Availability: In Stock

Nai Separira Jhia

Author: Jasobanta Sethi

200.00

‘ନଈ ସେପାରିର ଝିଅ’ ପାଣ୍ଡୁଲିପିସ୍ଥ ଗଳ୍ପଗୁଡ଼ିକର ପ୍ରସଙ୍ଗ, ଚରିତ୍ର ଓ ପରିବେଶ ଭିତରେ ରହିଛି ବିବିଧତା । ପ୍ରେମ ଏବଂ କାରୁଣ୍ୟ, ଦୁଇଟି ଅବିଭାଜ୍ୟ ରାଶି ବୋଲି ପ୍ରତିପାଦିତ କଲାପରେ ଗାଳ୍ପିକ ସ୍ୱକୀୟ ଅନ୍ୟାନ୍ୟ ଗଳ୍ପଗୁଡ଼ିକର ବିବିଧତା ଭିତରେ ସାମାଜିକ ଚିତ୍ର ଓ ଚରିତ୍ରଗୁଡ଼ିକ ପ୍ରତି ତାଙ୍କର ପ୍ରତୀକାତ୍ମକ ବ୍ୟଙ୍ଗ, ବିଦ୍ରୂପ ଓ ଶ୍ଳେଷ ସହ ନିପୀଡ଼ିତ ଜୀବନ ପ୍ରତି ଯେଉଁ ସହାନୁଭୂତି ଏବଂ ସମ୍ବେଦନଶୀଳତା ଆରୋପିଛନ୍ତି, ତାହାହିଁ ଗାଳ୍ପିକଙ୍କର ଗଳ୍ପଚେତନାର ଅଗ୍ରଗାମୀତା । ‘ଅପହରଣ’ ଗଳ୍ପରେ ଶିଶୁ ଲିପୁନ୍]ର ମନସ୍ତତ୍ତ୍ୱ ଓ ‘କୋଇଲି ଦେଇଛି ଚିଠି’ ଗଳ୍ପରେ ଅସାର ଜୀବନ ତତ୍ତ୍ୱର ଅବତାରଣା କରୁଥିବା ଗାଳ୍ପିକ ନିଶ ଅଛି ଯାହାର, କୁକୁଡ଼ୁକୁ, ମମତାମେସ୍], ଶ୍ରୀରାଧାଙ୍କ ମାନଭଞ୍ଜନ, ଆପଣଙ୍କର ଚଳେ କି ପ୍ରମୁଖ ଗଳ୍ପରେ କ୍ଳେଦାକ୍ତ ଜୀବନ ପାଇଁ ବିମଳ ହାସ୍ୟର ରୋଷଣୀ ଜଳାଇ ଦେଲାବେଳେ ‘ଚୁମ୍]କୀ’ ଭଳି ଏକ ହୃଦୟବିଦାରକ ଗଳ୍ପରେ ପାଠକୀୟ ମନଜଗତକୁ ପୁଣିଥରେ ସ୍ତବ୍]ଧ ଏବଂ ବେଦନାର୍ଦ୍ର କରିଦେବେ । ଅଷ୍ଟମ ଗର୍ଭ ଏବଂ ଆଜିଠୁଁ ଲଢ଼େଇ ବନ୍ଦ ଭଳି ଗଳ୍ପମାନଙ୍କରେ ଗାଳ୍ପିକ ପ୍ରମାଣ କରିଛନ୍ତି ନିଜର ସାମାଜିକ ଏବଂ ମାନବିକ ଦାୟବଦ୍ଧତା ।

ତେବେ ଏତେ ସହଜ ନୁହେଁ ‘ନଈ ସେପାରିର ଝିଅ’ ପାଇଁ ନିଜେ ଗୋଟିଏ କଥା ସରିତାର ସୂଅ ପାଲଟିବା । ପୁଣି ଆହୁରି କାଠିକର ପାଠ, ପ୍ରେମିକାର ଢେଉ ଢେଉକା ଅଭଙ୍ଗା ଛବିକୁ ସୂଅ ମୁହଁର ପତର ପରି ସଯତ୍ନେ ଛାଣି ଆଣି ଶବ୍ଦର ସୈକତରେ ସମଦରଦୀ ପାଠକଙ୍କୁ ବସାଇ ‘ପରିହାସେ ତୋତେ କହିଦେଲି ସିନା / ବଳିପଡ଼ିବାରୁ ବ୍ୟଥା’ ନ୍ୟାୟରେ ଗପ ଗମାତରେ ହସାଇ, ରସାଇ ପୁଣି ତଟସ୍ଥ, ଚକିତ ଏବଂ ଶେଷରେ ଶୋକାପ୍ଳୁତ କରିଦେବା । ଶୀତ ଦିନମାନଙ୍କରେ ସଅଳ ମାଡ଼ିଆସୁଥିବା ସଞ୍ଜ ପାଇଁ ଯଶୋବନ୍ତଙ୍କ ପାଠକଙ୍କୁ ଅପେକ୍ଷା କରିଛି କି ଆରବ୍ୟ ରଜନୀ ପରି ଆଉ କିଛି ଆଧୁନିକ କଥାମାଳା ଯଦି ସତ୍ୟ ବୋଧ ହେଉଛି ତେବେ କଥାକାର ଯଶୋବନ୍ତଙ୍କ ଏକବିଂଶ ଶତାବ୍ଦୀର ନୂଆ ଗଳ୍ପ ପରୀକ୍ଷା ମାୟାରେ ପଡ଼ିବା ପାଇଁ ଚାଲନ୍ତୁ ଜଳାଇବା ଆଲ୍ଲାଦୀନ୍]ର ତୈଳଦୀପ ।

Category:

Description

About the Author

କାନ୍ଧର ଏକ ପାର୍ଶ୍ୱରେ କବିତା ଏବଂ ଅପର ପାର୍ଶ୍ୱରେ ଗଳ୍ପ ଗଣ୍ଠିଲି ଭାରର ଉପଯୁକ୍ତ ଭାରସାମ୍ୟ ରକ୍ଷା କରି ସାହିତ୍ୟ ପଥରେ ନିଜର ଦ୍ୱୈତ ଯାତ୍ରା ଜାରି ରଖିଥିବା ଓଡ଼ିଆ ସାହିତ୍ୟ ସମକାଳର ଆଉ ଜଣେ ସ୍ପର୍ଦ୍ଧିତ ସ୍ୱର କବି ଓ କଥାକାର ଯଶୋବନ୍ତ ସେଠୀ । “ନଈ ସେପାରିର ଝିଅ’ ଏହି ଲେଖକଙ୍କର ପୁସ୍ତକ କ୍ରମରେ ସପ୍ତମ ଏବଂ ଗଳ୍ପ କ୍ରମରେ ତୃତୀୟ ଗଳ୍ପ ସଙ୍କଳନ । ଓଡ଼ିଆ ପାଠକ ପାଠିକାଙ୍କ ପାଇଁ ଜଣେ ଭରସାଯୋଗ୍ୟ ସାହିତ୍ୟକାର ଭାବେ ମାନବୀୟ ସମ୍ବେଦନଶୀଳତାକୁ ମୁଖ୍ୟ ଉପଜୀବ୍ୟ କରି ସ୍ୱକୀୟ ଦାୟବଦ୍ଧ ଲେଖନୀରେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଥିବା ଯଶୋବନ୍ତଙ୍କର ଗଳ୍ପଫର୍ଦ୍ଦ ବ୍ୟକ୍ତ ଏବଂ ଅବ୍ୟକ୍ତ ଜଗତର ବିପୁଳ ଅନୁଭବକୁ ନେଇ ବାଙ୍]ମୟ ଏବଂ ବିସ୍ତୃତ । ଶବ୍ଦର କାଉଁରୀ ମନ୍ତ୍ରରେ ପାଠକୀୟ ହୃଦୟକୁ କେତେବେଳେ ସେ ସମ୍ମୋହିତ ଆଉ ରସାର୍ଦ୍ର କରି ପକାନ୍ତି ତ କେତେବେଳେ ବର୍ଣ୍ଣନାର ଚାତୁରିରେ ବିମଳ ହାସ୍ୟରସ ପାନ କରାଇ ସହୃଦୟ ପାଠକଙ୍କର ଓଠରେ ଫୁଟାଇଥା’ନ୍ତି ହସର ହର୍ଷିତ ସୂର୍ଯ୍ୟୋଦୟ । ଯଶୋବନ୍ତଙ୍କର ଏହି କାଳୋପଯୋଗୀ ସୃଷ୍ଟି ଓଡ଼ିଆ ଗଳ୍ପ ଭଣ୍ଡାରକୁ ରୁଦ୍ଧିମନ୍ତ କଲେ ପ୍ରକାଶନର ଶ୍ରମ ସାର୍ଥକ ହେବ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 14 March 2023
  • Language ‏ : ‎ Oriya
  • Print length ‏ : ‎ 134 pages
  • ISBN-10 ‏ : ‎ 1645603644
  • ISBN-13 ‏ : ‎ 978-1645603641
  • Item Weight ‏ : ‎ 177 g
  • Dimensions ‏ : ‎ 13.97 x 0.79 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback