Availability: In Stock

Nadan Premam

Author: S K Pottekatta

160.00

‘ନାଦନ ପ୍ରେମମ୍]’ ଲଘୁ ଉପନ୍ୟାସକୁ ମୁଁ ୧୯୪୦ ମସିହାରେ ଲେଖିଥିଲି। ସିନେମାକୁ ଧ୍ୟାନରେ ରଖି ମୁଁ ଉପନ୍ୟାସ ରଚନା କରେନାହିଁ। କିନ୍ତୁ ମୋର ଏହି ପ୍ରଥମ ଉପନ୍ୟାସ ଏହାର ବ୍ୟତିକ୍ରମ। ୧୯୩୯-୪୦ର ପାଖାପାଖି ବୁମ୍ବାଇରେ ଏକ ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ସିନେମା ନିର୍ମାଣ ସମ୍ଭବ ଥିଲା। ମୁଁ ଏହି ଉପନ୍ୟାସ ଏହି ଉଦ୍ଦେଶ୍ୟରେ ରଚନା କରିଥିଲି ଯେ ୟାକୁ ଚଳଚିତ୍ର ଭାବେ ରୂପାୟନ କରିବାକୁ ହେଲେ ବୁମ୍ବାଇର କେତେ ଜଣ ସ୍ୱଚ୍ଛଳ ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। କିନ୍ତୁ ମୋର ସେଇ ଆଶା ପୂରଣ ହେଲାନାହିଁ, ନା ପ୍ରୋତ୍ସାହନ କୋଉଠୁ ପ୍ରାପ୍ତ ହେଲା। ଯଦିଓ ଏହି ପ୍ରୟାସ ଫଳପ୍ରଦ ହେଲାନି, ତଥାପି ଉପନ୍ୟାସ ଭାବେ ଏହି କୃତି ବହୁତ ଲୋକପ୍ରିୟ ହେଲା। ଏହାର କେତେଗୁଡ଼ିଏ ସଂସ୍କରଣ ମଧ୍ୟ ପ୍ରକାଶ ପାଇଲା।

ଉପନ୍ୟାସ କ୍ଷେତ୍ରରେ ଏହା ମୋର ପ୍ରଥମ ପ୍ରୟାସ ଥିଲା। ଗ୍ରାମୀଣ ଜୀବନର ବିଷୟବସ୍ତୁ, ରୋମାଣ୍ଟିକ୍ କଳ୍ପନା ଏବଂ ସାମାଜିକ ଚଳନିର ଆକଳନ ଏହି ଉପନ୍ୟାସରେ ପ୍ରତିଫଳିତ ହୋଇଛି। ଉପନ୍ୟାସ ରଚନା କୌଶଳର ରାସ୍ତାରେ ଅନଭିଜ୍ଞ ହୋଇ ମୁଁ ଏହା ପ୍ରୟାସ କରିଥିଲି, କିନ୍ତୁ ଜଣାନାହିଁ କାହିଁକି ଏହି ଉପନ୍ୟାସଟି ଏତେ ଲୋକପ୍ରିୟ ହୋଇଗଲା।

ଲୋକଭାରତୀ ପ୍ରକାଶନ (ଏହ୍ଲାବାଦ) ଯେବେ ମୋତେ କହିଲେ ମୋର ଗୋଟିଏ ଉପନ୍ୟାସର ହିନ୍ଦୀ ଅନୁବାଦ ପ୍ରକାଶ କରିବେ ମୁଁ ‘ନାଦନ ପ୍ରେମମ୍]’କୁ ହିଁ ବାଛିଲି। ନିଜର ପ୍ରଥମ ସନ୍ତାନକୁ ଅଧିକ ଭଲପାଇବା ସ୍ୱାଭାବିକ କଥା। ଏହି ଉପନ୍ୟାସର ହିନ୍ଦୀ ଅନୁବାଦ ଅତ୍ୟନ୍ତ ଅଳ୍ପ ସମୟ ମଧ୍ୟରେ ଡ.ଆର.ସୁରେନ୍ଦ୍ରନ (ଆରସୁ) କରିଛନ୍ତି। ତାଙ୍କୁ ମୁଁ କୃତଜ୍ଞତା ଜଣାଉଛି।

ଏସ୍]. କେ. ପୋଟ୍ଟେକ୍କାଟ୍ଟ

Categories: ,

Description

About the Author

ଶଙ୍କରନ କୁଟ୍ଟୀଙ୍କ ଜନ୍ମ କାଲିକଟ ସହରର ପୋଟ୍]ଟେକ୍କାଟ୍ଟ ବଂଶରେ ୧୪.୦୩.୧୯୧୩ ରେ ହୋଇଥିଲା। ତାଙ୍କ ବାପା କୁଂଜିରାମନ ସ୍କୁଲରେ ଶିକ୍ଷକ ଥିଲେ। କାଲିକଟର ଗଣପତି ହାଇସ୍କୁଲ ତଥା ସାମୂତିରି କଲେଜରେ ତାଙ୍କର ଶିକ୍ଷା ଦିକ୍ଷା ହୋଇଥିଲା। ପିଲାଦିନରୁ ସାହିତ୍ୟ ପ୍ରତି ତାଙ୍କର ଆକର୍ଷଣ ଥିଲା। ନିଜ ପୁଅର କାହାଣୀ ବର୍ଣ୍ଣନା କରିବାକୁ ଆସିଥିବା ଜଣେ ମା’ର ଦୁଃଖ କାହାଣୀ ଛାତ୍ରାବସ୍ଥାରେ ଶଙ୍କରନ କୁଟ୍ଟୀଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା। ମା’ର ମାର୍ମିକ ଅଭିଯୋଗ ଶୁଣି ଛାତ୍ର ଶଙ୍କରନ କୁଟ୍ଟୀ ସେଇ ପୁଅକୁ ଗୋଟିଏ ଚିଠି ଲେଖିଥିଲେ। କିଛି ଦିନ ପରେ ସେଇ ପୁଅ ମା’କୁ ଖୋଜିବାକୁ ଆସିଲା। ତାଙ୍କର ସମ୍ପର୍କ ସୁଧୁରିଗଲା। ସେଇ ଚିଠିରୁ ସେ ଶବ୍ଦର ଆଶ୍ଚର୍ଯ୍ୟଜନକ ପ୍ରଭାବକୁ ବୁଝିଗଲେ। ଏହି ବୁଝିବା ତାଙ୍କୁ ଜଣେ ସାହିତ୍ୟିକ କଲା।ପାଠ ପଢ଼ା ଶେଷ ହେବାପରେ ସେ ପ୍ରଥମେ ଅଧ୍ୟାପନା ଏବଂ ତା’ପରେ ମୁମ୍ବାଇର ଏକ କପଡ଼ା କମ୍ପାନୀରେ କାମ କଲେ। ଯାଯାବର ଜୀବନ ତାଙ୍କର ସଉକ ଥିଲା। ୧୯୬୨ ମସିହାରେ ନିର୍ବାଚନ ଲଢ଼ି ସେ ସାଂସଦ ହେଲେ।ତାଙ୍କର ପ୍ରଥମ କାହାଣୀ- ‘ରାଜନୀତି’ ୧୯୨୮ ମସିହାରେ କଲେଜ ପତ୍ରିକାରେ ପ୍ରକାଶିତ ହୋଇଥିଲା। ‘ମାତୃଭୂମି’ ସାପ୍ତାହିକ ପତ୍ରିକା ତାଙ୍କ କାହାଣୀ ଲଗାତର ପ୍ରକାଶିତ କରିବାରେ ଲାଗିଥିଲା। ପ୍ରେମ କୀ ସଂଜା, ଘୁଁଘଟ, ବିଷକନ୍ୟା, କଥା ଏକ ଗଳି କି, କଥା ଏକ ପ୍ରାନ୍ତର କି, ଲୋଁଗ, କବୀନା ଏମିତି ଅନେକ ଉପନ୍ୟାସ ସେ ରଚନା କରିଛନ୍ତି।ରାଜ୍ୟ ତଥା ରାଷ୍ଟ୍ରସ୍ତରୀୟ କେତୋଟି ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି। ୧୯୮୦ ମସିହାରେ ‘କଥା ଏକ ପ୍ରାନ୍ତର କୀ’ ପୁସ୍ତକ ପାଇଁ ସେ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି।ସଂସଦୀୟ ଅନୁଭବ ଉପରେ କେନ୍ଦ୍ରିତ ଉପନ୍ୟାସ ‘ନର୍ଥ ଏଭନ୍ୟୁ’ ଅଧୁରା ହୋଇ ରହିଛି।ଅଗଷ୍ଟ ୬, ୧୯୮୨ରେ ଏସ୍]. କେ. କୁଟ୍ଟୀଙ୍କର ମୃତ୍ୟୁ ହେଲା।

ଓଡ଼ିଆ ସାହିତ୍ୟ ବିଶେଷତଃ ଅନୁବାଦ କ୍ଷେତ୍ରରେ କନକ ମଞ୍ଜରୀ ସାହୁ ଏକ ଶ୍ରଦ୍ଧାସ୍ପଦ ନାମ। ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ଧରି ମୌଳିକ ଗଳ୍ପ, କବିତା, ପ୍ରବନ୍ଧ ଏବଂ ଭ୍ରମଣ କାହାଣୀ ଲେଖିବା ସହିତ ଅନୁସୃଜନ କର୍ମରେ ନିମଗ୍ନ ରହି ସେ ତାଙ୍କ ନିପୁଣତା ପ୍ରଦର୍ଶନ କରି ଚାଲିଛନ୍ତି। ମୌଳିକ ଗଳ୍ପ ପୁସ୍ତକ ‘ଅସ୍ତରାଗ’ ଏବଂ ‘ନିସ୍ତବ୍ଧ ପୃଥିବୀ’ ସହିତ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ ‘ଆବୁ ଖାଁର ଛେଳି’, ବଙ୍ଗଳା ଭାଷାରୁ ‘ଲାଲ୍ ଦଉଡ଼ି ଓ ଅନ୍ୟାନ୍ୟ କାହାଣୀ’, ହିନ୍ଦୀରୁ ‘କାଠଘର ଓ ଅନ୍ୟାନ୍ୟ ଗଳ୍ପ’, ନିର୍ବାଚିତ ଗଳ୍ପ ସଙ୍କଳନ ‘ଆଖିର ପରିଭାଷା’, ଅନୁବାଦ ଭ୍ରମଣ କାହାଣୀ ‘ଚୀନ୍]ରେ ସାତ ଦିନ’ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ ‘ଲଘୁକଥା ସଂଗ୍ରହ’, ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ ‘ଦେଶ ବିଦେଶର ଲୋକକଥା’, ‘ନେପାଳୀ ସାହିତ୍ୟର ନିର୍ବାଚିତ କାହାଣୀ’ ସଂସ୍କୃତର କାଳଜୟୀ ଗଳ୍ପ ‘ବତ୍ରିଶ ସିଂହାସନ କଥା’ ଇତ୍ୟାଦି ତାଙ୍କ ଉଲ୍ଲେଖନୀୟ କୃତି।ତାଙ୍କ ସାରସ୍ୱତ ପ୍ରତିଭାର ସ୍ୱୀକୃତିସ୍ୱରୂପ ସେ ପାଇଛନ୍ତି କାଠମାଣ୍ଡୁ(ନେପାଳ)ରୁ ଡଟର ଅଫ୍ ହିମାଳୟ ସମ୍ମାନ, ବେଜିଂ (ଚୀନ୍])ରୁ ସୃଜନଗାଥା ଅନୁବାଦ ସମ୍ମାନ, କଲୋମ୍ବା (ଶ୍ରୀଲଙ୍କା)ରୁ ସୃଜନସମ୍ମାନ ଡଟ୍ କମ୍ ଦ୍ୱାରା ଅନୁବାଦ ପୁରସ୍କାର, ଭୁବନେଶ୍ୱର ପୁସ୍ତକ ମେଳା ଶିଶୁ ସାହିତ୍ୟ ପୁରସ୍କାର, ରାଜଧାନୀ ପୁସ୍ତକ ମେଳା ଅନୁବାଦ ପୁରସ୍କାର,ଏକାମ୍ର ପୁସ୍ତକ ମେଳା ଅନୁବାଦ ପୁରସ୍କାର, ଝଙ୍କାର ଅନୁବାଦ ପୁରସ୍କାର, ଲେଖିକା ସଂସଦ ଅନୁବାଦ ପୁରସ୍କାର ଏମିତି ଅନେକ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ ହୋଇଛନ୍ତି।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 25 July 2025
  • Language ‏ : ‎ Oriya
  • Print length ‏ : ‎ 104 pages
  • ISBN-10 ‏ : ‎ 1645607151
  • ISBN-13 ‏ : ‎ 978-1645607151
  • Item Weight ‏ : ‎ 132 g
  • Dimensions ‏ : ‎ 13.97 x 0.64 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
Indian Edition Also available on:

Additional information

book-author

Language

Odia

select-format

Paperback

Translator

Kanak Manjari Sahoo