Availability: In Stock

Nitya Kurukshetra

Author: Niranjan Swain

220.00

କଲେଜ ମାଗାଜିନ ପାଇଁ ଲେଖାଟିଏ ଦେବାର ଅଭିଳାଷରୁ ମୋର କବିତା ଲେଖା ଆରମ୍ଭ । ବିଭିନ୍ନ ପତ୍ର ପତ୍ରିକା ମାନଙ୍କରେ କେତେକ କବିତା ପ୍ରକାଶିତ । ଜୟପୁର ରେଡିଓ ଷ୍ଟେସନରୁ ଯୁବବାଣୀ କାର୍ଯ୍ୟକ୍ରମରେ ନିୟମିତ ଭାବରେ କିଛି ବର୍ଷ କବିତା ପାଠ ସାଂଗକୁ କେତେକ ଅନୁଷ୍ଠାନ ଦ୍ୱାରା ପ୍ରଶଂସିତ ଓ ପୁରସ୍କୃତ ହେବା ସତ୍ତ୍ୱେ ମୁଁ ନିଜକୁ ଜଣେ କବି ଭାବରେ କେବେ ସ୍ୱୀକୃତି ଦେଇନାହିଁ । ତେଣୁ ଏସବୁ ଦିନେ ପୁସ୍ତକ ଆକାରରେ ପ୍ରକାଶ ପାଇବ ଏକଥା ମୋ ଚିନ୍ତାର ବାହାରେ ଥିଲା । ପ୍ରଥମେ ମୋର ସହକର୍ମୀ ସାହିତ୍ୟର ଶ୍ରଦ୍ଧାଳୁ ରସଗ୍ରାହୀ ପାଠକ ଶିକ୍ଷା ବିଭାଗର ଅଧ୍ୟାପକ ବଂଧୁ ଶ୍ରୀ ମଳୟ କୁମାର ନନ୍ଦୀ ମୋର କବିତାଗୁଡ଼ିକୁ ପଢ଼ି ପୁସ୍ତକଟିଏ ପ୍ରକାଶ କରିବାକୁ ପ୍ରସ୍ତାବ ଦେଲେ । ସେ ଦିଗରେ ମୋର ଅନାଗ୍ରହ ଦେଖି ପ୍ରକାଶନର ସମସ୍ତ ଦାୟିତ୍ୱ ସେ ନେବେ ବୋଲି ପ୍ରତିଶ୍ରୁତି ଦେଲେ । ତେଣୁ ତାଙ୍କର ପ୍ରୋତ୍ସାହନ କେବଳ ନୁହେଁ ବରଂ ସମସ୍ତ ଦାୟିତ୍ୱ ବହନ ପାଇଁ ତାଙ୍କ ପାଖରେ ମୁଁ କୃତଜ୍ଞ କହିବାଟା ଯଥେଷ୍ଟ ହେବ ନାହିଁ । ମୋ କବିତାର ପ୍ରଥମ ପାଠିକା ମୋର ସହଧର୍ମିଣୀ ଶ୍ରୀମତି ଗାୟତ୍ରୀ ଦେବୀ ସବୁବେଳେ ଅଭିମାନରେ କହି ଆସିଛନ୍ତି ତୁମେ କେବଳ ଲେଖିବ କିନ୍ତୁ କେବେ ବହି ଖଣ୍ଡେ ପ୍ରକାଶ କରି ପାରିବନି । ତାଙ୍କର ଏହି ଅଭିମାନଭରା କଥା ପୁସ୍ତକ ପ୍ରକାଶନ ଦିଗରେ ମୋତେ ପ୍ରୋତ୍ସାହିତ କରିଛି । କେତେକ କବିତା ପୂର୍ବରୁ ବିବିଧ ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଇଛି । ଏହି ଅବସରରେ ସେସବୁ ପତ୍ରିକାର ସଂପୃକ୍ତ କର୍ମକର୍ତ୍ତାମାନଙ୍କ ପାଖରେ ମୁଁ କୃତଜ୍ଞତା ଜ୍ଞାପନ କରୁଛି । ସୁହୃତ୍ ବଂଧୁ ଆଶିଷ ମହାନ୍ତିଙ୍କ ପ୍ରକାଶନ ଦିଗରେ ସହଯୋଗ ପାଇଁ ବିଶେଷ ଧନ୍ୟବାଦ । – ନିରଞ୍ଜନ ସ୍ୱାଇଁ

Category:

Description

About the Author

ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ଅନ୍ତର୍ଗତ ବି. ବ୍ରହ୍ମପୁର ଗ୍ରାମରେ ୧୯୬୯ ମସିହା ମାର୍ଚ୍ଚ ୧୫ ତାରିଖରେ ଜନ୍ମିତ ନିରଂଜନ ସ୍ୱାଇଁ ବୃତ୍ତିରେ ଜଣେ ଅଧ୍ୟାପକ ହୋଇଥିଲେ ମଧ୍ୟ ପ୍ରବୃତ୍ତିରେ ସାହିତ୍ୟ ସାଧକ । ପ୍ରଫେସର୍ ଚିତ୍ତରଂଜନ ଦାସ (ଚିତ୍ତଭାଈ)ଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ରୀ ସ୍ୱାଇଁଙ୍କ ଜୀବନ ଶୈଳୀ ଖୁବ୍ ସରଳ ଏବଂ ବାସ୍ତବବାଦୀ । ଚିତ୍ତ ଭାଈଙ୍କ ହାତ ଗଢା ଅନୁଷ୍ଠାନ ସୁହୃଦ୍]ର ଜଣେ ସକ୍ରିୟ ସଦସ୍ୟ ଭାବରେ ଏବଂ ଚିତ୍ତଭାଈଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶ ତାଙ୍କୁ ଏକ ସାଲିସ୍ ବିହୀନ ଜୀବନ ବଂଚିବା ପାଇଁ ପ୍ରେରଣା ଯୋଗାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ସମାପ୍ତି ପରେ ଏମ୍]ଫିଲ୍ ଡିଗ୍ରୀ ହାସଲ କରିଛନ୍ତି ଶ୍ରୀ ସ୍ୱାଇଁ । ଅଧ୍ୟୟନ ସମୟରେ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ସାରସ୍ୱତ ବ୍ୟକ୍ତିତ୍ୱ ତାଙ୍କୁ ସାହିତ୍ୟ ସାଧନା ପ୍ରତି ଆକୃଷ୍ଟ କରିବା ସହିତ ଜୀବନ ଓ ସମାଜ ପ୍ରତି ଦୃଷ୍ଟିକୋଣରେ ବିସ୍ତାର ଆଣି ଦେଇଛି । ଅଧୁନା ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଡାରଉଇନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଶ୍ରୀ ସ୍ୱାଇଁ ସେଠାକାର ଆଦିମ ଅଧିବାସୀଙ୍କ ଜୀବନ ଶୈଳୀ, ପରଂପରା ଓ ସଂସ୍କୃତି ଉପରେ ଅନେକ ନିବନ୍ଧ ରଚନା କରିଛନ୍ତି, ଯାହା ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ପ୍ରବଂଧ ସାହିତ୍ୟ ବ୍ୟତୀତ କବିତା ଓ ଭାଷଣ କଳାରେ ମଧ୍ୟ ତାଙ୍କର ଆଗ୍ରହ ରହିଛି । ସନାତନ ହିନ୍ଦୁ ଧର୍ମର ମୌଳିକ ଗ୍ରନ୍ଥ ଅଧ୍ୟୟନ ଓ ତା’ର ଦର୍ଶନକୁ ଭଲପାଇଥିବା ଶ୍ରୀ ସ୍ୱାଇଁଙ୍କ କବିତାଗୁଡ଼ିକରେ ମଣିଷର ଉଚ୍ଚାଙ୍ଗ ଅଭୀପ୍ସା ଓ ଊର୍ଦ୍ଧ୍ୱମୁଖୀ ଚେତନାର ସ୍ୱାକ୍ଷର ଦେଖିବାକୁ ମିଳେ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 24 February 2023
  • Language ‏ : ‎ Oriya
  • Print length ‏ : ‎ 160 pages
  • ISBN-10 ‏ : ‎ 164560344X
  • ISBN-13 ‏ : ‎ 978-1645603443
  • Item Weight ‏ : ‎ 209 g
  • Dimensions ‏ : ‎ 13.97 x 0.94 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback