Description
About the Author
କଥାକାର ଜ୍ଞାନରଞ୍ଜନ ନାୟକ (୧୯୬୯), ଇଲେକ୍]ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନତକୋତ୍ତର (ଏମ୍]ଟେକ୍]) ପରେ ସମ୍ପ୍ରତି ପି.ଏନ୍].ଏସ୍]. ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି, କେନ୍ଦ୍ରାପଡ଼ାର ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ । ଏଥିସହିତ ସେ ଜଣେ ନିୟମିତ ଗଳ୍ପ ତଥା ଉପନ୍ୟାସ ଲେଖକ ଭାବରେ ମଧ୍ୟ ଯଥେଷ୍ଟ ସୁନାମ ହାସଲ କରିଛନ୍ତି । ଇତିପୂର୍ବରୁ ଜ୍ଞାନରଞ୍ଜନଙ୍କର ଗଳ୍ପ ସଂକଳନ ‘ମେଘମହ୍ଲାର’, ‘ଲକ୍ଷ୍ମୀପାଦ’ ଓ ‘ଧୂଳି’; ଉପନ୍ୟାସିକା ‘ଘାସଫୁଲର ଗୀତ’; ଜୀବନୀ ‘ବାରିଷ୍ଟର ଗାନ୍ଧୀ’ ଆଦି ପୁସ୍ତକ ପ୍ରକାଶ ପାଇ ତାଙ୍କୁ ପାଠକୀୟ ଏବଂ ଆନୁଷ୍ଠାନିକ ସ୍ୱୀକୃତି ଦେବାରେ ସହାୟକ ହୋଇପାରିଛି ।





