Availability: In Stock

Mun Bi Maobadi

170.00

ମାଓବାଦୀ କହିଲେ ଆମ ମନରେ ଡର ଆସେ । ସାଧାରଣ ଲୋକ, ସରକାରୀ ବାବୁ, ପୋଲିସ, ନେତା, ଠିକାଦାର ସମସ୍ତେ ଡରନ୍ତି । ସେମାନେ କୁଆଡ଼େ ନିର୍ବାଚିତ ସରକାରରେ ବିଶ୍ୱାସ କରନ୍ତିନି । ସମାନ୍ତରାଳ ବ୍ୟବସ୍ଥା ଓ କାନୁନ ତିଆରି କରନ୍ତି । ସେମାନଙ୍କ ନଜରରେ ଯିଏ ଅପରାଧୀ ସାବ୍ୟସ୍ତ ହୁଏ, ତାକୁ ଧରିଆଣି ପ୍ରଜାକୋର୍ଟରେ ହାଜର କରନ୍ତି । ପ୍ରଜାକୋର୍ଟ କହିଲେ ଗାଁ ଲୋକଙ୍କ ଉପସ୍ଥିତିରେ ବିଚାର ଚାଲେ । ଆଉ ସ୍ଥାନୀୟ ମାଓବାଦୀ ନେତାଙ୍କ ନିର୍ଦ୍ଦେଶରେ ଦଣ୍ଡ ଦିଆଯାଏ । ଅନେକ ସରକାରୀ କର୍ମଚାରୀ, ଅସାଧୁ ଅଧିକାରୀ, ଲୋଭୀ ଠିକାଦାର, ପୋଲିସ ଇନଫର୍ମରଙ୍କୁ ସେମାନେ ମୃତ୍ୟୁଦଣ୍ଡ ଦେଇଛନ୍ତି, ଯାହାର ହିସାବ ନାହିଁ । ମାଓବାଦୀଙ୍କ କଥା ଆସିଲେ ମୋ ମନକୁ ବିଶିଷ୍ଟ କଥାକାର ଭଗବତୀ ଚରଣ ପାଣିଗ୍ରାହୀଙ୍କ ‘ଶିକାର’ ଗଳ୍ପ ଦୃଶ୍ୟମାନ ହୁଏ । କେମିତି ଝିଅବୋହୂଙ୍କ ଇଜ୍ଜତ ସହ ଖେଳ ଖେଳୁଥିବା ସର୍ଦ୍ଦାରର କଟାମୁଣ୍ଡ ଧରି ଘିନୁଆ ଥାନାକୁ ଯାଏ । ସେତେବେଳଠୁ ଏବେ ପର୍ଯ୍ୟନ୍ତ ଆମ ସମାଜରେ ସର୍ଦ୍ଦାରମାନେ ଅଛନ୍ତି ଏବଂ ସେମାନଙ୍କୁ ଆମ ସାମାଜିକ ବ୍ୟବସ୍ଥା ଓ ଆଇନକାନୁନ କିଛି ବି କରିପାରୁନି । ଘିନୁଆମାନେ ମାଓବାଦୀ ପାଲଟି ଯାଇଛନ୍ତି । ଆଉ ଥାନାକୁ ଯାଉନାହାନ୍ତି । ନିଜେ ନିଜେ ପ୍ରଜାକୋର୍ଟରେ ଦଣ୍ଡ ଦେଉଛନ୍ତି ।

Category:

Description

About the Author

ଲେଖକ ବୃତ୍ତିରେ ଜଣେ ସାମ୍ବାଦିକ । ୧୯୯୫ରେ ପ୍ରଗତିବାଦୀରେ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ । ପରେ ସେ ଇଟିଭି ଓଡ଼ିଆ, ଏମବିସି ଟିଭି, କଳିଙ୍ଗ ଟିଭିରେ କାର୍ଯ୍ୟ କରିବା ପରେ ଏବେ ନିଜସ୍ୱ ୱେବ୍ ଚ୍ୟାନେଲ୍ ତକ୍ଷକଟିଭିରେ କାର୍ଯ୍ୟ କରୁଛନ୍ତି । ଦୀର୍ଘବର୍ଷର ସାମ୍ବାଦିକତା ଭିତରେ ତାଙ୍କର ଅନେକ ଅନୁସନ୍ଧାନମୂଳକ ରିପୋର୍ଟ, ସାକ୍ଷାତକାର ଏବଂ ସମକାଳୀନ ପ୍ରସଙ୍ଗକୁ ନେଇ ଆଲୋଚନା ପ୍ରସାରିତ ହୋଇଛି । ସ୍ପଷ୍ଟବାଦିତା ଓ ନିର୍ଭୀକତାକୁ ସେ ଗୁରୁତ୍ୱ ଦିଅନ୍ତି । ସାମ୍ବାଦିକତା ବୃତ୍ତି ବାହାରେ ସେ ଜଣେ ସୃଜନଶୀଳ ମଣିଷ । ଗପ, ଉପନ୍ୟାସ ଲେଖିବାକୁ ଭଲ ପାଆନ୍ତି । ୧୯୯୩ରେ ତାଙ୍କର ପ୍ରଥମ ଉପନ୍ୟାସ ‘ସତ୍ୟପଥେ ଧର୍ମପଥେ’ ଏବଂ ୨୦୦୧ରେ ତାଙ୍କର ଦ୍ୱିତୀୟ ଉପନ୍ୟାସ ‘ଗାନ୍ଧିବୁଢ଼ୀ’ ପ୍ରକାଶିତ ହୋଇଛି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 7 February 2025
  • Language ‏ : ‎ Oriya
  • Print length ‏ : ‎ 94 pages
  • ISBN-10 ‏ : ‎ 1645606309
  • ISBN-13 ‏ : ‎ 978-1645606307
  • Item Weight ‏ : ‎ 118 g
  • Dimensions ‏ : ‎ 13.97 x 0.58 x 21.59 cm
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia