Availability: In Stock

Odia Sahityare Jatiyatabadi Chetana

360.00

ଜାତୀୟତାବାଦ ଏକ ସର୍ବକାଳୀନ ସର୍ବାଧୁନିକ ଚେତନା । ଏହ ଏକ ସମ୍ମିଳିତ ଶକ୍ତିର ଅଭିବ୍ୟକ୍ତି ମଧ୍ୟ । ଭାରତବର୍ଷ ଗୋଟିଏ ଦେଶ ନୁହେଁ, ଏକ ଉପମହାଦେଶ । ବିବିଧ ପ୍ରକାର ଜନଗୋଷ୍ଠୀ, ଚଳଣି, ନୃତ୍ୟ ସଂଗୀତ, ବେଶପୋଷାକ, କୃଷି ଓ ଭାଷା ଆମ ଦେଶକୁ ଆବାହମାନ କାଳରୁ ବୈଚିତ୍ର]୍ୟମୟ କରି ରଖିଛି । ଏ ଦେଶର ଭୂମିରେ ସୁନା ଫଳେ । ଏ ଭୂଖଣ୍ଡ ମୁନିଋଷିମାନଙ୍କ ବାସସ୍ଥଳୀ ।

ଐଶ୍ୱର୍ଯ୍ୟମୟୀ, ସର୍ବାଳଙ୍କାରବୃତ୍ତା, ଅରଣ୍ୟାନି ଅଧ୍ୟୁଷିତା, ଗିରିମାଳାବେଷ୍ଟିତା ଭାରତବର୍ଷ, ଯାହାର ପାଦ ଧୌତ କରିବାକୁ ବ୍ୟଗ୍ର ସାଗରମାଳା; ସେହି ଆମ ଜନ୍ମଭୂମି ଦୀର୍ଘକାଳ ବାହ୍ୟଶତ୍ରୁ ଆକ୍ରମଣ ଦ୍ୱାରା ଘୋର ନିର୍ଯାତନାର ଶିକାର ହେଲା । ଶହ ଶହ ବର୍ଷ ଧରି ଲୁଣ୍ଠିତ ହେଲା ଦେଶ ମୋଗଲ, ପଠାଣ, ମରହଟ୍ଟାମାନଙ୍କ ଦ୍ୱାରା । ଶେଷରେ ନିର୍ଯାତନାର ମୁଣ୍ଡି ମାରିଲେ ଇଂରେଜମାନେ । ଓଡ଼ିଶା ଅଧିକାର କଲେ ୧୮୦୩ରେ ।

ଏହି ଇତିହାସ ଯେତିକି ଦୁଃଖଦାୟକ ସେତିକି ରୋମାଞ୍ଚକର । ହାତରେ ଗୁଳିଗୋଳା, କମାଣ ନାହିଁ । ଖାଦ୍ୟାଭାବରେ ଦେହ ଦୁର୍ବଳ । ପିନ୍ଧିବାକୁ ବସ୍ତ୍ରାଭାବ । ବିଦେଶୀ ଗୋରା ସର୍ବସ୍ୱ ନେଇଗଲେଣି, ତଥାପି କିପରି ସ୍ୱାଧୀନତା ସଂଗ୍ରାମ ହେଲା, ବ୍ରିଟିଶ ଶାସକ ହାରିଲେ ଓ ଭାରତୀୟ ଜିତିଲେ, ଭାରତବର୍ଷ ସ୍ୱାଧୀନ ହେଲା ତାହା ଗୋଟାଏ ମିରାକଲ୍ ।

ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ସହିତ ପ୍ରତ୍ୟେକ ଭାରତବାସୀ ପରିଚିତ ହେବା ଆବଶ୍ୟକ ।

ପିଲାଦିନୁ ଭାରତ ସ୍ୱାଧୀନତା ସଂଗ୍ରାମ କାହାଣୀ, ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ହେବା କାହାଣୀ ବାପାଙ୍କଠାରୁ ଶୁଣିଛି । ଗାନ୍ଧୀ, ମଧୁସୂଦନ, ଗୋପବନ୍ଧୁ, ଗୋଦାବରୀଶଙ୍କ ଫଟୋଚିତ୍ର ତଳେ ମୁଣ୍ଡିଆ ମାରିବା ଶିଖିଛି । ଧୀରେ ଧୀରେ ପାଠ ପଢ଼ିବା ସହିତ ସ୍ୱାଧୀନତା ସଂଗ୍ରାମକୁ ଓଡ଼ିଆ ସାହିତ୍ୟର ଅବଦାନ ସଂପର୍କରେ ଅବଗତ ହୋଇଛି । ଓଡ଼ିଆ କବି, ଲେଖକ, ପ୍ରାବନ୍ଧିକ, ନାଟ୍ୟକାରମାନଙ୍କ ଏ ଅବଦାନ ପ୍ରତ୍ୟେକ ଓଡ଼ିଆ ଛାତ୍ର, ଅଭିଭାବକ ଜାଣିବା ଆବଶ୍ୟକ । ବିଶେଷ ଭାବରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ।

ସେଥିପାଇଁ ଏହି କ୍ଷୁଦ୍ର ପ୍ରୟାସ ।

Categories: ,

Description

About the Author

ଡକ୍ଟର ଶକୁନ୍ତଳା ବଳିଆରସିଂହ ରାଜଧାନୀ ମହାବିଦ୍ୟାଳୟରୁ ଅଧ୍ୟକ୍ଷ ଭାବରେ ସେବାନିବୃତ୍ତ ହୋଇଛନ୍ତି ସତ କିନ୍ତୁ କର୍ମନିବୃତ୍ତ ହୋଇନାହାନ୍ତି, ବରଂ ହୋଇଛନ୍ତି ଅଧିକ ସକ୍ରିୟ ଓ କର୍ମପ୍ରବଣ । ୧୯୯୭ ମସିହାରୁ ସେ ‘ଶତଭିଷା’ ନାମକ ଅନୁବାଦ ପତ୍ରିକା ପ୍ରକାଶ କରି ଆସୁଛନ୍ତି । ଏଯାବତ୍ ତାଙ୍କ ଦ୍ୱାରା ଲିଖିତ ୪୦ଟି କ୍ଲାସିକ୍ ଅନୁବାଦ ଗ୍ରନ୍ଥ, ତିନିଟି ଗଦ୍ୟ ସଂକଳନ, ତିନିଟି ଉପନ୍ୟାସ, ଗୋଟିଏ ଭ୍ରମଣ କାହାଣୀ, ପାଞ୍ଚଟି ପ୍ରବନ୍ଧ ପୁସ୍ତକ ପ୍ରକାଶିତ ହୋଇଛି ।ସମ୍ବାଦପତ୍ର ଓ ପତ୍ରପତ୍ରିକାରେ ପ୍ରକାଶିତ ତାଙ୍କର ରଚନା ତାଙ୍କୁ ପାଠକମାନଙ୍କ ନିକଟତର କରାଇଛି । ଜଣେ ବାଗ୍ମୀ ଭାବରେ ତାଙ୍କର ସୁନାମ ରହିଛି । ପ୍ରଥମରୁ ଜାତୀୟତା ଭାବରେ ଉଦ୍]ବୁଦ୍ଧ ଡକ୍ଟର ବଳିଆରସିଂହ ବିଭିନ୍ନ ଆଲୋଚନାଚକ୍ର ଓ ମହାବିଦ୍ୟାଳୟର ବାର୍ଷିକ ଉତ୍ସବମାନଙ୍କରେ ଦେଶପ୍ରେମର ଆହ୍ୱାନ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍]ବୁଦ୍ଧ କରିପାରନ୍ତି ।୨୦୦୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ୨୦୧୫ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତାଙ୍କ ସ୍ୱତନ୍ତ୍ର ପରିଚୟର ସ୍ୱାକ୍ଷର ବହନ କରେ । ଉତ୍କଳ ବିଶ୍ୱବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ ସହ ତାଙ୍କ ସଂପୃକ୍ତି ପ୍ରଶଂସନୀୟ । ‘ଓଡ଼ିଶା ଲେଖିକା ସଂସଦ’ର ସାଧାରଣ ସଂପାଦକ ଭାବରେ ସେ ଗତ ବାଇଶ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 31 October 2022
  • Language ‏ : ‎ Oriya
  • Print length ‏ : ‎ 312 pages
  • ISBN-10 ‏ : ‎ 1645603121
  • ISBN-13 ‏ : ‎ 978-1645603122
  • Item Weight ‏ : ‎ 399 g
  • Dimensions ‏ : ‎ 13.97 x 1.78 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback