Availability: In Stock

Odishara Garba O Gouraba: Mahiyan Madhubabu: The Life Story of Madhusudan Das

380.00

ଉତ୍କଳଗୌରବ ମଧୁସୂଦନ ଦାସ ଓରଫ୍ ମଧୁବାବୁ ଓଡ଼ିଆ ଜାତିର ଚିର ନମସ୍ୟ । ପ୍ରତିଟି ଓଡ଼ିଆର ମାନସ ପଟରେ ସେ ହେଉଛନ୍ତି ଅନ୍ୟତମ ସ୍ମରଣୀୟ ବ୍ୟକ୍ତିତ୍ୱ । ଓଡ଼ିଶାର ସ୍ୱାଭିମାନକୁ ପ୍ରତିଷ୍ଠା କରିବା କ୍ଷେତ୍ରରେ ତାଙ୍କର ଯେଉଁ ଜୀବନବ୍ୟାପୀ ସାଧନା ଚାଲୁ ରହିଥିଲା, ତା’ର ପଟାନ୍ତର ନାହିଁ । ଊନବିଂଶ ଶତାବ୍ଦୀ ହେଉଛି ଓଡ଼ିଶାରେ ନବଜାଗରଣର ସମୟ । ଏହି ଶତାବ୍ଦୀରେ ଓଡ଼ିଶାରେ ବହୁ ମହାମନୀଷୀ ଜନ୍ମଗ୍ରହଣ କରି ଉତ୍କଳମାତାଙ୍କର ମୁଖଶ୍ରୀକୁ ଉଜ୍ଜ୍ୱଳ କରିଥିଲେ । ମଧୁବାବୁ ସେହି କୃତବିଦ୍ୟ ମନୀଷୀମାନଙ୍କ ମଧ୍ୟରେ ଅନ୍ୟତମ । ସୁପ୍ତ ପ୍ରାୟ ଓଡ଼ିଆ ଜାତିକୁ ନୂତନ ପ୍ରାଣ ସ୍ପନ୍ଦନରେ ଚଳଚଞ୍ଚଳ କରିବାରେ ମଧୁବାବୁଙ୍କର ପ୍ରଯତ୍ନ ପ୍ରୟାସ ବେଶ୍ ପ୍ରଣିଧାନଯୋଗ୍ୟ । ମଧୁବାବୁଙ୍କ ଜୀବନ ଓଡ଼ିଶାର ରାଜନୈତିକ ଇତିହାସର ଇତିବୃତ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ଓଡ଼ିଶା ପାଇଁ ସେ ନିରନ୍ତର ଚିନ୍ତା କରୁଥିଲେ । ଭାଷାଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ତାଙ୍କର ଭୂମିକା ଥିଲା ଅତୁଳନୀୟ । ଓଡ଼ିଶାର ସ୍ୱାଭିମାନ ଏବଂ ଅସ୍ମିତାକୁ ଅକ୍ଷୁଣ୍ଣ ରଖିବା ପାଇଁ ସେ ଆଜୀବନ ଥିଲେ ସଂକଳ୍ପବଦ୍ଧ । ଓଡ଼ିଶା ପାଇଁ, ଓଡ଼ିଆ ଜାତି ପାଇଁ ସେ ଥିଲେ ସମର୍ପିତ ପୁରୁଷ । ଏହି ମହୀୟାନ୍ ପୁରୁଷ ହେଉଛନ୍ତି ମଧୁବାବୁ, ବାରିଷ୍ଠର ମଧୁସୂଦନ ଦାସ ।

ଊନବିଂଶ ଶତାବ୍ଦୀ ଓଡ଼ିଶା ପାଇଁ ଥିଲା ଅଭ୍ୟୁଦୟର ସମୟ । ଏହି କାଳରେ ଓଡ଼ିଶାର ଚିନ୍ତାନାୟକମାନେ ରାଜ୍ୟପାଇଁ, ଦେଶପାଇଁ, ଭାଷାପାଇଁ, ଅସ୍ମିତା ପାଇଁ ଚିନ୍ତା କରୁଥିଲେ । ତଦନୁସାରେ ମଧ୍ୟ କାର୍ଯ୍ୟ କରୁଥିଲେ । ଓଡ଼ିଶାର ସଂକଟ ମୁହୂର୍ତ୍ତରେ ଯୋଗଜନ୍ମା ମଧୁବାବୁ ଆବିର୍ଭାବ ହୋଇ ଉତ୍କଳ ମାତାଙ୍କର ମୁଖଶ୍ରୀଙ୍କୁ ସମ୍ମୁଜ୍ୱଳ କରିଥିଲେ । ଏହି ପରିପ୍ରେକ୍ଷୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର କାଳଜୟୀ ପଂକ୍ତିଟି ମନକୁ ଆସେ । ତାହା ହେଉଛି – “ପରହିତ ଲାଗି ମରେ ଯେ ମହୀରେ ସେହି ଏକା ସୁପୁରୁଷ ।”

Category:

Description

About the Author

ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସାଂପ୍ରତିକ ସମୟର ଜଣେ ପ୍ରତିଭାବାନ୍ ସାରସ୍ୱତ ଗବେଷକ, ସମାଲୋଚକ ଓ ସୁବକ୍ତା । ଓଡ଼ିଶା ସରକାରଙ୍କ ଅଧୀନରେ ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ପ୍ରଫେସର ମହାପାତ୍ର କୃତିତ୍ୱର ସହ ଅଧ୍ୟାପନା କରିଆସିଛନ୍ତି । ରେଭେନ୍]ଶା ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ, ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଭୁବନେଶ୍ୱରସ୍ଥିତ ବି.ଜେ.ବି. ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗରେ ପ୍ରଫେସର ମହାପାତ୍ର ବିଭାଗ ମୁଖ୍ୟ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରଫେସର ମହାପାତ୍ରଙ୍କର ଅଦ୍ୟାବଧି ଅନେକ ସମାଲୋଚନା ପୁସ୍ତକ ପ୍ରକାଶିତ । ଡକ୍ଟର ମହାପାତ୍ର ଓଡ଼ିଶା ଲୋକ ସେବକ ମଣ୍ଡଳଙ୍କ ଆନୁକୂଲ୍ୟରେ ‘ଗୁରୁ ଗୌରବ’ ଉପାଧିପ୍ରାପ୍ତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 28 April 2024
  • Language ‏ : ‎ Oriya
  • Print length ‏ : ‎ 292 pages
  • ISBN-10 ‏ : ‎ 1645605485
  • ISBN-13 ‏ : ‎ 978-1645605485
  • Item Weight ‏ : ‎ 372 g
  • Dimensions ‏ : ‎ 13.97 x 1.68 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia