Availability: In Stock

Nishabda Nupura

Author: Umasankar Panda

180.00

ଉମାଶଙ୍କର ପଣ୍ଡାଙ୍କ ଓଡ଼ିଆ ସାହିତ୍ୟଜଗତକୁ ତାଙ୍କର ଜୀବନବ୍ୟାପି ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ୨୦୦୪ ମସିହାରେ ସର୍ବୋଚ୍ଚ ଅତିବଡ଼ୀ ସମ୍ମାନରେ ସମ୍ମାନିତ କରିଥିଲା । ଏତଦ୍]ବ୍ୟତୀତ ସେ ବିଷୁବ ସମ୍ମାନ, ଝଙ୍କାର କାବ୍ୟ ସମ୍ମାନ, ଭୁବନେଶ୍ୱର ପୁସ୍ତକମେଳା ସମ୍ମାନ, ସାରଳା ସମ୍ମାନ, ଫକୀର ମୋହନ ଗଳ୍ପ ସମ୍ମାନ, ଅଖିଳ ପଟ୍ଟନାୟକ ବିଶେଷ କବି ସମ୍ମାନ, କବିତାୟନ କବି ସମ୍ମାନ, ଧରିତ୍ରୀ ସାହିତ୍ୟ ସମ୍ମାନ ଆଦି ପଚାଶରୁ ଊର୍ଦ୍ଧ୍ୱ ସମ୍ମାନରେ ସମ୍ମାନିତ ।

ସେ ୬୭ଟି ବେତାର ନାଟକ, ପଚାଶରୁ ଊର୍ଦ୍ଧ୍ୱ ବେତାର ସଂଗୀତ ରୂପକ ଓ ଅନେକ ଓଡ଼ିଆ ତଥା ସମ୍ବଲପୁରୀ ଗୀତିକବିତାର ସ୍ରଷ୍ଟା । ତାଙ୍କ ରଚିତ ସମ୍ବଲପୁରୀ ସଂଗୀତ ରୂପକ ‘ଗାଆଁକେ ଯିମା ଚାଲ’ ସର୍ବଭାରତୀୟ ସ୍ତରରେ ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ୨୦୦୦ ବର୍ଷରେ ଶ୍ରେଷ୍ଠ ବିବେଚିତ ହୋଇ ପ୍ରଥମ ପୁରସ୍କାର ଲାଭ କରିଥିଲା ।

‘ନିଶବ୍ଦ ନୂପୁର’ହେଉଛି କବି ଉମାଶଙ୍କର ପଣ୍ଡାଙ୍କର ପଞ୍ଚମ କବିତା ସଂକଳନ, ଯାହାକି ୧୯୮୪ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା ।

Category:

Description

About the Author

ଉମାଶଙ୍କର ପଣ୍ଡା (୩ ମାର୍ଚ୍ଚ ୧୯୩୧-୩୦ ମଇ ୨୦୧୫) ମହାଶିବରାତ୍ରୀରେ ସମ୍ବଲପୁର ଜିଲ୍ଲାର କୁଦ୍ ଜାମ୍]ପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ସାରସ୍ୱତ ସାଧନା ୧୯୪୮ରୁ ଆରମ୍ଭ ହୋଇ ଦୀର୍ଘ ୬୮ ବର୍ଷ ପରେ ୨୦୧୫ରେ ଶେଷ ହୋଇଥିଲା । ଏହି ଦୀର୍ଘ ସାଧନା କାଳରେ ସେ ସମୁଦାୟ ୮୭ଟି ପୁସ୍ତକ ରଚନା କରି ଓଡ଼ିଆ ସାହିତ୍ୟଜଗତକୁ ରୁଦ୍ଧିମନ୍ତ କରିଛନ୍ତି । ତାଙ୍କର ମୌଳିକ ରଚନାବଳୀ ୧୦ଟି କବିତା ସଂକଳନ, ୭ଟି ଗଳ୍ପ ସଂକଳନ ଓ ୩ଟି ଉପନ୍ୟାସ ରହିଛି । ଏତଦ୍]ବ୍ୟତୀତ ସେ ଆନ୍ତର୍ଜାତୀୟ ସାହିତ୍ୟଜଗତର ଦଶଜଣ ନୋବେଲ ପୁରସ୍କାର ବିଜେତା ଯଥା ପାବ୍]ଲୋ ନେରୁଦା, ଓକ୍]ଟାଭିଓ ପାଜ୍], ଗାବ୍ରିଏଲ୍ ଗାର୍ସିଆ ମାର୍କୁଏଜ୍], ନ୍ୟୁଟ୍ ହାମ୍]ସୁନ୍], ବୋରିସ୍ ପାର୍ସ୍ତନାକ୍], ଟୋନି ମୋରିସନ୍], ୟାସୁନାରୀ କାୱାବାତା, ନାଦିନ୍ ଗୋର୍ଡିମେର୍], ନାଗୁଇବ୍ ମାହାଫୁଜ୍ ଓ ଆଲେକ୍]ଜାଣ୍ଡର ସୋଲ୍]ଝେନିତ୍]ସିନ୍]ଙ୍କର ଲେଖାମାନ ଏବଂ ବିଶ୍ୱପ୍ରସିଦ୍ଧ ଲେଖକ ଡି.ଏଚ୍]. ଲରେନ୍ସ, ଚାର୍ଲସ୍ ବଦ୍]ଲେୟାର, ଅର୍ଥର୍ ରାଁ ବୋଁ, ଭ୍ଲାଦିମିର୍ ନବୋକୋଭ୍], ଇସାଡୋରା ଡନ୍]କାନ୍], ଆଲବେର୍ତୋ ମୋରାଭିଆ, ଦାଫ୍]ନି ଦ୍ୟ ମୋରିୟର, ଏମିଲି ଜୋଲା, ଗୁସ୍ତାଭ୍ ଫ୍ଲୋବେୟାର୍], ଉଇଲିୟମ୍ ହୋୱାର୍ଡ, ଡେଭିଡ୍ ସେଲ୍]ଜେର୍], ମୋପାସା, ନାଜିମ୍ ହିକ୍]ମତ୍ ଓ ଗିଆକୋମୋ କାସାନୋଭାଙ୍କର ଉଲ୍ଲେଖନୀୟ ସାହିତ୍ୟ କୃତିସବୁ ଓଡ଼ିଆରେ ଅନୁବାଦ କରିଛନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 26 September 2023
  • Language ‏ : ‎ Oriya
  • Print length ‏ : ‎ 94 pages
  • ISBN-10 ‏ : ‎ 1645604543
  • ISBN-13 ‏ : ‎ 978-1645604549
  • Item Weight ‏ : ‎ 127 g
  • Dimensions ‏ : ‎ 13.97 x 0.58 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback