Availability: In Stock

Odia Galpa: Antaranga Charitra

200.00

ଫକୀର ମୋହନଙ୍କ ଗଳ୍ପଠାରୁ ଆରମ୍ଭ କରି ଗୋଟିଏ ଗୋଟିଏ ସୁନିର୍ବାଚିତ ଗଳ୍ପର କାଳୋତ୍ତୀର୍ଣ୍ଣ ଚରିତ୍ରମାନେ ମୋ ପ୍ରତି ଏତେ ସ୍ନେହାର୍ଦ୍ର ଓ ସମ୍ବେଦନଶୀଳ ହେବେ ଓ ହୃଦୟକୁ ମୋର ପ୍ରବେଶ କରି ମନ୍ଥିତ କରିବେ ସେମାନଙ୍କ ଭାବନାରେ, ଏହା ଥିଲା ମୋର ଅଜ୍ଞାତ । ପାରମ୍ପରିକ ରୀତିରେ କ୍ଷୁଦ୍ରଗଳ୍ପର ଅନୁଶୀଳନ ନ କରି ପ୍ରତ୍ୟେକ ମାସ ପାଇଁ ଯେଉଁ ଗୋଟିଏ ଗୋଟିଏ ଚରିତ୍ରର ଅନ୍ତଃରୂପାୟନ କରିବାର ନିଷ୍ପତ୍ତି ନେଲି; ଆଶ୍ଚର୍ଯ୍ୟର କଥା ଯେ ସେହି ଚରିତ୍ର ସକଳ ମୋତେ ମାଧ୍ୟମ କରି ପ୍ରକାଶ କଲେ ନିଜ ନିଜ ବିରଳ ଆତ୍ମାନୁଭୂତି । ‘ରେବତୀ’ ପତ୍ରିକାରେ ନିୟମିତ ଭାବରେ ଏହା ପ୍ରକାଶିତ ହେବା ଯେତେବେଳେ ଆରମ୍ଭ ହେଲା ସହୃଦୟ ପାଠକମାନଙ୍କୁ ତାହା ବିଗଳିତ କଲା ଭିନ୍ନ ଭାବରେ । ବାସ୍ତବରେ ସେମାନଙ୍କ ଅନ୍ତର୍କଥା ବା ଅନ୍ତର୍ବ୍ୟଥା ଲେଖୁଥିବା ବେଳେ ମୋର ସମଗ୍ର ଚେତନା ତାଙ୍କରି ଆୟତ୍ତାଧୀନ । ପରେ ଭାବିଛି ସାହିତ୍ୟର ବ୍ୟାଖ୍ୟା ଓ ବିଶ୍ଳେଷଣ ଏକ ଛାଞ୍ଚଢ଼ଳା ରୀତିରେ ନ ହୋଇ ସୃଜନାତ୍ମକ ଶୈଳୀର ଅବଲମ୍ବନ ଦ୍ୱାରା କାହିଁକି ନ ହୋଇ ପାରିବ ଭିନ୍ନ ଭିନ୍ନ? ନୂତନ ପିଢ଼ିର ଛାତ୍ରଛାତ୍ରୀମାନଙ୍କ ସକାଶେ ନ ହେବ କାହିଁକି ନବ-ଚେତନା ଉଦ୍ରେକକାରୀ ଭାବରେ ପରିପୂର୍ଣ୍ଣ ! ଏ ପ୍ରକାରର ଚରିତ୍ରାନୁଶୀଳନ ସାହିତ୍ୟର ଅନେକ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ ସାଧାରଣ ବର୍ଗର ସୁପାଠକମାନେ ଯେପରି ଉଦାରତାର ସହିତ ଗ୍ରହଣ କଲେ ଓ ସେମାନଙ୍କ ଅନ୍ତର୍ଭେଦୀ ଅଭିମତ ପ୍ରକାଶ କରି ମୋତେ ଅଭିଭୂତ କରିଦେଲେ ତାହା ମଧ୍ୟ ମୋ ପାଇଁ ପ୍ରକୃତରେ କଳ୍ପନାତୀତ । ଓଡିଶାର ଭିନ୍ନ ରୁଚି ସମ୍ପନ୍ନ ପ୍ରାଜ୍ଞ ପାଠକଙ୍କଠାରୁ ଏ ରମ୍ୟରଚନା ପୁସ୍ତକଟି ମଧ୍ୟ ଉପଯୁକ୍ତ ସମାଦର ଲାଭ କରିପାରିବ, ଏହି ପ୍ରତ୍ୟୟ ନିଃସଙ୍କୋଚ ଅଥଚ ନମ୍ରତାର ସହିତ ପ୍ରକାଶ କରି ରହୁଛି ଏତିକିରେ ।

—- ମଣୀନ୍ଦ୍ର କୁମାର ମେହେର

Category:

Description

About the Author

ସମ୍ପ୍ରତି ଓଡ଼ିଆ ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ନୂତନ ଧାରାର ପ୍ରବର୍ତ୍ତକ ପ୍ରଫେସର ମଣୀନ୍ଦ୍ର କୁମାର ମେହେର (ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର) ପାଣ୍ଡିତ୍ୟ ପ୍ରଦର୍ଶନର ପ୍ରଲୋଭନରୁ ସମ୍ପୂର୍ଣ୍ଣ ମୁକ୍ତ ଏକ ନମନୀୟ ସତ୍ତା । ଜଟିଳତାର ଜାଲରୁ ପାଠକକୁ ଉତ୍ତୀର୍ଣ୍ଣ କରାଇ କବି-ଆତ୍ମା ସହ ପ୍ରତ୍ୟକ୍ଷ ସମ୍ବନ୍ଧ ସ୍ଥାପନ କରିଦେବାରେ ଅତୁଳନୀୟ ତାଙ୍କ ଆନ୍ତରିକତା । ତାଙ୍କ ଜନ୍ମସ୍ଥାନ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମପୀଠ । ଆଉ ଏବେ ସେ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର । ବିଶ୍ୱକବିଙ୍କ କବିତାରେ ଝଙ୍କୃତ ତାଙ୍କ ପ୍ରାଣତନ୍ତ୍ରୀ । ଏ ପୃଥିବୀର ସମସ୍ତ ମହାନ ସାହିତ୍ୟଶିଳ୍ପୀଙ୍କ ଉତ୍ତର ଦାୟାଦ ବୋଲି ନମ୍ରତାର ସହିତ ଅନୁଭବ କରିବା ଓ ଉତ୍ତର ଦାୟିତ୍ୱ ସମ୍ପାଦନାରେ ନିଜକୁ ଉତ୍ସର୍ଗ କରିବା ହିଁ ତାଙ୍କ ବ୍ୟକ୍ତିତ୍ୱର ଅସାମାନ୍ୟ ସୌନ୍ଦର୍ଯ୍ୟ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 14 April 2024
  • Language ‏ : ‎ Oriya
  • Print length ‏ : ‎ 128 pages
  • ISBN-10 ‏ : ‎ 164560540X
  • ISBN-13 ‏ : ‎ 978-1645605409
  • Item Weight ‏ : ‎ 172 g
  • Dimensions ‏ : ‎ 13.97 x 0.76 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia