Availability: In Stock

Odia Bisheshya

250.00

ଭାଷା ମାଧ୍ୟମରେ ଆମେ ନିଜର ମନର ଅନ୍ତର ଚିନ୍ତାକୁ ଗଢ଼ିଥାଉ ଓ ଭାବକୁ ଅନ୍ୟ ନିକଟରେ ପ୍ରକାଶ କରିଥାଉ । ବକ୍ତା ଓ ଶ୍ରୋତା ପରସ୍ପର ମଧ୍ୟରେ ଭାବବିନିମୟ କରିବା ନିମିତ୍ତ ଖୋଜିଥାନ୍ତି କିଛି ଶବ୍ଦ ଏବଂ ଶବ୍ଦଗୁଡ଼ିକ ଶୃଙ୍ଖଳିତ ଭାବରେ ସଜ୍ଜିତ ହୋଇ ଭାବପ୍ରକାଶ କରିବାରେ ସହାୟକ ହୋଇଥାନ୍ତି । କହିବାକୁ ଗଲେ ପ୍ରତ୍ୟେକ ଜାତି ତା’ର ନିଜର ‘ମାତୃଭାଷା’ରେ ଭାବପ୍ରକାଶ କରିବାରେ ଯେତିକି ସହଜ ଅନୁଭବ କରିଥାନ୍ତି ସେତିକି କଷ୍ଟ ବି ଅନୁଭବ କରିଥାନ୍ତି ନିଜର ମାତୃଭାଷାକୁ ବୁଝିବାରେ ଏବଂ ବୁଝାଇବାରେ । କିନ୍ତୁ ଶବ୍ଦକୁ ନେଇ ଖେଳିବାର ଦୁଃସାହସ, ପଦକୁ ବ୍ୟବଚ୍ଛେଦକରି ତା’ର କ୍ଷୁଦ୍ରାତିକ୍ଷୁଦ୍ର ସତ୍ତାକୁ ବିଶ୍ଳେଷଣ କରିବାର ଦୁର୍ବାର ଆଗ୍ରହ ହେତୁ “ଓଡ଼ିଆ ବିଶେଷ୍ୟ” ନାମକ ଏହି ପୁସ୍ତକଟି ପରିଯୋଜିତ ହୋଇଛି ।

Categories: ,

Description

About the Author

ଡକ୍ଟର ସ୍ମୃତିରେଖା ମିଶ୍ର ସମ୍ପ୍ରତି ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗରେ ସହକାରୀ ପ୍ରଫେସର ଭାବରେ ଓଡ଼ିଆ ବିଷୟରେ ଅଧ୍ୟାପନା କରୁଛନ୍ତି । ଜଣେ ପ୍ରାୟୋଗିକ ଜ୍ଞାନବୋଧର ବିତରିକା ଶିକ୍ଷକ ଭାବରେ ସେ ପରିଚିତ । ମେଧାବିନୀ ବିଦ୍ୟାର୍ଥୀ ଭାବରେ ସେ ମାଟ୍ରିକ୍]ରୁ ଏମ୍].ଫିଲ୍]. ପର୍ଯ୍ୟନ୍ତ ସାହିତ୍ୟ କ୍ଷେତ୍ରରେ ଆପଣାର ପ୍ରତିଭାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ଦେଇ ଆସିଛନ୍ତି । ୟୁ.ଜି.ସି ମେଧାବୃତ୍ତି ପାଇ ସେ ଉଚ୍ଚତର ଗବେଷଣା କରିଛନ୍ତି । ଉପନ୍ୟାସ ସାହିତ୍ୟ, କବିତା ଓ ଭାଷା ସମ୍ପର୍କରେ ତାଙ୍କର ଉଚ୍ଚମାନର ପ୍ରବନ୍ଧ ଓଡ଼ିଶାର ଅଗ୍ରଣୀ ପତ୍ରିକାରେ ପ୍ରକାଶ ପାଇ ଆସୁଛି ।

ଜଣେ ବିଭାବନ ଚେତନାଶୀଳ ପ୍ରାବନ୍ଧିକ ଓ ନବନ୍ୟାୟିକ ସାହିତ୍ୟ-ସମାଲୋଚକ ଭାବରେ ଦୀର୍ଘ ଚାରି ଦଶନ୍ଧି ଧରି ସନ୍ତୋଷ ତ୍ରିପାଠୀ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବହୁବିଦିତ ହୋଇ ଆସିଛନ୍ତି । ଭାଷା, ବ୍ୟାକରଣ, ସାହିତ୍ୟତତ୍ତ୍ୱ, ଆଧୁନିକ ଓଡ଼ିଆ ସାହିତ୍ୟ ଓ ତୁଳନାତ୍ମକ ସାହିତ୍ୟ ସମ୍ପର୍କରେ ତାଙ୍କର ବିଚାରବିମର୍ଶ ଓଡ଼ିଆ ସାହିତ୍ୟ ପରିମଣ୍ଡଳରେ ସ୍ୱତନ୍ତ୍ର ଆବେଦନ ସୃଷ୍ଟି କରିଆସିଛି । ସମ୍ପ୍ରତି ଅଗ୍ରଣୀ ଓ ପ୍ରଭାବଶାଳୀ ସାରସ୍ୱତ ବିମର୍ଶକ ଭାବରେ ତାଙ୍କର ଗବେଷଣାତ୍ମକ ପ୍ରବନ୍ଧ, ସନ୍ଦର୍ଭ ଓ ବିଚାର ଓଡ଼ିଆ ସାହିତ୍ୟକୁ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରସିଦ୍ଧି ଦେଇଛି । ବର୍ତ୍ତମାନ ଓଡ଼ିଶାରାଜ୍ୟର ସର୍ବପ୍ରାଚୀନ ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ବିଭାଗମୁଖ୍ୟ ଓ ପ୍ରଫେସର ଭାବରେ କାର୍ଯ୍ୟରତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 24 September 2023
  • Language ‏ : ‎ Oriya
  • Print length ‏ : ‎ 188 pages
  • ISBN-10 ‏ : ‎ 1645602435
  • ISBN-13 ‏ : ‎ 978-1645602439
  • Item Weight ‏ : ‎ 245 g
  • Dimensions ‏ : ‎ 13.97 x 1.09 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

,

Language

Odia

select-format

Paperback