିଫଳିତ। ଏହାର କଥାବସ୍ତୁ କେତୋଟି ଯୁବ ସୁଲଭ ପ୍ରାଣର ପ୍ରବାହକୁ ନେଇ ଚଳ ଚଞ୍ଚଳ। ଭଲ ପାଇବା-ତହିଁରୁ ସମ୍ପର୍କର ମାନସିକ ସଂଘର୍ଷ ସୃଷ୍ଟି, ସନ୍ଦେହର ଘନ କୁହେଳି, ଧାର୍ମିକ ବାତାବରଣକୁ ନେଇ ସାମାଜିକ ସମ୍ପୃକ୍ତି, ପ୍ରେମର ପବିତ୍ରତା, ଚରତ୍ରଗୁଡିକର ସରଳତା ଓ ନିର୍ଦ୍ଦୋଷତା, ସର୍ବୋପରି ପ୍ରେମର ଜୈତ୍ର ପତାକାର ବିଜୟୋତ୍ସବକୁ ସ୍ରଷ୍ଟା ନିଖୁଣ ରୂପେ ବର୍ଣ୍ଣନା କରିଛନ୍ତି।

ଔପନ୍ୟାସିକଙ୍କ ରଚନା ଶୈଳୀ ଓ ଭାଷା ସମ୍ପୂର୍ଣ୍ଣ ସରଳ, ତରଳ, ଭାବଗମ୍ଭୀର ତଥା ବହୁ ଅର୍ଥପୂର୍ଣ୍ଣ। ଯେଉଁଠି ଯେତିକି ଆବଶ୍ୟକ ସ୍ରଷ୍ଟା ତାକୁ ହିଁ ଉପଯୋଗ କରିଛନ୍ତି। ପରିଣୀତା ଏକ ପ୍ରେମ କାହାଣୀ ନୁହେଁ ବରଂ ବଙ୍ଗୀୟ ସାମାଜିକ, ସାଂସ୍କୃତିକ ବୈଭବକୁ ସୂକ୍ଷ୍ମ ବିଶ୍ଳେଷଣ କରିଛି ଯାହାକୁ ଅନୁବାଦକ ଡକ୍ଟର କୈଳାସ ବାଣ୍ଠ ସୁନ୍ଦର ଓ ମାର୍ଜ୍ଜିତ ଭାଷାରେ ଅନୁସୃଜନ କରିଛନ୍ତି। କୋରାପୁଟରେ ଥିବା ସମୟରେ ସେ ଏହାର ମୂଳଭିତ୍ତି ପକାଇଥିଲେ। ମୁଁ ଜାଣିବାରେ ସେ ଜଣେ ପ୍ରଗଳଭ ଶ୍ରେଣୀକକ୍ଷର ଅଧ୍ୟାପକ ଓ ସାରସ୍ୱତ ସଭାମଞ୍ଚର ବାଗ୍ମୀ ବକ୍ତା। ଶବ୍ଦ ଓ ଭାଷାର ଯାଦୁକାରୀ ସ୍ପର୍ଶରେ ସେ ସମସ୍ତଙ୍କୁ ଆକୃଷ୍ଟ କରିପାରନ୍ତି। ତେଣୁ ଅନୁବାଦକଙ୍କର ଭାଷା ଖୁବ ହୃଦୟସ୍ପର୍ଶୀ ବୋଲି ମୁଁ ନିଜେ ଅନୁଭବ କରିଛି। ଆଶା, ଏହା ବହୁ ପାଠକୀୟ ଆଦୃତି ବୃଦ୍ଧି କରିବାରେ ତାଙ୍କୁ ସହାୟକ ହେବ।

ଅନୁସୃଜନଟି ଓଡ଼ିଆ ସାହିତ୍ୟକୁ ତା’ର ଯଥେଷ୍ଟ ଅବଦାନ ରଖିବ କାରଣ ଅନୁବାଦକ ଅନୁବାଦର ସମସ୍ତ ବିଧି ଓ ବିଧାନକୁ ସାଦରେ ଗ୍ରହଣ କରିଛନ୍ତି। ତାଙ୍କର ଶ୍ରମ ସାର୍ଥକ ହେଉ, ଏହାହିଁ ଆଶା କରୁଛି।

–ସଞ୍ଜିତ କୁମାର ଦାସ, ଅଧ୍ୟାପକ, ଇଂରେଜୀ ଭାଷା ଓ ସାହିତ୍ୟ ବିଭାଗ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା, କୋରାପୁଟ

Categories: ,

Description

About the Author

ଶରତ ଚନ୍ଦ୍ର ଚଟୋପାଧ୍ୟାୟ ବଙ୍ଗୀୟ ଭାଷା ଓ ସାହିତ୍ୟର ଏକ ବହୁ ଚର୍ଚ୍ଚିତ କଥାକାର। ତାଙ୍କର ଆଗମନ ହୁଏ ସେପ୍ଟମ୍ବର ୧୫, ୧୮୭୬ରେ ଏବଂ ତିରୋଧାନ ହୁଏ ଜାନୁୟାରୀ ୧୬, ୧୯୩୮ ମସିହାରେ। ଆଗମନରୁ ତିରୋଧାନ ମଧ୍ୟରେ ରହିଛି ଷାଠିଏ ବର୍ଷ ଚାରିମାସର ବ୍ୟବଧାନ। ଏ ଭିତରେ ସେ ଅନେକ ଗଳ୍ପ, ଉପନ୍ୟାସ, ନାଟକ, ପ୍ରବନ୍ଧ ଇତ୍ୟାଦି ରଚନା କରି ସାରସ୍ୱତ ବାଣୀ ଭଣ୍ଡାରକୁ ପୁଷ୍କଳ କରିଛନ୍ତି। ସ୍ୱକୀୟ ଦାରିଦ୍ର]୍ୟ ନିପୀଡ଼ିତ ଜୀବନ, ବଙ୍ଗଦେଶର ନବଜାଗରଣ, ବଙ୍ଗୀୟ ଗ୍ରାମ୍ୟ ଓ ସହରୀ ଜୀବନର ନିଛକ ଚିତ୍ର, ସାମାଜିକ ଅନ୍ଧ-ବିଶ୍ୱାସ, ଚଳଣି, ସଂସ୍କୃତି, ପରମ୍ପରା, ହୀନ କୌଳିନ ଜାତିପ୍ରଥା, ଶିକ୍ଷା, ନାରୀ ଓ କୁମାରୀ ମନର ଅନ୍ତଃ ସ୍ୱରୂପର ସୂକ୍ଷ୍ମ ମନସ୍ତାତ୍ୱିକ ବିଶ୍ଳେଷଣ, ନାରୀ ସ୍ୱାଧୀନତା, ସୁଧଖୋର ମହାଜନୀ ବ୍ୟବସ୍ଥା, କୁମାରୀ ବିବାହ, ପୁତ୍ରପ୍ରାପ୍ତିର ମୋହରେ ଅଧିକ କନ୍ୟା ସନ୍ତାନପ୍ରାପ୍ତି ଓ ତଜ୍ଜନିତ ଆର୍ôଥକ ଅଭାବ ଅନଟନ, ମାନବୀୟ ସମ୍ବେଦନ, ପ୍ରେମ-ପ୍ରଣୟର ସ୍ୱର୍ଣ୍ଣିମ ପବିତ୍ର ଭାବାବେଗ, ଐକାନ୍ତିକ ନିଷ୍ଠା, ତ୍ୟାଗ, ଆଦର୍ଶ ଇତ୍ୟାଦିର ନିଛକ ଚିତ୍ର ତାଙ୍କ ସୃଷ୍ଟି ସମୂହରେ ଦେଖିବାକୁ ମିଳେ। ତାଙ୍କ ଅମର କୃତିଗୁଡିକ ଭାଷା, ଭାବ ଓ ଶୈଳୀର ତ୍ରିବେଣୀ ସଂଗମ। ପାଠକଙ୍କୁ ନିଜ ବର୍ଣ୍ଣନା ଓ ନାଟକୀୟ ସଂଳାପର ମୋହନୀୟ ମୟୂର ଚନ୍ଦ୍ରିକାରେ ଆକୃଷ୍ଟ କରିବାରେ ସେ ଧୂରୀଣ ଶିଳ୍ପୀ। ସେହି ଅନତିକ୍ରମଣୀୟ ସ୍ରଷ୍ଟାଙ୍କର ଅମଳିନ କୃତିଗୁଡିକ ହେଉଛି ଉପନ୍ୟାସ ଶ୍ରୀକାନ୍ତ, ଦେବଦାସ, ଚରିତ୍ରୋହୀନ, ପୋଥରଦାବୀ, ବଡଦିଦି, ବୈକୁଣ୍ଠରଉଇଲ, ପଲ୍ଲୀସମାଜ, ନିଷ୍କୃତି, ଚନ୍ଦ୍ରନାଥ, ପରିଣୀତା, ଗୃହଦାହ, ଦେଣାପାଉଣା, ଦତ୍ତ, ଶେଷପ୍ରଶ୍ନୋ ଇତ୍ୟାଦି। ଗଳ୍ପ ମନ୍ଦିର, ଆଲୋଓଛାୟା, ଅଭାଗୀରସ୍ୱର୍ଗ, ଅନୁପମରପ୍ରେମ, ଅନୁରାଧା, ବିଳାସୀ, ବାଲ୍ୟସ୍ମୃତି, ଅନ୍ଧାରେଆଲୋ, ବୋଝ, ବିନ୍ଦୁରଛେଲେ, ସତୀ, ସ୍ୱାମୀ, ଛେଲେଧୋରା, ଛୋବି, ଦର୍ପଚୂର୍ଣ୍ଣ, ଏକାଦଶୀବୈରାଗୀ, କାଶୀନାଥ, ହରିଚରଣ, ଶୁଭଦା, ଲାଲୁ, ହରିଲକ୍ଷ୍ମୀ, ମହେଶ, ପରେଶ, ପଥନିର୍ଦ୍ଦେଶ, ଛେଲେବେଲାର ଗଳ୍ପ ଇତ୍ୟାଦି ।

ଡକ୍ଟର କୈଳାସ ବାଣ୍ଠ ସାଂପ୍ରତିକ ସମୟର ସର୍ଜନା ଓ ଗବେଷଣା – ଉଭୟ କ୍ଷେତ୍ରରେ ଜଣେ ଜଣାଶୁଣା ପ୍ରଭାବଶାଳୀ ସାହିତ୍ୟ ସ୍ରଷ୍ଟା। ଉଚ୍ଚତର ଗବେଷଣା କରି ‘ଓଡ଼ିଆ ଉପନ୍ୟାସରେ ସଇତାନ ଚରିତ୍ର’ ପାଇଁ ପିଏଚ.ଡି. ଡିଗ୍ରୀ ଓ ‘ଫକୀରମୋହନଙ୍କ କଥାସାହିତ୍ୟରେ କର୍ମଫଳ’ ପାଇଁ ଡି.ଲିଟ. ଭଳି ସର୍ବୋଚ୍ଚ ଡିଗ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରାପ୍ତ ହୋଇଛନ୍ତି। ପରମାନନ୍ଦ ମହାବିଦ୍ୟାଳୟ, ବୋଲଗଡ(ଖୋର୍ଦ୍ଧା) ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା (କୋରାପୁଟ)ଠାରେ ଓଡ଼ିଆ ପ୍ରାଧ୍ୟାପକ ତଥା ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟକରି ଅବସର ନେଇଛନ୍ତି। ସେ ଏକାଧାରରେ ବାଗ୍ମୀ ବକ୍ତା, ସ୍ୱନାମଧନ୍ୟ ଅଧ୍ୟାପକ, ପ୍ରଗଳଭପ୍ରବଚକ, ନିରଳସକବି, ସାହିତ୍ୟସମାଲୋଚକ, ଆକାଶବାଣୀ, କଟକ (ଯୁବବାଣୀ)ର ଆଦୃତ ଗୀତିକାର, ନାଟ୍ୟକାର, ଅନୁବାଦକ, ସାହିତ୍ୟ ସଂଗଠକ, ସମ୍ପାଦକ ଓ ସଂଗ୍ରାହକ। ‘ଓଡ଼ିଆ ଲୋକ ନାଟକ ଏକ ଅଧ୍ୟୟନ’, ‘ଓଡ଼ିଆ ଶିଶୁ ସାହିତ୍ୟ ଏକ ଆକଳନ’, ‘ରତ୍ନାକର ଚଇନିଙ୍କ ଚାରୋଟି ଛୋଟ ନାଟକ’, ‘ଅମୂର୍ତ୍ତ ମନର ମୂର୍ତ୍ତଭାସ୍କର ନିମାଇଁ ପଟ୍ଟନାୟକ’, ‘ପ୍ରବନ୍ଧ ଆଲୋକ’, ‘ଢୁମ୍ପା ସଙ୍ଗୀତ’, ‘ରଘୁନାଥ ବିହାର’, ‘ଶାଗୁଣା ସହ ସାକ୍ଷାତ’, ‘ରାଧାକୃଷ୍ଣ ଚମ୍ପୁ’, ‘ଦିଗବିଜୟୀ ରାବଣ’, ‘କଥିତ ଓଡ଼ିଆ ଶବ୍ଦକୋଷ’, ‘ଡକ୍ଟର ଦେବ’ ଇତ୍ୟାଦି ତାଙ୍କର ଏକ ଏକ ସାର୍ଥକ କୃତି। ସେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 7 February 2025
  • Language ‏ : ‎ Oriya
  • Print length ‏ : ‎ 96 pages
  • ISBN-10 ‏ : ‎ 1645606538
  • ISBN-13 ‏ : ‎ 978-1645606536
  • Item Weight ‏ : ‎ 122 g
  • Dimensions ‏ : ‎ 13.97 x 0.58 x 21.59 cm
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

select-format

Paperback

Language

Odia

Translator

Kailash Bantha